ଘନ ନୀଳ
ଘନ ନୀଳ
1 min
160
ଆକାଶ ର ରଂଗ ଅଟେ ଘନନୀଳ
ଦିଶେ କେଡ଼େ ମନୋହର,
ଧଳା ବଉଦ ରେ ସଜେଇ ହୋଇଛି
ଦିଶୁଛି ବହୁ ସୁନ୍ଦର।
ଇନ୍ଦ୍ରଧନୁର ଦ୍ୱିତୀୟ ସ୍ଥାନରେ ଯେ
ଏହି ରଂଗ ଶୋଭା ପାଏ,
ଖରା ଓ ବରଷା ର ସମ୍ମେଳନ ରେ
ଇନ୍ଦ୍ରଧନୁ ଦୃଶ୍ୟ ହୁଏ।
ଘନ ନୀଳ ର ଅପରାଜିତା ଟିଏ
ଦୁର୍ଗା ଙ୍କ ର ପ୍ରିୟ ସେହି,
ବାରମାସ ପୁଣି ବଗିଚା ଭିତରେ
ଥାଏ ଶୋଭନୀୟ ହୋଇ।
ଏହି ରଂଗ ଯେ ଐଶ୍ୱରୀୟ ଶକ୍ତି କୁ
ପ୍ରତିପାଦିତ କରଇ,
ଦୁଷ୍ଟ ଶକ୍ତି ର ବିନାଶ ହୋଇ ପୁଣି
ମାଁ ର ଆଶିଷ ମିଳଇ।
