STORYMIRROR

mamatanjali Patra

Others

4  

mamatanjali Patra

Others

ଦୁହିତା

ଦୁହିତା

4 mins
245


ଦୁହିତା ଦୁଇ କୂଳକୁ ହିତା । ଦୁଇ କୂଳର ମାନ୍ ମମ୍ମାନ ମର୍ଯ୍ୟାଦା ରଖିଥିବାରୁ ତାର ନା ଦୁହିତା। ସେ ନିଜ ଅଗ୍ନି ଶିଖା ପରି ଜଳିଥାଏ। ହେଲେ ସେ ସମସ୍ତଙ୍କୁ ଆଲୋକ ପ୍ରଦାନ କରିଥାଏ। ସବୁ ଜହରକୁ ନୀଳକଣ୍ଠ ପରି ଏକା ପିଇ ଚାଲେ। କେବେ କାହାକୁ କିଛି କୁହେନି ।ପ୍ରତିବାଦ କରେନି। ସିଏ ଦୁହିତା।ଗୋଟେ ଝିଅ ଯେତେବେଳେ ବାପ ପରକରି ପର ଘରକୁ ନିଜର କରେ। ନିଜ ଘର ଲୋକଙ୍କୁ ଠାରୁ ଦୂରେଇଯାଇଥାଏ।

ଅଜଣା ଅସୁଣା ପିଲାଟିକୁ ନେଇ ଘର ସଂସାର କରିବାର ସ୍ୱପ୍ନ ଦେଖେ।ବିବାହ ହୋଇ ଆସିଥାଏ ଆଖି ଆଖିଏ ସ୍ୱପ୍ନ ନେଇ। ହେଲେ ସେଇ ସ୍ୱପ୍ନର ରାଜମହଲ ତୋଳିବାକୁ ଯାଇ ଲିଭିଯାଇଛି ଏକ ଦୀପ। ବିବାହର ପାଞ୍ଚ ବର୍ଷ ପରେ ଶାନ୍ତି ମାଆ ହେବା ଆନନ୍ଦ ତା ମନରେ ଭରିଉଠିଥାଏ କେତେ ଖୁସି ହେଉଥାଏ। ସମୟ ଧିରେ ଧିରେ ନିକଟତର ହେଉଥାଏ। ପିଲା ଜନ୍ମ ହେବାର ସମୟ ପାଖେଇଆସିଲାଣି। ପାଖରେ ନଥାଏ ତା ସ୍ୱାମୀ ରିକି ସେ ବାହାରେ ଗୋଟେ କମ୍ପାନୀରେ ରହି କାମ କରୁଥାଏ। ଘରେ ଶାଶୁ, ଶଶୁର, ଏମାନେ ନେଇ ଘର ଚଳାଏ। ହଠାତ୍ ଦିନେ ଶାନ୍ତିର ଯନ୍ତ୍ରଣା ଆରମ୍ଭ ହୋଇଥାଏ। ସେ ଚିତ୍କାର କରୁଥାଏ "ମା"ମୁଁ ମରିଗଲି ମୋ ପେଟ କଣ ହେଉଛି ମୋତେ ଭାରି ଯନ୍ତ୍ରଣା ହେଉଛି। କିନ୍ତୁ ଶାନ୍ତିର ଶାଶୁ ଶଶୁର ତାକୁ ଭଲ ଦେଖନ୍ତି ନାହିଁ। ସବୁବେଳେ "ତା "ଉପରେ ଅଶାନ୍ତି ହୁଅନ୍ତି। 

କିନ୍ତୁ ଶାନ୍ତିର କଷ୍ଟ ଦେଖି ନପାରି ତାକୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଆଣି ପହଞ୍ଚିଲେ। ତାକୁ ବେଡ଼ ଆଡ୍ମିଷନ କଲେ। ତାପରେ ତା ବାପ ଘରକୁ ଫୋନ କରି କହିଲେ ତମ ଝିଅ ଏଠି ମେଡିକାଲରେ ଅଛି ଶିଘ୍ର ଆସି ପହଁଞ୍ଚ। ଆମର ଘରେ କାମ ଅଛି ଆମେ ଘରକୁ ଯାଉଛୁ।ଏହା କହି ଶାଶୁ ଶଶୁର ଘରକୁ ଫେରିଗଲେ।ଏପଟେ ଶାନ୍ତିର ଚେକ ଅପ୍ ହେଉଥାଏ।

ଡାକ୍ତର ଚେକ୍ଅପ ସରିଲା ପରେ ତାକୁ ବହୁତ ଅଜବ ଫିଲ୍ ହେଉଥାଏ।ଶାନ୍ତି ପଚାରୁଥାନ୍ତି ତମ ଘର ଲୋକ କାହାନ୍ତି। ଶାନ୍ତି କହିଲେ ସେମାନେ ଆସୁଛନ୍ତି। ଆରେ ଶାଶୁ ଶଶୁର ଥିଲେ କୁଆଡେ ଗଲେ। ଶାନ୍ତି କହିଲା ସେମାନେ ପଳେଇ ଗଲେଣି। ଏପଟେ ଡାକ୍ତର ବ୍ୟସ୍ତ ହେଇପଡୁଥାଏ। ଶାନ୍ତି ପଚାରୁଥାଏ ସାରେ କଣ ହେଇଛି । କିଛି ଅସୁବିଧା ଅଛି କି ? ହେଲେ ଡାକ୍ତର କିଛି କହୁନଥାଏ। ଡାକ୍ତର କହିଲେ ତମ ସ୍ୱାମୀ କାହାନ୍ତି। ଶାନ୍ତି କହିଲା ସେ ନାହାଁନ୍ତି ସେ ବାହାରେ ଅଛନ୍ତି। ଡାକ୍ତର ବିରକ୍ତ ହେଉଥାଏ ସେମାନେ କେମିତି କା ଲୋକ କେଜାଣି ଏମିତି ଅବସ୍ଥାରେ ଛାଡି ଦେଇ ପଳଉଛନ୍ତି। ଡାକ୍ତର କହିଲେ ! ତମେ ଗୋଟେ କାମ କର ଯେତେ ଶୀଘ୍ର ପାରୁଛ ସେ ଶୀଘ୍ର ତମ ସ୍ୱାମୀଙ୍କୁ ଡାକ। ଶାନ୍ତି ସଂଗେ ସଂଗେ ଫୋନ୍ କରି ତା ସ୍ୱାମୀ ରିକି ସହିତ କଥା ହେଲା ତାଙ୍କୁ ଶୀଘ୍ର ଆସିବା ପାଇଁ 

କହିଲା କିନ୍ତୁ ରିକି ସ୍ୱାମୀ ଆସିପାରିବନି ବୋଲି ରୋକ୍ ଠୋକ୍ ମନାକରିଦେଲା। ଏପଟେ ଶାନ୍ତି କୁ ବହୁତ କଷ୍ଟ ହେଉଥାଏ।ହେଲେ ସେ କଣ କରିବ ସବୁ କଷ୍ଟକୁ ସିଏ ସହିଯାଉଥାଏ।କିନ୍ତୁ ଏପଟେ ଡ଼ାକ୍ତର ଖୋଜଛି" ତାର" ସ୍ୱାମୀକୁ । ସେପଟେ ଶାନ୍ତି ର ବାପଘର ଲୋକ ରିକି ପାଖକୁ ଫୋନ୍ କରି ତାକୁ ବହୁତ ବୁଝାସୁଝା କଲେ ।  ତାପରେ ତାକୁ ଆସିବାକୁ କହିଲେ ଏଠି କି। ବହୁ ବାଧ୍ୟ କଲାପରେ ସେ ଯାଇ ଆସିଲା। ଆସି ଦେଖେ ତ ତାର ଗୋଟିଏ ଝିଅଟିଏ ଜନ୍ମ ହେଇଛି। ହେଲେ ସେ ଝିଅଟି କାଚ ଘରେ ଅଛି। ତାଦେହ ସାରା ଛୁଞ୍ଚି ଫୋଟାଯାଇଛି। 

ଏପଟେ ତା "ମାଆ"ଚିତ୍କାର କରି କାନ୍ଦୁଛି ପିଲାଟେ ପାଇଁ। ହେଲେ କଣ କରିବ?ଏତ ଦଇବର ଖେଳ ।ଭାଗ୍ୟର ବିଡମ୍ବନା । ଖେଳୁଛି ଚକାଭଉଁରି ଏଠି। ଶାନ୍ତିକୁ ରିକି ସ୍ୱାମୀ ଅନେଇଥାଏ ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥାଏ। କଣ କରିବ?ରିକି ଯାଇ ଶାନ୍ତିକୁ ବୁଝଉଥାଏ ,ଶାନ୍ତି ରିକିକୁ ମଧ୍ୟ ବୁଝଉଥାଏ। ଦୁହେଁ ଦୁହିଁଙ୍କୁ ସାନ୍ତ୍ବନା ଦେଉଥାନ୍ତି। ତାପରେ ଗୋଟେ ସପ୍ତାହ ପରେ ଝିଅଟି ଭଲ ହେଇଯାଇଥାଏ। ତାକୁ ନେଇ ବାପା ମାଆ ଦୁହେଁ ଘରକୁ ଗଲେ। ଘରେ ପହଞ୍ଚିବା କ୍ଷଣି ରିକି , ଶାଶୁ ଶଶୁର ତାକୁ ବହୁତ ଧିକାର କଲେ। ଝିଅ ଟେ ଜନ୍ମ କରି ନେଇଆସିଲୁ। ଅଲକ୍ଷଣୀ କଉଠିକାର ପୁଅଟିଏ ଜନ୍ମ କରିପାରିଲୁନି। ଯାହା ଏଠୁ ମୋ ଘରୁ ବାହାର ତୋର ଏଠି ଜାଗା ନାହିଁ ।ରିକି ସ୍ୱାମୀ ସବୁ ଶୁଣୁଥାଏ। କିନ୍ତୁ ସେ କିଛି କହୁନଥାଏ। ତାବାପ,ମାଆ ସପକ୍ଷରେ ହୋଇ ଶାନ୍ତିକୁ ଘରୁ ବାହାର କରିଦେଲେ। ଶାନ୍ତି କହୁଥାଏ ଆପଣ ତ ଝିଅ, ନାରୀ ଆପଣ କେମିତି ଏମିତି କାମ କରିପାରୁଛନ୍ତି।ହେଲେ ଶାଶୁ କିଛି କଥା ନଶୁଣି ତାକୁ ବାହାର କରିଦେଲେ।ନିଝୁମ ରାତିରେ ବର୍ଷା ଘଡଘଡିରେ ଏପିଲାଟିକୁ ନେଇ କୁଆଡେ ଯିବି। ତୁ କୁଆଡେ ଯିବୁ ଆମେ କହିପାରିବୁନି। ଏହା କହି ତାକୁ ଗଳାରେ ଧକ୍କା ମାରି ବାହାର କରିଦେଲେ।

ଶାନ୍ତି କାନ୍ଦି କାନ୍ଦି ଘରୁ ବାହାରି ଆସି ଜଣଟ ଘର ଆଗରେ ପିଲାଟିକୁ ଧରି ବସିଥାଏ। ସେପଟରୁ ଦୁଇଟି କୁକୁର ଦୌଡ଼ି ଆସି ହାତରେ ଧରିଥିବା ଖାଦ୍ୟ ପୁଡିଆକୁ ଛଡେଇବାରେ ଲାଗିଲେ ।ତଥାପି ଶାନ୍ତି ପୁଡିଆଟିକୁ ଛାଡୁନଥାଏ।ହେଲେ ଏପଟେ ଶାନ୍ତିକୁ କୁକୁର ଦୁଇଟି କାମୁଡି ରକ୍ତାକ୍ତ କରିଦେଲେଣି ।ତଥାପି ସେ ଛାଡୁନଥାଏ। ଜୀବନ ବିକଳରେ ଶାନ୍ତି ସେଠାରୁ ପଳେଇ ଗଲା ଦୌଡ଼ି ଦୌଡ଼ି ଯାଇ ଜଣକ ଦାଣ୍ଡରେ ବସିଲା। ସେହି ଘରେ ଦୁଇ ଜଣ ବୁଢା ବୁଢ଼ୀ ରହୁଥିଲେ ସେଠାରେ ଯାଇ ଶାନ୍ତି ବସିପଡି ପାଣି ମାଗିଲା ପିଇବାକୁ ବୁଢା, ବୁଢ଼ୀ ମଉସା, ମାଉସୀ ପାଣି ଦେଲେ ପିଇବାକୁ। ପାଣି ପିଇସାରି ବୁଢା ବୁଢ଼ୀ ପାଖରେ ବସିଲା। ବୁଢା ,ବୁଢ଼ୀ ଦେଖିଲେ ତା କୋଳରେ ଗୋଟିଏ ପିଲାଟିଏ ଅଛି। ଦୁହେଁ ପଚାରିଲେ ତୁ କୁଆଡେ ଯିବୁ ଏପିଲାଟିକୁ ନେଇ । ଶାନ୍ତି କହିଲା କୁଆଡେ ଯିବି ଆଉ ଝିଅ ଟିଏ ଜନ୍ମ ଦେଇଛି ବୋଲି ଶାଶୁ,ଶଶୁର ସ୍ୱାମୀ ଘରୁ ବାହାର କରିଦେଲେ। ଏପିଲାଟିକୁ ନେଇ କୁଆଡେ ଯିବି । କୁକୁର ମାନେ ଏପିଲାଟିକୁ ମାରିଦେବା ପାଇଁ ପ୍ରୟାସ କରିଥିଲେ। ମୋତେ କାମୁଡି ରକ୍ତାକ୍ତ କରିଦେଲେ ।ହେଲେ ମୋ ପିଲାକୁ ମୁଁ ମୋପାଖରେ ସୁରକ୍ଷିତ ରଖିଛି। ମାଉସୀ ତୁମକୁ ଗୋଟିଏ କଥା କହିବି ରଖିବ। ମନା କରିବନିତ ।ବୁଢା ବୁଢ଼ୀ କହିଲେ ନା !ତୁ କହ!ମାଉସୀ ତୁମେ ମୋଝିଅକୁ ରଖିବ ଝିଅ କରି ।ମୋର ସମୟ ପାଖେଇ ଆସିଲାଣି ମୁଁ ଆଉ ବଞ୍ଚିବିନି। ମାଉସୀ କଣ କହୁଛନ୍ତି କୁହନ୍ତୁ? ଏହା କହି ଆଖିରୁ ଛଳଛଳ ହୋଇ ଲୁହ ବୋହିଯାଉଥାଏ । ହେଲେ କଣ କରିବ?ସେ ନିରୂପାୟ।ମାଉସୀ ତୁମେ ଯଶୋଦା ସାଜି ମାତୃତ୍ୱ ଜାହିର କରିବ। ତାକୁ ପାଠ ପଢେଇ ଭଲ ମଣିଷ ଟିଏ କରିବ ଶାନ୍ତି କହୁଥାଏ ।ମାଉସୀ କଣ କହୁଛନ୍ତି ରଖିବେ ନା । ବୁଢା ବୁଢୀ କହୁଛନ୍ତି ହଁ ଆମେ ତାକୁ ରଖିବୁ । ଏହା କହି ଶାନ୍ତି ପିଲା ଟିକୁ ବୁଢା ବୁଢ଼ୀ ଙ୍କ କୋଳକୁ ଟେକିଦେଲା। ମାଉସୀ ପଚାରିଲେ। ରେ ଶାନ୍ତି ଏ ଝିଅର ନାମ କଣ? ଶାନ୍ତି କହିଲା ମୁଁ ତାର ନାମ କିଛି ଦେଇନାହିଁ। ତମେ ମାଉସୀ ଦେଇଦେବ। ମାଉସୀ କହିଲେ ଶାନ୍ତି ତୁ ତାର ନାମ ଦେ। ଶାନ୍ତି ଝିଅଟିର ନାମ ଦେଇଛି ଦୁହିତା। ଏହା କହି ଶାନ୍ତିର ପ୍ରାଣ ଚାଲିଗଲା ସେଇଠି ଶାନ୍ତି ମରିଯାଇଛି।


Rate this content
Log in