Sunanda Mohanty

Children Stories Inspirational

3  

Sunanda Mohanty

Children Stories Inspirational

ପ୍ରତିଶୋଧ

ପ୍ରତିଶୋଧ

2 mins
128


 ଛୁଟିରେ ଝିଅ, ଜୋଇଁ, ପୁଅ, ବୋହୁ ସମସ୍ତେ ଘରକୁ ଆସିଥିଲେ ବି ସୁମତୀଙ୍କର ଠାକୁର ପୂଜାରେ ବିଘ୍ନ ହେବା ସେ ପସନ୍ଦ କରନ୍ତି ନାହିଁ. ଚଉରା ମୂଳେ ସୂର୍ଯ୍ୟ ଦେବତାଙ୍କୁ ପାଣି ଦେଇ ସାରି ଫୁଲ ତୋଳି ପଶନ୍ତି ଠାକୁର ଘରେ. ଫୁଲ, ଧୂପ, ଦୀପ, ଭୋଗ, ଜଣାଣ ଭିତରେ ବିତିଯାଏ ଘଣ୍ଟାଏ. ସେଠାରୁ ଫେରି ପିଲାଙ୍କ ପାଇଁ ନିଜ ପସନ୍ଦର ଜଳଖିଆ ବନାନ୍ତି ନିଜ ହାତରେ. 

  ସେହି ସମୟ ଭିତରେ ଝିଅର ଅଭିଯୋଗ ଯେ, ଏତେ ଏତେ ସମୟ ଠାକୁର ଘରେ କାଟିଲେ ମୋ ସହ କେତେବେଳେ କଥା ହେବୁ ତ ହସିଦିଅନ୍ତି ସୁମତୀ, ଝିଅ ଆରମ୍ଭ କରେ ତା କଥା ମୁଣି. ସୁମତୀ ପିଲାଙ୍କ ପାଇଁ କରୁଥାନ୍ତି ପୁଳି ପିଠା ତ କୋଉଦିନ ପରଟା ଆଳୁଦମ, କୋଉଦିନ ଉପମା ମଟର ତ କୋଉଦିନ ଇଟିଲି ପିଠା ଡାଲମା. ଝିଅ ବଖାଣୁଥାଏ ତା ଅଙ୍ଗେନିଭା କଥା, ଜାଣିଛୁ ମାଆ ଜୋଇଁ ତୋର ନୂଆ କିଣିଥିବା ଗାଡି ରହିବା ପାଇଁ କ୍ଵାର୍ଟର୍ସ୍ ଆଗରେ ଖାଲିଥିବା ସ୍ଥାନରେ ଗ୍ୟାରେଜଟିଏ କରିବା ଫଳରେ, ପଡୋଶୀ ପ୍ରତିଶୋଧପରାୟଣ ହୋଇ ଅଭିଯୋଗ କଲା ହେଲେ ଫଳ ଓଲଟି ତାର ବଦଳି ହେଲା, ସୁମତୀ ହାତ ଯୋଡ଼ିଲେ ଠାକୁରଙ୍କୁ .

 ପୁଅ ବି ଡାକୁଥିଲା ଏଣିକି ଆସେ ମାଆ ଦେଖିଯାଆ, ଆଉ ଗପି ଚାଲିଥିଲା ଶୀତଦିନେ ଶସ୍ତା ସୁଲଭ ମୂଲ୍ୟରେ ମିଳୁଥିବା ଶୀତବସ୍ତ୍ର ସବୁ କିଣିବାକୁ, ବନ୍ଧୁ ରାଜେଶକୁ ନେଇ ମାର୍କେଟ ଗଲି ଯେ ମାଆ, ଯାହା ସବୁ ମୁଁ ତୁମ ମାନଙ୍କ ପାଇଁ ପସନ୍ଦ କଲି, ସେସବୁ ରାଜେଶ ନେଲା ତ ବାଧ୍ୟ ହୋଇ ଟିକେ ଅଧିକା ଦାମ ରେ ଏସବୁ ସ୍ଵେଟର, ଜ୍ୟାକେଟ, ସ୍କାର୍ପ, ଷ୍ଟୋଲ ଆଣିଛି, ଦେଖ ତ କାହାକୁ କୋଉଟା ପସନ୍ଦ କହି ରାଜେଶ ପାଇଁ ଦୁଃଖ କରୁଥିଲା ଯେ ସେ ନେଇଥିବା ପ୍ରାୟ ପୋଷାକ ଚିରା ଫଟା ଅଛି କହୁଥିଲା, ତ ସୁମତୀ ଟିକେ ହସିଦେଲେ ତ ପୁଅ କହୁଥିଲା ହସୁଛୁ କଣ ସେ ମନଦୁଃଖ କରୁଥିଲା l

 ସୁମତୀ ପୂର୍ବ ଭଳି ହସି ହସି କହୁଥିଲେ ଝିଅକୁ, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ, କଥାରେ ଅଛି ପରା, ଅନ୍ୟ ପାଇଁ ଗାତ ଖୋଲିଲେ ନିଜେ ସେ ଗାତରେ ପଡ଼ିବାକୁ ହୁଏ. ଆଉ ପୁଅକୁ କହୁଥିଲେ, ପର ଜିନିଷ ପ୍ରତି ଲୋଭ ମୋହ ରଖିବା ଉଚିତ ନୁହେଁ, ସେଇଥିପାଇଁ ରାଜେଶ ଲୋଭର ଫଳ ପାଇଲା, ହଉ ଏସବୁ ନେଇଯା ତାକୁ ଦେଇଦେବୁ ଆମ ପାଇଁ ପରେ ଆଣିବୁ, ପିଲା ଦୁହେଁ ଆଶ୍ଚର୍ଯ୍ୟରେ ମାଆକୁ ଚାହିଁଥିଲେ ତ ସୁମତୀ ପୁଣି କହୁଥିଲେ ସେଇଥିପାଇଁ ତ ଠାକୁର ଘରେ ଏତେ ସମୟ ବିତେ ମୋର, ବୁଝିଲ ଏଥର?ବୁଝିନପାରି ଭାଇ ଭଉଣୀ ପରସ୍ପର ମୁଁହକୁ ଚାଁହୁଥିଲେ. ସୁମତୀ କହୁଥିଲେ ଆରେ ପିଲାଏ, ଭଗବାନ ସମସ୍ତଙ୍କୁ ସହାୟ ହୁଅନ୍ତୁ ସତ କିନ୍ତୁ ପ୍ରତିଶୋଧ ପରାୟଣ ବ୍ୟକ୍ତି ବା ଲୋଭୀ  ବ୍ୟକ୍ତି କେବେ ବି ନିସ୍ତାର ପାଏନାହିଁ, ଭଗବାନ କରନ୍ତୁ ଦୁହେଁ ଆୟୁଷ ଆଶିଷ ନିରୋଗ ରହି ଭଲ ମଣିଷ ହୁଅ l



Rate this content
Log in