Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Satyaprakash Sethy, M. A(UGC NET)

Others


5.0  

Satyaprakash Sethy, M. A(UGC NET)

Others


ସଂଯୋଗ

ସଂଯୋଗ

9 mins 450 9 mins 450


ସେଦିନ ଶିବାନନ୍ଦ ବାବୁ କଟକ ଯାଇଥାନ୍ତି। ଏକ ଜନ ଗହଳିପୂର୍ଣ୍ଣ ରାସ୍ତା – ବାଦାମ ବାଡ଼ି ପାଖ। ଦଳେ ଲୋକ କାହାକୁ ଗୋଟେ ଘେରି ରହିଥାନ୍ତି, ଯେମିତି ଚିଡ଼ିଆଖାନାରେ କେଉଁ ଜୀବଜନ୍ତୁକୁ ଦେଖୁଛନ୍ତି। ହୋ ହାଲ୍ଲା ଶୁଭୁଥାଏ। ସିଏ ବି ମନରେ ଉତ୍ସୁକତା ଭରି ସେଠିକୁ ଧାଇଁଲେ। ଦେଖିଲେ ସ୍ତ୍ରୀ ଲୋକଟିଏ କୋଡ଼ି ଛେଚି ହୋଇ କାନ୍ଦୁଛି। କହୁଛି – “ମୋ ଘର ଭଦ୍ରକ କୁପାରୀ। ବାପା ମୋ ଏଇଠି ଥିଲେ। ଫଳ କିଣିବାକୁ ଯାଇଥିଲେ। କାହିଁ ଫେରିଲେ ନାହିଁ? ମୁଁ ଘଣ୍ଟା ଘଣ୍ଟା ଧରି କେଯାଏଁ କେତେଆଡେ ଖୋଜିଲିଣି ହ କେଉଁଠି ପାଉନାହିଁ। ମୁଁ ଏବେ କ’ଣ କରିବି, କେଉଁଠାକୁ ଯିବି”?

ଶିବାନନ୍ଦ ବାବୁ ଭଦ୍ରକ କୁପାରୀ କଥା ଶୁଣି ଟିକିଏ ଆତ୍ମୀୟତା ସହକାରେ ଧସେଇ ଗହଳି ଠେଲି ଭିତରକୁ ପଶି ଗଲେ। କହିଲେ –” ବ୍ୟସ୍ତ ହୁଅ ନାହିଁ ଭଉଣୀ! ମୁଁ ଭଦ୍ରକ ଯିବି, ସାଙ୍ଗ ହୋଇ ଯିବା ।ଲୋକ ମାନଙ୍କୁ ମଧ୍ୟ ଏପଟ ସେପଟ କଥା କହି ଘଉଡେଇ ଦେଇ ସାରିଲେଣି। ଲୋକମାନେ ବି ଭାବିଲେ- ତାଙ୍କର କିଏ ବୋଧେ ସମ୍ପର୍କୀୟ ଆସିଗଲେଣି। ତେଣୁ ପରିସ୍ଥିତି ଟିକିଏ ଶାନ୍ତ ପଡିଗଲା। ସ୍ତ୍ରୀ ଲୋକଟି ମଧ୍ଯ ଭଦ୍ରକର ଲୋକ ବୋଲି ଶୁଣି ଆଶ୍ୱସ୍ତ ହେଲେ, ଭାଇ ବୋଲି ଡାକି ଦେଇ ସମ୍ପର୍କ ଯୋଡ଼ି ବସିଲେ। ଶିବାନନ୍ଦ ବାବୁ କହିଲେ – “ତୁମ ଫୋନ୍ କାହିଁ, ବାପାଙ୍କୁ ଫୋନ୍ ଲଗାଉନ? ସ୍ତ୍ରୀ ଲୋକଟି କହିଲା -“ମୋ ଫୋନ୍ ଓ ପର୍ସ ସବୁ ସେହି ବ୍ୟାଗରେ ଥିଲା, ଯୋଉଟାକୁ ବାପା ଧରି ସାଙ୍ଗରେ ଯାଇଛନ୍ତି”। ଶିବାନନ୍ଦ ଏବେ ନିଜ ଫୋନ୍ ପକେଟରୁ ଖୋଲିଲେ, କହିଲେ -” ନମ୍ବର ଦିଅ ମୁଁ ଲଗାଉଛି। ସ୍ତ୍ରୀ ଲୋକଟି ଯେଉଁ ନମ୍ବର ଦେଲା ସେଟା ଆଦୌ ଲାଗିଲା ନାହିଁ। ଭାବିଲେ ଚାର୍ଜ ନଥିବାରୁ ବ୍ୟାଟେରୀ ଲୋଓ ହୋଇଯାଇ ଥିବ। ବୋଧେ ସୁଇଚ୍ ଅପ୍ ହୋଇଯାଇଛି। ସେମାନେ ଉଭୟ ମିଶି କିଛି ସମୟ ଖୋଜିଲେ ତାଙ୍କ ବାପାଙ୍କୁ, ମାତ୍ର୍ ନିଷ୍ଫଳ ହେବାରୁ ଶିବାନନ୍ଦ ଶାନ୍ତ୍ୱନା ଦେଇ କହିଲେ -” ଡେରି ହୋଇଯିବ,ପୁଣି ଭଦ୍ରକରୁ କୃପାରୀ ବସ୍ ମିଳିବା କଷ୍ଟ ହୋଇଯିବ, ବରଂ ମୋ ସହିତ ଆସ! ଆମେ ଭଦ୍ରକ ପର୍ଯ୍ୟନ୍ତ ଚାଲିଯିବା, ତେଣିକି ପରିସ୍ଥିତି ଦେଖି ଯାହା ନିଷ୍ପତ୍ତି ନେବା, ଏଠି ତୁମକୁ ଏପରି ଭାବେ, ଏକୁଟିଆ ଛାଡ଼ି ମୁଁ ଯାଇ ପାରିବି ନାହିଁ”। ସେୟା ହେଲା କିଛି ସମୟର ବିଚାର ବିମର୍ଶ ପରେ ଉଭୟ ବସରେ ଉଠିପଡି ଭଦ୍ରକ ଅଭିମୁଖେ ଯାତ୍ରା କଲେ। ମଝିରେ ମଝିରେ ଶିବାନନ୍ଦ ବାବୁ ଫୋନ୍ ଲଗାଉଥାନ୍ତି, ମାତ୍ର୍ ସେହି ଏକା କଥା – ସୁଇଚ୍ ଅପ୍। କଥାବାର୍ତ୍ତା ହୋଇ ହୋଇ ଉଭୟ ଭଦ୍ରକରେ ପହଞ୍ଚିଗଲେ। ସ୍ତ୍ରୀ ଲୋକଟି ବେଳେ ବେଳେ କାନ୍ଦ କାନ୍ଦ ହୋଇ ଶିବାନନ୍ଦଙ୍କ ଉପରେ ଢଳି ପଡୁଥାଏ। ଶିବାନନ୍ଦ ବାବୁଙ୍କର ମଧ୍ୟ ତା’ ଉପରେ ଭାରି ଦୟା ଆସୁଥାଏ। ଭାବୁଥାନ୍ତି- ଏ ବୋଧେ କେଉଁ ଜନ୍ମରେ ତାଙ୍କ ସହ ସମ୍ପର୍କିତା ବା ସମ୍ବନ୍ଧିତା ବୋଧେ ଥିଲା। ଭଲ ସ୍ତ୍ରୀ ଲୋକଟିଏ, ବହୁତ ସ୍ନେହୀ। ଯେମିତି ସୁନ୍ଦରୀ ସେମିତି ହୃଦୟ ନିର୍ମଳ। ଦେଖୁ ନାହାନ୍ତି! କେମିତି ନିମିଷକେ ମନ କିଣିନେଲେ ।ଶିବାନନ୍ଦ ବାବୁଙ୍କ ହୃଦୟ ତା ପ୍ରତି ଦୟା ଓ ଅନୁକମ୍ପାରେ ଭରି ଉଠୁଥାଏ। ହେଲେ ମନକୁ ବିଛା କାମୁଡୁ ଥାଏ, ୟାକୁ ଏତେ ରାତିରେ କୁପାରୀ କେମିତି ପଠେଇବେ? ଯଦି ଭଦ୍ରକରୁ ବସ୍ ନମିଳେ ତେବେ କ’ଣ କରିବେ?

ଯାହା ହେଉ ଇତ୍ୟବସରରେ ବସ୍ ଆସି ଭଦ୍ରକଠିଁ ପହଞ୍ଚିଗଲା। ହେଲେ ଗୋଟେ ବି ବସ୍ ବା ଅନ୍ୟ କୌଣସି ଗାଡି କୁପାରୀ ପାଇଁ ନାହିଁ। କିଛିଟା ଆଶ୍ୱସ୍ତ ଲାଗି ଆସୁଥିଲା ପୁଣି ସେହି ଚିନ୍ତା ଘାରିଲା। ଗାଡି ଭଲା ଗୋଟେ ମିଳନ୍ତା? ବରଂ ସେ ନିଜେ ଯାଇ ତାଙ୍କ ଘରେ ତାଙ୍କୁ ନେଇ ସୁରକ୍ଷିତ ଛାଡି ଆସନ୍ତେ, ତେଣିକି ଯିଏ ଯାହା ଭାବୁ। ବଜାରଟା ଭିତରେ ଆଉ କେତେ ସମୟ ବା ଏପଟ ସେପଟ ହୋଇ ଅପେକ୍ଷା କରିବେ? ଅପେକ୍ଷା କଲେ ବା ତାଙ୍କ ବାପା ବା ବସ୍ କେହି ଗୋଟେ ମିଳିବାର ବା ସମ୍ଭାବନା ଥାଆନ୍ତା କି? ସେତେବେଳକୁ ରାତି ଏଗାରଟା ବାଜିଲାଣି, ଟେନସନରେ ତାଙ୍କ ମୁଣ୍ଡ ଆଉ କାମ କରୁ ନଥାଏ। ତା’ ବୋଲି ସ୍ତ୍ରୀ ଲୋକଟାକୁ ଏକୁଟିଆ ରାସ୍ତାରେ ଛାଡ଼ି ସେ ତ ଆଉ ଚାଲି ଯାଇ ପାରିବେ ନାହିଁ। ତେବେ ନିଜ ଘରକୁ ନେଇ ଯିବେ? ଏ କଥାଟା କହିଲେ ସ୍ତ୍ରୀ ଲୋକଟା ଯଦି କିଛି ଭାବିବ? ପୁଣି ଘରେ ଅପର୍ଣ୍ଣା ଯଦି କିଛି ଓଲଟା ସିଧା କହିଲେ, ତାଙ୍କ ପତି ପତ୍ନୀ ସମ୍ପର୍କ ବିଗିଡ଼ି ଯିବ। ତଥାପି ମାନବିକତା ଓ ମାନବୀୟ ଧର୍ମ ବଡ଼। ଏମିତି କିଛି ଭାବୁ ଭାବୁ ଅଗତ୍ୟା କହି ପକେଇଲେ – “ଆଉ କିଛି ଉପାୟ ନାହିଁ, ଚାଲ! ଆମ ବସାକୁ ପଳେଇ ଯିବା। ସକାଳ ହେଲେ ମୁଁ ନିଜେ ଯାଇ ତୁମକୁ ତୁମ ଘରେ ଛାଡ଼ି ଆସିବି। ସ୍ତ୍ରୀ ଲୋକଟା ବି “ହଁ.. ନାହିଁ..”ଧସପସ ହୋଇ ଶେଷରେ ହଁ ଭରିଲା।

ଦୁହେଁ ଯାଇ ଶିବାନନ୍ଦ ବାବୁଙ୍କ ଘରେ ପହଞ୍ଚି ଗଲେ। ଘରେ ତାଲା ଦେଖି ମନେ ପଡ଼ିଲା – ତାଙ୍କ ପତ୍ନୀ ବାପା ଘରକୁ ଯିବା କଥା କହୁଥିଲେ, ବୋଧେ ଯାଇଛନ୍ତି। ହଁ.. ହଁ… ବସରେ ଥିବା ବେଳେ ସେ ତ ଫୋନ୍ କରିଥିଲେ, କ’ଣ କହୁଥିଲେ ଭଲ କି ଶୁଭୁନଥିଲା । ବୋଧହୁଏ ବାପ ଘରକୁ ଯିବା କଥା ନିଶ୍ଚୟ ଜଣାଇଥିବେ। ନିଜ ପାଖରେ ଥିବା ଅନ୍ୟ କାଠିଟିରେ ଚାବି ଫିଟାଇ ଘର ଭିତରକୁ ପଶିଲେ। ସ୍ତ୍ରୀ ଲୋକଟି କହିଲା – “ଭାଉଜ? ଭାଉଜ କ’ଣ ଘରେ ନାହାଁନ୍ତି?” ଶିବାନନ୍ଦ କହିଲେ – “ଥିବା କଥା। ହେଲେ ବାପ ଘରକୁ ଯିବା କଥା କହୁଥିଲେ- ବୋଧେ ଯାଇଥିବେ। ତେବେ ତୁମେ କିଛି ବ୍ୟସ୍ତ ହୁଅ ନାହିଁ, ମୁଁ ତୁମର କିଛି ବି କ୍ଷତି କରିବି ନାହିଁ। ଏ ତ ସବୁ ପରିସ୍ଥିତିର ଖେଳ। ଯାହାକୁ ଆମେ coincident କହିଥାଉ। ୟୁ ପ୍ଲିଜ୍ କାମ୍। ତୁମେ ଘର ଭିତରକୁ ଆସ! ବାହାରେ ଛିଡା ହୋଇ ରହିଲେ ଲୋକମାନେ କ’ଣ ଭାବିବେ? ସ୍ତ୍ରୀ ଲୋକଟି ଡରି ଡରି ଘର ଭିତରକୁ ପଶିଲା। ଶିବାନନ୍ଦ ବାବୁ କବାଟ ଦେଇ ଫ୍ରେସ୍ ହେଲେ ଓ ତାଙ୍କୁ ମଧ୍ୟ କହିଲେ – “ଏଇଟା ଭାଉଜଙ୍କ ରୁମ୍ ଯାଇ ଫ୍ରେସ୍ ହୋଇପଡ଼! ଭୋକ ଲାଗିଲାଣି କ’ଣ ଦୁଇଟା ଖାଇବା। ଶିବାନନ୍ଦ ବାବୁ ଚଟାପଟ ଗୋଡ଼ ହାତ ଧୋଇ ରୋଷେଇରେ ଲାଗି ପଡ଼ିଲେ। ସ୍ତ୍ରୀ ଲୋକଟା କହିଲା _”ଆପଣଙ୍କୁ କ’ଣ ରୋଷେଇ ଜଣା”? ଶିବାନନ୍ଦ କହିଲେ -” ହଁ ଅଳ୍ପ ଅଳ୍ପ “।

ସ୍ତ୍ରୀ ଲୋକଟି କହିଲା – “ଛାଡ଼ ମୁଁ ରୋଷେଇ କରିଦେବି”। ଶିବାନନ୍ଦ ବାବୁ କହିଲେ – “ନା..”

-“ତାହେଲେ ଦୁଇ ଜଣଯାକ ସାଙ୍ଗ ହୋଇ ରୋଷେଇ କରିବା” ।

ସେୟା ହେଲା। ସାଙ୍ଗ ହୋଇ ରୋଷେଇ କଲେ। ଜଣେ କଡ଼େଇ ବସେଇ ଖଡର ଖଡର କଲା ବେଳକୁ ଆଉ ଜଣେ ପରିବା କଟାରେ ଲାଗିଗଲେ। ରୁଟି ତରକାରୀ ସବୁ ପ୍ରସ୍ଥୁତ ହୋଇଗଲା। ଇତ୍ୟବସରରେ ଉଭୟ ଉଭୟଙ୍କର ଭଲ ମନ୍ଦ ସବୁ ପଚାରି ବୁଝି ସାରିଥାନ୍ତି। ଆହୁରି ଆତ୍ମୀୟତା ବଢି ବଢି ଆସୁଥିଲା। ଟିକିଏ ଥଟ୍ଟା ମଜ୍ଜା ଭିତରେ ଦିନ ତମାମର ସବୁ ତନାବ ଦୂର ହେଉଥିଲା। ଉଭୟ ବସି ସାଙ୍ଗ ହୋଇ ଖାଇଲେ। ଶିବାନନ୍ଦ ବାବୁ ନିଜେ ଦାଣ୍ଡ ଘରେ ଶୋଇ ତାଙ୍କୁ ବେଡ୍ ରୁମ୍ ରେ ଶୋଇବାକୁ କହିଲେ।

ଶିବାନନ୍ଦ ବାବୁଙ୍କର ନିଦ ଲାଗି ଆସୁଥିଲା। ସ୍ତ୍ରୀ ଲୋକଟି ହାଉଳି ଖାଇ ପାଟି କରି ଉଠିଲା। କହିଲା – “ମୋତେ ଭାରି ଡର ଲାଗୁଛି”। ଶିବାନନ୍ଦ ବାବୁ ଉଠିକି ବସିଲେ। କହିଲେ – “ନୂଆ ଜାଗା ସେମିତି ଲାଗୁଥିବ। ତୁମେ ଶୋଇପଡ କିଛି ହେବ ନାହିଁ” । ସ୍ତ୍ରୀ ଲୋକଟି କହିଲା-” ନା.., ବରଂ କଥା ହୋଇ ହୋଇ ରାତି ପୁହାଇ ଦେବା, ମୁଁ କିନ୍ତୁ ଏକୁଟିଆ ଶୋଇ ପାରିବି ନାହିଁ। ମୋତେ ଭାରି ଡର ଲାଗୁଛି, ତୁମେ ଏଇଠିକି ଆସ!” ଶିବାନନ୍ଦ ବାବୁ କଥା କାଟି ପାରିଲେ ନାହିଁ।ଉପାୟ ବି ତ ନଥିଲା । ପୁଣି ମଣିଷ ତ କେବଳ ପରିସ୍ଥିତିର ଦାସ। ପାଖରେ ଯାଇ ବସିଲେ। କଥାର ସୁଅ ଥରେ ଛୁଟିଲେ, କେଉଁଠୁ ଆରମ୍ଭ ହୋଇ କୋଉଠି ଯାଇ ଛିଡେ ତାହାର କିଛି ଆଦି ଅନ୍ତ ନଥାଏ।

ରୁମ୍ ରେ ଜିରୋ ପାୱାର ନୀଳ ବତୀଟିଏ ଜୁକଜୁକ ହୋଇ ଜଳୁଥାଏ। ସ୍ତ୍ରୀ ଲୋକଟି ଉଠିକି ବସିଥାଏ। କିଛି ସମୟ ଶୋଇ ଯାଇଥିବା କାରଣରୁ ତା’ର ଲୁଗାପଟା ଟିକିଏ ଇତଃସ୍ତତଃ ହୋଇଯାଇ ଅଙ୍ଗ ସୌଷ୍ଠବ ପରିସ୍ଫୁଟ ହୋଇ ଦିଶୁଥାଏ। ଅନ୍ତଃ ବସ୍ତ୍ର ବୋଧେ ଖୋଲି ଥୋଇ ଦେଇ ଥାଏ। ନା ଝାଳୁଆ ଗନ୍ଧାଉ ଥିବାରୁ ବୋଧେ ଧୋଇ ଖଟ ବାଡ଼ାରେ ଶୁଖାଇ ଦେଇ ଥାଏ। ମିଞ୍ଜି ମିଞ୍ଜି ଆଲୁଅରେ ସେ ଚିକ୍ଚିକ୍ ଦିଶୁଥାଏ। କେଶ ବିନ୍ୟାସ ବି ଅଧା ମୁକୁଳା ରହି ଟିକିଏ ବିପର୍ଯ୍ୟସ୍ଥ ହୋଇ ପଡ଼ି ଥାଏ। ସେ ବାରମ୍ବାର ମୁଣ୍ଡଟାକୁ ଛିଞ୍ଚାଡି ବାଳଟାକୁ ସାଇଜ୍ କରୁଥାଏ ବା କେତେବେଳେ ମୁହଁ ଉପରକୁ ପଡି ଆସୁଥିବା ବାଳଟାକୁ ନେଇ କାନ ଉପରେ ଗୁଞ୍ଜି ଦେଉଥାଏ। ମଝିରେ ମଝିରେ ପଦେ କହି ମଲ୍ଲି ଫୁଲିଆ ହସଟିଏ ଚେନାଏ ଖଣ୍ଡ ହସି ପକାଉଥାଏ। ଖୁବ୍ ସୁନ୍ଦର ତ ଚେହେରା, ରୂପ କାନ୍ତି ଖାଲି ଝଟକୁ ଥାଏ। ଦେହରୁ ଚମ୍ପା ଫୁଲିଆ ବାସ୍ନା ବୋହି ଆସି ଶିବାନନ୍ଦ ବାବୁଙ୍କ ନାସିକା ଅଗ୍ର ଚୁମ୍ବୁଥାଏ। ମନ ପ୍ରାଣ ଶିକ୍ତ ହୋଇ ଯାଉଥାଏ। ଶରୀର ଉନ୍ମାଦ ଅବସ୍ଥାକୁ ଆସି ଯାଉଥାଏ। ଏଥି ପୂର୍ବରୁ ଶିବାନନ୍ଦ ବାବୁ ତାକୁ ହୁଏତ ଭଲ ଭାବେ ଚାହିଁ ନଥିଲେ ବା ଦେଖିବାକୁ ଏତେଟା ଆଗ୍ରହ ପ୍ରକାଶ କରି ନଥିବେ। ସ୍ତ୍ରୀ ଲୋକଟି ପ୍ରଥମେ ଆରମ୍ଭ କଲେ-” ମୁଁ ଆପଣଙ୍କୁ ନିଦରୁ ଉଠେଇ ହଇରାଣ କଲି ନା? ସତ କହୁଛି ମୋତେ ଛାଇ ନିଦ ଆସିଯାଇଥିଲା। ଦେଖିଲି ମୋତେ କିଏ ମାଡ଼ି ବସିଛି ।ମୁଁ ଭୟଭୀତ ହୋଇ ଗଲି। ମୋ ନାଁଟି ଯେଣୁ ପଦ୍ମିନୀ ମୁଁ ଭାରି କୋମଳ, ଟିକିଏ କିଛି ହେଲେ ଭୟ ପାଇ ଯାଏ। ଏବେ ବି ମୋ ଭିତରେ କମ୍ପାନ ଥମି ନାହିଁ। ହାତ ମାରି ଦେଖୁନ”!ଶିବାନନ୍ଦଙ୍କ ହାତ ସଧୀରେ ନେଇ ତା’ ଶରୀର ଉପରେ ଛାଡି ଦେଲା। ଏତିକିରେ ଶିବାନନ୍ଦ ବାବୁଙ୍କ ଶରୀରରେ ଯେପରି ବିଦ୍ୟୁତ୍ ବେଗରେ ବିଜୁଳୀ ଖେଳି ଗଲା। ସେ ଚମକ ଓ ଟମକ ଅନୁଭବ କଲେ। ସେ ହତଚକିତ ହୋଇ ଗଲେ। ତାଙ୍କ ଶରୀରରେ କ୍ରିୟା ବିକ୍ରିୟା ସୃଷ୍ଟି ହେଉଥିଲା।ସେ ନିଜର ମନର କଥା ସିନା କାହାକୁ କହି ପାରୁନଥିଲେ, ହେଲେ ଶରୀର ଆଉ ବୋଲ ମାନୁ ନଥିଲା। ସେ ନିଜକୁ ନିଜେ ସମ୍ବରଣ କରି ପାରୁ ନଥା’ନ୍ତି। ମନ ବିକାରଗ୍ରସ୍ତ ହେଲାଣି ।ଚେଷ୍ଟା କରି ମଧ୍ୟ ନିଜକୁ ପ୍ରକୃତିସ୍ଥ କରି ପାରୁ ନଥାନ୍ତି। ଅବଶ୍ୟ ଗୋଟେ କିଛି ଭୁଲ ହୋଇଯିବା ଭୟରେ ଟିକିଏ ରହି ଯାଉଥାନ୍ତି।ଯାହା ହେଲେ ବି ସେ ପୁରୁଷ ପୁଅ ନା? ତାଙ୍କର ପୌରୁଷତ୍ବକୁ ଯେପରି କିଏ ଲଲକାର ଦେଉଥାଏ। ତେଣୁ ତାଙ୍କ ଭିତରେ ପୁରୁଷ ପଣିଆ ଯାଗି ଉଠୁଥାଏ। ଏଣିକି ସେ ତା’ ଉପରେ ଥୋଇଥିବା ହସ୍ତିକାଟିକୁ ଧୀରେ ଧୀରେ ଅଥଚ ଭୟ ଓ ସତର୍କତାର ସହିତ ମୃଦୁ ସଞ୍ଚାଳନ କରିବାକୁ ଲାଗିଲେ-ତା’ ଶରୀର ଉପରେ ।ପାଟି ମଧ୍ଯ ଖୋଲିଲେ – “ସତରେ ତୁମ ନାଁଟି ଭାରି ସୁନ୍ଦର। ଏଇ ନାଁଟି ତୁମକୁ କିଏ ଦେଇଥିଲେ? ଏଇ ନାଁଟି ମୋର ଭାରି ପସନ୍ଦ” । ପଦ୍ମିନୀ କହିଲା – “ସତରେ ନା କ’ଣ? ମୋ ନାଁଟା ଖାଲି ସୁନ୍ଦର ନା ମୁଁ ବି” ?

ଶିବାନନ୍ଦ ବାବୁ ହସି ପକେଇ କହିଲେ – “ଦୁଇଟାଯାକ “।ହଁ.. ନାହିଁ.. ମିଛ କହୁଛ.. ଇତ୍ୟାଦି ଭିତରେ କିଛି ସମୟ ପାଇଁ ହସର ରୋଳ ଘରଟି ଭିତରେ ଗୁମୁରି ଉଠିଲା। ଦୁହେଁ ଯାକ ହସି ହସି ଗଡି ଯାଉଥିଲେ।ପଦ୍ମିନୀ କହିଲେ -” ମୁଁ ଯଦି ସୁନ୍ଦର ତେବେ ମୋର କୋଉଟା ବେଶୀ ସୁନ୍ଦର କହିଲ”! ଶିବାନନ୍ଦ କହିଲେ -” କେଉଁଟା ସୁନ୍ଦର କହିବି, ତୁମର ସବୁ ସୁନ୍ଦର” ।

-” ଖାଲି ସୁନ୍ଦର କହିଲେ କ’ଣ କୋଉ ନାରୀ ଖୁସି ହୋଇ ପାରିବ? ତା’ ରୂପ ଯୌବନର ବର୍ଣ୍ଣନା ଶୁଣିବାକୁ ସେ ବହୁତ ଭଲ ପାଏ । ତୁମେ କ’ଣ କେବେ କେଉଁ ନାୟିକାର ବର୍ଣ୍ଣନା କରିନାହଁ ବା ପଢିନାହଁ? ଯଦି ହଁ ତେବେ ମୋର ବର୍ଣ୍ଣନା କର ତ! ମୁଁ ତୁମ ବାକ୍ଚାତୁର୍ଯ୍ୟ ଦେଖିବି” ।

ଶିବାନନ୍ଦ ବାବୁ କହିଲେ -” ତୁମ ନାକ, କାନ ଭ୍ରୂଲତା, ଦନ୍ତ ପଂକ୍ତି, ନଖଶ୍ରୀ, ନୟନର ଛଟା, ଓଠରେ ଶବ୍ଦାବଳୀ, କଣ୍ଠ ନିକ୍ବଣର ମଧୁର ସ୍ଵନ, ମସ୍ତକରେ ବିନ୍ଦୁ ବିନ୍ଦୁ ହୋଇ ଝାଳେଇ ଆସୁଥିବା ଝାଳ, ଶରୀରର ଗନ୍ଧ, କୁନ୍ତଳର ଘନତ୍ଵ ଓ ଚିତ୍ତ ଉତ୍ତେଜକ ବାସ୍ନା ସବୁ ନିଆରା, ସବୁଥିରେ ମିଠାସ ଭରି ରହିଛି”। ଏଥରେ ପଦ୍ମିନୀ ଖିଲିଖିଲି ହୋଇ ହସି ଉଠିଲେ ଓ ଆହୁରି ମଧ୍ୟ ଉତ୍ସାହିତ କରି କହିଲେ -” ଆଉ କିଛି କହିବ ନାହିଁ? ମୋ ଶରୀରର ଅନ୍ୟ ଅଙ୍ଗ ଦେଶମାନ କ’ଣ ଅସୁନ୍ଦର”? ଶିବାନନ୍ଦ ବାବୁ କହିଲେ – “ନା ସେ କଥା ନୂହେଁ। ବାସ୍ତବରେ ତୁମ ଅତୁଳନୀୟା। ତୁମର ଦୀପ୍ତିମୟୀ ଆଭା, ଅପୂର୍ବ ରୂପକାନ୍ତି ଯେକୌଣସି ପୁରୁଷ ହୃଦୟରେ ଭାବାନ୍ତର ସୃଷ୍ଟି କରିବାକୁ ବେଶ୍ କ୍ଷମ। ପାଦରେ ହାତ ରଖି – ତୁମ ପାଦଦେଶ ଖୁବ୍ ମସୃଣ। ହସ୍ତ ଚାଳନା କରି ତା’ର ହସ୍ତ ଏକକୁ ଦୁଇ ପାପୁଲିରେ ଜାବୁଡି ଧରି –”ତୁମ ଆଙ୍ଗୁଠି ଗୁଡିକ ଖୁବ୍ ନମ୍ର ଓ ପାପୁଲି ଅତି କୋମଳ। ତୁମର ନିତମ୍ବ ଗୁଡ଼ିକ ମଧ୍ଯ ଖୁବ୍ ପୃଷ୍ଟ। ଚିବୁକଗୁଡିକ ପାଚିଲା ଟମାଟୋ ପରି ଲାଲ କହି ଗାଲଟିକୁ ଚିପି ଦେଲେ। ପଦ୍ମିନୀ ଓଠ କାମୁଡି ଲାଜେଇ ଗଲେ ସିନା ହେଲେ ପାଖକୁ ଧୀରେ ଆଉଜି ଆସୁଥିଲେ। ଏତିକିବେଳେ ଶିବାନନ୍ଦ ବାବୁ ତା’ର ଗଣ୍ଡ ଦେଶରେ କେତୋଟି ମୃଦୁ ଚୁମ୍ବନ ଆଙ୍କି ଦେବାରୁ ସେ ଶିହରିତ ହୋଇ ଅତି ଉଲ୍ଲସିତ ହୋଇ ଉଠିଲେ ଓ ଶିବାନନ୍ଦ ବାବୁଙ୍କୁ ଜୋହରରେ ଜାବୁଡି ଧରିଲେ। କହିଲେ – “ତୁମେ ବି ସୁନ୍ଦର, ହେଲେ ଟିକିଏ ଦୁଷ୍ଟ। ଏହାପରେ ଦୁହେଁ ଦୁହିଁଙ୍କୁ ଅତି ନିବିଡ଼ ଭାବେ ପାଇଲେ। ଆଲିଙ୍ଗନ ଓ କୋଳାକୋଳି ରଜ୍ଜୁରେ ବାନ୍ଧି ହୋଇଗଲେ। ଜଣେ ଅନ୍ୟ ଜଣଙ୍କ ସ୍ପର୍ଶରେ ଆହ୍ଲାଦିତ ହୋଇଯାଉଥାନ୍ତି।

ମୃଦୁ ଶ୍ଲେଷର ଉଭୟ ଉଭୟଙ୍କୁ ଶରାଘାତ କରୁଥିଲେ। ଶେଷରେ ଉଭୟ ଉଭୟଙ୍କ ଭିତରେ ସମାହିତ ହୋଇଗଲେ। ଉଠିଲା ବେଳକୁ ଅଙ୍ଗବସ୍ତ୍ର ଉନ୍ମୁକ୍ତ, ପରସ୍ପର ପରସ୍ପରର ଖୁବ୍ ନିକଟରେ। ରାତି ପାହି ଯାଇଥିଲା। ସମୟ ଅତିକ୍ରାନ୍ତ ହୋଇସାରିଥାଏ। ବିଛଣାରୁ ଉଠିବାକୁ କେହି ମନ କରୁନଥା’ନ୍ତି। ତେଣୁ ବିଳମ୍ବିତ ପ୍ରହର।

କେହି ଜଣେ ଆଗନ୍ତୁକ କବାଟ ବାଡେଇବାରୁ ଧଳପଡ଼ ହୋଇ ବିଛଣାରୁ ଉଠିଲେ। ତୁରନ୍ତ ଆଗନ୍ତୁକଙ୍କୁ କ’ଣ ଏଣୁ ତେଣୁ କହି ଶିବାନନ୍ଦ ବାବୁ ଫେରି ଆସୁଥିଲେ ପ୍ରକୋଷ୍ଠକୁ। ସେତେବେଳକୁ ପଦ୍ମିନୀ ଗାଧୋଇ ସାରି ଅଙ୍ଗ ବସ୍ତ୍ର ପରିଧାନ କରୁଥା’ନ୍ତି। ଉଭୟ ଉଭୟଙ୍କୁ ନିମିଷକେ ଚାହିଁ ଦେଇ ପୁଣି ଥରେ ସ୍ନେହ ଆଶ୍ଳେଷରେ ବାନ୍ଧି ହୋଇ ପଡୁଥିଲେ – ଶେଷ ଥର ପାଇଁ। ସେମାନେ ଭୁଲି ଯାଉଥାନ୍ତି ଯେ, ପଦ୍ମିନୀକୁ ଫେରିବାକୁ ହେବ ତା ବାପା ଘରକୁ – ଘର କୁପାରୀ। ଶିବାନନ୍ଦ ଭାବାବେଶ ହୋଇ କହିଲେ – “ଆଉ ଦିନେ ଦୁଇ ଦିନ ତମେ ଅଟକି ଗଲେ ଚଳିବ ନାହିଁ? ମୋର ଆଦୌ ଛାଡିବାକୁ ଇଚ୍ଛା ହେଉ ନାହିଁ”। ପଦ୍ମିନୀ କହିଲା -” ମୁଁ କ’ଣ ଚାହୁଁନାହିଁ, ହେଲେ ସେ କଥା ପରେ। ତୁମେ ଆଗ ଗଲ! ତୁମକୁ ପରା କିଏ ଡାକି ଆସିଥିଲେ କେଉଁ ଏକ ଅର୍ଜଣ୍ଟେ କାମରେ ଯିବା ପାଇଁ। କେତେବେଳେ ଫେରିବ”?

_” ଦୁଇ ଘଣ୍ଟା ପରେ”।

-“ଠିକ୍ ଅଛି, ତୁମେ ଫେର୍! ମୁଁ ତୁମ ପାଇଁ ରୋଷେଇ କରି ରଖୁଛି। ଫେରିଲେ ସାଙ୍ଗ ହୋଇ ଖାଇବା। ତା’ ପରେ ଯେଉଁ କଥା”।

-” ଠିକ୍ ଅଛି ଡାର୍ଲିଂ, ମୁଁ ତେବେ ଆସୁଛି କହି ପାଖକୁ ଭିଡ଼ି ନେଇ ଚୁମ୍ବନଟିଏ।

ଏହି ସୁଯୋଗର ଅପେକ୍ଷାରେ ତ ପଦ୍ମିନୀ। ବେଡ୍ ରୁମ୍ ଓ ଗଡ଼ରେଜ୍ ଚାବିକାଠି ତ ତା’ ପାଖରେ, ଯାହା ସିଏ ଶିବାନନ୍ଦ ବାବୁଙ୍କୁ ପ୍ରେମ ନିଶାରେ ମତୁଆଲା କରି ହାତେଇ ନେଇଥିଲା। ସୁନା ରୂପା, ଟଙ୍କା ପଇସାଠୁଁ ଶାଢ଼ି ପାଟମଠା ଯାଏଁ ଯାହା ଥିଲା ସବୁ ସେ ଗୋଟେ ବ୍ୟାଗରେ ପ୍ୟାକ୍ କଲା। ଟଙ୍କା ପଇସା ଯାହାର, ଝୁଲା ମୁଣି ବି ତାହାର – ସେଇଥିରେ ପୁରାଇ ରଖିଲା। ଅଣ୍ଟିରୁ ଲୁଚାଇ ରଖିଥିବା ଫୋନ୍ ବାହାର କଲା। କାହାକୁ ଗୋଟେ ଫୋନ୍ କଲା। ଘର ସାମ୍ନାରେ ଚାରି ଚକିଆ ଯାନଟେ ଲାଗିଲା। କବାଟଟା ଧୀରେ ଆଉଜେଇ ନେଇ ସିଧା ଗାଡିରେ ଯାଇ ବସିଲା। ଆଖି ପିଛୁଳାକେ ଗାଡ଼ି କୁଆଡ଼େ ରବାନା ହୋଇଗଲା। ଶିବାନନ୍ଦ ଠିକ୍ ଦୁଇ ଘଣ୍ଟା ପରେ ଘରକୁ ଫେରିଲେ। ମନରେ ଅନ୍ୟ ପ୍ରକାରର ଉତ୍ସୁକତା ଭରି ରହିଥିଲା। ଘରେ ଯାଇ ଦେଖନ୍ତି ତ ସବୁ କଳା କନା ବୁଲି ଯାଇଥାଏ। ପଡ଼ିଶାଙ୍କ ଠାରୁ ଖବର ପାଇଲେ ତାଙ୍କ ଘରକୁ ଯେଉଁ ସମ୍ପର୍କୀୟା ଜଣଙ୍କ ଆସିଥିଲେ ସେ ବ୍ୟାଗ୍ ଧରି ଗାଡିରେ ବସି ଚାଲି ଯାଇଛନ୍ତି। ସେ ଏଣେ ତେଣେ ହୋଇ ଧାଇଁଲେ, ପୁଣି ସେ ଦେଇଥିବା କୁପାରୀ ଆଡ୍ରେସର ପତା ନେଇ ନିରାଶ ହୋଇ ଫେରିଲେ। ମିଛ। ସବୁ ମିଛ। କିଏ ଜଣେ କହିଲା ଗାଡି ଉତ୍ତର ଆଡକୁ ଯାଇଛି, ବିଦେଶୀ ନମ୍ବର ଥିଲା, ବୋଧେ କଲିକତାର। ଏବେ ତାଙ୍କର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ ଗାଡି କଲିକତା ଆଡକୁ ମୁହାଁଇଛି। ଏମାନେ ରୂପଜୀବୀ। ଏମାନଙ୍କର ପେଶା ହେଲା ଏୟା। ଅନ୍ୟକୁ ଜାଲରେ ପକାଇ ଲୁଟିବା। ଏମାନଙ୍କର ବିରାଟ ଗ୍ୟାଙ୍ଗ ଅଛି। ଦିନ ଦ୍ଵିପ୍ରହରରେ ଏମାନେ ଡାକା ଡାଲି ପାରନ୍ତି। କାନ ମୁଣ୍ଡ ଆଉଁଷି ହୋଇ ରହିଲେ। କାହାକୁ କିଛି କହି ପାରିଲେ ନାହିଁ। ପୁଲିସକୁ କହିଲେ ନିଜେ ଜନାକାରୀରେ ପଡ଼ିବେ। ପତ୍ନୀ ଫେରିଲେ। ସଫେଇ ଦେଲେ। କହିଲେ – “ବାହାରକୁ ଯାଇଥିଲି କିଏ ସବୁ ତାଲା ଭାଙ୍ଗି ଲୁଟି ନେଇଛି। ବ୍ୟସ୍ତ ହୁଅ ନାହିଁ। ସବୁ ଗଢି ଦେବି” । ପତ୍ନୀକୁ ସିନା ମିଛ ଆଶ୍ୱସନା ଦେଇ ଠକି ଦେଲେ, ହେଲେ ଭିତରେ ଭିତରେ କୁନ୍ଥେଇ କାନ୍ଦୁଥାନ୍ତି।


Rate this content
Log in