ସ୍ୱାମୀ ସହ ଝଗଡ଼ାର ଫାଇଦା
ସ୍ୱାମୀ ସହ ଝଗଡ଼ାର ଫାଇଦା
ସ୍ୱାମୀ ମାନଙ୍କ ସହ ଝଗଡା କଲେ କେତେ ଫାଇଦା ସେଇଟା ଆପଣ ଜାଣିଥିବେ । କାଲିଠୁ ମୋ ସ୍ୱାମୀଙ୍କ ସହ ମୋର ଝଗଡା ହୋଇଛି । ସତକଥା କହିଲେ ମତେ ପୂରା କାମବାଲୀ କରି ଦେଇଛନ୍ତି । ମତେ କାଲି ଭାରି ରାଗ ଲାଗିଲା । ମହାଶୟଙ୍କର କାଲିଠୁ ଅଫିସ୍ ଛୁଟି ଅଛି । ଘରେ ତ କିଛି କାମ ନାହିଁ ନା ରିମୋଟ୍ ଧରି ବସି ଚାହା ଆଣେ,ପାଣି ଟିକେ ଦେ ଏମିତି ବରାଦ୍ କରୁଛନ୍ତି । ମୁଁ ଟିକେ ରାଗ ଖାଏ ଆଉ ଏଇ ମହାଶୟଙ୍କର ରାଗ ଜମା ପସନ୍ଦ ନୁହେଁ । ରାଗ ଖାଇ ପାରନ୍ତିନି ସିଏ । ସେଥିପାଇଁ ମୁଁ ସବୁଦିନ ବିନା ରାଗରେ ସବୁ ଜିନିଷ କରେ । ତାଙ୍କର ଚିଙ୍ଗୁଡ଼ି ଫ୍ରାଏ ବହୁତ ପସନ୍ଦ ତେଣୁ କାଲି ଚିଙ୍ଗୁଡ଼ି ଫ୍ରାଏକୁ ଜାଣିଶୁଣି କି ମୁଁ ରାଗ କରିଦେଲି । କାମବାଲୀର ବି କିଛି ଗୋଟେ ପସନ୍ଦ ଅଛି ନା ନାହିଁ ତେଣୁ କାଲି ମୋ ପସନ୍ଦରେ ରୋଷେଇ କଲି । ମହାଶୟଙ୍କ ପାଇଁ ବି ବିନା ରାଗ ବାଲା ଭଜା ଟେ କରିଥିଲି । ଦିଜଣ ଯାକ ଖାଇ ବସିଲୁ କିନ୍ତୁ ତାଙ୍କ ପାଟିକୁ ଫ୍ରାଏ ଏତେ ରାଗ ଲାଗିଲା ମତେ କଡମଡ କରି ଚାହିଁ ସେଇ ଭଜା ସାଙ୍ଗରେ ଖାଇଲେ । ଆଃ ଫ୍ରାଏଟା ବଢିଆ ଟେଷ୍ଟି ହେଇଛି କହିଲା ବେଳକୁ ଆହୁରି ରାଗି ଯାଇଥିଲେ । ଏବେ ଦେଖ ସ୍ୱାମୀଙ୍କ ସାଙ୍ଗେ କେମିତି ଝଗଡ଼ା କଲି । ଯେହେତୁ ମୋ ଉପରେ ରାଗି ଥିଲେ ସେଇ ସୁଯୋଗରେ ମୁଁ ଝଗଡ଼ା ଆରମ୍ଭ କରି ଦେଲି । କ'ଣ ହେଲା ମତେ କଡମଡ କରି ଦେଖୁଥିଲ ହେଁ ସବୁଦିନ ତୁମ ପସନ୍ଦର ଖାଇବା ଖାଉଛି ଆଜି ଦିନଟେ ତମେ ମୋ ପସନ୍ଦର ଖାଇ ପାରିଲନି । କାଲିଠୁ ନିଜ କାମ ନିଜେ କର ନିଜ ଖାଇବା ନିଜେ ତିଆରି କର କାହା ଉପରେ ରାଗିବ ଦେଖିବା । ମୁଁ ଏକା କେମିତି କରୁଛି ଏତେ କାମ ତମେ କେତେ ଦିନ କର ବୁଝିବ । ମତେ କାମବାଲୀ ଭାବି ଦେଇଛ । ନିଜର ଗୋଡ଼ ହାତ ଲାଗୁନି କେଉଁ କାମରେ ମୁଁ ଯାହା ଖଟି ଖଟି ମରୁଛି । ଏଥର ମୋ ଝଗଡ଼ା ସରିଲା । ମହାଶୟ ଏତେ କଥା କହିଲା ପରେ ବି ଚୁପ୍ ରହିଥିଲେ । କିନ୍ତୁ କାଲିଠୁ ଦିଜଣ ଦିଜଣଙ୍କ ସାଙ୍ଗେ କଥା ହେଉନୁ ।
ଆଜି ସକାଳୁ ଉଠି ମୁଁ ମୋର ଘର ଓଳା ପୋଛା କଲି ଆଉ ଗାଧେଇବା ପରେ ଟାଙ୍କିରେ ପାଣି କମ୍ ଥିଲା ବୋଧେ ଧିରେ ଧିରେ ପାଣି ଆସୁଥିଲା । ଏଥର ମହାଶୟଙ୍କ ପାଳି ଗାଧୁଆ ଘରେ ପଶି ସାବୁନ୍ ଲଗେଇଛନ୍ତି ପାଣି ସରିଗଲା ଏବେ କ'ଣ କରିବେ ମତେତ ଡାକି ପାରିବେନି ମୋ ସାଙ୍ଗରେ ସେ ମୁହଁ ଫୁଲେଇଛନ୍ତି ଆଉ ମୁଁ ବି କାଲିଠୁ ଝଗଡ଼ା କରିଛି ଅଲଗା ଦିନ ପାଣି ସରିଗଲେ ପାଟି କରିକି ଘର ଫଟେଇ ଦେଉଥିଲେ କ'ଣ ବା କରିବେ ବାଧ୍ୟ ହେଇକି ମୁହଁକୁ ଟିକେ ଧୋଇ ବାହାରକୁ ଆସିଲେ ମଟର ସୁଇଚ୍ ଦେବା ପାଇଁ । ମନେ ମନେ ହସ ଲାଗୁଥାଏ । ତାପରେ ନିଜେ ଯାଇ ନିଜ ଲୁଗାପଟା ଶୁଖେଇଲେ ।
ଝଗଡ଼ା କଲେ ଏତେ ଟେନସନରୁ ମୁକ୍ତି ।
୧. ଅଫିସ୍ ଯାଉଛି ମୋ ରୁମାଲ କୁଆଗଲା,ମୋ ଘଣ୍ଟା,ମୋ ପର୍ସ, ମୁଁ କହିଥିଲି ସେଇ ଧଳା ଡ୍ରେସ୍ ଆଇରନ୍ କରିଛୁ ଏଥିରୁ ଟେନସନ ଫ୍ରି ।
୨.ବ୍ରେଡ୍ ଆମଲେଟ୍ କହିଥିଲି କ'ଣ ପାଇଁ କଲୁନି ଏଇଟା କାହିଁକି କଲୁ, ଟିଫିନ୍ ବକ୍ସରେ ସେଇଟା ଦେବୁ ଏଇଟା ଦେବୁ ଏଥିରୁ ବି ମୁକ୍ତି ।
୩.ଏଇଟା କାହିଁକି ଏଠି ରଖିଲୁ ସେଇଟା ସେଠି କାହିଁକି ରହିଲା ଏଇ ଟେନସନ ନାହିଁ ।
୪.ପାଣି ଦେ ଚା ଦେ କଫି ଦେ ଏଇ ବରାଦ୍ ବି ଦେବେନି । ନିଜେ ସେମାନେ ଆତ୍ମନିର୍ଭର ହେବେ ।
୫.ମୋର ସେ ବୁଟ୍ ପଲିସ୍ କରିବାକୁ କହିଥିଲି କରିନୁ ଏଇ ଟେନସନରୁ ବି ମୁକ୍ତି ।
୬.ଶୋଇଲା ବେଳେ ଏଇ ଲାଇଟ୍ ଅଫ୍ କର, ସେଇ ସୁଇଚ୍ ବନ୍ଦ କରିକି ସେଇଟା ଦେ, ଫ୍ୟାନ୍ ବନ୍ଦ କର ଏ.ସି. ଲଗା, ପୁଣି ଯଦି ଥଣ୍ଡା ଲାଗେ ଘୋଡେଇ ଦେ,ବେଶି ଶୀତ ଲାଗିଲେ ଏସି ବନ୍ଦ କରି କି ଫ୍ୟାନ୍ ଲଗା ଏଥିରୁ ମୁକ୍ତି ।
୭.ଶୋଇଲା ବେଳେ ପୁଣି ଗୋଡ଼ ଘସ ସେଇଥିରୁ ବି କେତେ ଦିନ ପାଇଁ ମୁକ୍ତି ।
୮.ଯେତେ ଦିନ ନିଜେ କାମ କରିବେ ଆମ ସ୍ତ୍ରୀ ଲୋକ କେତେ କାମ କରୁଛୁ ଆମ ମହତ୍ତ୍ଵ ବୁଝି ପାରିବେ ।
୯.କେତେ ଦିନ ରାଗିକି ଯଦି ଆମେ ଆମର ଚୁପ୍ ହେଇକି ରହିବା ଭଲପାଇବା ସେତେ ଅଧିକ ବଢିବ ।
୧୦.ଝଗଡା ଲାଗିଥିଲେ ଦିନସାରା ଖିଟପିଟରୁ ବି ମୁକ୍ତି ।
୧୧.ବାପଘରକୁ ଯାଇ ଆରାମରେ କେତେଦିନ ରହି ପାରିବ ବିନା ଟେନସନରେ ଜମାରୁ ସ୍ୱାମୀଙ୍କର ଫୋନ୍ ଯିବନି ଶିଘ୍ର ଆସ ବୋଲି ।
୧୨. ଯେଉଁଦିନ ନିଜ କାମ ନିଜେ କରି ଥକି ପଡିବେ ସେ ଦିନ ସ୍ନେହରେ ସରି କହିକି ମାନ ଭଞ୍ଜନ କରିବା ପାଇଁ ସ୍ତ୍ରୀ ମାନଙ୍କ ମନ ପସନ୍ଦର ଜିନିଷଟେ ଆଣିକି ଦେବେ ସେଇଟା ବି ସ୍ତ୍ରୀ ଲୋକଙ୍କର ଫାଇଦା ।
କିନ୍ତୁ ଗୋଟିଏ କଥା ବେଶି ଦିନ ଜମା ରାଗିକି ରହିବନି ସେମାନେ ବହୁତ ଚାଲାକ ଲୋକ ଟିକେ ସାବଧାନ ଯାହାର ଫୋନ୍ ପେ ଅଛି କେତେବେଳେ ତୁମର କାମରେ ଆସିପାରେ ପାସ୍ ୱାର୍ଡଟା ମନେ ରଖିଥିବ ।
କେତେ ଲୋକ ଅଛନ୍ତି ସ୍ୱାମୀ ମାନଙ୍କ ସହ ଝଗଡ଼ା କରି ସାଙ୍ଗେ ସାଙ୍ଗେ କଥା ହୁଅନ୍ତି ସେମାନଙ୍କର କିନ୍ତୁ ଜମା ଫାଇଦା ନାହିଁ ।
(ବି.ଦ୍ର - ଏଇଟା ସ୍ତ୍ରୀ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ସ୍ୱାମୀ ମାନେ ପଢ଼ିଲେ ବି କିଛି ଅସୁବିଧା ନାହିଁ । ଦୟାକରି ନିଜ ରିସ୍କରେ ଝଗଡ଼ା କରନ୍ତୁ । ଝଗଡ଼ା ଟିକେ କମ୍ କରନ୍ତୁ ଆଉ ମୁହଁ ଫୁଲେଇ ଟିକେ ଅଧିକ ଦିନ ରୁହନ୍ତୁ ତାହେଲେ ହିଁ ଫାଇଦା । ସାଇଡ୍ ଇଫେକ୍ସନ୍ ପଡ଼ି ପାରେ କେଉଁ ଯାଗାରେ ନ ପଡିପାରେ ମଧ୍ୟ କିନ୍ତୁ ଟିକେ ସାବଧାନରେ ଝଗଡ଼ା କଲେ ଭଲ । )
