STORYMIRROR

mamatanjali Patra

Others

3  

mamatanjali Patra

Others

ରାମାୟଣ

ରାମାୟଣ

2 mins
145


ପ୍ରଭୂ ରାମଚନ୍ଦ୍ର ପିତୃସତ୍ୟ ପାଳନ କରି ଚଉଦ ବରଷ

ବନବାସ କରିଥିଲେ। ସେଠାରେ ରାବଣକୁ ମାରି ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ।

କାହାଣୀ-

ଜମ୍ଭବାନ୍ତଙ୍କ ଆଦେଶ ପ୍ରକାରେ ନଳ ନୀଳ ଦୁଇ ଭାଇ ବାନରସେନା ସହାୟତାରେ ମହୋଦଧି ସେତୁବନ୍ଧ ବାନ୍ଧିଥିଲେ।ପ୍ରଭୂ ଶ୍ରୀରାମଚନ୍ଦ୍ର ସେଠାରେ ରାମେଶ୍ବର ସ୍ଥାପନ କରି ଭଗବାନ ଶଙ୍କରଙ୍କୁ ପୂଜାର୍ଚ୍ଚନା କଲେ।

ସେତୁବନ୍ଧରେ ବାନରସେନା ସହ ସମୁଦ୍ର ପାରି ହୋଇ ଲଙ୍କା ଗଡରେ ପହଞ୍ଚିଲେ। ରାମଚନ୍ଦ୍ର ସେଠାରେ ରହିଲେ। ରାବଣ ଯେତେବେଳେ ଜାଣିବାକୁ ପାଇଲା ଯେ ପ୍ରଭୂ ରାମଚନ୍ଦ୍ର ଏଠାକୁ ଆସିଛନ୍ତି ସେ ଅତ୍ୟନ୍ତ କ୍ରୋଧିତ ହୋଇଯାଇଥିଲେ। ସେ ସଙ୍ଗେ ସଙ୍ଗେ ଯାଇ ମନ୍ଦୋଦରୀକୁ କହିଲେ ତୁମେ ରାମଙ୍କ ସହିତ ଶତ୍ରୁତା କରିବା ପାଇଁ।ମନ୍ଦୋଦରୀ ରାବଣକୁ ବହୁତ ବୁଝେଇଲେ କିନ୍ତୁ ସେ ବୁଝିଲେ ହିଁ ନାହିଁ। ରାବଣଙ୍କ ମନରେ ବହୁତ ଅହଂକାର ଭରିରହିଥିଲା। 


 ସେପଟେ ବାନର ସେନା ସହିତ ସୁବଳୟ ପର୍ବତ ଉପରେ ଅବସ୍ଥାନ କରିବାକୁ ଲାଗିଲେ।ଅଙ୍ଗଦ ରାମଙ୍କର ଦୂତ ହୋଇ ଲଙ୍କା ରାବଣଙ୍କ ପାଖକୁ ଗଲେ।ଏବଂ ତାଙ୍କୁ ଶ୍ରୀରାମଙ୍କ ଶରଣାପନ୍ନ ହେବାକୁ ପରାମର୍ଶ ଦେଲେ।କିନ୍ତୁ ରାବଣ ମାନିଲେ ନାହିଁ ଶାନ୍ତିର ପ୍ରଚେଷ୍ଟା ବିଫଳ ହୋଇଯିବା ପରେ ଯୁଦ୍ଧ ଆରମ୍ଭ ହୋଇଗଲା।ଲକ୍ଷଣ ଆଉ ମେଘନାଦଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହେଲା। ମେଘନାଦ ଶକ୍ତିବାଣ ନାଗଫାସ ଦ୍ୱାରା

 ଲକ୍ଷଣ ମର୍ଚ୍ଛା ହୋଇଗଲେ।ତାଙ୍କର ଚିକିତ୍ସା ପାଇଁ ହନୁମାନ ଶୁଣେଣ ବୈଦ୍ୟକୁ ଆଣିବାକୁ ଗଲେ।ଗୁପ୍ତଚରଙ୍କ ଠାରୁ ସଂଦେଶ ପାଇ ରାବଣ ହନୁମାନଙ୍କ କାର୍ଯ୍ୟରେ ବାଧା ଦେବା ନିମିତ୍ତ କାଳନେମୀକୁ ପ୍ରେରଣ କଲେ। କିନ୍ତୁ କାଳନେମୀକୁ ବଦ୍ଧ କଲେ ହନୁମାନ।ଔଷଧ ବୃକ୍ଷକୁ ସଞ୍ଜିବନି ଚିହ୍ନଟ କରି ନପାରିବାରୁ ହନୁମାନ ପୂରା ପର୍ବତକୁ ଟେଟିକି ନେଇଆସିଲେ।ପଥରେ ରାଜା ଭରତ ହନୁମାନଙ୍କୁ କେହି ଜଣେ ରାକ୍ଷସ ମନେକରି ବାଣ ପ୍ରୟୋଗ କରି ମୂର୍ଚ୍ଛିତ କରିଦେଲେ।ଭରତ ସତ୍ୟ ଜାଣିବା ପରେ ସେ ତାଙ୍କୁ ଲଙ୍କା ପଠେଇ ଦେଲେ।ଏପଟେ ହନୁମାନ ଔଷଧ ଆଣିବାକୁ ଯାଇଛନ୍ତି।


ଏପର୍ଯ୍ୟନ୍ତ ଆସିନାହାନ୍ତି ହନୁମାନ ଶ୍ରୀରାମଚନ୍ଦ୍ର ବ୍ୟସ୍ତତା ହେଇପଡୁଛନ୍ତି। ସେ କହୁଛନ୍ତି ହନୁମାନ ଏପର୍ଯ୍ୟନ୍ତ ଆସୁନାହାନ୍ତି କାହିଁକି କିଛି ଅସୁବିଧା ରେ ପଡିଛନ୍ତିକି। ସୂର୍ଯ୍ୟ ଉଦୟ ହେବାକୁ ଆଉ ଅଳ୍ପ ସମୟ ଅଛି। ଠିକ୍ ସେହି ସମୟରେ ହନୁମାନ ଔଷଧୀୟ ବୃକ୍ଷ ଆଣି ବୈଦ୍ୟନାଥଙ୍କ ନିକଟରେ ପହଞ୍ଚାଇଲେ। ଶ୍ରୀରାମଚନ୍ଦ୍ର ହନୁମାନ ଙ୍କୁ ଦେଖି ବହୁତ ଖୁସି ହୋଇଗଲେ।ସଙ୍ଗେ ସଙ୍ଗେ ବୈଦ୍ୟ ରାଜ ଔଷଧ ତିଆରି କରି ଲକ୍ଷଣଙ୍କୁ ସେବନ କରାଇଲେ। କିଛି ସମୟ ପରେ ଲକ୍ଷଣ ସୁସ୍ଥ ହୋଇଗଲେ । ଇତି ମଧ୍ୟରେ ରାବଣ କୁମ୍ଭକର୍ଣ୍ଣକୁ ନିଦରୁ ଓଠାଇ ରାମଙ୍କ ସହିତ ଯୁଦ୍ଧ କରିବା ପାଇଁ ପରାମର୍ଶ ଦେଲେ ।କିନ୍ତୁ କୁମ୍ଭକର୍ଣ୍ଣ ଯୁଦ୍ଧ କରିବା ପାଇଁ ରାଜି ହେଉନଥିଲେ। ସେ ତାଙ୍କର ବଡ଼ ଭାଇଙ୍କୁ ବହୁତ ବୁଝେଇଲେ ତୁମେ ଭାଇ ପ୍ରଭୂ ରାମଙ୍କ ନିକଟରେ ନିଜକୁ ସମର୍ପଣ କରିଦିଅ ମୁକ୍ତି ମିଳିବ। କିନ୍ତୁ ରାବଣ ମାନି ନଥିଲେ କହିଲେ ତତେ ମୁଁ ଯାହା କହୁଛି ସେୟା କର ତୁ ଯାଇ ରାମଙ୍କ ସହିତ ଯୁଦ୍ଧ କର। କୁମ୍ଭକର୍ଣ୍ଣ ରାମଙ୍କ ସହିତ ଯୁଦ୍ଧ କଲେ ଶେଷରେ କୁମ୍ଭକର୍ଣ୍ଣଙ୍କର ମୃତ୍ୟୁ ହେଲା। ସେପଟେ ଲକ୍ଷଣ ଆଉ ମେଘନାଦଙ୍କ ସହିତ ଯୁଦ୍ଧ ହେଲା ଲକ୍ଷଣଙ୍କ ହାତରେ ମେଘନାଦଙ୍କର ବଦ୍ଧ ହେଲା। ଶେଷରେ ରାମ ଆଉ ରାବଣ ସହିତ ଯୁଦ୍ଧ ଆରମ୍ଭ ହେଲା ରାମଙ୍କ ହାତରେ ରାବଣ ବଦ୍ଧ ହେଲେ । ସେ ହେ ରାମ କରି ରାବଣ ଟଳିପଡିଥିଲେ। ଶେଷରେ ବିଭିଷଣ ରାଜପଦରେ ବିଭୂଷିତ କରି ଲକ୍ଷଣ ଓ ବାନର ସେନା ସହିତ ରାମ ସୀତା ଲକ୍ଷଣ ପୁଷ୍କବିମାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ।ଓ ସମସ୍ତ ବାନର ସେନା ସହ ରାମ ଅଯୋଧ୍ୟାକୁ

ପ୍ରତ୍ୟାବର୍ତ୍ତନ କଲେ।ରାମଙ୍କୁ ସ୍ୱାଗତ କରାଗଲା।ଭରତଙ୍କ ସହିତ ସମସ୍ତଙ୍କ ମନର ଆନନ୍ଦର ଲହରୀ ଖେଳି ଉଠିଲା। ବେଦ ଓ ଶିବ ସ୍ତୁତି ଉଚ୍ଚାରଣରେ ରାମଙ୍କୁ ରାଜ୍ୟାଭିଷେକ ହେଲେ। ପ୍ରଜାମାନଙ୍କୁ ଉପଦେଶ ଦେଲେ।ପ୍ରଜାମାନେ କୃତଜ୍ଞତା ଜ୍ଞାପନ କଲେ।


  


Rate this content
Log in