ପୁଷମାସେ ଭୁଷୁଭାସ
ପୁଷମାସେ ଭୁଷୁଭାସ
ଆଜି ଛାଡ଼ଖାଇ ଆମିଷ ଖାଉଥିବା ଲୋକଙ୍କ ଘରେ ଆଜି ଭୋଜିଭାତ କେତେ ପ୍ରକାର । ଚିକେନ ମଟନକୁ ନେଇ । ମନେ ପଡିଲା ଜେଜୀ ମାଆ କଥା । ।
ଜେଜୀ ମାଆ ଆମର ମଟନକୁ ସାଗୁଆତି କହେ । କୁକୁଡ଼ା କଥା ଛାଡ଼ ଘରେ ପୁରେଇ ଦିଏନି କି ବୋହୂମାନଙ୍କୁ ଖୁଆଇ ଦିଏନି । କାରଣ ସେମାନେ ଦେଇ ପିଣ୍ଡି ବା ନିଶାଣ କୋଣରେ ସଞ୍ଜ ସଳିତା ଦେବେ ପିଣ୍ଡ ଦାନ କରିବେ । ଶାଗୁଆତି ଖାଇଲେ ପିତୃପୁରୁଷ ପାଣି ପାଇବେନି । କୁକୁଡ଼ା ଅଣ୍ଡା ବି ମନା । ମାଛ ଶୁଖୁଆ ଚଳିବ ।
ଏହି କଥାକୁ ବୋହୂମାନେ ଭାରି ମାନୁଥିଲେ ସେମାନଙ୍କ ବିଶ୍ୱାସ ଭର ପୁର ଥିଲା ଗୁରୁଜନ ମାନଙ୍କର ଶାଶୁଙ୍କ କଥାକୁ ।
କିନ୍ତୁ ଏବେ କାଁ ଭାଁ ଏକଥାଟି ଅଛି । କିଏ କେମିତି ମାନିନିଅନ୍ତି ।
ସେମିତି ଏକ କଥାଟିଏ ଜେଜୀ ମାଆର ଢ଼ଗକୁ ନେଇ ।
ଆମ ଗାଆଁର ଦିନା ଅଜା ପୁଅ ବଗୁଲା ଭାରି ଖର୍ଚ୍ଚି ପିଲାଟି । ବାପ ମାଆ ଦୁଇ ଜଣ ସରଳ । ପିଅନ ଚାକିରୀ ଦିନ ଅଜାର । ପେନସନ ଗଣ୍ଡା ଆଣି ଘର ଚଳାଏ ପୁଅ ବଗୁଲା ଦିନେ ବିଲକୁ ଗଲେ ଆର ଦିନ ବନ୍ଦ । ପାଠ ପଢିଥିଲେ । ବାପା ଚାକିରୀ କରିଥାନ୍ତା । ଲୋକଙ୍କୁ କୁହାବୋଲା କରି ସେତକ ନାହିଁ । ବାହାଘର ବୟସ ହେଲାରୁ ଦିନା ଅଜା ବଗୁଲାକୁ ବାହା ଦେଲା ।
ବୋହୂଟା ମଧ୍ୟ ପୁଅ ପରିକା ଆଗ ପଛ ବିଚାର ନାହିଁ । କେତେ ବାପା ପଇସାରେ ଚଳିବେ । ବିଚାର ନାହିଁ କାଲି ଧରମ ମାସ ସରିନି ରାତିରୁ ବିଚାର ମଟନ କିଲେ ଆଣିବା ମାସେ ହେଲା ଖିଆ ହେଇନି କାମଧନ୍ଦା ବନ୍ଦ । ସହଜରେ ମାସର ପହିଲା ଆଜି ପେନସନ ଆଣିବ ବୋଲି ଗାଧୋଇ ପାଧୋଇ ବାପାକୁ ଧରି ବ୍ୟାଙ୍କ ବାହାରିଲେ ବଗୁଲା । ସ୍ତ୍ରୀ କନକର ବରାଦ ଆଳୁ ପିଆଜ ଅଦା ରସୁଣ ଆଣିବ । କେମିତି ବା ନ ଆଣିବେ ମାଂସ ଝୋଳ ଭଲ ହେବା ଦରକାର । ତା ସହିତ ରାତି ପାଇଁ ମାଛ କିଲେ ।
ଶାଶୂ ମାଆ ମାଂସ ଖାଇବେନି ନହେଲେ ଗୋଟାଏ ଆଇଟମରେ ସରି ଯାଇଥାନ୍ତା । ବଗୁଲା ବାହାରିଲା ବେଳକୁ ବଗୁଲା ମାଆ ପଛରୁ ଡାକ ଆଜି ମଙ୍ଗଳବାର ମୁଁ ଖାଇବିନି ଯୁଆଡୁ ଗୋଟିଏ ଆଣିବ । ବୋହୂରାଣୀ ରାଗରେ ଗରଗର, ନିଜେ ଖାଇବେନି କାହାକୁ ଖୁଆଇ ଦେବେନି ।
ତମେ ଆଣିବ ରାତିରେ ମାଛ ହେବ । ପୁଅ ବି କମ୍ ନୁହେଁ ହଁ ନେଇ ଆସିବି । ମାଆ ପରେ ଖାଇଲେ ଚଳିବ । କାଲି ବାର ଅଛି ଦେଖିବା ।
ବ୍ୟାଙ୍କ ବାହାରି ଗଲେ । ପେନସନ ଆଣିଲା ପରେ ଦିନା ଅଜା ଆଗ ମାସିକିଆ ଦୋକାନ ବାକି ଦେଲେ ତାପରେ ପାନ ଦୋକାନୀଠୁ ଅଜା ପାନ ଖାଆନ୍ତି । ଏମିତି ଅଡ଼ୁଆ ଛିଣ୍ଡେଇ ଘରକୁ ମାଂସ ମାଛର ବ୍ୟାଗ ଧରି ଫେରିଲେ । ବାଟରେ ଦିନା ଅଜା ନୀରବ ଦେଖି ପୁଅ ବଗୁଲା କହିଲା । ବାପା ତମେ ମନ ଦୁଃଖ କରନି ଆଜି ଘରେ ଘରେ ଛାଡ଼ଖାଇ । ଗୋଟିଏ ଦିନ ପାଇଁ ଭୁଲି ଯାଆ ପଇସା କଥା ।
ଦିନା ଅଜାର ମନ ଜେଜୀ ମାଆ ପାଖରେ ପେନସନ ଆଣିଲେ ଜେଜୀ ତାର ମାଛ ଝୋଳ ଖାଇବାର ଦେଖି । ବୁଢ଼ୀଟି ନଖାଇଲେ ଭଲ ଲାଗିବନି କଣ କରିବ ଅଜା ।
ଘରେ ପହଞ୍ଚି ବୋହୂକୁ ଡାକ ଛାଡିଲେ ତୋ ଶାଶୁ ପାଇଁ କଣ କରିଛୁ । ସେ ଖାଇବନି ଆଇଁଷ । ବୋହୂ କହିଲା । ବୋଉ ପଖାଳ ଗଣ୍ଡାଏ ଖାଇବେ ଜଣଙ୍କ ପାଇଁ କଣ କରିବି ।
ଚାଲିଗଲା ରୋଷେଇ ଘରକୁ । ବହୁତ ଖୁସିରେ ରନ୍ଧା ସରିଲା ଖାଇବା ବଢିଲା ଜେଜୀ କହିଲା କେତେ ଝାଡିଲ ଆଜି । ଦିନା ଅଜା କହିଲା ହଁ ବର୍ଷକୁ ଦିନ ଟିଏ ଆମରି ପିଲା କଣ କରିବା । ଏ ମାସରେ ହଜାର ଟଙ୍କା ସଟ ପଡିବ । ଦେଖିବା କଣ କରିବା ।
ସଂଗେ ସଂଗେ ଜେଜୀ କହିଲା
# ପୁଷମାସ ଭୁସଭାସ ଘରେ ଘରେ ରାନ୍ଧଣା
ପୁଷ ମାସ ସରିଗଲେ ସୁକସୁକ କାନ୍ଦଣା#
ଗୋଟିଏ ଦିନ ପାଇଁ ହଜାର ଟଙ୍କା ଖର୍ଚ୍ଚ କରି ମାଛ ମାଂସ ଖାଇଲ ମନା ନାହିଁ ଖାଅ ହେଲେ ମାସକ ଯାକ ପଡିଛି ଯେମିତି ଆଉ ଆମିଷ ମିଳିବନି ଗୋଟିଏ ଦିନରେ ମାଛ ମାଂସ ସବୁ ।
ଜେଜୀ ପାଟିରୁ କଥା ସରିନି କ୍ଷୀର ବାଲା ପାଟି ଶୁଭିଲା । କ୍ଷୀର ପଇସା ଦିଅ । ତମେ ଛାଡଖାଇ କଲ ଆମେ କରିବୁନି ଦିଅ କ୍ଷୀର ପଇସା । ଜେଜେ ପଇସା ଦେଲେ । କ୍ଷୀରବାଲା ଗଲା ପରେ ଜେଜୀ ଜେଜେଙ୍କୁ କହିଲା ଦେଖ । କ୍ଷୀରବାଲା ପାଖରେ କେତେ ପଇସା ଥାଇ ମଧ୍ୟ ସେ ତାର ବାକି ପଇସାକୁ ଅପେକ୍ଷା କରିଛି । ଆମ ପାଖରୁ ନେଲେ ଖାଇବେ । ହେଲେ ଆମ ପିଲା ପେନସନ ନ ଆସୁଣୁ ପାଟି ସୁଆଦ ଚିନ୍ତା କରି ଗୋଟିଏ ଦିନେ ହଜାର ଟଙ୍କା ଖର୍ଚ୍ଚ ।
କାଲି କଥା ଚିନ୍ତା ନାହିଁ । ଜେଜେ କହିଲେ କାଲି କେଉଁଠୁ ଆଣିବି ପଇସା କାହିଁ । ଟଙ୍କା ପାଞ୍ଚ ହଜାର ପାଉନି ତା ଭିତରେ ଛାଡ ଖାଇ । ଏକଥା ଶୁଣି ପୁଅ ବୋହୂ ଦୁଇ ଜଣ ଚାଲି ଗଲେ ।
ଜେଜୀ କହିଲା ସେଥିଲାଗି କହେ ପେନସନ ଆସିଲା ବେଳକୁ ପିଲାଙ୍କୁ ଲାଗୁଛି #ପୁଷ ମାସେ ଭୁସଭାସ ଘରେ ଘରେ ରାନ୍ଧଣା#
ଖାଲି ଆମେ କାହିଁକି ଆମ ପରି ଅନେକ ଲୋକ ଏମିତି ଅଛନ୍ତି ଆଜି ଗୋଟିଏ ଦିନରେ ମାଛ ମାଂସ ଖାଇ ଉଡେଇବେ । ମାସ ଅଧାରୁ ଧାରରେ ଚଳିବେ ।
କାଲି କଥା କି ବଜେଟ ଦେଖିବେନି । ତାଙ୍କର ଛାଡ ଖାଇ ଆଗ ।
ଏକଥା ଶୁଣି ବୋହୂ ରାଣୀ କନକ କହିଲା ସତରେ । ଆମେ ଆମ ବାପାଙ୍କ ପେନସନକୁ ଭୁଲି ଯାଇଛୁ । ବାପା କେତେ ଆଣୁଛନ୍ତି । କେତେ ଖର୍ଚ୍ଚ କଲେ ମାସକଟା ଚଳିବୁ । ଏକଥା ଯାଇ ବଗୁଲାକୁ କହିଲା ଶାଶୁ ମାଆ ଠିକ୍ କହୁଛନ୍ତି । ବଗୁଲା କହିଲା ଆଜି ତ ଖାଇବା ସରିଲା କାଲିକି ଦେଖିବା...

