ରାକ୍ଷୀ
ରାକ୍ଷୀ
ଶ୍ରୀୟା ଖଟରେ ଶୋଇ ଭାବୁଥାଏ ନିଜ ଭାଇ ଚନ୍ଦନ କଥା । ପିଲାଟା ସିନା ବଦରାଗି ହେଲେ ଅନ୍ୟ ପିଲାଙ୍କ ତୁଳନାରେ ବହୁତ ଭଲ । ବେଳବେଳେ ତାର ମୁଣ୍ଡକୁ ପିତ୍ତ ଚରିଗଲେ ଯାହା ତାହା ବକିଯାଏ । ବାବା କୁହନ୍ତି ଚନ୍ଦନ ରାଗିଲେ ତାକୁ ସମ୍ଭାଳିବା ମୁସ୍କିଲ । ବାବା ତ ଚନ୍ଦନ ଠାରୁ ମତେ ବହୁତ ଭଲ ପାଆନ୍ତି । ମୁଁ ବିପିୟୁଟିରେ ପଢିଲା ବେଳେ ସେ ମୋର କୌଣସି ଅସୁବିଧା ଶୁଣିଲେ ସଂଗେ ସଂଗେ ବୁଝନ୍ତି । ଟଙ୍କା ହିସାବ କରି ହାତ ଖର୍ଚ୍ଚ ଦିଅନ୍ତି । ପୁଅ ଝିଅ ଭିତରେ କେବେ ବି ମତେ କେଉଁଥିରେ ଉଣା କରିନାହାନ୍ତି । ଚନ୍ଦନ ପାଠ ପଢିବାକୁ ବାବା ବ୍ୟାଙ୍କରୁ ଚାରିଲକ୍ଷ ଲୋନ କରିଛନ୍ତି । ଏ ଟୋକା କଣ ସେ ଲୋନ ଶୁଝିବ ବାବା ହିଁ ଶୁଝିବା ଆରମ୍ଭ କଲେଣି । ଏତେ ଟଙ୍କା ଘରୁ ନଉଚି ତଥାପି ତାକୁ ଅଭାବ । ମମି ତାକୁ ସବୁବେଳେ ଦେଇ ଦେଇ ଖର୍ଚ୍ଚି କରେଇଦେଲେ । ମମି କର ଗେହ୍ଲା ପୁଅ ତ । ବାବା କିନ୍ତୁ ବଦଖର୍ଚ୍ଚକୁ ପସନ୍ଦ କରନ୍ତି ନାହିଁ । ବାବା ଜଣେ ଶିକ୍ଷକ । କମ ବେତନ ପାଇ ଆମ୍ଭମାଙ୍କର କେବେ ଅବହେଳା କରିନାହାନ୍ତି । ଟୋକାଟା କିନ୍ତୁ ଉପର ମୁହାଁ । ଭଲ ଖାଇବ ଓ ଦାମିକା ଦିନିଷ ଧରିବ । ସେଦିନ ଉଡ଼ବର୍ଟର ବୁଟ କିଣିଲା ବାବାଙ୍କ ସହିତ ଜିଦି ଲଗେଇ । ବାବା କହିଲେ ମୋ ଜୀବନ ସାରା ପାଞ୍ଚହଜାର ଟଙ୍କାରେ ଜୋତା ପିନ୍ଧି ନଥିବି । ମମି ତାକୁ ହାତ ବାରିସି କରିଛନ୍ତି । ବାବା ଚନ୍ଦନର ଭୁଲ ଦେଖି ଗାଳି ଦେଲେ ମମି ସାହସ ତାକୁ ଦିଅନ୍ତି । ବାବା ଚୁପ ରୁହନ୍ତି । ଖରାପ ସାଙ୍ଗମାନଙ୍କ ସହିତ ମିଶି କେତେ ଅଭଦ୍ର କଥାରେ ବେଳେ ବେଳେ ତା ପାଟିରୁ ରାଗିଲେ ବାହାରେ, ଥଣ୍ଡା ମିଞ୍ଜାସ ବେଳେ ବାବା କହି ପଚାରି ବୁଝନ୍ତି ସାଙ୍ଗମାନଙ୍କ ସହିତ ମିଶିଲେ ଏପରି ଶବ୍ଦ ପ୍ରୟୋଗ ହୁଏ ବୋଲି ହସିକରି କହେ । ଯା ହେଉ ପିଲାଟା ଚାକିରିବାକିରି କରନ୍ତା ବାବାଙ୍କର କଷ୍ଟ ଲାଘବ ହୁଅନ୍ତା । ମୋ ରାକ୍ଷୀ ତାର ମଙ୍ଗଳରେ ଲାଗୁ । କିନ୍ତୁ ମତେ ତ ସବୁଥିରେ ସହଯୋଗ କରୁଛି । ତାର ଭଣଞ୍ଜାକୁ ଭଲପାଉଛି । ଭିଣେଇ କଥା ଶୁଣୁଛି । ଚାକିରି କଲେ ଭଲ କରି ତା ଠାରୁ ଝଡେଇବି । ସେ ବି ଦେବାକୁ କୁଣ୍ଠିତ ହେବନି । ତାର ହାବଭାଵ ଚିନ୍ତାଧାରା ଅଲଗା ।