STORYMIRROR

mamatanjali Patra

Others

3  

mamatanjali Patra

Others

ବାଉଁଶରାଣୀ

ବାଉଁଶରାଣୀ

3 mins
154


ଜୀବନର ମାନେ କଣ?ବଞ୍ଚିବାର ରାସ୍ତା ଭିନ୍ନଭିନ୍ନ ମୋଡରେ ଆଣି ଛିଡା କରିଦେଇଥାଏ।ସମୟରଚକ୍ର ଯେପରି ଘଣ୍ଟା କଣ୍ଟା ପରି ଘୂରିଚାଲେ।ସେ କାହାକୁ ଅପେକ୍ଷା କରେ ନାହିଁ।ତାର କାମ ସିଏ କରିଚାଲେ ।ଠିକ୍ ସେହିପରି ମଣିଷ ଜୀବନ ଗତାନୁଗତିକ ଭାବରେ ଗତି କରେ।ସେ ଜାଣିନଥାଏ କେତେବେଳେ କଉ ସମୟ ଆସି ପହଞ୍ଚିବ କେହି କହିପାରିବେନି। ସେହିପରି ଗୋଟିଏ ଛୋଟ କାହାଣୀ ଟିଏ ଉଲ୍ଲେଖ କରୁଛି।ଗୋଟିଏ ଛୋଟ ପରିବାର ଟିଏ ବେଶ୍ ହସ ଖୁସିରେ ଦିନ କଟିଯାଏ।ଗୋଟିଏ ଛୋଟ ଗାଁ ଟିଏ ଥିଲା। ସେହି ଗାଁ ରେ ଗୋଟିଏ ସୁନ୍ଦର ଝିଅଟିଏ ରହୁଥିଲା।ପାଠ ବହୁତ କମ ପଢିଥାଏ । ଘରେ ତାର ରୋଗିଣା ବାପ, ମାଆ ଦୁଇଜଣ ଥାନ୍ତି।ଝିଅ ଟି ଘରର ଚାଷ କରି ଆଉ ଅନ୍ୟର କାମ କରି ବାପା ମାଆର ମୁହଁରେ ହସ ଫୁଟାଏ।କିଛି ଦିନ ବିତିଗଲା ।ସେହି ଗାଁ କୁ ଜଣେ ବଡଲୋକ୍ ଘରର ପୁଅ ସହିତ ଦେଖାହେଲା। ଆଉ ତାକୁ ଭଲ ପାଇଲା।

 ପୁଅ ଘରେ କେହି ରାଜି ହେଲେ ନାହିଁ ସେହି ଝିଅ ସହିତ ବିବାହ କରିବା ପାଇଁ। ସେ ଅବାଧ୍ୟ ହୋଇ ଦୁହେଁ ଘର ଛାଡ଼ି ବାହାକୁ ପଳେଇ ଯାଇ ଦୁହେଁ ଦୁହିଁଙ୍କୁ ବିବାହ ବନ୍ଧନରେ ବାନ୍ଧିହେଲେ।  କିଛି ଦିନ ବେଶ୍ ଖୁସିରେ ବୈବାହିକ ଜୀବନ କଟିଲା । ଏମିତି ଏକ ସମୟ ଆସିଗଲା। ଏକ ଅଶାନ୍ତ ଝଡ ମାଡିଆସିଲା ।ସେହି ଝଡ ତାକୁ ପୁଅଟିକୁ ପରିବର୍ତ୍ତନ କରିଦେଲା। ତା ସ୍ତ୍ରୀକୁ ମାଡ

ମାରିବା ଆରମ୍ଭ କଲା । ବହୁତ ଅତ୍ୟାଚାର କରେ ମାନସିକ ଆଉ ଶାରୀରିକ ଭାବେ ବହୁତ କଷ୍ଟ ଦିଏ। ସେ କଷ୍ଟ ସହିଯାଏ। ପ୍ରତିବାଦ କରେନି । ବିବାହର କିଛି ଦିନ ପରେ ଗୋଟିଏ କନ୍ୟା ସନ୍ତାନଟିଜ ଜନ୍ମ ନେଲା। କନ୍ୟାଟି ଧିରେ ଧିରେ ବଢିବାକୁ ଲାଗିଲା। ଝିଅଟିକୁ ଯେତେବେଳେ ଅଢେଇ ବର୍ଷ ହୋଇଥାଏ । ପେଟରେ ଆଉ ଗୋଟିଏ ପିଲା ଧାରଣ କରିଥାଏ। ସ୍ୱାମୀ ତାସହିତ ଯନ୍ତ୍ରଣା ଦାୟକ ପାହାଡ ଆଣି ଛିଡା କଲା। 

ତା ସ୍ୱାମୀ ଆଉ ଗୋଟେ ଝିଅ ସହିତ ସମ୍ପର୍କ ରଖି ତାକୁ ବିବାହ କରି ଘରକୁ ଆଣିଲା। ଆଉ ଏକୁ ଘରର ଚାକରାଣୀ ପରି ଖଟେଇଲା। ପ୍ରତିବାଦ କଲେ ତାକୁ ମାଡ ମାରେ ଧମକ ଦିଏ ବେଶୀ କଥା କହିବୁ ଯଦି ତତେ ମାରିଦେବି। ଚୁପ୍ ରହିବୁ ଯାହା କୁହାଯିବ ତାକୁ ମାନିବାକୁ ବାଧ୍ୟ। ସହି ସହି ଦିନେ ତା'ର ସ୍ୱାମୀ ତାକୁ ମାଡ ମାରି ଘରୁ ବାହାର କରିଦେଲା। ସେ ତା ବାପ ଘରେ କିଛି ଦିନ ରହିଲା। ରହିଲା ପରେ ଗାଁ ଲୋକ ମାନଙ୍କର ଟାହିଟାପରା କଲେ। ସେ ସହି ନପାରି ବାପ ଘରୁ କୁଆଡେ ପଳେଇ ଗଲା ବାହାରେ ରହି ତାର ଝିଅକୁ ବାଉଁଶ ରାଣୀ ନାଚ ସିଖେଇଲା।  ଗୋଟିଏ ଦଉଡି ରେ ସାଇକେଲ ରିମ୍ ରଖି ସେହି ରିମ୍ ଧାରରେ ଗୋଡ ଦେଇ ଚାଲିବାକୁ ଲାଗିଲା । ମେଲଣ ପଡିଆରେ ମେଲଣ ଯାତ୍ରା ହେଉଥାଏ।ସେହି ମେଲଣ ଯାତ୍ରାରେ ବାଉଁଶ ରାଣୀ ନାଚ ହେଉଥାଏ ।ସେଠାରେ ବହୁତ ଲୋକ ରୁଣ୍ଡ ହୋଇଥାନ୍ତି। ଦୁଇ ସାଇଟିରେ ବାଉଁଶ ର ବାଡି ପୋତାହୋଇଥାଏ। ସେହି ବାଡିରେ ଗୋଟିଏ ଦଉଡି ଟିଏ ବନ୍ଧା ଯାଇଥାଏ।ସେହି ଦଉଡି ରେ ଝିଅଟି ଠିଆ ହୋଇ ମୁଣ୍ଡରେ ଚାରି ପାଞ୍ଚଟି କଳସ ଥାକ କରି ନାଚୁଥାଏ। ବିଭିନ୍ନ ପ୍ରକାରର ନୃତ୍ୟ ଦର୍ଶକ ମାନଙ୍କୁ ପଦାର୍ପଣ କରୁଥାଏ। ତାର ମାଆ ଆଉ ଗୋଟେ ଛୁଆକୁ କାଖରେ ଧରି ଥାଏ। ଆଉ ତା 'ଝିଅକୁ କହୁଥାଏ "ଏ ରିଙ୍କି"ତୁ ଭଲ ଭାବରେ ନାଚ । ତୋର ନୃତ୍ୟ କୁ ଦେଖିଲେ ଦର୍ଶକ ମାନେ ବେଶ ଖୁସି ହେବେ।ଆଉ ପଇସା ଦେବେ। ସେ ପଇସା ଦେଲେ ଆମେ ଖାଇବା ତୋ କୁନି ଭାଇ ଖାଇବ। ପାଠ ପଢିବ ତମେ ଦୁଇଜଣ।

"ମା"ଟି ତାର କାନ୍ଦି କାନ୍ଦି କହୁଥାଏ। ତା'ର ମାଆର ଆକୁଳ ବେଦନା ଦେଖି ଝିଅଟି ବହୁତ ଜୋରରେ ନାଚିବାକୁ ଲାଗିଲା ।ଦର୍ଶକମାନେ ବେଶ୍ ଖୁସି ହେଲେ ଆଉ ପଇସା ଦେବାକୁ ଲାଗିଲେ। ସେହି ମେଲଣ ପଡି ଆକୁ ମୁଁ ଯାଇଥାଏ ତାକୁ ନାଚକୁ ଦେଖୁଥାଏ। ଦେଖୁ ଦେଖୁ ଯାଇ ତା'ମାଆକୁ ପଚାରିଲି ତମେ କାହିଁକି ଏତେ ଛୋଟ ଝିଅକୁ ବାଉଁଶ ରାଣୀ କରିକି ନଚଉଛ। ଆଜି ଯଦି ତା"ରକିଛି ହେଇଯିବ। ତାହେଲେ ତୁମେ କଣ କରିବ। "ମାଆ" ତାର ସେଇଟି ବସି କାନ୍ଦି କାନ୍ଦି ତାର କାହାଣୀ କହିଲା। ମୁଁ କଣ କରିବି ଏ ହେଉଛି ମୋର ଆଉ ମୋ ପିଲାଙ୍କର ବଞ୍ଚିବାର ରାହା।ସବୁ କିଛି ଭଗବାନଙ୍କ ନିକଟରେ ନ୍ୟସ୍ତ କରିଦେଇଛି। ସବୁ ତାଙ୍କରି ଇଛା। ବଞ୍ଚିବାକୁ ହେଲେ ଜୀବନକୁ ସଂଘର୍ଷ କରିବାକୁ ପଡିବ। ମୁଁ ମୋ ପିଲାଙ୍କୁ ନେଇ ଜୀବନ ସହିତ ସଂଘର୍ଷ କରିଚାଲିଛି । ମୋ ପିଲାକୁ କହୁଛି ଜୀବନର ଯେତେ ବଡ଼ ଝଡ ଆସୁନା କାହିଁକି ତାକୁ ସାମ୍ନା କରିବ ।ଭାଙ୍ଗି ପଡିବନି କେବେ। ଏଦୁନିଆକୁ ଦେଖେଇବାକୁ ହେବ ବଞ୍ଚିବାର କଳା କଣ?


 



Rate this content
Log in