STORYMIRROR

Gitanjali Pujapanda

Others

3  

Gitanjali Pujapanda

Others

ପତି-ପତ୍ନୀ ଭାଗ ୧୦

ପତି-ପତ୍ନୀ ଭାଗ ୧୦

3 mins
231

ଆଗରୁ ପଢିଥିଲେ ରୋଜି ସ୍କୁଲରେ ଅନୁରାଧା ସହିତ ଦେଖାହୁଏ । ସେତେବେଳେକୁ ଲଞ୍ଚ ଆୱାରର ଘଣ୍ଟିଟି ବାଜି ଉଠେ । ଦୁଇ ଜଣ ବାନ୍ଧବୀ ଏକାଠି ହୋଇ ଷ୍ଟାଫ୍ ରୁମ୍ ଆଡ଼କୁ ଯାଆନ୍ତି । ରୋଜିର ଫୋନଟି ରିଙ୍ଗ ହୁଏ ଦୀପକ ଫୋନ କରିଥିବେ ଭାବି ଫୋନଟି ବ୍ୟାଗରୁ କାଢେ ,ଦେଖେ ବୋଉ କରିଛି ବୋଉକୁ ପ୍ରଣାମ କରେ ବୋଉ କୁପଚାରେ ତାଙ୍କ ଦେହ ଭଲ ଅଛି କି ନାହିଁ । 

ରୋଜି ବୋଉ --ହଁ ମାଆ ଭଲ ଅଛି !!

ତୁ କେମିତି ଅଛୁ କଣ ଖାଇଛୁ ନା ?? ଖାଇନୁ ? କେହି ନାହାନ୍ତି ତୋ ପାଖରେ ଏ ସମୟରେ ମୋର ଭାରି ମନ ତୋ ପାଖେ ଆସି ରହିବାକୁ ଲୋ ମାଆ ହେଲେ କଣ କରିବି ମୁଁ ??ଏଠି ବହୁତ ଗୁଡିଏ କାମ ବାପାଙ୍କୁ ଛାଡି କୁଆଡେ ଯିବି? ଭାଉଜର ଛୋଟ ଛୁଆଟେ ତୁ ଟିକେ ସୁବିଧା ହେଲେ ଆସନ୍ତୁନି ? ବାପା ତତେ ବହୁତ ଖୋଜୁଥିଲେ । ଭାଇ ବି ତୋ କଥା ପଚାରୁଥିଲା । 

ବେଶି କାମ କରିବୁନି ତର ତର ହୋଇ । ମେଡ଼ିସିନ ଖାଉଛୁଟି ନା ହେଳା କରୁଚୁ ? ମାଆରେ ଦୁଇ ଦୁଇଟା ପିଲା, ଟିକେ ଦେଖି ଚାହିଁ କି ଚଳିବୁ ଏବେ କୋଉଠି ଅଛୁ । ବେଶୀ ରେଷ୍ଟ ନେବୁ । ଦେହର ଯତ୍ନ ନେବୁ । 

ରୋଜି----ହଁ ବୋଉ ମୁଁ ଯିବି ସମୟ ସୁବିଧା ଦେଖି ତୁ ବ୍ୟସ୍ତ ହୁଅନା,ଏବେ ସ୍କୁଲରେ ଅଛି । ମୁଁ ଗଲେ ଦୀପକର ଟିକେ ଖାଇବା ପିଇବାରେ ଅସୁବିଧା ହେବ ହଉ ସେ ଚଳେଇ ନେବେ ଅନୁରାଧା ଅଛି ମୋ ପାଖରେ କଲେଜ ସାଙ୍ଗ ମ ତୋର ମନେ ଅଛି । ପନ୍ଦର ଦିନ ରହିଥିଲା ଆମ ଘରେ ଭାଇ ବାହାଘର ବେଳେ ବିଏଡ଼ ପରେ ଦୁଇ ଜଣକୁ ଏକାଠି ଗୋଟେ ସ୍କୁଲରେ ଚାକରି ମିଳିଛି ମୁଁ ଜଏନ କଲା ବେଳ ନୂଆନୂଆ ତାକୁ ବହୁତ ବର୍ଷ ପରେ ଦେଖିଲି । 

ରୋଜି ବୋଉ---ହଁ ମାଆ ଦେଲୁ ଟିକେ ତାକୁ

ରୋଜି ଫୋନ ଟିକୁ ଅନୁକୁ ଦେଲା 

ଅନୁ----ନମସ୍କାର ମାଉସୀ ମତେ ମନେ ରଖିଛ ନା ଭୁଲିଗଲା

କେତେ ମଜ଼ା କରୁ ଥିଲୁ ଆମେ ଭାଇ ବାହାଘର ସେ ଦିନ ସବୁ ଆଜି ବି ମନେ ପଡିଲେ ବହୁତ ଭଲ ଲାଗେ । 

ରୋଜି ବୋଉ----ହଁ ମାଆ ତମ ଗାଆଁରେ ସମସ୍ତେ ଭଲ ଅଛନ୍ତି । 

ଭାଇର ପିଲା ଛୁଆ ହେଲାଣି ?

ହଁ ଗୋଟେ ପୁଅ ଥିଲା ଏବେ ଝିଅଟିଏ ହେଇଛି । 

ଆଉ ତୁମର କଣ ବାହାଘର କୋଉଠି ଲାଗିଲାନି ?

ନା ଏବେ ବାହା ହେବିନି!!

ବାହା ବୟସ ଗଡି ଗଲେ ଭଲ ନୁହେଁ , ଝିଅ ରୋଜିକି ଟିକିଏ ଜଗି ଥିବୁ ହେଲା । ରଖୁଚି ରୋଜି କି କହିବୁ ଦେହ ପାଆର ଟିକେ ବେଶି ଯତ୍ନ ନବ ହେଲା ରହିଲି । ଫୋନଟା କଟିଗଲା ସେପଟୁ । 

ରୋଜି କହିଲା ଭାରି ଭୋକ ଚାଲ ଖାଇବା ଲଞ୍ଚ ବକ୍ସରୁ ଟିଫିନଟିକୁ ବାହାର କଲା ଖାଦ୍ୟକୁ ଖାଇଲା ବେଳେ ରୋଜି ଅନୁରାଧାକୁ ପଚାରେ ଏବେ କେମିତି ରହୁଛି ସେ ??

ଅନୁ କୁହେ ହଁ ଟିକେ ଅସୁବିଧା ହେଉଛି ,adjust କରିନେଲିଣି ମୁଁ ଆମେ ଦୁଇ ତିନି ଜଣ ସାଙ୍ଗ ଏକାଠି ଗୋଟେ ରୁମ ନେଇ ଅଛୁ ଟିକେ କଷ୍ଟ ହେଉଛି ହେଲେ ଚଳି ଯାଉଛି । ତୁ ବ୍ୟସ୍ତ ହୁଅନା ମୋ ପାଇଁ ରୋଜି ମନେ ମନେ ଭାବେ ଆହା ସାଙ୍ଗଟା ତାର କଷ୍ଟ ପାଉଛି ,ଦୀପକ ରାଗିବେ ସେଥିପାଇଁ ସେ କିଛି କରି ପାରୁନି ,କାହିଁକି???ଦୀପକ ଅନୁ ଉପରେ ଏତେ ବିରକ୍ତ କେଜାଣି , କାହିଁକି???ଯେତେ ଚେଷ୍ଟା କଲେ ବି ସେ ଜାଣି ପାରୁନି । ଅନୁକୁ କୁହେ ତୁ ମୋ ଘରେ ଆସିକି ରହିବୁ ଆମେ ତ କଲେଜ ବେଳର ସାଙ୍ଗ ଦୀପକକୁ ମୁଁ ମନେଇ ନେବି । ତୋ ହଷ୍ଟେଲ ତିଆରି ହେଉଛି ତିଆରି ସରିଲେ ଚାଲିଯିବୁନି------

ଅନୁ କୁହେ ହଁ ତୁ ଏତେବ୍ୟସ୍ତ ହୁଅନିରୋଜି ତୋପରି ସାଙ୍ଗ ବହୁତ କଷ୍ଟରେ ମିଳେ ମୋ ପାଇଁ ତ ଟିକେ ଭାବୁଛୁ ତୁ ରୋଜି କୁହେ ଆଉ ଗାଁରେ ସମସ୍ତେ ଭଲ ଅଛନ୍ତି । ମାଉସା ,ମାଉସୀ ଆଉ ଭାଇ ଭାଉଜ 

ତୋ ଭାଇନାଙ୍କର ପିଲା ପିଲି କିଛି ହେଲାଣି ଅନୁ କୁହେ ହଁ ପୁଅ ଥିଲା । ଏବେ ଝିଅଟିଏ ହୋଇଛି । ସ୍କୁଲ ବେଲଟି ବାଜିବାକୁ ଲାଗେ । ଅନୁ କୁହେ ମୁଁ ଯାଉଛି ମୋର କ୍ଲାସ ଅଛି ,ପିଲା ମନେ ଅପେକ୍ଷା କରିଥିବେ ରୋଜିକୁ ଟିକେ ଅନ comfort ଫିଲ୍ ହୁଏ । 

ଅନୁ କୁହେ କଣ ହେଲା ତୋର ଦେହ ଭଲ ଲାଗୁନି ନା କଣ???? ରୋଜି କୁହେ ହଠାତ୍ କାହିଁକି??ଦେହଟା ଭଲ ଲାଗୁନିତୁ ଯା ତୋ କ୍ଲାସ ଅଛି ମୋର ଏବେ ନାହିଁ ,ମୁଁ ଏଠି ଟିକେ ରେଷ୍ଟ ନେବି । -----------ଅନୁ ଚାଲିଗଲା ରୋଜି ରେଷ୍ଟ ନେବ ବୋଲି ଭାବିଲା ବେଳକୁ ପିଅନ ଆସି ଡାକିଲା ଦିଦି ହେଡମିଷ୍ଟ୍ରେସ ଡାକୁଛନ୍ତି ତୁମକୁ । ରୋଜି ମନେ ମନେ ଭାବିଲା କଣ ହେଲା କାହିଁକି ??ହଠାତ ତାକୁ ଭଲ ଲାଗୁନଥାଏ । ମାତ୍ର ବାଧ୍ୟତାମୂଳକରେ ସେ ଅଫିସରେ ପହଁଚିଲା ଓ ଦେଖିଲା । ତା ପରେ........

କ୍ରମଶଃ..........



Rate this content
Log in