ମଝି ନଈରେ ଘର
ମଝି ନଈରେ ଘର
କୋଟି ପୂର୍ଣ୍ଣ୍ୟ ବଳେ ମିଳିଥାଏ ମଣିଷ ଜନ୍ମ ।ଧରାପୃଷ୍ଠକୁ ଆସେ। କିଏ ସୁନା ଥାଳିରେ ଭାତ ଖାଏ ତ ଆଉ କିଏ ଡ଼ଷ୍ଟବିନ୍ ପଡିଥିବା ବାସି ଖାଦ୍ୟ ଥାଏ।ଆଉ କିଏ ସ୍ୱପ୍ନ ଚନ୍ଦ୍ର ଉଆସରେ ଘର ତୋଳି ବେସ୍ ଆନନ୍ଦ ଉଲ୍ଲାସର ରହିବାପାଇଁ। ଆଉ ବେଙ୍କ୍ ବାଲାନସ୍ ଭରପୁର ରେ ରହିବା ପାଇଁ। ଘରେ କାମ କରିବା ପାଇଁ ଚାକର ମାନେ ଖଞ୍ଜା ଯାଇଥାଏ। ଅନେକ କିଛି ସ୍ୱପ୍ନର ତାଜମହଲ ତୋଳିବା ପାଇଁ।ହେଲେ କଣ ହେଲା?ସମୟ ସବୁ ବଦଳେଇ ଦେଲା। ସବୁ ସ୍ୱପ୍ନକୁ ଚୋରମାର କରିଦେଲା। ଜୀବନର ଚଲାପଥରେ ଅନେକ କିଛି ବାଧାବିଘ୍ନ ଆସିଥାଏ।ତାକୁ ସାମ୍ନା କରିବା ପାଇଁ ସେ ସବୁ କିଛି ପଛରେ ପକେଇ ଥାଏ।ମଝି ଦରିଆରେ ଭାସିଲା ପରି ସେ ସମୟକୁ ଅତିବାହିତ କରେ। ସେ ସବୁ ଦେଖେ ହେଲେ କାହାରିକୁ କିଛି କହେ ନାହିଁ। ସେ କେବଳ ନିଜ ସହିତ ନିଜେ କଥା ହୁଏ। ସେ ଜାଣିନଥିଲା। ସମୟ ତା'ପାଇଁସବୁ ବଦଳେଇ ଦେବ ବୋଲି। ଜୀବନ ଯନ୍ତ୍ରଣା ଭିତରେ ଛଟପଟ ହୋଇ ମରିଯିବ ବୋଲି।
ଗୋଟିଏ ପରିବାରରେ ଗଢିବାକୁ ହେଲେ ନିଜକୁ ଜଳାଞ୍ଜଳି ଦେଇଥାଏ। ସବୁ କିଛି ତ୍ୟାଗ କରିଥାଏ। ଶେଷରେ ପାଏ କଣ ?
ଗଳ୍ପର ସାରାଂଶ
ପରିବାର ସମସ୍ତେ ରହୁଥିଲେ। ଗାଁ ତାର ମଙ୍ଗୁଳି । ଏମାନେ ଗାଁର ଜମିଦାର ଘର ଲୋକ ଥିଲେ। ଗାଁ ଲୋକମାନେ ଏମାନଙ୍କୁ ବହୁତ ଭଲ ପାଉଥିଲେ। ସୁଖ ଦୁଃଖ ର ସାଥି ହେଉଥିଲେ। ଏଙ୍କର ବହୁତ ବଡ ପରିବାର ଥିଲା। ସମସ୍ତେ ଗୋଟିଏ ଥାଳିରେ ବସି ଖାଉଥିଲେ। ଆଉ ଗୋଟିଏ ଜାଗାରେ ମଧ୍ୟ ଶୋଉଥିଲେ ।ହସ ଖୁସିର ଜୀବନ କାଟୁଥିଲେ। ସେମାନଙ୍କ ଭିତରୁ ମଝିଆ ଭାଇଟି ଘରଠାରୁ ଦଶକିଲୋମିଟର ଦୂରରେ ରହି ଜଣକ ଦୋକାନରେ ରହି କାମ କରୁଥିଲା। ମାଲିକ ଯାହା ପଇସା ଦିଏ ସେ ସବୁ ପଇସାକୁ ନେଇ ତାଙ୍କ ଘରେ ଦେଇଦିଅନ୍ତି। ହେଲେ ଏ ମଝିଆ ପୁଅକୁ କେହି ଭଲ ପାଆନ୍ତି ନାହିଁ। ସବୁବେଳେ ଏହା ଉପରକୁ ତାଙ୍କ ମାଆ ଭାଇ ମାନେ ଗରଗର ହୁଅନ୍ତି। ସବୁ ବସି ଥଟ୍ଟା ମଜା କରୁଥିବେ ହେଲେ ୟାଙ୍କୁ ପାଖରେ ବସାଇନଥାନ୍ତି। ଇଏ ଯାଇ ଟିକିଏ ବସିଗଲେ ସେମାନେ ଏକୁ ବହୁତ ଗାଳି ଗୁଲଜ କରନ୍ତି। ଆଉ ଯାଇ ତାଙ୍କ ମାଆ ପାଖରେ ସତ ମିଛ କହି ଗାଳି ଖୁଆଇ ଥାନ୍ତି। ଖାଇବାକୁ ମାଗିଲେ ଯହା ଅଇଁଠା କଣ୍ଟା ଛଡା ଥିବ ତାକୁ ଆଣି ମଝିଆ ପୁଅକୁ ଖାଇବାକୁ ଦିଅନ୍ତି। ହେଲେ ବିଚାର କଣ ବା କରିବ ?
ପରିବାର ପ୍ରତି ଏତି ଯେ ମୋହ ଅଛି ସେ ସବୁ କଥାକୁ ପାଶୋରି ଦେଇଥାଏ। ତଥାପି ସେ ତା ଭାଇମାନଙ୍କ ପ୍ରତି ଆଉ ପରିବାର ପ୍ରତି କର୍ତ୍ତବ୍ୟ କରିଚାଲେ। କେବେ କହାରି ଅବହେଳା କରିନଥାଏ। ବିବାହ ର ବୟସ ଯେତେବେଳେ ଆସିଗଲା ସେତେବେଳେ ତାର ବଡଭାଇର ବିବାହ କରିଲେ । ବିବାହ କରି ଭାଉଜ ଘରକୁ ଆଣିଲେ।ଭାଉଜ ବି ଶେଷରେ ଏମିତି କଲା ସେ ବାଧ୍ୟ ହୋଇ ଘର ଛାଡି ବାହାରେ ରହିଲା। ମାଆକୁ ଦେଖିବା ପାଇଁ ସେ ମଝିରେ ମଝିରେ ଘରକୁ ଯାଏ ମାଆକୁ ଦେଖାକରେ ଆଉ ମାଆ ହାତରେ କିଛି ପଇସା ଦେଇଆସେ ଖର୍ଚ୍ଚ କରିବା ପାଇଁ।ମାଆ ବି ତା ମଝିଆ ପୁଅର ଶିରି ଦେଖିପାରେନାହିଁ ତାକୁ ବହୁତ ହତାଦର କରେ । ସେ କଣ କରିବ ସେ ଭାବେ ସେ ମୋ ଜନ୍ମଦାତ୍ରୀ ମୋ ମାଆ ସେ ଯାହା କହିଲେ କହୁ ।
ଯେତେବେଳେ ମଝିଆ ପୁଅକୁ ଏକୋଇଶ ବର୍ଷ ହେଲା ତା'ର ବିବାହ କରିବା ପାଇଁ ପାତ୍ରୀଟିଏ ଖୋଜିବାକୁ ଲାଗିଲେ ।ତା ସହିତ ବିବାହ କରିବା ପାଇଁ । ବିବାହ ଠିକ୍ ହେଲା ଝିଅ ଘର ଥିଲା ବହୁତ ବଡ ଘର। ଯେତେବେଳେ ତା'ସହିତ ବିବାହଘର ହେଲା ।ବିବାହ ହୋଇ ଘରକୁ ବୋହୂ ଟିଏ ଆସିଲା। କିଛି ଦିନ ଗଲାପରେ ବୋହୂ ଉପରେ ହାକିମାତି ଆରମ୍ଭ ହେଲା।
ଆଉ ବୋହୂ ଟି ଯେତେବେଳେ ଦେଖିଲା ତା 'ସ୍ୱାମୀ କୁ
ଅଇଁଠା ଦେଉଛନ୍ତି ଖାଇବାକୁ ସେ ପ୍ରତିବାଦ କରିବାକୁ ଲାଗିଲା। ଏବଂ ତାର ସ୍ୱାମୀକୁ କହିଲା ଏସବୁ କଣ ?ତମେ ଶେଷରେ ସମସ୍ତେ ଖାଇସାରିବା ପରେ ଯାହା
ଭାଇମାନେ ଖାଇବା ଛାଡିଯାଇଥିଲେ ତାକୁ ହିଁ ତୁମକୁ ଦେଉଛନ୍ତି ଖାଇବାକୁ ଆଉ ତୁମେ ତାକୁ ହିଁ ଖାଉଛ।
ଏହା କହି ସ୍ୱାମୀ, ସ୍ତ୍ରୀ ମଧ୍ୟରେ ବହୁତ ଜୋରରେ ଝଗଡା ଲାଗିଲେ। ଶେଷରେ ସ୍ତ୍ରୀ ଘର ଛାଡି ବାପ ଘରକୁ ଚାଲିଆସିଲା। ବାପଘରେ କିଛି ଦିନ ରହିବା ପରେ ତାଙ୍କ ସ୍ୱାମୀ ଯାଇ ତାକୁ ଘରକୁ ଫେରେଇ ଆଣିଲେ ।ସେଠାରେ ବେଶ କିଛି ଦିନ ହସ ଖୁସି ରେ ଦିନ କାଟିଲେ ।ତାପରେ କିଛି ଦିନ ପରେ ଜନ୍ମ ହେଲା ଗୋଟିଏ ପୁଅ । କିଛି ଦିନ ଗଲାପରେ ପିଲାକୁ ପାଠ ପଢେଇବା ପାଇଁ ଘରଭଡା ନେଇ ବାହାରେ ରହିଲେ।
ବାହାରେ ତାଙ୍କର ପୁଣି ତିନୋଟି ସନ୍ତାନର ଜନନୀ ହେଲେ। ଦୁଇଟି ପୁଅ ଆଉ ଦୁଇଟି ଝିଅ । ତାଙ୍କୁ ମଣିଷ କରିବା ପାଇଁ ଛାତି ପିଠିକୁ ଏକ କରି ମୁଣ୍ଡ ଝାଳ ତୁଣ୍ଡ ରେ ମାରି। ପିଲାମାନଙ୍କୁ ମଣିଷ କଲେ। ବେଳେ ବେଳେ ବି ପିଲାମାନେ ଖାଇବା ସାରିବା ପରେ ଶେଷରେ ବାପା ମାଆଙ୍କ ପାଇଁ ଖାଇବା ନଥାଏ। ଶେଷରେ ପାଣି ପିଇ ଶୋଇପଡନ୍ତି। ହେଲେ ପିଲା ମାନଙ୍କୁ କିଛି କହନ୍ତି ନାହିଁ। କିଛି ଦିନ ଗଲାପରେ ଆର୍ଥିକ ସ୍ଥିତି ବହୁତ ଖରାପ ପଡିଲା ।ଯାହାଘର ଭଡା ନେଇଥିଲେ ଘର ମାଲିକ ସବୁଦିନ ଆସି କହେ ଘର ଛାଡ। ସିଏ ଆଉ କେତେ ବା ଘର ବଦଳେଇବେ । ଦିନେ ବସିକି ଚିନ୍ତା କଲେ କଣ କରିବି ?କେମିତି ଚଳିବିଏମିତି ଅନେକ କିଛି ମନରେ ଭାବନା ଆସୁଥାଏ। ଶେଷ ଉପାୟ କିଛି ନପାଇ ଘର ମାଲିକକୁ ଛଅ ମାସ ପାଇଁ ସମୟ ଆଣିଲା । ମୋତେ ଛମାସ ସମୟ ଦିଅ ମୁଁ
ତମ ଘର ଛାଡିଦେବି। ଏହା କହି ସେଠୁ ପଳେଇଆସି ତା 'ସ୍ତ୍ରୀ ପାଖରେ ସବୁ କଥା କହିଲା। ସ୍ୱାମୀ, ସ୍ତ୍ରୀଦୁହେଁ
କିଛି ଉପାୟ ବାହାର କଲେ। କହିଲେ ଏମିତି ବାର ବାର ଘର ବଦଳେଇବା ଅପେକ୍ଷା କଉଠି ଗୋଟିଏ ଛୋଟିଆ ଜାଗାଟିଏ କିଣି ସେଥିରେ ଚାଳ ଛପର ଘର କରି ପଳେଇଯିବା। ଆଉ ଆମକୁ କେହି କିଛି କହିବେ ନାହିଁ। ଏହା କହି ଗୋଟେ ମାସ ଭିତରେ ଦେନ ଧାର କରି ବିଲ ଜାଗାଟିଏ କିଣିଲେ ଆଉ ମାଟି ପକେଇ ଘର ତିଆରି କଲେ। ଏବଂ ପାଞ୍ଚମାସ ଭିତରେ ଭଡାଘରୁ ପଳେଇ ଆସି ନିଜ ଘରେ ରହିଲେ। ବହୁ କଷ୍ଟରେ ଦିନ କାଟିଲେ । କିଛିଦିନ ଗଲା ପରେ ବଡ ପୁଅର ବିବାହ କରିବା ପାଇଁ ସ୍ଥିର କରାଗଲା। ହେଲେ ପୁଅ ରାଜି ହେଲାନି। କାରଣ ସେ ଗୋଟେ ଝିଅକୁ ଭଲ ପାଇଥାଏ। ତାକୁ ହିଁ ବିବାହ କରିବା ପାଇଁ ଜିଦ୍ ଧରିଲା।
କାରଣ ପୁଅଘର ଲୋକମାନେ କେହି ରାଜିନଥିଲେ।
କାହିଁକି ନା କାରଣ ତାଙ୍କର ଜାତି ଅଲଗା ଥିଲା । ସେଥିପାଇଁ ଦୁହେଁ ଦୁଇପରିବାର ସହମତି ନଥିଲା। ଶେଷରେ ଦୁହେଁ ଘରୁ ପଳେଇଯାଇ ମନ୍ଦିରରେ ବିବାହ କଲେ । ଏବଂ ସେମାନେ ବାହାରେ ରହିଲେ ।ବାପ ମାଆଙ୍କୁ ଦେଖିଲେ ନାହିଁ। ପୁଣି କିଛି ଦିନ ଗଲାପରେ ମାଗି ଯାଚି ଝିଅ ଟିର ବିବାହ କଲେ। ଝିଅ ବିବାହ ପାଞ୍ଚ ବର୍ଷ ପରେ ମଝିଆ ପୁଅର ବିବାହ କରାଗଲା। ମଝିଆ ପୁଅ ବି ତା ସ୍ତ୍ରୀ କୁ ନେଈ ବାହାରେ ରହିଲା ଜାଗା ବାଡି ଘର କରି ବେଶ୍ ଆରାମ ରେ ରହିଲେ । ଘରକୁ ଆସିଲେ ନାହିଁ। ବୁଢା ବୁଢ଼ୀଙ୍କୁ କେହି ଚାହିଁ ଲେ ନାହିଁ।
ବଞ୍ଚିଛନ୍ତି କି ମରିଛନ୍ତି କେହି ବୁଝିଲେ ହିଁ ନାହିଁ। ଏମିତି ଦିନ ପରେ ଦିନ ଗଡିଚାଲିଲା। କାହାରି ଦେଖାନାହିଁ।
ଯାହା ପାଖରୁ ଟଙ୍କା ଆଣିଥିଲେ ସେମାନେ ଆସି ଦୁଆର
ମୁହଁ ରେ ବସି ମାଗୁଛନ୍ତି। ଟଙ୍କା ନପାଇଲା ବେଳକୁ ସେମାନେ ତାତ୍ସଲ୍ୟ କରି ବ୍ୟବହାର କରୁଛନ୍ତି।କଣ କରିବେ ବୁଢୀ ପାଖରେ ଯେତେ ସୁନା ଗହଣା ଥିଲା ସବୁ ବିକି ଅରଜ କରିଥିବା ଟଙ୍କାକୁ ସୁଝିଦେଲା।ଚଳିବାକୁ ବହୁତ ଅଭାବ ହେଲା। ଖାଇବାକୁ ପାଇଲେ ନାହିଁ। ମାଗି ଯାଚି କରି ଖାଇଲେ। କିଛି ଦିନ ଏମିତି କଟିଲା। ଶେଷରେ ବାଧ୍ୟ ହୋଇ ପିଲାମାନଙ୍କ ପାଖକୁ ବାପ ମାଆ ଦୁଇ ଜଣ ଗଲେ। ଯାଇ ସେଠାରେ ପହଞ୍ଚିଲେ। ଦୁଆର ମୁହଁରେ ଠିଆ ହୋଇଛନ୍ତି ।କିନ୍ତୁ ବାପ ମାଆ କୁ ଭିତରକୁ ଡାକୁନାହାନ୍ତି। ଏମାନଙ୍କୁ ବହୁତ ଖରାପ ଲାଗୁଥାଏ। ସେପଟେ ଦେଖିଲେ ପୁଅର ଶଶୁରଙ୍କୁ ଡାକି ତାଙ୍କର ସେବା କରୁଛନ୍ତି। ଏପଟେ ଏସବୁ କି ଦେଖି ବୁଢା ବୁଢ଼ୀ ଦୁହେଁ ତାଙ୍କ ବସାକୁ ଫେରିଆସିଲେ। ଦୁହେଁ ଦୁହିଁ କଥା ହେଉଥାନ୍ତି। ଦେଖ ଏଇ ପିଲାଙ୍କ ଆମେ ଘର ଛାଡି ବାହାରେ ରହିଲେ ବାହାର ଲୋକଙ୍କ ଠାରୁ କୁତ୍ସିତ ବ୍ୟବହାର ଶୁଣିଲେ । ପିଲାମାନଙ୍କୁ ମଣିଷ କରିବା ପାଇଁ ସବୁ କିଛି ତ୍ୟାଗ କରିଦେଲେ ଆଉ କଣ ବାକି ରହିଲା ଆମ ପାଖରେ ?
ଏଇତ ପୁଅ ମାନେ! ଏତିକି କହି ଆଖିରୁ ଛଳଛଳ ହୋଇ ଦୋଇଟୋପା ଲୁହ ବାହାରି ଆସିଲା। ତାକୁ ଛାତିରେ ଚାପି ଧରି ଉପରେ ଉପରେ ହସିବାର ଲାଗିଲେ। ଏମିତି କିଛି ଦିନ ଗଲା ପରେ ବାପର ଦେହ ବହୁତ ଜୋରରେ ଖରାପ ହେବାର ଲାଗିଲା। ତାଙ୍କୁ ଡକ୍ତର ପାଖକୁ ନେଲେ । ଡକ୍ତର କହିଲେ ଯେତେ ଶିଘ୍ର ଅପରେସନ କରିବେ । ସେତେ ଶିଘ୍ର ଭଲ ହୋଇଯିବେ।" ସ୍ତ୍ରୀ ପଚାରିଲା "ସାର୍ ଅପରେସନ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହେବ। "ସାର୍ କହିଲେ"
ନିହାତି ଅତି କମ୍ ରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସ୍ତ୍ରୀର ମୁଣ୍ଡରେ ଚଡକ ପଡିଗଲା । ସେ ଏତେ ଟଙ୍କା କଉଠୁ ଆଣିବ। ଯାହା ଥିଲା ସୁନା ଗହଣା ସବୁ ବିକ୍ରି ହୋଇଯାଇଛି। ମୋ ପାଖରେ ଆଉ ଗୋଟେ କାଣି କଉଡ଼ିଟେ ବି ନାହିଁ। କଣ କଣ କରିବ ?ଭାବିବାକୁ ଲାଗିଲା।ଶେଷରେ କିଛି ଉପାୟ ନପାଇ ପୁଅ ମାନଙ୍କ ପାଖକୁ ଧାଇଁ ଗଲା ପୁଅମାନଙ୍କ ପାଖରେ ସବୁ କଥା କହିଲା ଏବଂ ତାଙ୍କ ବାପାଙ୍କୁ ଭଲ କରିବା ପାଇଁ ଟଙ୍କା ମାଗିଲା। ଶେଷରେ ପୁଅମାନେ କହିଲେ ଆମ ପାଖରେ ଟଙ୍କାଟିଏ ନାହିଁ ।ଆମେ କଉଠୁ ଆଣିବୁ। ନାହିଁ ଆମ ପାଖରେ ତୁ ଯାଆ ଏଠୁ। ଏହା କହି ତାକୁ ବିଦା କରିଦେଲେ।ଶେଷରେ ନିରାଶ ହୋଇ ସେଠୁ ଆସି ଗାଁ ଗାଁ ବୁଲି ଭିକ୍ଷା ମାଗିଲା ନିଜ ସ୍ୱାମୀକୁ ଭଲ କରିବା ପାଇଁ। ମାଗିକି ରଖିଥିଲା ଯେତିକି ଟଙ୍କା ଦେଖିଲା ସେତିକି ରେ ତ ଅପରେସନ ହେଇ ପାରିବନି।ଶେଷରେ ତା'ର ଘରବାଡିଟିକୁ ବିକ୍ରି କରି ନିଜ ସ୍ୱାମୀ କୁ
ଭଲ କରି ସେଇବାଟେ ସେଇବାଟେ ଆଶ୍ରମକୁ ଚାଲିଗଲେ ରହିବା ପାଇଁ। ଯେତେ ଦିନ ବଞ୍ଚିବୁ ସେତେ ଦିନ ଆଶ୍ରୟ ରହି ଶେଷ ତ୍ୟାଗ କରିବୁ। "କାଠି କୁଟା ନେଇ ବନ୍ଧିଥିଲି ଚଢେଇ ର ବସା ସେ ବସା ଆଜି ହେଇଗଲା ନିରାଶର ପଥିକ" ।
