ଆହତ ସ୍ଵପ୍ନ
ଆହତ ସ୍ଵପ୍ନ
1 min
6.8K
ସ୍ଵପ୍ନ ସବୁ ପାଲଟିଛି
ଆହତ ଦାଦନ ଶ୍ରମିକ
ଜନ୍ମିଥିଲେ ମୋ ଆଖିରେ
ହେଲେ ଡେଇଁ ପଡିଲେ ତୁମ ଆଖିକୁ
ଯେତେବେଳେ ତୁମେ ଆଉ ମୁଁ ହେଲେ ଆମେ
କିଛି ବାସ୍ତବର ରୂପ ନେଇ ଉଡିଗଲେ
ଆନନ୍ଦରେ.....
ଆଉ କିଛି ଡେଇଁଗଲେ ଆମ ଛୁଆଙ୍କ ପାଖକୁ
ଭାବିଲି ଏଥର ସବୁ ସ୍ଵପ୍ନ ହେବ ପୂର୍ଣ୍ଣ
କିନ୍ତୁ ଏ କଣ....
ଆଗରୁ ଅନେକ ସ୍ଵପ୍ନ ଅକ୍ତିଆର କରିଛନ୍ତି ସେ ନୟନ
ମୋ ସ୍ଵପ୍ନ ସବୁ ସେଠି ଦାଦନ
ନା ଫେରି ପାରୁଛନ୍ତି ମୋ ପାଖକୁ
ନା ସେ ଆଖିରେ ପାଇ ପାରୁଛନ୍ତି ସ୍ଥାନ
ତଥାପି ଜାଳିଛି ଆଶାର ପ୍ରଦୀପ
ମୁକ୍ତି ଦେବାପାଇଁ ଆହତ ସ୍ଵପ୍ନ ମାନଙ୍କୁ
ଲିଭିବା ଆଗରୁ ଜୀବନର ଦୀପ...... ।।
.........
ପଦ୍ମାଳୟା