ସିନ୍ଦୁର (ଭାଗପ୍ରଥମ)
ସିନ୍ଦୁର (ଭାଗପ୍ରଥମ)
ଶୋଭା କପାଳରେ ଆଇନା ଦେଖି ସିନ୍ଦୁର ଲଗାଉଛନ୍ତି । ଲାଗୁଛି ମା ଧରିତ୍ରୀଙ୍କ ଲଲାଟରେ ଦିଗବଳୟରେ ପହିଲି ସୂର୍ଯ୍ୟଙ୍କ ପରି ଝଟକୁଛି ସିନ୍ଦୁର ବିନ୍ଦୁ । ସଧବା ନାରୀର ପ୍ରମାଣପତ୍ର । ପୁରୁଷ ଦେଖି ଦେବୀକୁଁ ସ୍ମରଣ କରେ । ମୁଣ୍ଡ ନଇଁଯାଏ ।ପୁରାଣ କଥା ,ମା ସୀତାଙ୍କ ମୁଣ୍ଡରେ ସିନ୍ଦୁର ଦେଖି ହନୁମାନ ଦେହସାରା ନାଲି ରଙ୍ଗ ବୋଲିଦେଇଥିଲେ । ରାମ ଭଲ ପାଇବେ ବୋଲି ।
ଶୋଭାଦେବୀ ଜଣେ ନାରୀ। ବିବାହିତା ରମଣୀ । ନଦୀର ଦୁଇ କୁଳ ଦେଇ ଗତି କରୁଥିବା ତରଣୀ । ଗୋଟିଏ କୂଳରେ ସସୁରାଳୟ ଅନ୍ୟ କୂଳରେ ବାପଘର । ତେଣୁ ସେ ଦୁହିତା । ଦୁଇ ପରିବାରର ମଙ୍ଗଳକାମନା କରେ ନାରୀ ।ଘରକୁ ପସିଆସିଲେ ଅଜୟ । ଶୋଭା ଦେବୀ ସ୍ୱାମୀଙ୍କ ସାଙ୍ଗ । ଅଜୟଙ୍କ ଡକାଶୁଣି ଆଇନ ଥୋଇଦେଇ ସିନ୍ଦୁରଫରୁଆ ଯଥାସ୍ଥାନରେ ରଖି ଶାଢ଼ୀ ସଜାଡି ବାହାରିଆସିଲେ । ଅଜୟ ହାତଯୋଡି ପ୍ରଣାମ କଲେ । ଭାଉଜ, ସକାଳୁ ଦେବୀ ଦର୍ଶନ କଲି । ଆଜି ମଙ୍ଗଳବାର । ମା ମଙ୍ଗଳାଙ୍କୁ ସାକ୍ଷାତ ଦର୍ଶନ ।ଶୋଭା ଦେବୀ ଟିକେ ସଂକୋଚରେ କହିଲେ । ତୁମେ ଜଣେ ବ୍ୟଙ୍ଗକାର । ସଜ କ୍ଷୀରରେ ମାଛି ପକେଇବ।ତୁମ କାମ । କାହିଁ ମୁଁ କଣ ଏମିତି ଲାଗୁଛି କି ତୁମେ ମତେ ମଙ୍ଗଳା କହୁଛ । ଅଜୟ ସଂକୋଚ ରେ କହିଲେ । ସତରେ ଭାଉଜ ନାରୀମାନଙ୍କର ଏମିତି ରୂପ ଦେଖିଲେ ଭକ୍ତି ଲାଗେ । କପାଳରେ ସିନ୍ଦୁର ବିନ୍ଦୁ,ଏହି ନାଲିରଙ୍ଗର ଦେବୀ ମା ମଙ୍ଗଳା ଦେବତା ମାନଙ୍କର ଆରାଧ୍ୟ ଦେବୀ । ମଙ୍ଗଳକାରୀ । ସଧବା ନାରୀ ଆମ ସଂକୃତିରେ ମା ବା ଜନନୀ ।ତାଙ୍କ ପ୍ରତି ସନମାନ ଉଣାକଲେ ମଣିଷର ଅମଙ୍ଗଳ ହୁଏ ।ମଙ୍ଗଳଦୋଷ ଲାଗେ ।ଅପମୁର୍ତୁ,ଦୁର୍ଘଟଣା ,ଯସ ଖ୍ୟାତି ସନମାନ ପାଏ ନାହି, ଜୀବନରେ ଅନେକ ବିପଦ ପଡେ ।
ଶୋଭା ଦେବୀ ଟିକେ ଆଶ୍ୱସ୍ତି ଲାଭକଲେ କହିଲେ,ଅଜୟ ବାବୁ ତୁମକୁ ଲେଖକ ରୂପେ ଗଣିଥିଲି ।ଏବେ ଜଣେ ଜ୍ୟୋତିଷକ ରୂପେ ଜାଣିଲି । ତୁମେ ନାରୀ ଉପରେ ଲେଖିପାର ,କହିପାର ହେଲେ ପ୍ରକୃତରେ ସମ୍ମାନ ଦେଇ ଜାଣିନ । ନାରୀର ରୂପରେ ପୁରୁଷ ଲମ୍ପଟ ହୁଏ । ତାର ଜେତେ ଦମ୍ଭ ,ଶକ୍ତି କାମନା ରେ ଅନ୍ଧ ହୁଏ । ତେଣୁ ନାରୀ ଆଖିରେ ପ୍ରତେକ ପୁରୁଷ ଲମ୍ପଟ ।ଏହା ବି ଠିକ୍ ଯେଉଁ ପୁରୁଷ ନାରୀକୁ ଘୃଣାକରେ ବା ତାର ସୌନ୍ଦର୍ଯ୍ୟପ୍ରତି ଅନାଦର କରେ ସେ ଅଣପୁରୁଷ। ଅଟେ । ଅଜୟ ମନେ ମନେ ଭାବୁଥିଲେ ନିଜକୁ ,ବେଳେ ବେଳେ କାମନା ବାସନା ଗୁଡିକ ବସା ବ।ନ୍ଧନ୍ତି । ମଉକା ପାଇ ସୁଯୋଗ ହାତଛଡା କରନ୍ତିନାହିଁ ।ଅଜୟଙ୍କ ଅନ୍ୟମନସ୍କ ଦେଖି ଶୋଭାଦେବୀ କହିଲେ କଣ ଭାବୁଛ ନିଜକୁ ବିସ୍ଲେଷଣ କରୁଛ କେତେ ଖାଣ୍ଟି ସୁନା ପରି ।ଅଜୟ ଝାଉଁଳିପଡିଲେ ,ପୌରୁଷର କ୍ଷତିରିରେ ,ନା ତାହାନୁହେଁ ତରବର ହୋଇ କହିଲେ ।ପ୍ରସଙ୍ଗକୁ ସହଣସିଲ ହୃଦୟ ରେସ୍ଥାନଦେଇ କହିଲେ ,ଭାବୁଛି ଜଣେ ସାଧୁଙ୍କ ବାଣୀକୁ ,କେତେ ବିଚାର ଅଛି ତାଙ୍କ ବାଣୀରେ "ତୁମେ ଯଦି ଫୁଲକୁ ପସନ୍ଦ କରୁଛ ତେବେ ତୋଳିନେଉଛ, ତୁମେଜଦି ଫୁଲକୁ ଭଲପାଉଛ ତେବେ ତାମୂଳରେ ପାଣିଢାଳୁଛ ।"ଶୋଭା ଦେବୀ ହସିଦେଇ କହିଲେ ଠିକ୍। ପସନ୍ଦ କରିବା ଓ ଭଲପାଇବା ବିଚାର ଆମର । ଭଲପାଇବା ଈଶ୍ୱର ଅନୁଭୂତି ।ପସନ୍ଦ କରିବା ଇନ୍ଦ୍ରିୟ ଅନୁଭୂତି । ଏହା କ୍ଷଣିକ,ଭୋକ ବେଳେ ଖାଇସାରିବାପରେ ପୁଣି ଖ।ଦ୍ୟ ଖାଇବାକୁ ମନ ଲାଗେନି । ଭୋକଉପାସରେ ରହିବା କଲା ଇସ୍ୱରାନୁଭୁତି ।ପ୍ରତେକ ଜୀବ ଈଶ୍ୱର।ନୁଭୁତିକୁ ଗତି କରିବାକୁ ସୃଷ୍ଟିର ଧାରା ।ଆମେ ଇନ୍ଦ୍ରିୟ ଅନୁଭୂତିରେ ଛନ୍ଦିହୋଇଯାଉଛେ ଅମପାଇଁ ଦୁଃଖ ।
ଅଜୟ ଉଠି ଠିଆହେଲେ ।ଶୋଭାଦେବୀ ବସିବାକୁ କହିଲେ ।ଚାହା କରି ଆଣୁଛି କହି ରୋଷେଇଘରକୁ ପଶିଲେ ।ଅଜୟ କାଦମ୍ବିନୀ ପତ୍ରିକାର ଫର୍ଦ ନେଉଟେଉଥିଲେ । କ୍ରମଶଃ...