ଟମି
ଟମି


ପ୍ରଥମ ଦେଖା ଟମି ସହ ।ସେଦିନ ସେ ଗୋପାଳ ବାବୁଙ୍କ ବଗିଚାରେ ଟହଲ ମାରୁଥାଏ । ମୁଁ ଗେଟଖୋଲି ଭିତରକୁ ଯାଉଯାଉ ସେ ଗର୍ଜନ କରି ଧାଇଁଆସିଲା ।ଡରିଗଲି । ଗେଟ ନଖୋଲି ପଦାରେ ଅପେକ୍ଷାକଲି ।ଟମିର ପାଟିଶୁଣି ଗୋପାଳବାବୁ ପଦାକୁ ଆସିଲେ ।ଟମିକୁ ଆକଟ କଲେ ।ଭିତରକୁ ଗଲି ।
ତାର ମଖମଲି ଦେହରେ ହାତରେ ସାଉଁଳେଇଲି ।ବେକତଳକୁ ହତନେଇ ଥାପୁଡ଼େଇଲି ।ଟମି ଏବେ ସୁନାପିଲାଟି ପରି ମୋଦେହରେ ଘଷିହେଉଥାଏ ।ଗୋପାଳ ବାବୁ ଟମି ର ବାହାଦୁରୀ ପ୍ରଶଂସାକରୁଥିଲେ । ଟମି ଶୁଣୁଥାଏ ।ବେଳେବେଳେ ଅତିଖୁସିରେ ଷଣ୍ଢାକୁ ଟେକି ତା ଭାଷାରେ କହୁଥାଏ ।କଣ କହୁଥାଏ? ବୋଧେଆମର କଥାକୁ ସେ ବୁଝି ତାଭାଷାରେ ଉତ୍ତର ଦେଉଥାଏ ।ଗୋପାଳ ବାବୁ ବୁଝି ମତେ କହୁଥିଲେ ।ଟମି ସେଦିନ ନାଗ ସାପକୁଦେଖି ସାପ ସହିତ ରଣକରି ଥିଲା ।ଶେଷରେ ସାପ ପରାସ୍ତହୋଇ ଛତ୍ରଭଙ୍ଗ କଲା ।ଏକଥା ଟମିକୁ ଖୁସି ଲାଗିଲା ।ନିଜ ପାରିଲା ପଣର ପ୍ରଶଂସା ଶୁଣି ତା ମୁହଁରୁ ବାକିତକ କଥା ଆପେ ଆପେ ସୁଣଉଥିଲ ।ସାପଟି କେମିତି ଘର ଭିତରେ ପଶିବାକୁ ବାଟ ଖୋଜୁଥିଲା ।ଟମି ଘରଭିତରେ ସୋଇଥିଲା ।ସାପର ଗନ୍ଧ ବାରିଲା ।ତତକ୍ଷଣାତ ଦୌଡ଼ିଲା ପଦାକୁ । ଗୋଖର ସାପ ଫଣାଟେକି ଟମିକୁ ଚାହିଁଲା । ଟମି ସାପକୁ ଦେଖି ଅଟକେଇଲା । ଡିମାଆଖିରେ ସାପକୁ ଚାହିଁଲା । ସାପ ଟମିକୁ ମଧ୍ୟ ଚାହିଁଲା । ସାପ ନେଉଟି ପଳାଇଲା ।
ଟମିର ଗୌରବ ସୁଣି ମନେହେଲା ଭାଷା ସିନା କହିପାରୁନାହିଁ ହେଲେ ସମସ୍ତଙ୍କ କଥା ବୁଝିପାରୁଛି ।ତାର ଏପରି ଶକ୍ତି ଅଛି ଯାହାକି ସ୍ମରଣ ଓ ଗ୍ରହଣ ଶକ୍ତି ବଳବ।ନ ହୋଇ ଭାଷାବୁଝିବାକୁ ସାହାଯ୍ୟ କରୁଛି । ଟମି ପରି ବନ୍ଧୁ ଟିଏ ଲୋଡ଼ା ।