STORYMIRROR

mamatanjali Patra

Others

3  

mamatanjali Patra

Others

ସନ୍ଥକବି ଭୀମଭୋଇ

ସନ୍ଥକବି ଭୀମଭୋଇ

1 min
172


ସନ୍ଥକବି ଭୀମଭୋଇ ଓଡିଆ କବି ମହିମା ଧର୍ମର ପ୍ରଚାରକ ଥିଲେ।ଅଠରଶହ ପଞ୍ଚାଅଶି ମସିହା ସମ୍ବଲପୁର ରେଢାଖୋଲର କାନ୍ଧରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।ସେ ମହିମା ଧର୍ମ ର ଜୀବନଓ ଦର୍ଶନ ଉପରେ ବାଖ୍ୟା କରିଥିଲେ।ପିଲାଦିନେ ତାଙ୍କୁ ବସନ୍ତ ରୋଗ ପୀଡିତ ହେଇଥିଲେ।ସେ ରୋଗରେ ପୀଡିତ ହୋଇ ତାଙ୍କର ଚକ୍ଷୁ ଦୁଇଟିକୁ ହରେଇ ବସିଲେ।ତାପରେ ସେ ଅନ୍ଧ ପାଲଟିଗଲେ।ସେ ନିଜର ସହଜାତ ପ୍ରତିଭା ବଳରେ କବିତା ବଳି ରଚନା କରିଥିଲେ।ତାଙ୍କର ଭଜନ,କୀର୍ତ୍ତନ ଜଣାଣ ସ୍ୱଚ୍ଛ, ସୁନ୍ଦର ଆଉ ସତ୍ୟନିଷ୍ଠା ସମାଜ ଗଢି ତୋଳିବା ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ।ତତ୍କାଳୀନ ସମାଜର ଉଚ୍ଚନୀଚ, ଜାତିପ୍ରଥା ଛୁଆ ଅଛୁଆଁ ଭେଦ ଭାବ ଅନ୍ୟାନ୍ୟ କୁସଂସ୍କାର ବିରୋଧ ରେ ଛାନ୍ଦ ଚଉପଦୀ ଗୀତ ମାଧ୍ୟମରେ ଜଣାଣ କରିଥିଲେ।ସେ ମିହିମାଧର୍ମ ପ୍ରଚାର କଲେ। ସନ୍ଥକବି ଭୀମଭୋଇ ଆଜନ୍ମ ଅନ୍ଧ ଥିଲେ।ସେ କିଛି ଦେଖିପାରୁନଥିଲେ।ସେ ସରଳ ଶାନ୍ତଶିଷ୍ଟ, ଭଦ୍ର ଶ୍ରେଣୀର ଲୋକ ଥିଲେ। ସେ ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିଦେଲେ। ଥରେ ଭୀମଭୋଇ ଘଞ୍ଚଅରଣ୍ୟ ଦେଇ ଯାତ୍ରା କରୁଥିଲେ।ତାଙ୍କର ଭାରି ଇଚ୍ଛା ଥିଲା ସେ ପୃଥିବୀର ସୁନ୍ଦରସୃଷ୍ଟିକୁ ଦେଖିବା ପାଇଁ। ସେ ସେଠାରେ ବସି ଭଗବାନଙ୍କୁ ଯୋଗଧ୍ୟାନ କଲେ।କାୟମୟ ବାକ୍ୟରେ ଭଗବାନଙ୍କୁ ଆରାଧନା କଲେ। ପ୍ରଭୁଙ୍କ ମାୟାରେ ତାଙ୍କୁ ଚକ୍ଷୁ ଫେରେଇଦେଲେ। ସେ ଯେତେବେଳେ ଆଖି ଦୁଇଟିକୁ ଖୋଲି ଦେଇ ଦେଖିଲେ ଗୋଟିଏ ମହାବଳ ବାଘଟି ମାଡିବସିଛି ଗୋଟିଏ ହରିଣକୁ ଜଙ୍ଗଲ ଭିତରେ ତାକୁ ରକ୍ତାକ୍ତ କରିଦେଇଛି। ଆଉ ତାକୁ ଝିଣିଝିଣି ମାରିଦେଇଛି।ସେହି ନିରିହ ପ୍ରାଣିଟିକୁ।ଏପଟେ ମଣିଷ ମଣିଷ ଭିତରେ ହଣାକଟା ଚାଲିଛି।ଅନ୍ୟାୟ ଅତ୍ୟାଚାର ବଢିବାରେ ଲାଗିଛି।ଭୀମଭୋଇ ସଙ୍ଗେ ସଙ୍ଗେ ଭଗବାନଙ୍କ ପାଖରେ ଗୁହାରି କଲେ ପ୍ରଭୂ ମୁଁ ଏସବୁ ଦେଖିପାରିବି ନାହିଁ। ମୁଁ ଯେଉଁ ଅନ୍ଧ ଥିଲି ମୋତେ ସେହି ଅନ୍ଧ କରିଦିଅ। ମୋର ଏହି ଆଖି ଦୁଇଟିକୁ ନେଇଯାଅ। ଆଉ ସାରା ଜୀବନ ମୋତେ ଅନ୍ଧ କରି ରଖ। ଶେଷରେ ସେ ସାରା ଜୀବନ ଅନ୍ଧ ହୋଇ ରହିଲେ।

 ଆଉ ଶେଷରେ ଲେଖିଲେ

"ପ୍ରାଣୀ ଆରତ ଦୁଃଖ ଅପ୍ରମିତ

 ଦେଖୁ ଦେଖୁ କେବା ସହୁ

ମୋ ଜୀବନେ ପଛେ ନର୍କେ ପଡିଥାଉ

 ଜଗତ ଉଦ୍ଧାର ହେଉ।"

  

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍