STORYMIRROR

Sunanda Mohanty

Others

2  

Sunanda Mohanty

Others

ସାନମାମୁଁ

ସାନମାମୁଁ

1 min
105

ସେଦିନ ଯିଏ କାଠଗଡ଼ାରେ ଠିଆ ହେଇଥିଲେ, ସେ ଆଜି ଭୀଷଣ ଅସୁସ୍ଥ, ମୋ ମାମୁଁ, ଯିଏ ଠିଆ କରେଇଥିଲେ, ମୋ ବାପା, ସେ ଆରୋଗ୍ୟ କାମନା କରୁଛନ୍ତି ଠାକୁରଙ୍କୁ ଡାକୁଛନ୍ତି, ମୁଁ ବି ଡାକୁଥିଲି ସତ୍ୟସାଇଙ୍କୁ, ମାମୁଁ ସୁଦୂର ପୁରୀ ସହରରୁ ଚିଲିକା ପାରିହୋଇ, ଆସିଥିଲେ ପାରିକୁଦ ଚିଲିକା ନୂଆପଡାକୁ, ବୋଉ ବାପା ଭାରି ଖୁସି, ଚର୍ଚ୍ଚା, ଖିଆପିଆ ଧୁମ ଧାମ ଚାଲିବା ପରେ ମାମୁଁ ଫେରିଗଲେ, ହେଲେ ଆଇ ଆସି ପହଞ୍ଚି ବୋଉକୁ ମାଗିଲେ ସେ ଦେଇଥିବା ପୁଟୁଳି ଦେବାକୁ, ଯୋଉଥିରେ ତାଙ୍କର ସୁନା ରୂପା ଗହଣା ଭରି ହୋଇଥିଲା,ଆଉ ଝିଅମାନେ ମୋ ବୋଉକୁ ସାଇତି ରଖିବାକୁ ବିଶ୍ୱାସରେ ଦେଇଥିଲେ, ହେଲେ ପୁଟୁଳି ନଥିଲା, ଟ୍ରଙ୍କ ମେଲା l

ମାମୁଁ ଯୋଉ ଘରେ ଶୋଉଥିଲେ, ବିନା ଚାବିରେ ସେଇ ଘରେ ଟ୍ରଙ୍କ ଥିଲା, ଏଠୁ ଫେରିଲା ପରେ ମାମୁଁଙ୍କ ନୂଆ ବାଇକ କିଣିବା ଦେଖି ସନ୍ଦେହରେ ଆଇ ଆସିଥିଲେ, ବାପା ଥାନାରେ ଦେଲେ, ଫାମିଲି କୋର୍ଟ ଯାଏଁ କଥା ଗଲା, କାଠଗଡା଼ରେ ଠିଆ ହୋଇ ମାମୁଁ କହିଲେ ମୁଁ ଚୋରୀ କରିନି ଆଜ୍ଞା, ମୋ ମାଆ ଆମେ ତିନି ପୁଅ ଥାଉ ଥାଉ ତାର ସବୁ ସୁନା ଗହଣା ଝିଅକୁ ବଢ଼େଇ ଦେବାର ଦେଖି ମୁଁ ଉଦ୍ଧାର କରିଛି ଯାହା, ସମସ୍ତଙ୍କ ଅକଲ ଗୁଡ଼ୁମୁ l

 ହେଲେ ବାଇକ ଦୁର୍ଘଟଣାରେ ଆଜି ସେ ସଂଘାତିକ, ସମେସ୍ତେ ମୁଣ୍ଡିଆ ମାରୁଥିଲେ, ବାକିଥିବା ଅଳଙ୍କାର କିଛି ବିକି ଆଇ ତାଙ୍କର ଅପରେସନ କରାଇଲେ, ତିନି ମାମୁଙ୍କ ଭିତରୁ ବଡମାମୁଁ ମଝିଆଁ ମାମୁଁ ଆରପାରିକୁ ଗଲେଣି, ହେଲେ ସେଇ ସାନମାମୁଁ ସେଦିନର ଦୁର୍ଘଟଣାରୁ ବଞ୍ଚି ଯାହେଉ ଅଛନ୍ତି ତାଙ୍କ ସଂସାରରେ ଭଲରେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍