Sambit Srikumar

Others

4.7  

Sambit Srikumar

Others

ସହରୀ ନକ୍ସଲ

ସହରୀ ନକ୍ସଲ

1 min
217



ଚଳଚ୍ଚିତ୍ର ଜଗତର ଲାସ୍ୟମୟୀ ଅଭିନେତ୍ରୀ ରୂପଶ୍ରୀ ରୂପାନ୍ବିତା। ରୂପେଲି ପରଦାରେ ତାଙ୍କର ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଲାଭ କରିଛନ୍ତି ବହୁବାର। ଦେଶର କୋଣ ଅନୁକୋଣରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ବେଶ୍ ଖୁଲମଖୁଲା ନିଜର ଅଭିବ୍ୟକ୍ତି ଜାହିର୍ କରନ୍ତି ସେ ବିଭିନ୍ନ ବିଷୟରେ ଅନେକ ସମୟରେ। 


ସେନସର୍ ବୋର୍ଡ଼ ଦ୍ବାରା କଳାତ୍ମକ ସ୍ବାଧୀନତା ଓ ସୃଜନଶୀଳତାରେ ସରକାରୀ କଳର ଅଯଥା ହସ୍ତକ୍ଷେପକୁ ଦୃଢ଼ ବିରୋଧ କରନ୍ତି ସେ। ବ୍ୟକ୍ତିଗତ ବାକ୍ ସ୍ବାଧୀନତାର ଏଇ ଅଭିନେତ୍ରୀ ଜଣକ ପକ୍ଷଧର। ଯେବେ ବି ଯେଉଁଠି କାହାର ମାନବାଧିକାର ହନନ ହୁଏ ରୂପଶ୍ରୀ ରୂପାନ୍ବିତା ନିଜର ସ୍ବର ଉତ୍ତୋଳନ କରନ୍ତି ସାମାଜିକ ଗଣମାଧ୍ୟମ ଜରିଆରେ। 


ଶିକ୍ଷା କ୍ଷେତ୍ରରେ ଜାତିଗତ ସଂରକ୍ଷଣକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଏକ ପ୍ରମୁଖ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନୈତିକ ସମର୍ଥନ ପ୍ରଦାନ କରିବାର ଫଳସ୍ୱରୂପ ଆଜିକାଲି ତାଙ୍କର ବାସଭବନରେ ସେ ଏକରକମ ଅଘୋଷିତ ଗୃହ ବନ୍ଦୀ।


ଚାରିଆଡ଼େ ତାଙ୍କର ସାଧା ପୋଷାକଧାରୀ ସୁରକ୍ଷାକର୍ମୀଙ୍କ କଡ଼ା ସୁରକ୍ଷା। ଉନ୍ନତ ପ୍ରଯୁକ୍ତିଗତ ଡ୍ରୋନ୍ କ୍ଯାମେରା ତାଙ୍କର ପ୍ରଦକ୍ଷଣ କରୁଛି ଅନବରତ। ଯେମିତି କାହାର ନଜର ପଇଁତରା ମାରୁଛି ଅହରହ ତାଙ୍କର ଚାରିପାଖରେ ନିଜ ବାସଭବନର ପ୍ରକୋଷ୍ଠରେ। ଯେବେ ବି ଯେଉଁଠିକି ଯିବାକୁ ଚାହିଁଲେ ନିଜ ପସନ୍ଦ ମୁତାବକ ଯାଇ ତ ପାରିବେ କିନ୍ତୁ ସେଠି ଅଦୃଶ୍ୟ ଗୁଇନ୍ଦାଗିରି ଚାଲିଛି। ବାକ୍ ସ୍ବାଧୀନତାର ତୁଙ୍ଗ କର୍ଣ୍ଣଧାର ସାଜିଥିବା ଅଭିନେତ୍ରୀ ଆଜି "ସହରୀ ନକ୍ସଲ" ଆଖ୍ୟାରେ ଆଖ୍ୟାୟିତ ଏଇ ନୂଆ ଭାରତବର୍ଷରେ l


Rate this content
Log in