Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Bidyut lata Mishra

Others

2  

Bidyut lata Mishra

Others

ଉଦଣ୍ଡି ବୋହୁ

ଉଦଣ୍ଡି ବୋହୁ

3 mins
217



 ବଡ଼ ଯାଆ ମାନେ ଫୁସୁରୁ ଫାସର ହୋଉଥିଲେ ଆଲୋ ଏଡ଼େ ଉଦଣ୍ଡି ଏ ସାନ ବୋହୁ।

-ଏ ମାଆ ଆମେ ତ ସବୁ ନୀତି ନିୟମ କୁ ଆଖିବୁଜି ସହିନେଉଥିଲୁ।ସଂସ୍କାର ବୋଲି କିଛି ଅଛି କି ନାହିଁ।

-ବାପା ମାଆ ତ ଚାକିରିଆ ଝିଅ କେମିତି ଶିଖିବ?ଆକଟ ନଥିଲା ପିଲା,ଚାରି ଦଉଡି କଟା ,ସେଥିରେ ପୁଣି ହଷ୍ଟେଲ ପଢ଼ୁଆ ଝିଅ।

-ଆମ ଅମୁ ଟା ତ ଶାନ୍ତ ସିଷ୍ଟ ପିଲା ଏଇ ଉଦଣ୍ଡି କୁ ଡରି ରହିବେ।ଭଲ ପାଇ ବାହା ହୋଇଛନ୍ତି ପରା।

   ବଡ ଯାଆ ର କଥା ନସରୁଣୁ ମଝିଆ ଯାଆ କହି ଉଠିଲା,


-କାଲି ତାକୁ କହିଲି ,"ଆରେ ସ୍ନେହା ,ଯା' ଶାଶୂ ଙ୍କ ଗୋଡ ଘଷିବୁ ଆଉ ତାଙ୍କୁ ତୁ ଆଣିଥିବା ଗୋଡ଼ ମୋଡା ଲୁଗା ଦେବୁ।

ଏତେ ଅଲାଜୁକି ମ ଅପା ,ଠୋ ଠୋ ହୋଇ ହସି କହୁଛି ଗୋଡ ମୋଡା ଲୁଗା କଣ?

 ହମ୍ମ ସେ କାହୁଁ ଜାଣିବ?ଆମେ ବାହା ହୋଇ ଆସିଲା ବେଳେ ମୁଣ୍ଡ ପୋଛା ଲୁଗା,ଗୋଡ ପୋଛା ଲୁଗା ,ହାଣ୍ଡି ଛଡ଼ା ଲୁଗା,ଗୋଡ଼ ମୋଡ଼ା ଲୁଗା ସବୁ ଆଣୁ ଥିଲୁ।କାହିଁ ଇଏ ତ ସେସବୁ କିଛି ଆଣିନି।

ମଝିଆ କଥା ନସରୁଣୁ ବଡ କହି ଉଠିଲା,

 - ଆଲୋ ଶାଶୂ ମାଆ ଙ୍କୁ ଯାଇ ପଚାରୁଛି ,"ବୋଉ ତୁମର ଗୋଡ଼ ଦରଜ ହଉଚି କି ନା ଜର ,ଘୋଳା ବିନ୍ଧା ହେଉଛି କି।" କି ଅପମାନ କହିଲ ଅପା ଶାଶୂ ଙ୍କୁ?


ବାସ୍ ଏମିତି ହିଁ ତ ସ୍ନେହା ତାର ଖୋଲା ମୁଁହ ଆଉ ରୋକଠୋକ କଥା ପାଇଁ ମହାନ୍ତି ପରିବାର ରେ ହୋଇଗଲା ଉଦଣ୍ଡି ବୋହୁ।


★★★


ଆଜି ଘର ର ପରିବେଶ ପୁରା ଗମ୍ଭୀର ଥିଲା ।ଦ୍ଵିତୀୟ ଷ୍ଟ୍ରୋକ ରେ ଘରର ଶାଶୂ ମା ପାରାଲିସିସ ରେ ଆକ୍ରାନ୍ତ ସେବା ଶୁଶ୍ରୁଷା କରିବ କିଏ।ଯଦିଓ ବଡ଼ ଦୁଇବୋହୁ ଗୃହିଣୀ କିନ୍ତୁ ତା ବୋଲି ପିଲାଙ୍କ ଜଞ୍ଜାଳ ତ କମ୍ ନୁହେଁ।ତା ଛଡା ସାନ ବୋହୁ ସ୍ନେହା ଆଉ ପୁଅ ଅମୁ ଭୁବନେଶ୍ୱର ରେ ରହୁଛନ୍ତି।ସ୍ନେହା ଚାକିରୀ ର ଆଳ ଦେଖାଇ ସ୍ୱାମୀ ପାଖେ।କଣ ଆମେ ଦୁଇଜଣ ଖାଲି ବୋହୁ।


ଘରେ ଆଜି ଯାଏ ପାଟି ଚୁପ କରି ରହିଥିବା ବଡ଼ ଦୁଇବୋହୁ ଙ୍କ ତରଫ ରୁ ଦୁଇ ପୁଅ ଯୁକ୍ତି କରୁଥିଲେ ଶ୍ୟାମ ସୁନ୍ଦର ବାବୁ ଙ୍କ ସହ,ମଝିରେ ମଝିରେ ଦୁଇ ବୋହୁ ବି ବିଶୋଦ୍ଗାର କରୁଥିଲେ ଘରଠାରୁ ଦୂରରେ ଥିବା ସାନ ପୁଅ ବୋହୂ ବିରୁଦ୍ଧରେ।ସରିତା ଦେବୀ ନିସ୍ତେଜ ଭାବେ ପଡି ରହିଥିଲେ ବି କାନ କୁ ଶୁଭୁଥିଲା ତାଙ୍କ ଦୁଇବୋହୁ ଙ୍କ ଚିତ୍କାର।


ହଠାତ ଘର ସାମ୍ନା ରେ କାର୍ ଟିଏ ଅଟକିଲା ତିନି ମାସ ର ପୁଅ କୁ ଧରି ଓଲ୍ହାଉଥିଲା ସ୍ନେହା,ପୁଅ ଜନ୍ମ ଯୋଗୁ ତିନି ମାସ ଧରି ବାପ ଘରେ ଥିଲା ।ଶାଶୂ ଙ୍କ ଏହି ଅବସ୍ଥା ଶୁଣିବା କ୍ଷଣି ନିଜ ମାମା ,ବାବା ଙ୍କ ସହ ଝଗଡା କରି ଚାଲି ଆସିଲା ।ଶ୍ୟାମ ବାବୁ ଦେଖୁଥିଲେ ଉଦଣ୍ଡି ବୋହୁ ମୁଁହର ଶୁଖିଯାଇଥିବା ଲୁହ ।ଶ୍ୟାମ ବାବୁ ଙ୍କ ହାତ କୁ ପୁଅ କୁ ଦେଇ ଷ୍ଟ୍ରେଚର ରେ ଶାଶୂ ଙ୍କୁ ବସାଇ କାର୍ ପାଖକୁ ନେଇଗଲା।କେବଳ ମେଡିସିନ ଆଉ କାଗଜ ପତ୍ର ଧରି ଦୁହେଁ ବାହାରିଗଲେ ଭୁବନେଶ୍ୱର।


ଭୁବନେଶ୍ବର ପହଁଚିଲା ପରେ ଦେଖିଲେ ତାଙ୍କ ପୁଅ କେମିତି କାରଖାନା କରି ରଖିଚି ଘରକୁ।ଆଖି ପିଛୁଳାକେ ଘର କୁ ପରିଷ୍କାର କରିଦେଲା ସ୍ନେହା।

କିଛି ମାସ ର ଫିଜିଓଥେରାପି ଆଉ ସ୍ନେହା ର ସେବା ଶୁଶ୍ରୁଷା ରେ ଆଜି ସରିତା ଦେବୀ ସୁସ୍ଥ ହୋଇ ଉଠିଛନ୍ତି।ଡାହାଣ ହାତ ଟି ଅଚଳ ତଥାପି ତେଣୁ ଶାଢ଼ୀ ବଦଳରେ ଚୁଡ଼ିଦାର ପିନ୍ଧିବାକୁ ସ୍ନେହା କୁହେ।ସ୍ନେହା ର ପାଟି କୁ ଡରି ନିଜ କାମ ଧୀରେ ଧୀରେ ନିଜେ କରୁଛନ୍ତି।ସନ୍ଧ୍ୟାରେ ଜୋର କରି ସ୍ନେହା ଶାଶୂ ଶଶୁର ଙ୍କୁ ଇଭିନିଂ ୱାକ୍ ରେ ପଠାଉଛି ।ଶ୍ୟାମ ବାବୁ ସରିତା ଙ୍କୁ ଦେଖି ହସି ଉଠି କୁହନ୍ତି ,"ତୁମ ମଡ଼ର୍ଣ ବୋହୁ ତୁମକୁ ବି ମଡ଼ର୍ଣ କରିଦେଲାନା?ସରିତା ଦେବୀ ମୁହଁ ତଳକୁ ପୋତି ହସିଦିଅନ୍ତି ଯାହା।


ଶ୍ୟାମ ବାବୁ ବି କିଛି ସମୟ ନାତି କୁ ରଖି ସ୍ନେହା କୁ ପୁଣି ଜବ ଜଏନ କରିବାକୁ କହିଛନ୍ତି କିନ୍ତୁ ସେ ଏବେ ନୁହେଁ କହି ଏଡେଇ ଦେଇଛି।ସୁକୁମାରିଆ ଅମୁ ଯେ ଆଜି ଦାୟିତ୍ୱ ସମ୍ପନ୍ନ ସ୍ୱାମୀ,ବାପା ଆଉ ପୁଅ ବି।ନିଜ ପୁଅ ର ଏହି ପରିବର୍ତ୍ତନ ଦେଖି ସ୍ୱାମୀ ସ୍ତ୍ରୀ ଖୁସି।ଆଉ ଯେଉଁ ଦୁଇପୁଅ ,ବୋହୁ ଙ୍କୁ ସେମାନେ ଏତେ ଭରସା କରିଥିଲେ କାଳେ ଘରକୁ ନେବାକୁ ପଡିବ ଭାବି ଦେଖା କରିବାକୁ ମଧ୍ୟ ଆସୁନାହାନ୍ତି।


ଶ୍ୟାମ ବାବୁ ସରିତା ଦେବୀ ଙ୍କୁ ଆଜି ପାଖକୁ ଯାଇ କହିଲେ ,"ତୁମେ ତ ଏବେ ସୁସ୍ଥ ହେଲଣି ଗାଁ କୁ ଯିବା।ସ୍ନେହା କଣ ଛାଡିବ ,ଗୋଟା ଗିଳିଯିବ ମୋତେ ତା ଛଡା କେତେବେଳେ କୋଉଟି ଖାଇବି ସବୁ ସେ ଜାଣେ ,ମୋତେ ମୋ ଆଦର୍ଶ ବୋହୁ ମାନଙ୍କ ପାଖକୁ ଯିବାକୁ ଇଛା ନାହିଁ ମୁଁ ମୋ ଉଦଣ୍ଡି ବୋହୁ ପାଖେ ଠିକ୍ ଅଛି।" 


ସରିତା ଦେବୀ କୋଳ ରେ ଧରିଥିବା ନାତି ଟୋକା କୁ ଜାବୁଡି ଧରିଲେ ଯେମିତି କି ସେ ବହୁତ ଭୟଭୀତ ହୋଇଗଲେ ଯିବା କଥା ଶୁଣି।ଶ୍ୟାମ ବାବୁ ଭାବୁଥିଲେ କେଉଁ ଜନ୍ମ ର ପୁଣ୍ୟ ବଳ ରେ ସ୍ନେହା କୁ ବୋହୁ ରୂପେ ପାଇଛନ୍ତି।ସମସ୍ତଙ୍କୁ ମିଳୁ ସ୍ନେହା ପରି ଉଦଣ୍ଡି ବୋହୁ।


Rate this content
Log in