STORYMIRROR

Anuradha Nath

Others

3  

Anuradha Nath

Others

ସୁଲୋଚନା

ସୁଲୋଚନା

3 mins
327


ଦୀର୍ଘ ବର୍ଷ ହେଲା ନଦୀ କୂଳରେରେ ବସୁଛି ମକରା । ବୟସ ପଚାଶ ପାଖାପାଖି ହେଵ । କିନ୍ତୁ ଚିନ୍ତା କାରଣରୁ ଵହୁତ ବୟସ୍କ ଲାଗୁଥିଲା ସେ । ବହୁ ବର୍ଷ ହେଇ ଗଲାଣି କେହି ତା କଣ୍ଠ ରୁ କଥା ପଦେ ଶୁଣି ନାହାନ୍ତି । କେବଳ ନଦୀ ପାଖରେ ଲୁହ ଗଡାଇଵାର ଦେଖିଛନ୍ତି ।


ପରିବାର କହିଲେ ପତ୍ନୀ ମାଳତୀ , ପୁଅ ରାଘବ ଆଉ ଵୋହୂ ଅନିତା । ଆଜକୁ ପ୍ରାୟ ଵାର ବର୍ଷ ତଳେ ଦଶ ବର୍ଷ ର ଝିଅ ସହିତ ଏଇ ନଦୀ ପାର ହେଉଥିଲା ଡଙ୍ଗା ରେ । ହଠାତ୍ ଅମାନିଆ ଭଉଁରୀ ଆସି ଝିଅ ସୁଲୋଚନା କୁ ନେଇଗଲା । ସେଇ ବର୍ଷ ସୁଲୋଚନା ସହିତ ଆହୁରି ଵହୁତ ଜଣ ଡଙ୍ଗା ଵୁଡି ରେ ମୃତ୍ୟୁ କରିଥିଲେ । କିଛି ଜଣ ଉଧାର ହୋଇଥିଲେ, ତା ମଧ୍ୟରେ ମକରା ଥିଲା ।

ତାକୁ ଲାଗୁଥିଲା ଯେମିତି ଏ ନଦୀ ତା ଜୀବନ ଫେରାଇ ଆଣିଥିଲା । ଠିକ୍ ସେମିତି ସୁଲୋଚନା କୁ ମଧ୍ୟ ଫେରାଇ ଦେବ । ସେଥିପାଇଁ ସେ ନଦୀ କୂଳରେ ବସି ରହେ । କିନ୍ତୁ ସମୟକ୍ରମେ ଆଉ କେହି ଡଙ୍ଗା ରେ ଆସୁ ନାହାନ୍ତି, କାରଣ ନଦୀର ଅମାନିଆ ଭଉଁରୀ କାରଣରୁ ସେଠାରେ ବ୍ରିଜ୍ ନିର୍ମାଣ ହୋଇ ସାରିଥିଲା ।


ଥରେ ଏକ ଵିଚିତ୍ର ଘଟଣା ଘଟିଥିଲା । ଗୋଟିଏ ଛୋଟ ଦଶ ଵାର ବର୍ଷ ର ଝିଅ ଝିଅ ଵ୍ରିଜ୍ ରୁ ଆତ୍ମହତ୍ୟା ପାଇଁ ପାଣି କୁ ଡେଇଁ ପଡିଥିଲା । ଆଉ ମକରା ତାକୁ ଉଧାର କରି ଘରକୁ ନେଇ ଆସିଲା । ଯଦିଓ ସେ ଝିଅ ସହ ସୁଲୋଚନା ର ଚେହେରା ର କୌଣସି ସମାନତା ନଥିଲା, ତଥାପି ତାକୁ ଲାଗୁଥିଲା ସୁଲୋଚନା ଫେରି ଆସିଛି ।


ଏତେ ଦିନ ପରେ ମକରା ର ପରିବର୍ତ୍ତନ ଦେଖି ଘର ଲୋକ ଵି ଚୁପ ରହିଲେ । କାରଣ ବହୁ ବର୍ଷ ପରେ ସେ କଥା କହିବା ଆରମ୍ଭ କରିଥିଲା । ମକରା ସେ ଝିଅ ପାଇଁ ମନ ଖୁସି ରେ ପୋଷାକ ଆଣିବାକୁ ଵାହାରକୁ ଗଲା ।

ତା ଅନୁପସ୍ଥିତିରେ ଘର ଲୋକ ସେ ଝିଅ ଵିଷୟ ରେ ପଚାରିଲେ ।  ଝିଅ ଟି କହିଲା ମୋ ନା ରିଧିମା । ଗୋଟିଏ ଆକ୍ସିଡେନ୍ଟ୍ ରେ ମୋ ଵାପା ମା ଙ୍କୁ ମୁଁ ହରାଇଛି । ସେମାନଙ୍କ ପରେ ମୋତେ ରଖିବାକୁ ମୋର ବନ୍ଧୁ ବାନ୍ଧବ କେହି ରାଜି ହେଲେ ନାହିଁ । ଏଣୁ ଵାଧ୍ୟ ହୋଇ ଆତ୍ମହତ୍ୟା କରିଵାକୁ ଆସିଥିଲି ।


ଏଇ ମଉସା ମତେ ବନ୍ଚାଇଲେ, ଯେତେବେଳେ ସେ ମତେ ସୁଲୁ ମୋ ଝିଅ ଵୋଲି କହିଲେ, ଭାରି ଭଲ ଲାଗିଲା ଆଉ ତାଙ୍କ ସହ ଆସିଲି । ଯଦି ଆପଣ ମାନେ କହିଵେ ମୁଁ ପୁଣି ଚାଲି ଯିଵି....

ଏହା ପରେ ମକରା ର ପତ୍ନୀ ସେ ଝିଅ କୁ କୋଳେଇ ନେଲେ । ଆଉ କହିଲେ ଵାର ବର୍ଷ ପୂର୍ବରୁ ସେମାନେ ତାଙ୍କ ଝିଅ ସୁଲୋଚନା କୁ ହରାଇଛନ୍ତି । ଆଉ ଆଜି ଆଉ ଗୋଟିଏ ଝିଅ କୁ ଦୂରେଇଵାବୁ ଚାହୁଁ ନାହାନ୍ତି । ରାଘବ ଆଉ ଆଉ ଅନୀତା ଵି ତାକୁ ଆପଣେଇ ନେଲେ, ଆଉ କହିଲେ, ତମେ ଆଗରୁ ଯାହା ଵି ଥିଲ, କିନ୍ତୁ ଆଜିଠାରୁ ସୁଲୋଚନା ହୋଇ ଆମ ଘରେ ରହିବ । ଵହୁତ ଦିନ ପରେ ତମ କାରଣ ରୁ ଆମ ଵାପା ଙ୍କୁ ଆମେ ଫେରି ପାଇଛୁ । ଆମ ପାଇଁ ନହେଲେ ନାହିଁ ତମକୁ ଆମ ଵାପା ଙ୍କ ପାଇଁ ସୁଲୋଚନା ର ଅଭିନୟ କରିଵାକୁ ପଡିଵ । ତମକୁ ଅନୁରୋଧ କେବେ ମଧ୍ୟ ତମ ଅତୀତ ଵିଷୟ ରେ ଆମ ଵାପା ଙ୍କୁ କହିଵନି ।


ରିଧିମା ଲୁହ ଭରା କଣ୍ଠ ରେ କହିଲା, ରିଧିମା ତ ସେଇ ଆତ୍ମହତ୍ୟା କରିଵା ସମୟ ରେ ମରି ଯାଇଛି । ଆଜି ଠାରୁ ମୁ ଆପଣ ମାନଙ୍କ ହଜି ଯାଇଥିବା ଝିଅ ସୁଲୋଚନା । ଭାଵିନେଵି ମୋର ପୁନଃଜନ୍ମ ହୋଇଛି ଏଇଠି ଆପଣଙ୍କ ଘରେ ।

କିଛି ସମୟ ପରେ ମକରା ଝିଅ ପାଇଁ ନାନା ପ୍ରକାର ର ଜିନିଷ ନେଇ ଫେରିଥିଲା । ଵହୁତ ଦିନ ପରେ ତା ମୁହଁରେ ଏକ ପ୍ରକାର ସତେଜତା ଆସି ଯାଇଥିଲା । ଆଉ ରିଧିମା ସୁଲୋଚନା ସାଜି ମକରା କୁ ଆଲିଙ୍ଗନ କଲା । ଆଉ ସେତେବେଳେ ମକରା ଆଖିରୁ ଏକ ପ୍ରକାର ଲୁହ ଝରୁଥିଲା । ଵୋଧହୁଏ ସେଇଟା ଖୁସି ର ଲୁହ ଥିଲା ।

ସମାପ୍ତ



Rate this content
Log in