mamatanjali Patra

Others

3  

mamatanjali Patra

Others

ଆଦର୍ଶ ଜୀବନ

ଆଦର୍ଶ ଜୀବନ

3 mins
215


ଆମ ଜୀବନକୁ ସଫଳତା କରିବା ପାଇଁ ଆଦର୍ଶତା ସଂଯୋଗ ରହିବା ନିହାତି ଦରକାର। ଗୋଟେ କାହାଣୀର ଉଦାହରଣ ରାମାୟଣର ରାମ ଆଉ ରାବଣ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ରାମଙ୍କ ତୁଳନାରେ ଯଦି ରାବଣକୁ ଦେଖିବା ରାମ ପାଖରେ ସୈନ୍ୟ ସାମନ୍ତ ବଳ ଥିଲା କିନ୍ତୁ ରାବଣ ପାଖରେ ରାମଙ୍କ ଠାରୁ ଅଧିକ ସୈନ୍ୟ ଥିଲେ ରାବଣ ପାଖରେ। ରାମଙ୍କର ଗୋଟେ ମୁଣ୍ଡ ଥିଲାବେଳେ ରାବଣର ଦଶଟି ମୁଣ୍ଡଅଛି

ସେମାନଙ୍କ ବୁଦ୍ଧି ରେ ଆକାଶ ପାତାଳ ଫରକ। ରାବଣର ଏତେ ବୁଦ୍ଧି ,ଜ୍ଞାନୀ, ବିଦ୍ୱାନ, ଶକ୍ତିଶାଳୀରେ ପାରାଙ୍ଗମ। ରାବଣକୁ ଦେଖିଲୃ ଦେବା ଦେବୀ ମାନେ ଗ୍ରହ,ନକ୍ଷତ୍ର ମାନେ ରାବଣକୁ ଦେଖିଲେ ସେଠୁ ଛାଡି ପଳେଇ ଯାଉଥିଲେ।କିନ୍ତୁ ପ୍ରଭୁ ଶ୍ରୀରାମ ପାଖରେ ହନୁମାଙ୍କଡ ଆଉ ଭାଲୁ ଏମାନଙ୍କୁ ନେଇ ଯୁଦ୍ଧ ଆରମ୍ଭ କରିଥିଲେ।ଶେଷରେ ରାବଣକୁ ପରାସ୍ତ କରିଥିଲେ । ଆଉ ବଜୟଲାଭ ହୋଇଥିଲେ। ରାବଣ ର ଭାଇ ବିବିଷଣ ଆସି ପ୍ରଭୂ ରାମଙ୍କୁ ପଚାରିଲେଆପଣ ମୋ ଭାଇଙ୍କ ତୁଳନାରେ ଆପଣ କଉ ଗୁଣରେ ଏତେ ବଳିୟାନ ଯେ ମୋ ଭାଇକୁ ପରାସ୍ତ କଲେ।ଆପଣ ଏତେ ମହାନ ହୋଇଗଲେ।ଶ୍ରୀରାମ କହିଲେ ମୁରୁକି ହସରେ ବିବିଷଣ ତମ ଭାଇଙ୍କ ପାଖରେ ସବୁ ଗୁଣ ,କଳା,କୌଶଳରେ ପରିପୂର୍ଣ୍ଣ ଅଛନ୍ତି।ହେଲେ ମଣିଷ ପାଖରେ ଯେଉଁ କଳା ରହିଲେ ସେ ଆପେଆପେ ମହାନ ହେଇପାରିବ ତାହା ତୁମ ଭାଇ ପାଖରେ ନାହିଁ।ତମ ଭାଇ ପାଖରେ ସବୁ ଗୁଣ ଥାଇକି ଲାଭ କଣ?ଯଦି ଆଦର୍ଶ ନଥାଏ। ପରିସ୍ଥିତି ଏମିତି ସ୍ଥାନରେ ପହଞ୍ଚି ଯାଏ ଯେଉଁଟା ମୂଲ୍ୟହୀନ। ଯଦି ତା ଭିତରେ କିଛି ଗୁଣ ନଥାଏ ଯଦି ଆଦର୍ଶ ତା ଭିତରେ ଥାଏ ସେ ସବୁ ସ୍ଥାନରେ ବିଜୟ ଲାଭ କରିଥାଏ। ଆଉ ସମ୍ମାନ ମଧ୍ୟ ପାଇଥାଏ। ରାମଚନ୍ଦ୍ର ଏହି ଯୁଦ୍ଧ ଜିତିବାର ମୂଖ୍ୟ କାରଣ ତାଙ୍କ ପାଖରେ ଆଦର୍ଶତା ଥିଲା।ଅହଂକାର ନଥିଲା। ଥିଲା ସମସ୍ତଙ୍କ ପ୍ରତି ଭଲପାଇବା, ତ୍ୟାଗ ।ଯାହା ପାଖରେ ଆଦର୍ଶ ଅଛି ଯେତେ ବଡ ବିପଦ ଆସୁନା କାହିଁକି ସେ ତା ଆଦର୍ଶ ମୂଳରେ ଜିତିଯିବ। କିନ୍ତୁ ରାବଣ ପାଖରେ ସବୁ କିଛି ଥିଲା ହେଲେ ଆଦର୍ଶତା ନଥିଲା। ସେ ନିଜକୁ ମହାନ ବୋଲି ଭାବୁଥିଲା। ଶେଷରେ କଣ ହେଲା ?ନିଜର ରାଜ୍ୟ ଆଉ ସେ ନିଜେ ଧୂଳିସାତ ହୋଇଗଲା। କିନ୍ତୁ ରାମଚନ୍ଦ୍ର ଙ୍କ ପାଖରେ ହନୁମାଙ୍କଡ, ଆଉ ଭାଲୁ ଏମାନଙ୍କୁ ନେଇ ଯୁଦ୍ଧ ଆରମ୍ଭ ହେଇଥିଲା। ତାଙ୍କ ମନ ଅହଂକାର ନଥିଲା।ଥିଲା ଆଦର୍ଶ ପଣିଆ, ମାନବିକତା ଯାହାକି ଇତିହାସ ର ପ୍ରଥମ ପୃଷ୍ଠା ରେ ତାଙ୍କର ନାମକୁ ଆଗରେ ରଖିଲେ।ତେଣୁ ଆମ ସମସ୍ତଙ୍କ ଜୀବନ ପାଇଁ ଆଦର୍ଶ ଏକାନ୍ତ ପ୍ରୟୋଜନ। ତାହେଲେ ଯାଇ ନିଜ ଜୀବନକୁ ସରସ ଆଉ ସୁନ୍ଦର ଭାବରେ ଗଢି ଉଠିବ। ପ୍ରଥମେ ନିଜକୁ ଆତ୍ମସୁଧାର ଆଉ ଆତ୍ମସମ୍ମାନ ରୂପେ ଗଢିବା।।ବାସ୍ତବରେ ଏଇ ଜୀବନ ଗୋଟିଏ ଚାଷସୟ ଜମିରେ ଯେତେବେଳେ ଆମେ ଚାଷ କରିବାକୁ ଯାଉଛେ। ସେତେବେଳେ ଆମେ ମାଟିରେ ଥିବା ଆଦରକାରୀ ଅନାବନା ଗଛକୁ ଉପାଡି ଫୋପାଡ଼ି ଦେଉଛେ। ତାପରେ ମାଟିର କେତେ ଉର୍ବରତା ଅଛି ଦେଖୁଛେ। ତାପେ ମାଟିକୁ ସୁଧାରୁଛେ। ମାଟି ସୁଧାରିବା ପରେ ଯାଇ ନୂଆଗଛ ଲଗାଉଛୁ।  ତାପ୍ରତି ପରିଶ୍ରମର ପ୍ରୟାସ ଜାରି ରଖୁଛେ।ଠିକ୍ ଜୀବନ ଏକ ଚାଷ ଜମି ଏଇ ଜୀବନରେ ଆବଶ୍ୟକତା ଗଛ ଲଗାଇବା ଯେମିତି ଜୀବନ ଗଢିଉଠିବ ସେମିତି ।ପ୍ରଥମେ ଆମ ଭିତରେ ଯେଉଁ ନକରାତ୍ମକ ଭାବନା ଅଛି। ଯାହା ଆମ ଜୀବନ ପାଇଁ ଅନୁପଯୋଗୀ ।ଯେଉଁ ମାନେ ଆମ ଜୀବନକୁ ନଷ୍ଟ କରିଥାନ୍ତି ପ୍ରଥମେ ତାକୁ ଆମ ଜୀବନରୁ ବାହାର କରିଦେବା ଆବଶ୍ୟକ। ଯେଉଁ ଗୁଣ ଗୁଡିକ ଆମ ଜୀବନରେ ରହିବା କଥା ଯାହା ଦ୍ୱାରା ଆମେ ଉପରକୁ ଯିବା କଥା ଉପରକୁ ନଯାଇ ତଳକୁ ଖସିବାରେ ଲାଗୁଛୁ ପ୍ରଥମେ ତାକୁ ସୁଧାରିବା ଦରକାର।ଯେ ପର୍ଯ୍ୟନ୍ତ ଆମେ ନିଜକୁ ନିଜେ ନ ସୁଧାରିଛୁ ସେ ପର୍ଯ୍ୟନ୍ତ ଆମେ ଭଲକୁ କେବେ ଗ୍ରହଣ କରି ପାରିବୁ ନାହିଁ। ଯଦି ମନ ଭିତରେ ବିଷ ଭରିକି ରହିଛି ଆମେ ତାକୁ ଯେତେ ଅମୃତ ଦେଲେ ସେ ବିଷରେ ପାଲଟି ଯିବ। ଆମେ ସମସ୍ତେ ନିଜକୁ ଚିନ୍ତନ କରିବା ଦରକାର।ନିଜର ମୂଲ୍ୟାୟନ କରିବା ଦରକାର। ମୁଁ କଣ କରୁଛି?ଭଲ କି ଖରାପ କାମ କରୁଛି ? ତାହା ନିଜକୁ ନିଜେ ଜାଣିବା ଦରକାର। ଏବଂ ତାର ସମାସ୍ୟା ସମାଧାନ ନିଜେ ହିଁ କରିଥାଏ।ଅସମ୍ଭବକୁ ସମ୍ଭବ କରିଥାଏ। ନିଜ ଭିତରେ ଥିବା ଖରାପ ଗୁଣ ନିଜର ଲଢେ଼ଇ କରି ବର୍ଜନ କରିବାର ପ୍ରୟାସ କରିଥାଏ।ଜୀବନର ସାଧନାର ପ୍ରୟାସ ଦ୍ୱାରା ସେ ସବୁ କିଛି ପରିବର୍ତ୍ତନ କରିଥାଏ। ଆମ ଜୀବନର ଖରାପ ଗୁଣକୁ ଦୂରିଭୂତ କରିବା ଆଉ ଭଲ ଗୁଣକୁ ଆପଣେଇବା ଦରକାର। ସେହି ଦିବ୍ୟଗୁଣକୁଆମ ଭିତରେ ପ୍ରୟୋଗ କରିବା ଦରକାର।

ଏଦୁନିଆରେ ସମସ୍ତେ ବଞ୍ଚିବାର ଅଧିକାର ଅଛି ।ଆଉ ସମସ୍ତଙ୍କର ସ୍ୱାଧିନତା ଅଛି।ସେ ଚାହିଁଲେ ଉପରକୁ ଉଠିଯାଇ ପାରିବ ।ସେ ଚାହିଁଲେ ମଧ୍ୟ ତଳକୁ ଖସିଯାଇପାରିବ । ଯେତେ ପଯ୍ୟନ୍ତ ତାମନରେ ବିଷାଦ ଭରିରହିଥିବ।ସେ ମଣିଷ ତଳକୁ ଖସିବ ହିଁ ଖସିବ। ଯାହା ମନରେ ଅମୃତ ଭରିଥିବ ଅହଂଭାବ ନଥିବ ସେ ହିଁ ଆନନ୍ଦ ହିଁ ଆନନ୍ଦ ଲଭିବ । ଆସ ସମସ୍ତେ ନିଜକୁ ପରିବର୍ତ୍ତନ ଶୀଳ କରିବା । ନିଜ ଜୀବନକୁ 

ଆଦର୍ଶମୟ ଜୀବନ ଭାବରେ ଗଢି ତୋଳିବା ।


Rate this content
Log in