ରାକ୍ଷୀରେ
ରାକ୍ଷୀରେ
ଆଉ ଦିଗନ୍ତ ବିସ୍ତାରି ଭ୍ରାନ୍ତି ହିଲ୍ଲୋଳ,ମନମୃଣାଳ,ଅଗଣତାନ୍ତ୍ରିକ ଅଧିକାର । ଜୀବନର ପରିଭାଷା ।ହୃଦୟ ଆଉ ମନର ମିଶ୍ରରାଗ । ତରଙ୍ଗାୟିତ ତାରୁଣ୍ୟର ରାଗ ଅନୁରାଗ । ଜୀବନ ଜଞ୍ଜ।ଳର ପ୍ରତିଛବି । cଜ୍ୟୋତ୍ସ୍ନା ଭରା ମଧୁ ରାତି , ବିଦଗ୍ଧ ବିରହ ହୃଦୟର ମୋହନବଂଶୀ । ବାଖ୍ୟାୟିତ ଜୀବନସାରଣୀ। ,ଜୀବନ ଓ ଜଞ୍ଜ।ଳର ତଥା ଜୀବିକାର ସୁରମ୍ୟ ସେତୁ । ସାହିତ୍ୟ ବିନା ଜୀବନ ଅଧୁରା। ଜୀବନ ଆଉ ସାହିତ୍ୟ ଗୋଟିଏ ମୁଦ୍ରାର ଦୁଇଟି କଡ ।ସାହିତ୍ୟ ଜୀବନର ସୌରଭ।
ମଣିଷ ସଂସାର ପରି ସାହିତ୍ୟ ସଂସାର ବ୍ୟାପକ । ଏ ସୃଷ୍ଟି ସାହିତ୍ୟ ମୟ । ସାହିତ୍ୟ ଏକ ଭାବ ଅନୁଭବ ର ବସ୍ତୁ ।ଏହା ହୃଦୟ କୁ ଛୁଇଁ ଯାଏ ମତେଇ ଦିଏ ।ସାହିତ୍ୟକୁ ବୁଝି ହୁଏନି ବୁଝାଇ ହୁଏନି । ସେଇଥି ପାଇଁ, ଅଗଷ୍ଟାଇନି କହି ଥିଲେ,ମୋତେ ଯଦି ନ ପଚାର ତେବେ ମୁ ଜାଣିଚି।ଯଦି ପଚାରିବ ତେବେ ମୁ କିଛି ଜାଣିନି ।ସାହିତ୍ୟ ହୃଦୟ ର ସାମଗ୍ରୀ, ଆଉ ଜୀବନ ସତ୍ତା କହିଲେ ଅତ୍ୟୁକ୍ତି ହେବନାହିଁ, ତ ପ୍ରତିଦିନ କିଛି କିଛି ଲେଖିବା ପାଇଁ ରଣ୍ଡାପାଲି ର ଛୋଟ ଘରଟା କିଛିବି ଅସୁବିଧା ହେଉନଥିଲେ ବି ତାକୁ ନଦେଖି ମୋ ସାହିତ୍ୟର ପରିସୀମାର ବ୍ୟାପ୍ତି ଓ ସଂପୃକ୍ତି ଅଧା ଅଧୁରା ଲାଗୁଥିଲା, କାରଣ ସାହିତ୍ୟ ସୃଷ୍ଟିରେ ତାର ଉପସ୍ଥିତି ଯେମିତି ନିଚ୍ଛକ ପ୍ରତିଶ୍ରୁତି ବହନ କରୁଥିବା ଜ୍ଜ୍ୱଳନ୍ତ ଉଦାହରଣ ଟିଏ ପାଲଟିଯାଇଥିଲା, ତ ମୋ ସୃଜନୀ ଗତିଶୀଳ ହେବାକୁ ଡେରି ହେଉନଥିଲା l
ପୁଣି ମତେ ତା ବିନା ସାହିତ୍ୟ କଣ ଜୀବନ ର ଅଙ୍କା ବଙ୍କା ରାସ୍ତା ଦୁର୍ବୋଧ ଜଣା ପଡୁଥିଲା, ତାର ଉପସ୍ଥିତି, ସହ ତା ସ୍ୱର ଝଙ୍କାର ମୋ ହୃଦୟ ତନ୍ତ୍ରୀ ରେ ସାତସ୍ଵରର ରାଗ ଓ ରାଗିଣୀ ର ସମନ୍ୱୟ ସୃଷ୍ଟି କରୁଥିଲା ତ ମୁଁ ଭାବ ବିହ୍ୱଳିତ ହୋଇ ତାକୁ ଅନୁସରଣ କରି ଦେଖିନେଉଥିଲି କେବେ ଦୂରରୁ ତ କେବେ ନିହାତି ପାଖରୁ ତ କି ଦିନ କି ରାତି ମତେ ମହୁଲି ନିଶାରେ ଝୁମେଇ ରଖୁଥିଲା ବେଳେ ହଟାତ ତା ସ୍ୱର ମତେ ଅଧୀର କଲା l
ମୁଁ ଧଡପଡ ହେଲି, ମୋ ଅନୁସନ୍ଧାନୀ ଆଖିରେ ଅବିଳମ୍ବେ ଧରା ପଡିଗଲା ସବୁଠୁ ନିଆରା ରଂଗ ରୂପ ସୌନ୍ଦର୍ଯ୍ୟରେ ଭରା ଭରା ସେଇ ପକ୍ଷୀ ହଳଦୀ ବସନ୍ତ ଟା ତ ମୋ ମନ ମୁନ ଚୈତନ୍ୟ ର ସମୀକରଣ ରେ ସାହିତ୍ୟ ସାଧନା ର ଅଗ୍ରଗତି କରିବାକୁ କାଗଜ କଲମ ର ସମ୍ମିଳିତ କାରସାଦିର କାରନାମା ପୁର୍ବରୁ ଫୋନ ବାଜି ଉଠିଲା, ପରକୁ ପର ମୋ ଦୁଇ ଭାଇଙ୍କର, ମନେ ପଡୁନିକି ଅପା ତୋର, ଆଜି ରାକ୍ଷୀରେ ବି ଅନଲାଇନ ଆସୁନୁ ଜଣେ କହୁଥିଲା ତ ଅନ୍ୟ ଜଣେ କହୁଥିଲା, ନାତୁଣୀ କି ପାଇ ଭୁଲି ଗଲୁ କି ଅପା ଆଜି ରାକ୍ଷୀ ବୋଲି???
ଦୁଇଜଣ ଭାଇଙ୍କ ଠୁ ଫୋନ ରେ ରାକ୍ଷୀ ପଠାଇ ପାରିନଥିବା ଆତ୍ମଗ୍ଲାନି ଠାରୁ ଅଧିକା ଲାଗୁଥିଲା ଆତ୍ମିୟତା ତ ମୋ ହାତରେ ଥିବା କାଗଜ ରୂପୀ ଡ଼ାଇରୀଟି ଗୋଟିଏ ଭାଇର ଉପହାର ତ ପେନଟି ଆଉ ଗୋଟିଏ ଭାଇର ନବବର୍ଷର ଉପହାର ହୋଇ ରାକ୍ଷୀର ସାକ୍ଷୀ ହୋଇ ଆତ୍ମସନ୍ତୁଷ୍ଟି ପ୍ରଦାନ କରିବା ସହ ହଳଦୀବସନ୍ତର ହଳଦିଆ ହାଲକା ହାଲକା ହଜେଇଲା ସ୍ମୃତି ଫୁଲର ସୁଗନ୍ଧପରି ଫୁଲିଉଠୁଥିଲା ମନ ହୃଦୟରେ, ହଳଦିଆ ରଂଗରେ ତ ଭଲ ସୃଜନୀଟିଏ ସୃଷ୍ଟି କରିବା ଲକ୍ଷରେ ଚାଁହୁଥିଲି ବୁଲି ବୁଲି ପକ୍ଷୀଟାକୁ ।
