STORYMIRROR

Manju Rath

Children Stories Others

3  

Manju Rath

Children Stories Others

ପୃଥିବୀ

ପୃଥିବୀ

1 min
209

ସୁନ୍ଦର ସୁସଜ୍ଜିତ ସସ୍ୟ ଶ୍ୟାମଳା ସବୁଜିମାରେ ଭରପୁର 

ଏହି ପୃଥିବୀ ପୃଷ୍ଠରେ ମୋର ଜନ୍ମ 

ମୋତେ ଖୋଜିବାକୁ ପଡେନା ଖାଦ୍ୟ ପାଣି ପବନ 

ବଞ୍ଚିବା ପାଇଁ ସହଜ ଭାବେ ଯୋଗାଇ ଦିଏ 

ଶିଖାଇ ଦିଏ ଧୈର୍ଯ୍ୟର ସହନଶୀଳତା 

ଅମାପ ସମ୍ପତ୍ତିର ମାଲିକ ହୋଇ ମଧ୍ୟ ସେ କେବେ 

ଗର୍ବ କରେନା 

ପ୍ରକୃତି ର ଶୋଭା ସହିତ ତାଳ ଦେଇ ଦେଇ ମୁଁ 

ପୃଥିବୀ ପୃଷ୍ଠରେ ନାଚିବାକୁ ଭଲ ପାଏ 

ବଂଶୀ ର ସ୍ୱର ଶୁଣି ଗୀତ ଗାଇବାକୁ ମୁଁ ଭଲପାଏ 

ସଂଧ୍ୟା ର ଗୋଧୁଳି ବେଳାରେ ସୂର୍ଯ୍ୟାସ୍ତ ର ସିନ୍ଦୁର ବିନ୍ଦୁକୁ 

ଦେଖିବାକୁ ମୁଁ ଭଲପାଏ 

ସକାଳ ର ସୂର୍ଯ୍ୟୋଦୟ ରେ ସଜାଏ ମୁଁ ନିଜକୁ 

ପୃଥିବୀ ର ସୁନ୍ଦରତା କୁ ଉପଭୋଗ କରିବା ପାଇଁ 

ମୁଁ ଭଲପାଏ ମୋ ପୃଥିବୀ ପୃଷ୍ଠକୁ 

ମୋ ଜନ୍ମଭୂମିକୁ ଚାହେଁ ଯେବେ ଖୋଜି ପାଏ ନିଜକୁ ।



Rate this content
Log in