STORYMIRROR

Akshayakumar Dash

Children Stories Inspirational

3  

Akshayakumar Dash

Children Stories Inspirational

ପିଙ୍କୁର ଖେଳଣା

ପିଙ୍କୁର ଖେଳଣା

3 mins
322


ଖେଳଣା ଘରକୁ ନେଇଗଲା ପିଙ୍କୁ । ଛୋଟ ବଡ ଦୁଇଟି ସାଇକେଲ। ବଡ଼ ସାଇକେଲ କହିଲେ ଛୋଟ ଠାରୁ ହାତେ ବଡ଼। ତିନିଚକ ଟି ଛୋଟ ।ବଡ଼ଟି ଦୁଇଚକ ।କାନ୍ଥରେ ଡେରାହୋଇଛି। ଆଗକୁ ମଟରଗାଡି। ଅବିକଳ କାର।ବିଦ୍ୟୁତ ସଂଯୋଗ କଲେ ବେଟେରୀ ଚାର୍ଜ ହୁଏ ।ମୋଟର ଗାଡି ଚାଲେ।ଗୋଟିଏ ଅଲମିରାରେ ତଳଉପର ଥାକ ଛୋଟ ବଡ କେତେ ଖେଲଣା ।ବନ୍ଧୁକ କେତେ ପ୍ରକାର।ଛୋଟ ରିଭଲଭରରୁ ଆରମ୍ଭକରି ଷ୍ଟେନଗନ ।ଗୋଟିଏ ହାତରେ ଧରି ଦେଖଲି,ତାର ସୁଇଚ ଟିପିଦେଲି । ବନ୍ଧୁକ ଚାଳନା ଯାହା ଫିଲିମରେ ଦେଖିବାକୁ ମିଳେ ତାହାହିଁ ।


ପିଙ୍କୁର ପ୍ରିୟ ଷ୍ଟୋନମ୍ୟାନ ପ୍ରାୟ କୋଡିଏ ଗୋଟି ଛୋଟ ବଡ଼ କାହାର ପେଟରେ ମୁଣ୍ଡରେ କି ଦେହସାରା ଅଲୋକ ଜଳେ । କେତେ ପ୍ରକାର ପନିପାରିବ ଫଳ ଚଡ଼େଇ ପଶୁପକ୍ଷୀ। ମୋର ନଜର ସାମନାକୁ ପିଙ୍କୁ ଆଣିଲା ଗୋଟିଏ ବାଦ୍ୟଯନ୍ତ୍ର । ବିଦ୍ୟୁତ ସଂଯୋଗ କଲା ବଜେଇ ଚାଲିଲା। ସାରେଗାମ ଢୋଳିକି ବଂଶୀ ପରି ଅନେକ ସ୍ୱରର ସମାହାର । ମୋ ମନକୁ କିଣିଲା, ପିଙ୍କୁ ହାତରୁ ନେଇ ମୁଁ ବଜେଇ ବସିଲି । ପିଙ୍କୁ ପାଖରେ ବସି ସବୁ ସୁଇଚ ଟିପି ଦେଉଥାଏ ।ଗୋଟେ ଗୋଟେ ନୂଆନୂଆ ସୁର ବାହାରୁଥାଏ ।କିଛିସମୟଧରି ବଜାଇଲି । ଜଣେ ଅନଭିଜ୍ଞ ସଙ୍ଗୀତ ପ୍ରେମୀ ଶ୍ରୋତା ପରି ବି ଜଣେ ସଙ୍ଗୀତ ବାଦ୍ୟକୁ ପସନ୍ଦ କରୁଥିବା ବାଦ୍ୟକାର ଭଳି । ସତ କହିବାକୁ ଗଲେ ପିଙ୍କୁ ମୋଠାରୁ ଭଲଭାବରେ ବଜେଇଦେଉଥିଲା । ମୁଗ୍ଧହୋଇ ଶୁଣୁଥିଲି ।


ଚାରି ବର୍ଷ ପିଙ୍କୁକୁ ।ଦିଲ୍ଲୀ ପବ୍ଲିକ ସ୍କୁଲ ନର୍ସରୀ ପରେ କେଜି ଏକରେ ପଢେ ।ବଡ଼ଦିନ ଛୁଟି । ଘରେ ରହି କେତେବେଳେ ଲାପଟପ ଧରି ଖେଳ ଦେଖେ ତ କେତେବେଳେ ଫଟରେ ରଙ୍ଗ ଦିଏ । ସନ୍ଧ୍ୟା ପାଞ୍ଚଟା ବାଜିଲେ ସାଇକେଲ ଧରି ବାହାରି ପଡେ ।ପୁରଜୋତା ସାଙ୍ଗକୁ ପେଣ୍ଟ ସାଟ । ମତେ ଡାକେ ଅଜା ଆସ ଖେଳିବାକୁ ଯିବା ।ହିନ୍ଦୀଭାଷାରେ କୁହେ ।ଓଡ଼ିଆରେ ବୁଝି ପାରେ କିନ୍ତୁ କହେ ନାହିଁ । ଦୁହେଁ ଲିଫ୍ଟରେ ତଳକୁ ଆସୁ । ତାପରେ ସାଇକେଲ ବାହି ଚାଲେ ।ମୁଁ ତାର ପଛେପଛେ ଚାଲୁଥାଏ ।ବାଟରେ ବଡ଼ଲୋକ କି ଛୋଟପିଲା ଯାହାକୁ ଦେଖେ ହାଏ ସମ୍ବୋଧନ କରେ ସେମାନେ ମଧ୍ୟ ପ୍ରତି ସମ୍ବୋଧନ ହାୟ ଜଣାନ୍ତି । ତାର ସାଙ୍ଗମାନେ ବି ହିନ୍ଦୀ ବା ଅଂଗ୍ରେଜି ଭାଷାରେ ମୁଁ କିଏ ବୋଲି ପଚାରନ୍ତି ।ସମସ୍ତଙ୍କୁ ଅଜା ହୟେ ଅଜା ମେରା ଅଜା କୁହେ ହେଲେ ସେମାନେ ବୁଝି ପାରନ୍ତିନାହିଁ । ଅଜା ଶବ୍ଦ କଣ ଆଶ୍ଚର୍ଯ୍ୟ ହୋଇ ମତେ ଓ ପିଙ୍କୁକୁ ଅନାନ୍ତି ।ମୁଁ ବି ବୁଝିପରେନାହିଁ ଅଜାର ଅର୍ଥ ପିଙ୍କୁ ଜାଣେକି ନାହିଁ,ଏତିକି ଜାଣେ ପିଙ୍କୁ ତାର ମା ମତେ

ଯେତିକି ଭଲପାଏ ତାଠାରୁ ଅଧିକ ମୁଁ ପିଙ୍କୁକୁ ଭଲପାଏ। ତେଣୁ ଅଜା ଶବ୍ଦ ପିଙ୍କୁ ପାଇଁ ଅମୃତତୁଲ୍ୟ ।

ହାଇଦ୍ରାବାଦରେ ପିଙ୍କୁର ଜନ୍ମ । ଗାଡ଼ିରେ ପରିବାରସହ କୁଆଡେ ଗଲେ ପିଙ୍କୁ ସହରର କେତେକ ସ୍ଥାନର ନାମ କହିଦିଏ । ବେଗମ ପେଟ ବା ଅମୀର ପେଟ ଚାର୍ମିନାର କୋଟି ଆଦିସ୍ଥାନରେ ପହଁଚିଲେ ଜାଣି କହିଦିଏ । ଭଲଲାଗେ ତାର ବୁଝେଇ କହିବାର ଢଙ୍ଗ ବେଳେବେଳେ ତାର ଭାଷା ମୁଁ ନବୁଝି ବାରମ୍ବାର ପଚାରିଲେ ତାରଭାଷାରେ ମତେ ସରଳରୂପେ ବୁଝାଏ ତାହା ବି ନବୁଝିପାରିଲେ ଚିତ୍ର ବା ବସ୍ତୁକୁ ଦେଖେଇଥାଏ । ସଦାବେଳେ ଗପିବା ତାର ଅଭ୍ୟାସ । ଗୋଟିଏ ପ୍ରଶ୍ନ ପଚାରିଲେ କେତେ ପ୍ରକାର ଉତ୍ତର ତାପାଖରୁ ମିଳେ । ଡାକିଲେ ତତ୍କ୍ଷଣାତ ହାଆ ଉତ୍ତର ମିଳେ । ପ୍ରଗତିଶୀଳ ଉତ୍ତର ଠିକ ହେ ପ୍ରତି ବାକ୍ୟସାରା ଥାଏ ।

ଗୋଏନ ଗିରି ସିକନ୍ଦରାବାଦ ଷ୍ଟେସନରୁ ରାୟ ପନ୍ଦର କିଲୋମିଟର ଦୂର ହେବ । ମନୋସର୍ବର ନାମକ ଫ୍ଲାଟରେ ରହି ଜଣେ ଶିଶୁ ସହରୀ ଜୀବନ ବିତଉଥିବା ବେଳେ କେବେ କେବେ ତାର ମାମା ସହିତ ମୋ କୁ ଆସିଲେଖୁସି ହୋଇ ଅଜାକା ଘର ଜାନା ହଁ ୟ କୁହେ । ତାପାଇଁ ଅଜା କା ଘର ସବୁଠୁ ପ୍ରିୟ ।ଭୁବନେଶ୍ୱର ପହଁଚି ଗାଡିରେ ବସି ରାସ୍ତା ମନେପକାଇ ତାର ମାକୁ କୁହେ । ଅଜାକା ଘର ପହଁଚି ଚାଲେ ତାର ପାଗଲାମୀ । ପାଣି ଟେପ ଖୋଲେ ତ ବାସନ ରୋଷେଇ ଘରୁ ଆଣି ବଜାଏ । ମୁଁ କିମିତି ତାକୁ ଗାଳିଦେଉଛି ମୁହଁକୁ ଚାହିଁ ଜୋରେ ହସେ । ଆମକୁ ଚିଡ଼େଇବାର ଯେତେକ ନୂଆନୂଆ ବୁଦ୍ଧି ତାର ମନରୁ ବାହାରେ । ଗାଡ଼ିରେ ବସେଇ ବାହାରକୁ ବୁଲେଇ ନେଲେ ମଝିରେମଝିରେ ଗାଡିଚାବି ଅଫ କରିଦିଏ ବା ହର୍ଣ୍ଣ ମାରେ । ମୁଁ ଚିଡିଲେ ସେ ହସେ ।

ଛୋଟପିଲା ହେଲେବି ବିଚାର ତାଠାରୁ ଶିକ୍ଷା ମିଳେ । ସମସ୍ତଙ୍କ ସହିତ ମିଶି ଚାଲିବା ଜୀବନ । ଦିନେ ପଞ୍ଜୁରୀ ଭିତରେ ରଖିଥିବା ଦୁଇଟି ବାରମାସୀ ଛଡ଼େଇ ଭିତରୁ ଜଣକର ମୃତୁହେଲା ।ପିଙ୍କୁକୁ ସବୁଠୁ ବେଶି କଷ୍ଟ ଲାଗିଲା । ପଞ୍ଜୁରୀ ପାଖରେ ବସି ତାର ଯତ୍ନନେବାକୁ ଥିବା ଧାଇମାକୁ ବାରବାର ଗୋଟିଏ ପ୍ରଶ୍ନ କ୍ୟା ମଙ୍ଗୁକୋ ଦବେଇ ନେଇଦିଆ ।ମଙ୍ଗୁ ଆଉ ଚଙ୍ଗୁ ।ସେଥିରୁ ମଙ୍ଗୁ ମରିଗଲା ।ପିଙ୍କୁର ଆବେଗକୁ ଲକ୍ଷ୍ୟକରି ତାର ବାପା ଆଉଦୁଇ ଛଡ଼େଇ ଆଣିଲେ । ସେମାନଙ୍କୁ ପାଣି ଓ ଖାଦ୍ୟସାମଗ୍ରୀର ଯୋଗେଇବା ପିଙ୍କୁର ନୀତିଦିନ କାମ।ଶିଶୁକୁ ଜନ୍ମଦେଇ ଉତ୍ତମ ସଂସ୍କାରରେ ଗଢିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଖେଳଣା ଶିଶୁକୁ ଆନନ୍ଦ ଦେବା ସହିତ ସମସ୍ତ ଦ୍ରବ୍ୟମନଙ୍କର ବ୍ୟବହାର ଓ ସୁସ୍ଥ ମାନସିକତା ଗଠନଦିଗରେ ସହାୟକ ହୁଏ ।



Rate this content
Log in