STORYMIRROR

Sunanda Mohanty

Others

3  

Sunanda Mohanty

Others

ରୁମୁକୁ ଝୁମାନା

ରୁମୁକୁ ଝୁମାନା

1 min
352

 ସମସ୍ତେ ବିକିବାକୁ ଆସୁଥିଲା ବେଳେ, ସେ କିଣିବାକୁ ଆସେ, ସାଇକେଲରେ ମିନି ମାଇକ ଖଞ୍ଜି ସୁନ୍ଦର ସୁନ୍ଦର ଗୀତ ବଜାଇ ଆକୃଷ୍ଠ କରେ ବିକ୍ରେତାରୂପୀ ଝିଅଗୁଡ଼ାଙ୍କୁ, ଦଉଡି ଆସନ୍ତି ପଲିଥିନରେ ଅଡୁଆ ଛିଣ୍ଡା ଚୁଟି ନେଇ ଝିଅମାନେ, ଓଜନ କରି, ହାତକୁ ତିରିଶ /ଚାଳିଶ ଧରାଇଦିଏ କ୍ରେତା ରୂପୀ ଚୁଟି କିଣା ବାଲା . ବେଶୀ ହେଲେ ପଚାଶ କି ଶହେ ପାଆନ୍ତି କେହି କେହି ଆଉ ହସିଦେଇ ଖୁସିରେ ଫେରିପଡ଼ନ୍ତି ଝିଅଗୁଡା ରୁମୁକୁଝୁମାନା ମନ ନେଇ, କେବେ ପଇସା ମିଳିବା ଖୁସିରେ ତ କେବେ ଚୁଟି ଛିଣ୍ଡି ଯିବା ଦୁଃଖରେ l

 ମୋ ଅଡୁଆ ଚୁଟି ତକ ଓଜନ କରି ପଇସା ଦେଲା ବେଳକୁ ତା ପାଖରେ ଏତେ ଟଙ୍କା ନଥିଲା, ହେଲେ ଏତେ ଛିଣ୍ଡା ଚୁଟି ଦେଖି ଥରକୁ ଥର ମୋ ମୁଣ୍ଡକୁ ଚାଁହୁଥିଲା ତ, ମୁଁ କହିଲି ଗୋଛାଏ ଥିଲା, ସବୁ ଛିଣ୍ଡିଗଲା, କଣ କରିବି, ଦାରୋଟି ଓଡ଼ିଆରେ କହିଲା ହଁ ବହୁତ ଛିଣ୍ଡି ଯାଇଛି ଚୁଟି, ରଖିଦିଅନ୍ତୁ, ପଇସା ହଉନି ଆଉ ଥରେ ଆସି ବାକି ତକ ନେଇଯିବି ଆଉ କହିଆସୁଥିଲା କୋଉ ଗୋଟେ ତେଲ ଲଗାଇବାକୁ, ହେଲେ, ଚାରିଶହ ଟଙ୍କା ଦେଇ ଚାଲିଯିବାକୁ ବସିଛି ସେ, ମୁଁ କହିଲି, ବାକି ସବୁ ଚୁଟି ତ ଓଜନ ହେଇଯାଇଛି, ନେଇଯାଅ, ପଛରେ ଆସି ଟଙ୍କା ଦେଇଯିବ l

  ସେ ଚାଲିଗଲା ପରେ ଚୁଟି ନଛିଣ୍ଡିବାର ସମାଧାନ ସୂତ୍ର ତ କହିଲାନି ଭାବି ମନ ଭୀଷଣ ଗୋଳେଇଘାଣ୍ଟି ହେଉଥିଲା, ପଇସା ନଦେବାକୁ ଭାବି କାଳେ ଆସିବନି କି ତେଲ କଥା କହୁଥିଲା, ମନଦେଇ ଶୁଣିଲିନି ବୋଲି ମନସ୍ତାପରେ ଥିବା ଭିତରେ ସେ ଆସିଲା, ବାକି ଟଙ୍କା ଦେଲା ଆଉ ଚୁଟି ନାଛିଣ୍ଡିବା ପାଇଁ ଗୋଟେ ତେଲ ଆଣିଦେବାକୁ କହି ଯାଇଛି, ଏଯାଏଁ ଆସିନି, ହେଲେ ଆଜିକାଲି ନିଜ ଜିନିଷର ବିକ୍ରି ପାଇଁ ସାଇକେଲରେ ମିନି ମାଇକ ଲଗେଇ ଗୀତ ଶୁଣିଲେ ମୁଁ ଦଉଡି ଆସି ଚାହେଁ ପିଲାଟି ଆସିଛିକି, ମୋ ଚୁଟି ନଝଡିବା ପାଇଁ ହାତ ପ୍ରସ୍ତୁତ ତେଲ ଆଣିଛିକି?, ଭାବୁଥାଏ ମୁଁ, ମନ ସଦା ରୁମୁକୁ ଝୁମାନା l



Rate this content
Log in