The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sunanda Mohanty

Others

5.0  

Sunanda Mohanty

Others

ରାଧା

ରାଧା

2 mins
388


କେତେ ପାପୀ ନାଶି ତପୀ ଙ୍କୁ ଉଦ୍ଧରି ଯଶ ପ୍ରତିଷ୍ଠା କରିଛ ପ୍ରଭୁ, ମୋ ବେଳକୁ ପଥର ହୁଅନାହିଁ, ଭଲରେ ଭଲରେ ମୋ ଝିଅ କୁ ଡେଲିଭେରି ଯନ୍ତ୍ରଣା ରୁ ଉଦ୍ଧାର କର, ରକ୍ଷା କର କହି ବସ ଭିତରୁ ନୀଳଚକ୍ର ବାନା ଙ୍କୁ ଦର୍ଶନ କରି ମୁଣ୍ଡିଆ ମାରୁଥିଲେ ସୁଭଦ୍ରା. ଝିଅର କଷ୍ଟ ଯେତିକି ଦୁର୍ଭାବନା ଆଣୁଥାଏ, ପିଲାଟିଏ ଆସିବାର ଖୁସି ମନକୁ ଅଥୟ କରୁଥାଏ.    ............. ଝିଅ ହେଲେ କଣ ନାମ ଦିଆଯିବ ପୁଅ ହେଲେ କଣ ନାମଦିଆଯିବ ର ତାଲିକା ପ୍ରସ୍ତୁତ ସରିଛି, ମାଉସୀ ମାମୁଁ ଙ୍କ ସହ ଅଜା ଵି ବାଛିବୁଛି କେତେ ତାଲିକା, ତାଙ୍କର ଵି ମନେପଡେ ତାଙ୍କ ପୁଅ ଝିଅ ଜନ୍ମ ପରେ ପରେ ତାଙ୍କ ବାପା ପଠାନ୍ତି ଲମ୍ବା ତାଲିକା ଆଉ ସେ ରଖନ୍ତି ସେଥିରୁ କିଛି ଯେମିତିକି ସତ୍ୟକିଙ୍କର, ସାଇକିଙ୍କର ଦୁଇ ପୁଅଙ୍କ ନାମ ଆଉ ଶ୍ରୀୟା ଓ ପଦ୍ମା ଦୁଇଝିଅଙ୍କ ନାମ.............. ହେଲେ ଦୁଇଝିଅ ବଡ ହେଲାପରେ ଛିଗୁଲେଇ କହନ୍ତି ନିଜ ନାମ ସୁଭଦ୍ରା ବୋଲି ଆମନାମ ଗୁଡା ଏମିତି ରଖି ଦେଇଛି ଯେ ସାଙ୍ଗ ମାନଙ୍କ ପାଖେ ଅପ୍ରସ୍ତୁତ ହେଉଛୁ ଆମେ, ଅଜା ଦେଇଛନ୍ତି ଶୁଣି ଚିଡ଼ନ୍ତି, ଗାଳିଦିଅନ୍ତି ହଉ ଆସୁ ସେ ବୁଢା, ଦଉଛୁ ପାନେ, ଆକଟ କରନ୍ତି ସୁଭଦ୍ରା, କୁହନ୍ତି ସେହିଭଳି ନାମ ଦେଇଥିଲେ ବୋଲି ତମେ ଦୁହେଁ ଆଜି ସବୁଥିରେ ପରିପୂର୍ଣ୍ଣ, ଚିଡ଼ନ୍ତି ଦୁଇଝିଅ କହନ୍ତି ହଉ ହଉ ଆମ ନାମ ତ ଯାହା ଦେଲ ଦେଲ ଆମ ପିଲାଙ୍କ ନାମ ଆଉ ସେମିତି ଦବନି, ଅଜା ଙ୍କୁ ଵି କହିଦେବୁ, ଆଖିରୁ ଲୁହ ପୋଛିଲେ ସୁଭଦ୍ରା ଅଜା ମାନେ ତାଙ୍କ ବାପା ତ ନାହାନ୍ତି ଏ ସୁଖ ଦେଖିବାକୁ ହେଲେ ତାଙ୍କ ସ୍ୱାମୀ, ଆସୁଥିବା ପିଲାଟିର ଅଜା ଯେବେ ଖୁସିରେ କହନ୍ତି ରାମ ଆସୁଛନ୍ତି ମୋଝିଅ କୋଳକୁ ତ ସୁଭଦ୍ରା କୁହନ୍ତି ନା ନା ରାଧା, ହେଲେ ସେ ନାମ କଣ ଝିଅର ପସନ୍ଦ ହେବ? ଭାବି କିଛି କହନ୍ତି ନାହିଁ.       .. ଫୋନ ଆସିଗଲା ଝିଅ ର ଝିଅ ଟିଏ ହୋଇଛି, ବସରୁ ଓଲ୍ହେଇ ନୀଳଚକ୍ର ବାନା ଙ୍କୁ ପୁଣି ଲୁହଭରା ଆଖିରେ ମୁଣ୍ଡିଆ ମାରିଲେ ସୁଭଦ୍ରା, ଝିଅ ଡେଲିଭେରୀ ଭଲରେ ହେଇଥିବାରୁ, ବୋଉ କୁ ଦେଖି ଶ୍ଵେତା କାନ୍ଦିପକେଇଲା, ସେ ଲୁହ ଖୁସିର କି ଦୁଃଖର କେଜାଣି ସେ ଖାଲି ଆଉଁସି ପକାଉଥିଲେ ଝିଅକୁ ତାଙ୍କର, ପରେ ଯେବେ ମାଉସୀ ପଠେଇଥିବା ନାମ ତାଲିକା ଧରାଇଦେଇଥିଲେ ଝିଅ ଶ୍ଵେତା ର କିନ୍ତୁ ଏକା ଜିଦ ବାପା ନାମ ଦେବେ ମୋ ଝିଅର, ସେକଥା ସ୍ୱାମୀ ଙ୍କୁ କହିବାରେ ସେ ଵି ଖୁସିରେ କହୁଥିଲେ ହଁ ହଁ ମୋ ରାଧା ଆସିଗଲା, ତ କୁନିଝିଅର ନାମ ରାଧା ହିଁ ରହିଥିଲା.       ..........       .... ଆଜି ରାଧା ଡାକ୍ତର ରାଧା ପଟ୍ଟନାୟକ ଯେବେ ମାଆ ଶ୍ଵେତା କୁ ପଚାରୁଥିଲା ମୋ ନାମ କିଏ ଦେଇଥିଲେ ମାଆ, ମୋ ନାଁରେ ମୁଁ ବହୁତ ଖୁସି ତ ଶ୍ଵେତା କେବଳ ଲୁହ ଭରା ଆଖିରେ ଥରେ ଝିଅକୁ ଓ ଥରେ ମିହିର ପଟ୍ଟନାୟକ, ସ୍ୱାମୀଙ୍କୁ ଲୁହଭରା ଆଖିରେ ଚାଁହୁଥିଲେ, ହେଲେ ରାଧା ପଟ୍ଟନାୟକ, କ୍ଲିନିକି ଯିବା ପୁର୍ବରୁ ଠାକୁର ଠାକୁରାଣୀଙ୍କ ସହ ଅଜା, ଆଇ ଆଉ ଜେଜେ ଜେଜେମା ଙ୍କ ଫୋଟୋ ରେ ଫୁଲ, ଚନ୍ଦନ, ଧୂପ ଦୀପ ଲଗାଇବାରେ ସମୟ ଦେଉଥିଲେ.    


Rate this content
Log in