ସମ୍ପର୍କିୟ
ସମ୍ପର୍କିୟ


ସମ୍ପର୍କିୟ ଫୋନ୍ ର ରିଂଗ୍ ଶୁଣି ନିଦଟା ଭାଙ୍ଗିଗଲା। ଅଳସ ଭରା ଆଖିରେ ଫୋନ୍ ଉଠାଇ ଦେଖେତ ୬୦ ମିସ୍ କଲ୍ । ମୁଁ କିଛି ଭାବିବା ଆଗରୁ ବାପା, ବୋଉ , ଭାଉଜ ଙ୍କ ଉଦାଶିଆ ଚେହେରା ଦେଖି ମନକୁ ପାପ ଛୁଇଁଲା। ଟିକେ ଆଗକୁ ଯାଇ ଦେଖେତ ଗୋଟିଏ ପାଖରେ କାକା ଫୋନ୍ ରେ ବ୍ୟସ୍ତ ତ ଅନ୍ୟ ପାଖରେ ସୁମି ଫୋନ୍ ରେ ବ୍ୟସ୍ତ । ଏମିତି ଭାବୁ ଭାବୁ ପୁଣି ଫୋନ୍ ଆସିଲା ...........
ଚମକି ପଡି ଫୋନଟାକୁ ରିସିଭ୍ କଲି -ଆରେ ତୋ ଭାଇକୁ କରୋନା ହୋଇଛି ?
_ ହଁ ହୋଇଛି ! ସେ ଏବେ ଭଲ ଅଛି ଡାକ୍ତର ଖାନାରେ ଅଛି। ଏତିକିରେ ଫୋନ୍ କଟ୍ ହୋଇଗଲା ।
ବେସ୍ କିଛି ସମୟ ର ବ୍ୟବଧାନ ଭିତରେ ଖବରଟା ଏମିତି ବିଜୁଳି ବେଗରେ ମାତିଗଲା ଯେ ଫେସବୁକ୍, ହ୍ବାଟ୍ସପ୍ , ଇଂଷ୍ଟାଗ୍ରାମ ରେ ମୋ ଘର , ମୋ ଫଟୋ, ଆଉ ମୋ ଭାଇଙ୍କ ଫଟୋ ସହ ମୋ ଫଟୋ ବି ମୋ ପାଖକୁ ଫେରି ଆସିଲା।
ପଛକୁ ପଛ ସାହିଭାଇ, ବନ୍ଧୁ ବାନ୍ଧବ ଠାରୁ ଆରମ୍ଭ କରି ସାଙ୍ଗ ସାଥୀ ପର୍ଯ୍ୟନ୍ତ ସମସ୍ତେ ପଚାରିବାକୁ ଲାଗିଲେ ।କିଏ ବାଡ ପାଖରେ ତ କିଏ ଫୋନ୍ ରେ ଭିଡ ଜମାଇଥିଲେ । ଖବରଟା ଜାଣିବାକୁ ଯେମିତିକି ମୋ ଭାଇକୁ କରୋନା ହୋଇନିଯେ ସେ ଗୋଟେ ବଡ ପାପ କରିଦେଇଛି । ଘର ଲୋକ ଭାଇ ର କରୋନା ପାଇଁ ଯେତିକି ଦୁଃଖ ନଥିଲେ ତା ଠୁ ଅଧିକ ଫୋନ୍ ରୁ ପାଉଥିଲେ ।
ଆରେ ଭାଇ.... ଆମ ସରକାର ସବୁ ପଦକ୍ଷେପ ନେଉଛନ୍ତି। କରୋନା ରୋଗି ଭଲ ହେଉଛନ୍ତି। ମୋ ଭାଇ ଶିଘ୍ର ଭଲ ହୋଇଯିବେ ବିଶ୍ବାସ କର ...... ସମସ୍ତଙ୍କୁ କହି କହି ମୁଁ ଥକିଗଲି ହେଲେ କେହି ବୁଝିଲେ ନାହିଁ ।