STORYMIRROR

T.Durga Prasad Rao

Others

2  

T.Durga Prasad Rao

Others

ରୋହୀମାଛ

ରୋହୀମାଛ

1 min
478


ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲା ଭାଇ। ଠିକ୍ ଆସନ୍ତା କାଲି ବାର୍ଷିକ ପରୀକ୍ଷା, ଭାଇକୁ ଧରିଲା ଭୀଷଣ ଜ୍ୱର। ସେ ସ୍କୁଲ୍ ଯାଇପାରିଲା ନାହିଁ କି ପରୀକ୍ଷା ଦେଇପାରିଲା ନାହିଁ। ଆମେ ସମସ୍ତେ ଚିନ୍ତିତ, ଏବେ କଣ ହେବ ଭାଇକୁ ଚତୁର୍ଥ ଶ୍ରେଣୀରେ ପୁଣିଥରେ ବର୍ଷଟିଏ ବସିବାକୁ ହେବ। ଜେଜେ କହିଲେ, ତମେମାନେ ଏତେ ଚିନ୍ତିତ କାହିଁକି?

ପରୀକ୍ଷା ଫଳ ବାହାରିବାକୁ କିଛି ଦିନ ବାକି ଥାଏ, ଜେଜେ ବାହାରିଲେ ନଦୀ ଘାଟକୁ। ବାଛି ବାଛି ତିନି କେଜିଆ ରୋହୀଟିଏ ଧରି ପହଞ୍ଚିଲେ ପ୍ରଧାନ ଶିକ୍ଷକଙ୍କ ଘରେ। ପରୀକ୍ଷା ଫଳ ବାହାରିଲା ବେଳକୁ ଭାଇ ଉତ୍ତୀର୍ଣ୍ଣ ହୋଇଛି ପଞ୍ଚମ ଶ୍ରେଣୀକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍