Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୪୩୮

ଜୀବନ ଗୀତା-୪୩୮

1 min
363


ଜୀବନ ଖାତାରୁ ଉଡିଯାଏ

କେବେ କେତେ ପୃଷ୍ଠା

ହଜିଗଲା ପରି ଅନ୍ତରରୁ

କିଛିକିଛି ମିଠା ॥୦॥

ସବୁ ସଂପର୍କ ତ ରହେନି

ଆଦ୍ୟରୁ ଶେଷ

ସମୟ ସାଥିରେ ବଦଳେ

ସବୁ ମଣିଷ

ଆଜି ଯେ ନିଜର କାଲିକି ସେ ପର

ଛାଡିଯାଏ ବଳେ ତ ପୁରୁଣା

ସଂପର୍କର ଅଠା ॥୧॥

ଆଖିରୁ ଅନ୍ତର ହୋଇଲେ

ମନରୁ ଯାଏ

ସଂପର୍କର ସୂତା ଛିଡଇ

ଗୁଡି ପରାଏ

ଭାବର ସାଗର ଅଭାବର ଘର

ଉଚ୍ଛଳ ଲହରୀ ପରେପରେ

ଆସିଥାଏ ଭଟ୍ଟା ॥୨॥


Rate this content
Log in