STORYMIRROR

Sunanda Mohanty

Others

3  

Sunanda Mohanty

Others

ଶେଷ କେଉଁଠି

ଶେଷ କେଉଁଠି

2 mins
234


ସମୁଦ୍ର କୂଳେ ବସି ଅନ୍ୟର ଦୋଷ ଗୁଣ ବାଛିବା ଅପେକ୍ଷା ନିଜ ଦୋଷ ଗୁଣ ର ତର୍ଜ୍ଜମା କରୁଥିଲେ ସେ । ଜୀବନ ସାରା ବୁଝିବି ଅବୁଝା ହୋଇ ସବୁକିଛି ହରାଇ ସାରିଲା ପରେ ସମୁଦ୍ର କୂଳରେ କଣ ଖୋଜିବାକୁ ଆସିଛନ୍ତି ସେ ବୁଝିପାରୁନଥିବା ବେଳେ ଲକ୍ଷକଲେ ଜଣେ ଏକ ବିରାଟ ବେଲଚା ରେ କଣ ଖୋଳି ଚାଲିଛନ୍ତି, ବୋଧହୁଏ କଙ୍କଡା, ହେଇପାରେ ସାମୁଦ୍ରିକ ଜୀବ, ହୋଇପାରେ ଶାମୁକା, ହୁଏତ ମୁକ୍ତା, ବା ମାଣିକ । ହେଲେ ସେ ଯାହା ଖୋଜୁଛନ୍ତି, ସେହି ପିଲାଦିନ, ଅବା ଯୌବନ ଅବା ସେ ଭରା ଭରା ବିଗତ ଦିନ, ଯାହା ସବୁ ସେତେବେଳେ ଭଲ ଲାଗୁନଥିଲା, ତ ଏଵେ କାହିଁକି ଖୋଜି ହେଉଛନ୍ତି ସେ ଏମିତି ପାଖକୁ ଲୋକ ଟି ଲାଗି ଆସିଲେଣି । ସେମିତି ବେଲଚା ରେ ସମୁଦ୍ର ବାଲିରୁ କଣ ସବୁ ପାଉଛନ୍ତି ସେ, ହେଲେ ତାଙ୍କ ପଛେ ପଛେ ଥିବା କୁକୁର ଟିକୁ ଦେଖି ଚମକି ପଡିଲେ ସେ, କାହିଁ କେତେ ବର୍ଷ ତଳକୁ ଫେରିଗଲେ, ଏମିତି ଏଇଠି ସେ ସେଦିନ ବସିଥିଲେ ତ, କୁକୁର ଟିଏ ଝାଂପ ମାରି ସମୁଦ୍ର ଢେଉ ଭିତରେ ମିଶିଯିବା ଓ ଲୁଗା ଖଣ୍ଡିଏ ଟାଣି ଆଣି କୂଳରେ ଲାଗିବା ଦୃଶ୍ୟରେ ସେ ସେଦିନ କିଛି ବୁଝି ପାରୁ ନଥିବା ବେଳେ ପୁରୁଷ ଲୋକ ଟି ର ବୁକୁଫଟା କ୍ରନ୍ଦନ ଭିତରେ କିଛି ସମାୟମଧ୍ୟରେ ଓଡ୍ରାଫ୍ଟ ଟିମ ଉଦ୍ଧାର କରି ଆଣିଥିଲେ ସ୍ତ୍ରୀ ଲୋକର ଶାଢ଼ୀ ବିହୀନ ଶବ ଟିଏ, ଆଉ ଏଇ କୁକୁର ଓ ତା ମାଲିକ ଲୋଟି ପଡ଼ିଥିଲେ ଶବ ଉପରେ, ବେଳାଭୂମି ଧାରେ ସ୍ୱର୍ଗଦ୍ୱାର ର ଲିଭି ଆସୁଥିବା ଜୁଇ ଯେମିତି ଅପେକ୍ଷାରତ ଥିଲା ଅନ୍ୟ କିଛି ଆଭାସ ରେ l

   ଠିକ ଚିହିଁଲେ ସେ, ଇଏ ସେଇ ଲୋକ ଓ ସେହି ଆନୁଗତ୍ୟ, ଏକାନ୍ତ ସହାୟକ ବନ୍ଧୁ ରୂପୀ ଶ୍ଵାନ, ତାକୁ ଟିକେ ଥରେ ଆଉଁସି ଦେବାକୁ ମନ କରି ପାରିଲିନି । ହେଲେ ତାଙ୍କୁ ଖୋଜି ତାଙ୍କ ପଛପଟେ ଯିଏ ଠିଆ, ତାଙ୍କ ଛାତ୍ରୀ ଟିଏ, ନିସଙ୍ଗ ଜୀବନର ସାହାରା ସିଏ, ଦୀପ ବିକି ଚଳାଏ ସଂସାର ଆଉ ପଛରେ ଛାଡି ଆସିଥିବା ଅନେକ ଆଭିଜାତ୍ୟ ଓ ଅହଂକାର କୁ ଭୁଲିଯିବାକୁ ସେ କେବଳ ଲେଖନ୍ତି ଆଉ ଆଜି ତାଙ୍କ ବହିଟି ରାଜ୍ୟସ୍ତରୀୟ ପୁରସ୍କାର ଖବର ଦେଉଥିବା ଛାତ୍ରୀଟି ତାଙ୍କୁ ସାହାରା ଦେଇ ଉଠାଇବାକୁ ଯାଇ ହାରିଯାଇଥିଲା କାରଣ ତାଙ୍କ ପାଇଁ ଅଦୂରରେ ସ୍ୱର୍ଗଦ୍ୱାର ର ଜୁଇ ଟା ସଜାଡ଼ିବାକୁପଡ଼ିବାର ଥିଲା ନା !


Rate this content
Log in