STORYMIRROR

Saphala Das

Children Stories Romance

3  

Saphala Das

Children Stories Romance

ସାହୁର ଜଞ୍ଜାଳ କୁଟୁମ୍ବର ଦୁଃଖ

ସାହୁର ଜଞ୍ଜାଳ କୁଟୁମ୍ବର ଦୁଃଖ

2 mins
383

ଜେଜୀ ମାଆ କହାଣୀ

ଗଳ୍ପ-1


କିଛି ଦିନ ମୁଁ କଣ ଆପଣ ମାନେ ମଧ୍ୟ ଏ କରୋନା ପରିସ୍ଥିତିରେ କିଛି ଲେଖିବା ଭୁଲି ଯାଇଛେ । ମନଟି କେମିତି କେମିତି ଲାଗୁଛି। କେବଳ ଫୋନରେ ହାଲ ଚାଲ ବୁଝିବା ଛଡା କିଛି ଉପାୟ ନାହିଁ ।

  ତଥାପି ଗାଆଁ କଥା ବହୁତ ମନେ ପଡେ ।

  

   ଏହି ଗାଆଁ କଥା ମନେ ପଡିଲା ସଙ୍ଗେ ସଙ୍ଗେ ଜେଜୀ କଥା ଆଗ ମନେ ପଡେ । 

   ଥରେ ନଈ ବଢି ସମୟରେ ପିଇସୀ ମାଆ ଜେଜୀ କି ଡାକିଲା ତୁ ପଳେଇ ଆସେ ମୋ ଘରକୁ ମାନେ ପିଇସୀର ଶାଶୁ ଘର ନିଧୋଇଆ । ଆମ ଗାଆଁରେ ନଈବଢି ।ତେଣୁ ବନ୍ଧୁ ଘରକୁ ପ୍ରାୟ ଛୁଆପିଲା ନେଇ ପଳାନ୍ତି । ବଡ ମାନେ ପ୍ରାୟ ଉଚ୍ଚା ଜାଗା ଦେଖି ରୁହନ୍ତି। ଗାଈଗୋରୁ ପାଇଁ ।ସେମାନଙ୍କ ପାଖରେ ଜଣେ କିଏ ରହିବ।


 ଏଥର ଜେଜୀକୁ ମଧ୍ୟ ବାଧ୍ୟ କଲେ ଜେଜେ ବାପା ତମେ ଯାଅ ଅନିଆ ମାଆ ଅନିଆ ଘରକୁ ପିଉସୀ ନାଆଁ ଅନିଆ । ମୋ ବୋଉ ଆମେ ସବୁ ବାହାରିଲୁ ଆମ ମାମୁଁ ଘରକୁ ।।


   ବାପା ମଧ୍ୟ ଜେଜୀ କହିଲେ ଯିବା ପାଇଁ ।କିଛି ସମୟ ନିରବ ରହି ଜେଜୀ କହିଲା ।ତା ମନ କଥାଟି ଏହି ଢ଼ଗରେ....


 #ସାହୁର ଜଞ୍ଜାଳ କୁଟୁମ୍ବ ର ଦୁଃଖ

 ଯେଣେ ଯାଏ ଅର୍ଜୁନ ତେଣେ ନାହିଁ ସୁଖ।।


 ଜେଜେ ବୁଝିଗଲେ ଜେଜୀ ର ଢଗ ଆମେ ବୋକା । ତାପରେ ଜେଜେ କହିଲେ ତାକୁ ବାଧ୍ୟ କରନି ।ବାପା ଙ୍କ ଆଖିରେ ଲୁହ। କଥା କ,ଣ ପଛରେ ବୁଝିଲା ବେଳକୁ ବାପା କହିଲେ ।


  ଏଢ଼ଗର ଅର୍ଥ ।ତମେ ଏତିକି ଜାଣ ତୋ ଜେଜୀ ମୋତେ ଆଉ ଆମ ଘର ଛାଡି ଗଲେ ।ତାର ମୋ କଥା ଘର କଥା ମନେ ପଡିବ ।ତେଣୁ ସେ ପିଉସୀ ପାଖରେ ସୁଖରେ କିଶାନ୍ତି ରେ ରହି ପାରିବନି ।ତାଛଡା ପିଉସୀ ମାଆ ତୋର ଭାରି ହତ ଭାଗିନୀ ପିଉସା କେବେ ଠୁ ଚାଲି ଯାଇଛନ୍ତି।।ସେଠି ମଧ୍ୟ ଝିଅ କୁ ଦେଖି ଖୁସି ହୋଇ ପାରିବେନି ।


 ତେଣୁ ସେ ଏହି ଢଗ କହୁଛି। ଆଜି ମଧ୍ୟ ଏହି କରୋନା ଆମ ପାଇଁ 


 ଏଢ଼ଗଟି ନେଇ ଆସିଛି । ଯେତେ ବେଳେ ମନ ରେ କିଛି ଦୁଃଶ୍ଚିନ୍ତା ଆସେ ବା ଥାଏ ।ସାଧାରଣ ଭାବେ ଆମେ ମନ୍ଦିର କିମ୍ବା ସାଙ୍ଗ ସାଥି ନଚେତ ବୁଲି ଆସିଲେ ଭଲ ଲାଗେ ।ହେଲେ ଆଜି ନିଜକୁ ଆମେ ଜଣେ ଜଣେ ଅର୍ଜୁନଙ୍କ ପରି କଷ୍ଟ ସହିବାକୁ ପଡୁଛି ।।

#ସାହୁ ଜଞ୍ଜାଳ କୁଟୁମ୍ବ ର ଦୁଃଖ

ଯେଣେ ଯାଏ ଅର୍ଜୁନ ତେଣେ ନାହିଁ ସୁଖ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍