Ramakrushna Dakua

Others

2  

Ramakrushna Dakua

Others

ତୁମେ ମୁଁ ଓ ସେମାନେ

ତୁମେ ମୁଁ ଓ ସେମାନେ

1 min
463


ବିକାଶର ସ୍ବପ୍ନ ମୁଁ ଦେଖିନି । ଦେଖିକି ପ୍ରସନ୍ନ ହେବାର ଇଚ୍ଛାବି ନାହିଁ । ବହୁତ ସହିଲି ପଛପଟୁ ଛୁରାମାଡ଼ । ଏବେ ମୋ ତରଫରୁ ପ୍ରତିନିଧିତ୍ବ କରିବ ମୋ ମଣିଷ ପଣିଆ । ସହି ପାରିବ ତୁମେ କାଲିର ଛୁଆ ସବୁ ? ଏ ଯେଉଁ ଉଡ଼ା କଥା, କାହାକୁ ନିଚା ଦେଖାଇ ମିଛ ପ୍ରଶଂସା ସାଉଁଟିବାକୁ ଅବିରତ ଚେଷ୍ଟା କରିଚାଲିଛ ? ବନ୍ଦ କର ତମର ଏ ପ୍ରହସନ ତମର ଏ ବାଚଳାମିରେ ମୁଁ ବିଚଳିତ ହେବାର ନାହିଁ । ତୁମମାନଙ୍କର ବୟସ ବା କେତେ ?


ବାସ୍ ଏକକ ଅଭିନୟରେ ଏମିତି କିଛି ସଂଳାପ ରବୀନ୍ଦ୍ର ମଣ୍ଡପର ଶୁଣି ଦର୍ଶକ ବିମୁଗ୍ଧ ହୋଇଗଲେ । କରତାଳିରେ ଫାଟି ପଡ଼ିଲା ଥିଏଟର । ଏକକ ନୃତ୍ୟାଭିନୟରେ ଉଚ୍ଚକୋଟିର ଅଭିନୟ କରି ପ୍ରଶଂସା ପାଇଲା ବିକାଶ , ପ୍ରସନ୍ନ ବି ହେଲା । କିଛି ନ କହିଲେ ବି ବିକାଶର ଏ ବିଦ୍ରୋହୀ ସଂଳାପର ରାଜ୍ କିନ୍ତୁ ମୋତେ ମାଲୁମ । ସମସ୍ତଙ୍କ ପ୍ରିୟ ବିକାଶ ହେଲା, ମୁଁ ବି ତା ଖୁସିରେ ଖୁସ୍ ହେଲି । ଅଧିକ ଭଲ ଲାଗିଲା ବିକାଶ ପୁରସ୍କାର ଗ୍ରହଣ ବେଳେ ଯେଉଁ ଦି ପଦ କଥା କହିଲା । ସେ ମାନିଥିଲା ଯେ, ଏ କଥା ତମର ଆମର ଓ ଆମ ସମସ୍ତଙ୍କର ।


Rate this content
Log in