Jumarnath Patra

Others

3  

Jumarnath Patra

Others

ପତ୍ରିକା

ପତ୍ରିକା

1 min
420


କୋଉ ଲେଖା କଥା କହୁଛ      

ଏଗୁଡିକ ଲେଖା !

ବସ୍ତା ବସ୍ତା ଲେଖା ପଡିଛି ଏଠି

ଶଃ ଆଲୁରୁ ବାଲୁରୁ ଲେଖି

ଚାଲି ଆସୁଛନ୍ତି ଛାପିବାକୁ ପତ୍ରିକା ରେ

ଯାଅ ଯାଅ,

ସୁନ୍ଦର ପଦ୍ଯ ଭିତ୍ତିକ ନହେଲେ

ଗିତୀ କବିତା ଆଣ ଦେଖିବା ।


 ଛପା ହେଇ ପାରିଲାନି ଲେଖା

ଶ୍ରୀମାନ ଜନ୍ମେଜୟଙ୍କର

ବିଫଳ ମନୋରଥରେ

ଡାଏରୀ ବନ୍ଦ

କଲମ ବି ଝରୁନି ଆଉ ତାଙ୍କର ।

ଗଦ୍ୟ ଭିତ୍ତିକ କବିତା ଆଜି

ନିର୍ଧୂମ ଚାପରେ ଅପ୍ରକାଶିତ ହେଇ

ଗୁମୁରୁଛି ରହି ରହି ତଥାପି ଆଶା

କେହି ତ ମୂଲ୍ଯ ବୁଝିବ

ଏଇ କବିତା ସବୁର ।


 ଚା' ଥଣ୍ଡା ହେଲାଣି

ଏକା ଢୋକ ରେ ପିଇଦେଇ

ପୁଣି କଲମ ଧରିଲେ ଜନ୍ମେଜୟ

ହେଲେ କ'ଣ ଲେଖାଯିବ

ପଦ୍ଯ ଭିତ୍ତିକ ନା ଗଦ୍ୟ

ଅଟକି ଯାଇଛନ୍ତି ସେ ସେଇଠି ସେଇମିତି



Rate this content
Log in