ସମୟ
ସମୟ
ଟିକ ଟିକ ଟିକ --------। ଘଣ୍ଟା ଚାଲିଛି ।ସମୟ ଗଡୁଛି । ପରିବର୍ତ୍ତନ ହେଉଛି ।ସେକେଣ୍ଡ,ମିନିଟ,ଘଣ୍ଟା ,ଦିନ,ରାତି,ବାର ,ମାସ,ବର୍ଷ, ବିତିଯାଇଛି । ଚୌଷଠି ବର୍ଷ ଏହାଭିତରେ ଗଡ଼ିଗଲାଣି ।ଚୌଷଠି ବର୍ଷା ,ବଇସାକ୍ଷ,ବସନ୍ତକୁ ଭୋଗକରିଛି । ମିଠାଖଟା ଅନୁଭୂତି ।ଜୀବନ ରେ କିଛି ପାଇଛି କିଛି ହରେଇଛି ।ମୋଟାମୋଟି ଉପରେ ଯାହାପାଇଛି ଯାହା ହରେଇଛି ଉପର୍ବ।ଲାର ଇଚ୍ଛା । ମା ଭୁବନେଶ୍ଵରୀ ବେଢା ସାମନାରେ ଥିବା ଓସ୍ତ ମୂଳେ ବସି କଳନା କରୁଥିଲା ଜୀବନକୁ ଅଜୟ ।ପିଲାବେଳୁ ଆଜିପର୍ଯ୍ୟନ୍ତ ମନେପଡୁଛି ଖିଏ ଖିଏ ।କାହାପାଖର ମୁଣ୍ଡ ନଇଁ ନାହିଁ କି କାହାର ଅନିଷ୍ଟ କରିନାହିଁ ।ସ୍ୱାଭିମାନରେ ବଞ୍ଚିଛି ।ଆତ୍ମତୃପ୍ତି ପାଇଛି ।ଦୁନିଆଁ କୁ ବୁଝିବାକୁ ପଡୁଛି । ପରିବାର ଲୋକେ ପର କଲେବି ସମୟକୁ ଅପେକ୍ଷା କରି ଜବ।ବ ଦେଇଛି । ନିଜ ହାତଗୋଡ଼ରେ ଭରସା ରାଖିଛି ।କଥାରେଅଛି ଉଯୋଗୀ ପୁରୁଷ ସିଂହ ଲକ୍ଷ୍ମୀ ପ୍ରାପ୍ତହୁଏ ।ନିଜ ରୋଜକାର ଚଲିବା ଓ ସଚୋଟରେ ଚାଲିବା ଜୀବନର ବଡ଼ଶିକ୍ଷା ।
ଚାଳିଶ ବର୍ଷ ।ଚକ୍ରାନ୍ତ କରି ବଡଭାଇ ପ୍ରଦ୍ଵୀପ ସମସ୍ତ ଛଡାଇନେଇଛି ।ଘର କି ପରିବାର କିଏ ମୁଣ୍ଡ ଖେଳୋଉନାହାନ୍ତି ।ନିଜ ନିଜ ସ୍ୱାର୍ଥରେ ଚାଲୁଛନ୍ତି ।ଜମିବାଡ଼ି ଘର ସମସ୍ତ ଭୋଗ କଲାପରେ ତଥାପି ତାର ପସ।କାଠି ଚାଳନା କରୁଛି ।ଆବୁରୀ ବସିଛି ସ୍ୱାର୍ଥକୁ ।ଖେଦୁଛି ଜଣକୁ ।ଛଳନାର ଜାଲ ବିଛେଇଛି ।ଗୁଣିଆ ଡାକି ବନ୍ଦେଇଦେଇଛି ଭିଟା ମାଟିକୁ । ବୈକୁଣ୍ଠ ସମାନ ଆହା ଅଟେ ମୋର ଘରକୁ ଅହଂକାରରେ ମାଡିବସିଛି । ଦୀର୍ଘଦିନ ଧରିତାର ଓୟୁଦ୍ଧତାମି । ଇନ୍ଧନ ଯୋଗାଉଛି ଜିତେନ ଓ ବନ୍ଧୁ ମିଶରେ । ନାଟକର ନାୟିକା ପ୍ରଦ୍ଵୀପର ଉପ ଭାର୍ଯ୍ୟ। କୁଶିଳା । ସମ୍ପର୍କ ଠାରୁ ଧନସମ୍ପତ୍ତିକୁ ବଡ଼କରି ଚାଲୁଥିବା ଲୋକେ ଆମସମାଜରେ ଅଧିକ ଅଛନ୍ତି । ସେମାନେ କଳେ ବଳେ ତାଙ୍କର ହୀନବୁଦ୍ଧି ପ୍ରୟୋଗ କରି ନିଜକୁ ଚାଳକ ମଣନ୍ତି ।ଆହୁରି ସମୟ ବାକିଅଛି ସେ ଯବନିକ ପଡ଼ିବାକୁ । ସମୟ ଧାଉଥବ । ଅନ୍ୟକୁ କଷ୍ଟଦେଇଥିବା ମଣିଷ ଚାଲିଯିବ । ଆରମ୍ଭ ହେବ ଫଳାଫଳ ।କଥାରେ ଅଛି ବାପଖାଇଲେ ତାଳ ପୁଅକୁ ହୁଏ କାଳ ।
