ମାଆ ଓ ମମତା
ମାଆ ଓ ମମତା
ମାଆ ଏକ ଏମିତି କୁହୁକ ଶବଦ ଯାହାର ତୁଳନା କରିହେବନାହିଁ। ସିଏ ସରଗଠାରୁ ବଡ। କରୁଣାର ଭଣ୍ଡାର।ତାର ମୂଲ୍ୟ କେହି ଦେଇପାରିବେ ନାହିଁ।କି ତାର ଋଣ କେହି ସୁଝିପାରିବେ ନାହିଁ। ଜୀବନର ସମସ୍ତ ଙ୍କର ଋଣ ସୁଝିହେବ। ହେଲେ ମାଆର ଋଣ କେହି ପାରିନାହିଁ । କି ପାରିବେବି ନାହିଁ।ସରଗଠାରୁ ବଡ଼ ହୋଇଥାଏ। ଯେତେବେଳେ ଗୋଟେ ମାଆ ପିଲାଟିକୁ ଜନ୍ମଦିଏ ।ସେ ପ୍ରଥମେ କୁଆଁ କୁଆଁ ଶଦ୍ଦ କରି କାନ୍ଦିବା ଆରମ୍ଭ କରିଥାଏ।ଅର୍ଥାତ ତା ମାଆକୁ ଖୋଜେ। ଯେତେବେଳେ ସେ ପ୍ରଥମେ ଆଖି ଖୋଲେ ସେ ତାର ମାଆକୁ ଚାହିଁ ଥାଏ। ସେ ଭାବେ ମୋ ପାଖରେ ମୋ ମାଆ ଅଛି ।ମାଆଟିଏ ଯେତେବେଳେ ପିଲା ଟିଏ ଜନ୍ମ ଦେଇଥାଏ । ସେ ଖୋଜିବୁଲେ ମୋ ପିଲା କୁଆଡେ ଗଲା ।ଯେତେବେଳେ ସେ ତାର କାନ୍ଦିବାର ଶଦ୍ଦ ତା କାନରେ ବାଜେ ସେ ଯେତେ କଷ୍ଟରେ ଥାଉନା କାହିଁକି ସେ ସେଠୁ ଉଠି ଯାଇ ତା ପିଲା ପାଖକୁ ଧାଇଁ ଯାଏ। ଏବଂ ତାକୁ କୋଳେଇ ନେଇଯାଏ। ତାକୁ ପଣତରେ ଢାଙ୍କି ତାକୁ ବକ୍ଷରେ ଲଗାଇ ଦେଇ ବକ୍ଷରୁ ଅମୃତ ଦେଇଥାଏ ପିଇବାକୁ।ତାକୁ କୋଳରେ କୋଳେଇ ତାକୁ ଛାତିରେ ଚାପି ଧରେ।ଗୋଟେ ମାଆ ତା ପିଲାମାନଙ୍କ ପାଇଁ ସବୁ କିଛି ତ୍ୟାଗ କରିପାରିବେ। ଦରକାର ପଡିଲେ ସେ ବାଘ ସହିତ ଲଢିପାରେ। ଯେତେବେଳେ ଗୋଟେ ପିଲା ଯଦି ବିପଦରେ ପଡିଥାଏ । ତାକୁ ଉଧାର କରିବା ପାଇଁ ସେ କେତେବେଳେ କାଳି ସାଜେ ତ। କେତେବେଳେ ଦୂର୍ଗା। ଚଣ୍ଡୀ ଧାରଣ କରିଥାଏ। ଦରକାର ପଡିଲେ ସେ "ତାର"ସିନ୍ଦୂରକୁ ବି ତାଠାରୁ ଦୂରେଇ ଦେଇଥାଏ। ଭୂଲିଯାଏ ସେ ସବୁ କିଛି । ସେ ସବୁ ସୁଖକୁ ଜଳାଞ୍ଜଳି ଦେଇଥାଏ।
(ଗଳ୍ପର କାହାଣୀ)-
ଗୋଟେ ଗାଁ ଥିଲା । ଗାଁର ନାମ ଥିଲା ତଳବନ୍ଧ। ସେହି ଗାଁ ରେ ଜଣେ ଭଦ୍ରଲୋକ ବାସ କରୁଥିଲେ। ତାଙ୍କର ନାମ (ରଞ୍ଜନ) ତାଙ୍କୁ ଗାଁ ସମସ୍ତେ ଭଲ ପାଉଥିଲେ । ସେ ସରଳ ବିଶ୍ୱାସୀ ଲୋକ। କିଛି ଦିନ ଗଲାପରେ ତା ଦେହ ବହୁତ ଖରାପ ହେଲା। ସେ କିଛି କାମ କରିପାରିଲା ନାହିଁ । ଶେଷରେ ତାର ମୃତ୍ୟୁ ହେଇଗଲା। ସେହି ସମୟରେ ତାଙ୍କ ସ୍ତ୍ରୀ ବାପ ଘରକୁ ଯାଇଥାନ୍ତି।ସାଙ୍ଗରେ ତାଙ୍କ ପୁଅକୁ (ପୁଅଟିରନାମ ରାଜ) ନେଇଛି ।ପୁଅ ବୟସ
ଥିଲା ଦଶ ବାର ବର୍ଷର ।ସେହି ସମୟରେ ଗାଁ ଲୋକ ମାନେ ତାଙ୍କ ସ୍ତ୍ରୀ ପାଖକୁ ଫୋନ୍ କଲେ ।କହିଲେ ତୁମେ ଯଲଦି ଆସ ତମ ସ୍ୱାମୀର ଦେହ ଖରାପ। ଏକଥା ଶୁଣି ସେ ତାଙ୍କ ବାପ ଘରକୁ ପଳେଇ ଆସିଛନ୍ତି।ଘରକୁ ଘରେ ଆସି ଦେଖେ ତ ତାଙ୍କ ସ୍ୱାମୀ ଏ ଦୁନିଆରେ ଆଉ ନାହାନ୍ତି। ସେ ତାଙ୍କୁ ପର କରି ଆରପାରିକୁ ଚାଲିଗଲେ। ପୁଅଟି ବାପ ଛେଉଣ୍ଡ ହେଇଯାଇଥାଏ।
ଏ ସବୁ ଦେଖି ତାଙ୍କ ସ୍ତ୍ରୀ ସଜ୍ୟ କରିନପାରି କାନ୍ଦି କାନ୍ଦି ବେହୋସ ହେଇପଡୁଥାନ୍ତି। ପାଖରେ ବସିଥାଏ ପୁଅଟିଏ ତାର ।କହୁଥାଏ ଏ ମାଆ ଉଠୁନୁ ଉଠ ଆସ ମୋତେ ଖାଇବାକୁ ଦେବୁ ମୋତେ ଭାରି ଭୋକ ଲାଗିଲାଣି।" ଆ ମାଆ" ଦେବୁ ଖାଇବାକୁ। ଯେତେ ଡାକିଲି ବି ତା ମାଆ ଉଠୁ ନଥାଏ।
ପିଲାଟି କାନ୍ଦୁଥାଏ। କାନ୍ଦି କାନ୍ଦି ଯାଇ ପଡୋଶୀ ଘର ଲୋକଙ୍କୁ ଡାକି ଆଣିଥାଏ। କହିଲା ଦାଦି ଦେଖିଲ ମୋ ମାଆ କାହିଁକି ଉଠୁନାହିଁ।ତମେ ଟିକିଏ ଡାକିଲ ସେ ଉଠିବ। ମୋ ବାପା ବି ସେଠାରେ ଶୋଇଛନ୍ତି । ସେ ବି ଉଠୁନାହାନ୍ତି। ଦାଦି ଜଣକ ଦେଖେତ ମାଆ ତାର ବେହୋସ ହେଇଯାଇଛି। ବାପଟି ତାର ମରିଯାଇଛି। ଏକଥା ପିଲାଟିକୁ କେମିତି ବା ଜଣେଇବ। ପିଲାଟିକୁ ଭୂଲେଇଦେଉଥାନ୍ତି। କିଛି ହେଇନାହିଁ ତୁ ଗଲୁ ରୋଷେଇ ଘରୁ ପାଣି ଗ୍ଲାସ ଆଣିଲୁ। ପିଲାଟି ଯାଇ ପାଣି ଆଣି ଦାଦିକୁ ଦେଲା ।ସେ ପାଣି ନେଇ ତା ମାଆ ଉପରେ ଛିଞ୍ଚି ଦେଉଥାଏ। କିଛି ସମୟ ପରେ ତା ମାଆର ଚେତା ଫେରିଲା ଦେଖଲା ପୁଅଟି ପାଖରେ ଛିଡା ହୋଇ କାନ୍ଦୁଛି।
ସେ ଛାତି କୁ ପଥର କରି ପୁଅକୁ କୋଳେଇ ନେଲା। ସେ ସବୁ କଷ୍ଟ ଆଉ ଯନ୍ତ୍ରଣାକୁ ଛାତିରେ ଚାପି ଧରି କହୁଥାଏ । ମୋତେ ଏ ପୁଅ ପାଇଁ ବଞ୍ଚିବାକଙ ହେବ। ତାକୁ ମଣିଷ ଟିଏ କରି ଗଢ଼ି ତୋଳିବାକୁ ହେବ। ଏକଥା ମନରେ ସ୍ଥିର କଲା। କିଛି ବର୍ଷ ଗଲାପରେ ପୁଅଟି ବଡ ହେଲା। ଦିନେ ବଣଭୋଜି କରିବା ପାଇଁ ସାଙ୍ଗ ମାନଙ୍କ ସହିତ ବାହାରକୁ ଯିବ ବୋଲି କହିଲା। ତା ତାକୁ ଯିବା ପାଇଁ ଅନୁମତି ପ୍ରଦାନ କଲେ। ସେ ସାଙ୍ଗମାନଙ୍କ ସହିତ ବଣଭୋଜି କରିବାକୁ ଗଲା। ମାଆ କୁ କହିଲା ମାଆ ତୁ ବ୍ୟସ୍ତ ହେବୁନି ।ମୁଁ ଶୀଘ୍ର ଫେରିଆସିବି।
ମାଆ କହିଲା-ହଉ ତୁ ଯାଆ
ପୁଅଟି ତାର ଦୁଇଦିନ ପରେ ଘରକୁ ଫେରିଲା।
ପୁଅ ଡାକୁଥାଏ-"ମାଆ ମାଆ ଏ ମାଆ କୁଆଡେ ଗଲୁ
ଆସୁନୁ।
ମାଆ-ଆସି ଦେଖେ ତ ପୁଅ ଡାକୁଛି। କଣ ହେଲା?
ଡାକୁଛୁ କାହିଁକି।
ପୁଅ କହିଲା ମାଆ ତୁ ଜାଣିଛୁ ବଣ ଭୋଜିରେ କେତେ ମଜା କଲୁ, ମସ୍ତି କଲୁ ହେଲେ ତୋ କଥା ଭାରି ମନେ ପଡୁଥାଏ। ମୋତେ ସେଠି ଭଲ ଲାଗିଲାନି ସେଥିପାଇଁ ପଳେଇଆସିଲି।
"ମାଆ କହିଲା " ହଉ ଠିକ୍ ଅଛି ତୁ ଚାଲ ଖାଇବୁ
ଏହା କହି ମାଆ ତାର ରୋଷେଇ ଘରକୁ ଗଲା। ସେପଟେ ପୁଅ ଆଉ ତାର ସାଙ୍ଗ ମାନେ ଗୋଡ଼ ,ହାତ ଧୋଇ ଖାଇବା ପାଇଁ ବସିଗଲେ । ଖାଇବାକୁ ମାଆ
ବାଢିଦେଇଥାଏ ସମସ୍ତଙ୍କ ପାଇଁ ଖାଇ ସାରି ସସସ୍ତେ ଉଠିଲେ।
ପୁଅ କହୁଛି ମାଆ ତୁ ଯାଉନୁ ଖାଇବୁ।ମାଆ ସେଇଠୁ
ଉତ୍ତର ଦେଉଥାଏ" ହଁ,ହଁ"ମୁଁ ଯାଉଛି ତୁ ଯାଆ। ଏହା କହି ରୋଷେଇ ଘରକୁ ଯାଇଥାଏ । ମାଆ ପଛେ ପଛେ ପୁଅ ଯାଇଥାଏ। ରୋଷେଇ ଘରେ ପୁଅଟି ଭାତ ହାଣ୍ଡି ଖୋଲି ଦେଖେତ ହାଣ୍ଡି ରେ ଭାତ ନାହିଁ। ପୁଅ ଆଖି ଛଳ ଛଳ କରି ମାଆ ତୋ ପାଇଁ କଣ ଭାତ ନାହିଁ। ତୁ ଖାଇବୁ କଣ ?ସବୁ ଖାଇବାତ ଆମେ ଖାଇଦେଲୁ। ଶେଷରେ ତୁ କଣ ଖାଇବୁଲ ମାଆ?ମାଆ କହିଲା ନାମରେ ମୋତେ ଭୋକ ନାହିଁ ପରା ମୁଁ ଏବେ ଖାଇବିନିରେ ପରେ ଖାଇବି ।ମୋ ଦେହ ଭଲ ଲାଗୁନାହିଁ ପରା । ମାଆ ତଙ ମିଛ କହନା । ତୋ ପାଇଁ ଖାଇବା ନାହିଁ । ସବୁ ଖାଇବାକୁ ଆମକୁ ଦେଇଦେଲୁ।
ଏହ କହି ପୁଅଟି କାନ୍ଦୁଥାଏ। ମାଆ ତାକୁ ବୁଝଉଥାଏ
ତୁ କାହିଁକି କାନ୍ଦୁଛୁ କହ । ଆରେ ଧନ ତୋ ପେଟ ପୁରିଛି ମାନେ ମୋ ପେଟ ପୁରିଯାଇଛିରେ। ନାଇ ଲୋ ମାଆ ସବୁ ଖାଇବା ଆମକୁ ଦେଇ ତୁ ପାଣି ପିଇ ଦେଲୁ।
ହଉ ତୁ ଯାଆ ଶୋଇବୁ। ଆଉ ଅଳ୍ପଦିନ ପରେ ତୁ ବାହାରକୁ ଯିବୁ ପାଠ ପଢିବା ପାଇଁ । ଭଲ ପାଠ ପଢିବୁ
ହାକିମ ହେବୁ ବାପର ନାଆ ରଖିବୁ।
ପୁଅ ସେଇଠୁ କହୁଥାଏ ଲୋ ମାଆ କହୁଛୁ ପାଠ ପଢିବା ପାଇଁ ପାଠ ପଢିବା ପାଇଁ ବହୁତ ଟଙ୍କା ଦରକାର । ତୁ ଆଣିବୁ କଉଠୁ। ତୁ ବ୍ୟସ୍ତ ହେନା ।ସେସବୁ ବିଷୟରେ ଚିନ୍ତା କରନି ।ତୋର ତୋ ମାଆ ଅଛି। ଏହି ପୁଅକୁ ବୁଝେଇଦେଲା। ତାକୁ ସେଠୁ ଯିବାକୁ କହିଲା।
ତାପରେ ତା ସ୍ୱାମୀ ଫୋଟ ପାଖରେ ଠିଆ ହୋଇ କାନ୍ଦି ବାକୁ ଲାଗିଲା କହିଲା ପୁଅ ପାଠ ପଢିବା ପାଇଁ କଉଠୁ ଟଙ୍କା ଆଣିବି। ତମେ ଯଉ କରିଦେଇଥିଲ ସୁନା ଗହଣା ତାକୁ ବିକ୍ରି କରିବା ପାଇଁ ପ୍ରୟାସ କରୁଛି । ଆଉ ଖଣ୍ଡେ ଗାଁ ଯଉ ବିଲ ଅଛି ତାକୁବି ମଧ୍ୟ ବିକ୍ରି କରିଦେଉଛି। ଯାହା ପଇସା ହେବ ସେହି ପଇସାରେ ସେ ପାଠ ପଢିବ। ଏହାକହି ପୁଅକୁ ବିଦେଶ କୁ ପଠେଇଲା ପାଠ ପଢେଇବା ପାଇଁ । ପାଞ୍ଚ ବର୍ଷ ପରେ ଫାଇନାଲରେ ପରିକ୍ଷା ଥାଏ। ହେଲେ ଫର୍ମ ଫୂରଣ କରିବା ପାଇଁ ତା ପାଖରେ ଟଙ୍କା ନଥାଏ ।ସେ ଫୋନ କରି ତା ମାଆକୁ କହିଲା। ମାଆ କହିଲା ତୁ ବ୍ୟସ୍ତ ହେନା ମୁଁ କିଛି ବ୍ୟବସ୍ଥା କରୁଛି। ଏହା କହି କାନ ପିନ୍ଧିଥିବା କାନଫୁଲ ହଳକ ବିକ୍ରି କରି ଟଙ୍କା ଆଣିଥାଏ।
ହେଲେ ଫର୍ମ ପୂରଣ ପାଇଁ ଯେତିକି ଟଙ୍କା ଆବଶ୍ୟକ ସେତିକି ହେଲା ନାହିଁ। ସେ ଫୋନ କରି କହିଲା ବାବାରେ ମୋ ପାଖରେ ସଂପୂର୍ଣ୍ଣ ଟଙ୍କା ହେଲାନାହିଁ ରେ
ତୁ ଗୋଟେ କାମ କର ତୋ ସାଙ୍ଗ ପାଖରୁ ଫର୍ମ ପଚରଣ କରିଦେଇଥା । ମୁଁ ତାକୁ କଉଠୁ ଆଣି ସୁଝିଦେବି। ଏକଥା ଉଦାସ ମନରେ ରହିଥାଏ । ସେ କଣ କରିବ ବୋଲି ଭାବୁଥାଏ? ଦିନେ ଗୋଟେ ଝିଅ ସହିତ ଦେଖାହେଲା ଝିଅଟିଏ ନାମ (ସ୍ୱପ୍ନା) ସହିତ ଦେଖା ହେଲା। ଗୋଟିଏ ଶ୍ରେଣୀରେ ପଢନ୍ତି। ସ୍ୱପ୍ନା ପଚାରିଲା ରାଜ ତୁମର କଣ ହେଇଛି? ଏତେ ଉଦାସ କାହିଁକି ଜଣାପଡୁଛ? ରାଜ କହୁଥାଏ ନା ମୋର କିଛି ହେଇନାହିଁ। ତମେ ଯାଅ!ସେଦିନ ସ୍ୱପ୍ନା ତାଙ୍କ ପାଖରୁ ପଳେଇ ଗଲା। ତାପରଦିନ ପୁଣି ସ୍ୱପ୍ନା ଦେଖାହେଲା ରାଜ ସହିତ ଦେଖେତ ଉଦାସ ମନରେ ପୁଣି ବସିଥାଏ। ପୁଣି ପଚାରିଲେ ଆରେ ରାଜ କଣ ହେଇଛି ତୁମର ।ସେଇଠୁ ସବୁ ସତ କହିଲା ରାଜ ସ୍ୱପ୍ନା ପାଖରେ । ମୋର କିଛି ଟଙ୍କା ଦରକାର ଫର୍ମ ପୂରଣ କରିବା ପାଇଁ ।
ମୁଁ ଯଦି ଫର୍ମ ପୂରଣ ନକରୁଛି ତାହାଲେ ମୁଁ ପରୀକ୍ଷା ଦେଇପାରିବିନି। ଏକଥା ଶୁଣି ସ୍ୱପ୍ନା କହିଲା ଏଇ ଗୋଟେ କଥା ଠିକ୍ ଅଛି ମୁଁ ତୁମକୁ ଟଙ୍କା ଦେବି ତମେ ନିଶ୍ଚିତ ପରୀକ୍ଷା ଦେବ। ଆଉ ଫର୍ମ ପୂରଣ କରିବ।
ତୁମେ ଯଦି ମୋତେ ଠିକ୍ ସମୟରେ ଟଙ୍କା ଦେଇନଥାନ୍ତ ତାହାଲେ ପରିକ୍ଷା ଦେଇପାରିନଥାନ୍ତି ।ତମେ ଆଜି ମୋ ମାନ ରଖିଦେଲ।
ସେଇଠୁ ଦୁହେଁ ଦୁହିଁଙ୍କୁ ଭଲ ପାଇଲେ। ଭଲ ପାଇ ବିବାହ କଲେ। ହେଲେ ଘର କଥା ରାଜ ପୂରା ଭୂଲିଗଲା। ସ୍ୱପ୍ନାର ବାପଘର ବହୁତ ବଡ କୋଟିପତି ଘର। ରାଜ୍ ସ୍ୱପ୍ନାକୁ ବିବାହ କରି ବିଦେଶ ରହିଲା।କିନ୍ତୁ ତା ମାଆକୁ ଜଣେଇନଥାଏ ଯେ ସେ ବିବାହ କରିଛି ବୋଲି।ଦିନେ ତା ମାଆର ମନ ଗୋଡେଇ ହେଉଥାଏ। ମୋ ପୁଅ ଏତେ ଦିନ ହେଲା ଗଲାଣି ଦିନେ ଫୋନ କରୁନି ଏହା କହି ସେ ତା ପୁଅ ପାଖକୁ ଫୋନ କଲା। ପୁଅ କହୁଛି ମାଆକୁ ତମେ କିଏ କହୁଛ?କଉଠୁ କହୁଛ?କାହାକୁ ଖୋଜୁଛ?ଏମିତି କି ଅନେକ ପ୍ରଶ୍ନ ।
ମାଆ କହୁଛି ଆରେ ଧନ ମୁଁ ତୋର ମାଆ କହୁଛି। ତୁ କଣ ଜାଣିପାରୁନୁ? ଆରେ ଧନ କେମିତି ଅଛୁ। ତୋ କଥା ଭାରି ମନେ ପଡୁଛି ରେ ତୁକେବେ ଆସିବୁ।ପୁଅ କିନ୍ତୁ ଏସବୁ ନଶୁଣି ବିରକ୍ତ ହେଉଥାଏ। ବିରକ୍ତ ହେଇ ଫୋନ କାଟିଦେଇଥାଏ। ଏପଟେ ପୁଅକୁ ଝୁରି ଝୁରି ରୋଗାଗ୍ରସ୍ତ ହୋଇ ବିଛଣାରେ ପଡିଥାଏ । ଖାଲି ପୁଅ ପୁଅ ହେଉଥାଏ। ପାଣି ପିଉନଥାଏ କେତେବେଳେ ମୋ ପୁଅ ଆସିବ ମୋ ପାଖରେ ବସିବ। ତା ବାଟକୁ ଚାହିଁ ବସିଥାଏ।କିନ୍ତୁ ପୁଅ ରାଜ୍ ଆସିବାର ଇଛା କରୁନଥାଏ।ଏପଟେ ମାଆର ଥିବା ପୁଅ ପ୍ରତି ବାତ୍ସଲ୍ୟ ମମତା ଉଜାଡି ଦେଉଥାଏ।ଦିନେ ମାଆର ଶେଷ ଅବସ୍ଥା ଆସି ପହଞ୍ଚିଗଲାଣି । ପୁଅକୁ ଖୋଜୁଥାଏ ଦିନେ ମାଆର ବ୍ୟାକୁଳତା ଦେଖି ଗାଁ ଲୋକମାନେ ରାଜ୍ ପାଖକୁ ଫୋନ୍ କଲେ। ତା ମାଆ ବିଷୟରେ ସବୁ ରାଜ୍କୁ କହିଲେ। ଶେଷରେ ରାଜ୍ ମନାକରିଦେଲା ନା ମୁଁ ଯାଇପାରିବିନାହିଁ।ଏହା କହି ଫୋନ୍ କାଟିଦେଲା।କିଛି ସମୟ ପରେ ତା ମାଆର ମୃତ୍ୟୁ ହୋଇଥାଏ। ତାକୁ ଗାଁ ଲୋକମାନେ ମୁଖାଗ୍ନି ଦେଲେ। ଏବଂ ତାର କ୍ରିୟାକର୍ମ କଲେ। ଗୋଟେ ବରଷ ପରେ ପୁଅ ଘରକୁ ଫେରେ ଆଉ ଦେଖେ ତା ମାଆର ଫୋଟ କାନ୍ଥରେ ଟଙ୍ଗା ଯାଇଛି। ଆଉ ସେଥିରେ ଫୁଲମାଳ ଚଢାଯାଇଛି। ତାକୁ ଦେଖି ରାଜ୍ର ପାଦତଳୁ ମାଟି ଖସିପଡଡୁଥାଏ। ସେ କଣ କଲା ?କହି ନିଜକୁ ଧିକ୍କାର କଲା। ସେତେବେଳେ ଆଉ କଣ ଥାଏ ।ତା ପାଖରେ ଧନ ଥାଏ ଉଚ୍ଚ ପଦବିର ଚାକିରୀ ଥାଏ। ବେଙ୍କ୍ ବାଲାନସ୍ ସବୁ ଥାଏ୍ ହେଲେ ମାଆର ଅଭାବ ଥାଏ।
ଜୀବନରେ ସବୁ ଥାଇ ଲାଭ କଣ?ଯଦି ମାଆ ନଥାଏ।
ସଭିଙ୍କ ଋଣ ସୁଝିପାରିବ ହେଲେ ପିତୃମାତୃ ଋଣ କେହି ସୁଝି ପାରିବେନି।
ବଞ୍ଚିଥିବାବେଳେ ମାଆକୁ ଗଣ୍ଡେ ଖାଇବାକୁ ଦେଲେନି
ଘୃଣା କଲେ।
ମଲା ପରେ ମାଆ ମାଆ ହୋଇ ଚାରିଆଡେ ଖୋଜୁଛ।
ବାହାହେଲା ପରେ, ଚାକିରୀ କଲାପରେ ସମସ୍ତେ ଏମିତି ବଦଳିଯାଆନ୍ତି। ଥରେ ହେଲେ ମାଆ କଥା ଚିନ୍ତାକରନ୍ତିନି। ସେ ଦେଇଥିବା ସ୍ନେହ ଶ୍ରଦ୍ଧା କୁ ସବୁ ଭୂଲିଯାଆନ୍ତି।
ପାଦରେ ଆଡେଇ ଦିଅନ୍ତି
ଥରେ ଭଲଭାବରେ ଚିନ୍ତା କର।
ମାଆ ତମ ମାନଙ୍କପାଇଁ ଆଉ ସସସ୍ତଙ୍କ ପାଇଁ କଣ?
"ମାଆ ଦେଖେ ପିଲାର ପେଟ
ସ୍ତ୍ରୀ ଦେଖେ ସ୍ୱାମୀ ପକେଟ୍"
