ଜୀବନ ଗୀତା- ୧୦୧
ଜୀବନ ଗୀତା- ୧୦୧
1 min
6.6K
ଜୀବନ ଗୀତା- ୧୦୧
ଏ ଜୀବନେ ଯେତେ ଅବସାଦ
ସେତେ ପୁଣି ରହିଛି ଆନନ୍ଦ ॥୦॥
ଅବସାଦ ଯୋଗୁଁ ଆନନ୍ଦ
ହୁଏ ସିନା ଏତେ ମିଠା
ମିଠା ବିନା ଏଇ ଜୀବନ
ଲାଗିଥାନ୍ତା ଖାଲି ସିଠା
ସୁନ୍ଦର ଗହଣା ଗଢିବାକୁ
ଲୋଡାହୁଏ ସୁନା ସାଥେ ଖାଦ ॥୧॥
ଅଭାବ ନଥିଲେ ଜୀବନେ
ଭାବ ହୁଏନାହିଁ ଜାତ
ଭାବର ଠାକୁର ପରା ସେ
ଓଡିଆଙ୍କ ଜଗନ୍ନାଥ
କି ସୁନ୍ଦର ଚତୁର୍ଦ୍ଧା ମୂରତି
ହେଲେ ନାହିିଁ ତାଙ୍କ ହାତପାଦ ॥୨॥