Sunanda Mohanty

Children Stories Comedy

3  

Sunanda Mohanty

Children Stories Comedy

ଯାଦୁ

ଯାଦୁ

2 mins
284


ସ୍କୁଲରେ ଯାଦୁଗରକୁ ପିଲାମାନଙ୍କୁ ରିସେରେ ଯାଦୁ ଦେଖେଇବାକୁ ଅନୁମତି ଦେଇସାରିବା ପରେ, ସବୁକିଛିର ଆୟୋଜନ ତ ହେଇଗଲା ହେଲେ ଗୋବର ପାଣିରେ ଛେପ ପକାଇ ମୋ ଉପରେ ଢାଳିଦେଲା ବେଳେ ମୁଁ ଘୃଣାରେ ନାକ ଟେକୁଥିଲା ବେଳେ ବଡ଼ ସୁନ୍ଦର ଫୁଲହାର ପଡିଥିଲା ମୋ ବେକରେ, ତା ପରେ ପରେ ମୋ ଘଣ୍ଟାଟିକୁ ମାଗିନେଇ ହେମଦସ୍ତାରେ କୁଟିଲା ବେଳେ ଭିତରେ ଭିତରେ ମୋ ଛାତି ବି କୁଟି ହେଉଯାଉଥିଲା ହେଲେ ଯାଦୁଗର ଯେତେବେଳେ ମୋ ଛାତ୍ରୀଟିକୁ ପଠାଇ ଅଫିସର ଟେବୁଲ ଉପରୁ ଘଣ୍ଟାଟିକୁ ଆଣିବାକୁ କହିଥିଲା ଓ ଛାତ୍ରଟି ଅକ୍ଷତ ଅବସ୍ଥାରେ ଘଣ୍ଟାଟିକୁ ଆଣି ମତେ ଦେଇଥିଲା ମୋର କଣ ସମସ୍ତଙ୍କର ଆଶ୍ଚର୍ଯ୍ୟର ସୀମା ନଥିଲା l

  ତା ପରଦିନ ସକାଳୁ ସବୁଦିନ ପରି ଗରମ ପାଣି ଗାଧୋଇ ବୋଉ ତୁଳସୀ ମୂଳେ ପାଣି ଢାଳି ଠାକୁର ଘରୁ ବାହାରି ଆସିଲା ହାତ କୁଣ୍ଡେଇ କୁଣ୍ଡେଇ ଆଉ ମୁଁ ଯେବେ ପଚାରିଲି କଣ ହେଲା ବୋଉ କହୁଥିଲା ନାହିଁ ଲୋ ଝିଅ ଯାଦୁ, ଚମକି ପଡିଲି ମୁଁ ଯାଦୁ, ଦେଖି ଦେଖି କହି ସ୍କାବିଡଲ ଲଗାଇ ମୁଁ ବି ଗରମ ପାଣି କରି ଗାଧେଇ ପଡି ନିଜକୁ ପ୍ରସ୍ତୁତ କରୁଥିଲି l

  ଆଇନା ଆଗରେ ମୁଁ ବି ଚମକି ପଡିଲି, ମୋ ବାମ ହାତରେ ଠିକ ବୋଉ ପରି ନାଲି ଦାଗ ପଡି ଯାଦୁ ଖଣ୍ଡେ, ଚର୍ମ ଭୀଷଣ ନାଲି ପଡି କୁଣ୍ଡେଇ ହେଉଛି, ମନସ୍ତାପରେ ସ୍କୁଲରେ ପହଞ୍ଚିଲା ପରେ ଯାଦୁଗର ତା ପ୍ରାପ୍ୟ ପଇସା ନେବାକୁ ଆସି ଚାଲିଗଲା ପରେ ମୁଁ ସହକର୍ମୀ ସନ୍ଧ୍ୟା ଗୁରୁମାଆଙ୍କୁ ପଚାରିଥିଲି ରୋଗ ଯାଦୁ ଓ ହାତସଫେଇ ଯାଦୁ, ଦୁଇ ଶବ୍ଦ ଭିତରେ ଲେଖାରେ ପାର୍ଥକ୍ୟ ଅଛି ନା ଏକା ମ, ସେ ମୋ ପ୍ରଶ୍ନର ଉତ୍ତର ନଦେଇ ହସୁଥିଲେ l

  ଘରକୁ ଫେରି ପୁଣି ଗରମ ପାଣି କରି ଗାଧୋଇ, ହାତରେ ଲୋସନ ଲାଗାଇ, ଭାବୁଥିଲି, ଥିଲେ ଥାଉ ପଛେ ଧନ ହଜାର.... ନିରୋଗ ନଥିଲେ ସବୁ ଅସାର, ଟିଭି ପାଖରେ ବସି ଦେଖେତ ରୋଗ ବିଶେଷଜ୍ଞ ଚର୍ମ ରୋଗ ଓ ତାହାର ପ୍ରତିକାର ବିଷୟରେ ଆଲୋଚନା ଚାଲିଛି, ଆଉ ସବୁଦିନ ଗରମ ପାଣି ଗାଧେଇବା ଚର୍ମ ରୋଗର କାରଣ ଶୁଣି ଚମକି ପଡିଲି, ଯାଦୁ ନା କଣ, ମୋ ମନ କଥା ଜାଣି ଯାଦୁ ପରି ଯାଦୁଗର, ଡାକ୍ତର ଯାଦୁପରି ଚର୍ମରୋଗ କଥା ହିଁ କହୁଛନ୍ତି, ମାଆ ଝିଅ ପରସ୍ପରକୁ ଚାଁହୁଥିଲୁ, ତା ପରଠୁ ଗରମ ପାଣି ବଦଳରେ ଥଣ୍ଡା ପାଣି ବା ନଖଉଷୁମ ମାନେ ଅଳ୍ପ ଉଷୁମ ପାଣିରେ ଗାଧୁଆ କାମ ସାରି ଅଳ୍ପ ଦିନ ପରେ ଦେଖିଲୁ ଯାଦୁ ପରି ଯାଦୁ ଭଲ ହୋଇଯାଇଛି ମାଆ ଝିଅଙ୍କ ହାତରୁ, ସ୍କୁଲରେ ସନ୍ଧ୍ୟା ଗୁରୁମାଆ ସେଇ ପୁରୁଣା ପ୍ରଶ୍ନର ଉତ୍ତରରେ ପଚାରୁଥିଲେ କଣ ଯାଦୁ ବିଷୟରେ କିଛି ଆର୍ଟିକିଲ ଲେଖିବେ ନା କଣ, ମୁଁ ହସୁଥିଲି l



Rate this content
Log in