Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୨୩

ଜୀବନ ଗୀତା-୩୨୩

1 min
166


ଜୀବନ ଚିର ରହସ୍ୟମୟ

ଏକ ଶେଷହୀନ ଗ୍ରନ୍ଥ

ସରଳ କେବେ ଜଟିଳ କେବେ

ଏଇ ଜୀବନର ପଥ ॥୦॥

ଅଂଧାର ପଥକୁ ଆଲୋକିତ କରି

ଜୀବନ ଚାଲିଥାଏ

କେବେପୁଣି ସିଏ ଆଲୁଅ ଜାଗାରେ

ଅଂଧାର ଆଣିଦିଏ

ବହୁରୂପୀ ଏଇ ଜୀବନର ନଈ

ପଥର ବଂଧକୁ ଭାଂଗିଦେଇ

ମାନେନା ପଥ ଅପଥ ॥୧॥

ବିରୋଧାଭାସରେ ନିଜକୁ ନିଜେ ସେ

ବିରୋଧ କରୁଥାଏ

କେବେପୁଣି ସିଏ ନିଜ ସପକ୍ଷର

ଭାଷଣ ଦେଉଥାଏ

ଜୀବନର ଚକ ଜୀବନର ଅଖ

ଘର୍ଘର ନାଦରେ ଚାଲିଥାଏ

ଜୀବନ ବିଜୟ ରଥ ॥୨॥


Rate this content
Log in