STORYMIRROR

Sunanda Mohanty

Others Children

3  

Sunanda Mohanty

Others Children

ତୁଳସୀ

ତୁଳସୀ

2 mins
432

   ସୁଭଦ୍ରା ବହୁତ ଭଲପାଏ ଗୁରୁମା ଙ୍କୁ , ସେଥିପାଇଁ ଅନ୍ୟ ସହକର୍ମୀ ମାନେ ଥଟ୍ଟା ରେ କହନ୍ତି, ହେଇଟି ଆସିଲାଣି ସୁଭଦ୍ରା, ଏଵେ କଣ ଆଣିଥିବ ନିଶ୍ଚୟ ସୁନନ୍ଦା ଗୁରୁମାଙ୍କ ପାଇଁ, ହଁ ସେ ଆଣିଥାଏ, ପ୍ରତିଦିନ ତୁଳସୀ, ଗୁରୁମା ଙ୍କ ପାଇଁ, ତୁଳସୀ ଟିକେ ପାଇଦେଲେ ଗୁରୁମାଙ୍କୁ ଅମୃତ ଟିକେ ପାଇବା ଭଳି ମନେହୁଏ, ତ ସୁଭଦ୍ରା ଖୁସି ଗୁରୁମା ବି. 

   ଏଇ କିଛି ଦିନ ହେଲା ସୁଭଦ୍ରା ସ୍କୁଲ ଆସୁନି, ସି ଡ଼ବ୍ଳ୍ବୁ ଏସ ଏନ, ଅର୍ଥାତ ଦିବ୍ୟାଙ୍ଗ ବାଳିକା ସୁଭଦ୍ରା, ମସ୍ତିଷ୍କ ବିକୃତି ଥାଏ, ତ ସୁନନ୍ଦା ଗୁରୁମା କ୍ଲାସ ଆସିଲେ ସେ ଭାରି ଖୁସି, ସ୍ଥାନ ରୁ ଉଠିଆସି ଗୋଡ଼ ଛୁଇଁ ପ୍ରଣାମ କରେ, ଅନ୍ୟ ପିଲାମାନେ ହସିଉଠନ୍ତି, ତ ସେମାନେ ସୁଭଦ୍ରା ଠୁ ଶିଖିବା କଥା, କହିଥାନ୍ତି ଗୁରୁମା, ଆଉ କ୍ରମାଗତ କ୍ଲାସ ରେ ସୁଭଦ୍ରାକୁ ନଦେଖି, ଛୁଟି ପରେ ତାଙ୍କ ଘରକୁ ଯାଇ ଦେଖିଥିଲେ ସେ ବୋହୁ ହେଇ ବସିଛି, ଏ କଣ,!ନା ସୁଭଦ୍ରା ର ବାହାଘର ମନ୍ଦିର ରେ ହେବ !

    ବହୁ ଅନୁନୟ ବିନୟ କରି ଦୁଇପକ୍ଷ ଲୋକଙ୍କୁ ବୁଝାଇବାକୁ ପଡିଲା ଗୁରୁମାଙ୍କୁ, ରୀତିମତ ଝଗଡା ହେଲା, କହିଲେ ଅତ୍ୟୁକ୍ତି ହେବନାହିଁ, ଶେଷକୁ ତା ଜନ୍ମ ସାର୍ଟିଫିକେଟ ଦେଖେଇ ପୋଲିସ ଡାକିବାକୁ ବି ପଡିଲା, ଆଉ ତା ପରଠୁ ସୁଭଦ୍ରା ସ୍କୁଲ ଆସିବା ମାତ୍ରେ ଗୁରୁମା ଙ୍କୁ ଦେଖିକି କୁଣ୍ଢେଇ ପକାଏ, ଆଉ ସବୁ କଥା ମାନେ, ତ ଆସ୍ତେ ଆସ୍ତେ ଲେଖା ପଢ଼ାରେ ମନଦେଲା, 

     ଏ ବର୍ଷ ସେ ଦଶମ ପରୀକ୍ଷା ଦେଇଥିଲା, ତାକୁ ଛାଡି ସମେସ୍ତେ ପାସ କରିଯିବେ, ସୁଭଦ୍ରା କଣ ପାସ କରିପାରିବ, ସମେସ୍ତେ କହୁଥିଲା ବେଳେ ତା ହାତରୁ ତୁଳସୀ ନେଇ ଅଳ୍ପ ପାଇ ଆଉ କିଛି ତା ହାତକୁ ବଢ଼େଇ ଦେଇ ଗୁରୁମା କହନ୍ତି ସୁଭଦ୍ରା ବହୁତ ସୁନା ଝିଅ ନିଶ୍ଚୟ ସବୁ ପାଠ ମନେ ରଖି ଲେଖିବ, ତ ପୁଣି କୁଣ୍ଢେଇ ପକାଏ ସେ ଗୁରୁମାଙ୍କୁ, ଆଉ ସମସ୍ତଙ୍କ ସହ ସେ ବି ପାସ କରିଥିଲା, ତ ସେ ଯେତିକି ଖୁସି ଥିଲା ତା ପିତା ମାତା ତା ଠୁ ଅଧିକ ଗୁରୁମା ଙ୍କୁ ଵଧେଇ ଜଣେଇଥିଲେ, ତ ଗୁରୁମା ସୁଭଦ୍ରା ମୁଣ୍ଡ ଆଉଁସି ଦେଇଥିଲେ ଦୁଇଟୋପା ଲୁହ ଭିତରେ, ଶିକ୍ଷୟିତ୍ରୀ ଜୀବନ ର ସଫଳ ରୂପାୟନ ରେ ବୋଧହୁଏ. 



Rate this content
Log in