BIBHUTI BHUSAN SWAIN

Others

3  

BIBHUTI BHUSAN SWAIN

Others

ପୋଷାକ

ପୋଷାକ

2 mins
549



ସେଇ ଟ୍ରେନଟି ଥିଲା ଆମ ଗନ୍ତବ୍ୟସ୍ଥଳୀରେ ପଂହଚିବାର ସର୍ବଶେଷ ସାଧନ । ପରନ୍ତୁ ଟ୍ରେନରେ ମାତ୍ରାଧିକ ଭିଡ ଥିବାରୁ ସେଥିରେ ଯାତ୍ରା କରିବା ଥିଲା ଏକ କଷ୍ଟସାଧ୍ୟ ବ୍ୟାପାର । ମାତ୍ର ବନ୍ଧୁ ମୋର ଥିଲେ ଜଣେ ନ ଛାଡ ବନ୍ଧା ଲୋକ । କଳ,ବଳ,କୌଶଳ ଲଗାଇ କୌଣସିମତେ କାର୍ଯ୍ୟ ହାସଲ କରିବା ଥିଲା ତାଙ୍କ ଚରିତ୍ରର ଅନ୍ୟ ଏକ ଉଲ୍ଲେଖନୀୟ ଦିଗ । ମୋ ହାତକୁ ଜୋର ଜବରରଦସ୍ତ ଟାଣି ନେଇ ଷ୍ଟେସନ ପାଖରେ ଥିବା ଗୋଟିଏ ଫୁଟଫାଥ ଦୋକାନକୁ ନେଇଗଲେ ସେ ।


ସେଠାରୁ ତରତରରେ ଦୁଇ ହଳ ବନିୟାନ ଓ ଟି ସାର୍ଟ କିଣି ପକାଇ ନିଜେ ହଳେ ପିନ୍ଧିବା ସହ ଅନ୍ୟ ହଳଟି ମୋତେ ପନ୍ଧିବାକୁ ଦେଲେ । ମୁଁ ତାଙ୍କ ମୁହଁକୁ ବଲବଲ କରି ଅନାଇଥିବା ବେଳେ ସେ ମୁରୁକି ହସି ଶୀଘ୍ର ପୋଷାକ ପିନ୍ଧି ଷ୍ଟେସନ ଆଡକୁ ଯିବାକୁ ଇଙ୍ଗିତ କଲେ । ଯାହା ହେଉ ଟ୍ରେନ ଛାଡିବାର କିଛି ମୁହୂର୍ତ୍ତ ପୂର୍ବରୁ ଆମେ ସେ ଅସମ୍ଭାଳ ଭିଡକୁ କଷ୍ଟମଷ୍ଟେ ଅତିକ୍ରାନ୍ତ କରି ବଗି ମଧ୍ୟରେ ପ୍ରବେଶ କରିସାରିଥିଲୁ ।


କିଛି ସମୟ ପରେ ଟିଟିଆଇ ଯେତେବେଳେ ଟିକେଟ ଚେକ କରିବା ପାଇଁ ଆମ ବଗିରେ ପ୍ରବେଶ କଲେ,ସେତେବେଳେ ମୋର ମନେ ପଡିଲା ଯେ ଆମେ ଟିକେଟ କରିବାକୁ ଭୂଲିଯାଇଥିଲୁ । ମୁଁ ଏହି ଘଟଣା ଯୋଗୁଁ ନିଜକୁ ଦୋଷୀ ଦୋଷୀ ମନେ କରୁଥିବା ବେଳେ ବନ୍ଧୁ ମୋତେ ଶାନ୍ତ ରହିବାକୁ ଇଙ୍ଗିତ କରୁଥିଲେ । କିଛି ସମୟ ପରେ ଟିଟିଆଇ ମହାଶୟ ଟିକେଟ ପାଇଁ ଆମ ଆଡକୁ ହାତ ବଢାଉଥିଲେ,ସେତିକିବେଳେ ବନ୍ଧୁ ଜୋରରେ ଚିତ୍କାର କରି କହି ଉଠିଲେ- ବୋଲ୍ ବମ୍....ମୁଁ ମଧ୍ୟ ପାଳିଆ ଧରି ଚିତ୍କାର କଲି- ହର ହର ବମ୍....। ଭୋଳାନାଥଙ୍କ ଚିତ୍ର ଥିବା ଟି ସାର୍ଟ ସହ କଲରାପତରିଆ ବ୍ୟାଘ୍ର ଚର୍ମର ବନିୟାନ ପିନ୍ଧିଥିବାର ଦେଖି ଟିଟିଆଇ ଆମ ଆଡକୁ ଏକ ତୀର୍ଯ୍ୟକ ଦୃଷ୍ଟିପାତ କରି ଅନ୍ୟ ଆଡକୁ ଅଗ୍ରସର ହେଲେ । ବନ୍ଧୁ ମୋ ଆଡକୁ କ୍ଷୀଣ ହସର ଛିଟାଟାଏ ଫୋପାଡି ଦେଇ ଗୁଣୁଗୁଣୁ ହୋଇ ଗାଇଉଠିଲେ- "ଆମକୁ ସାଇଡ ଦିଅରେ,ଆମେ ତ...।"



Rate this content
Log in