STORYMIRROR

Sunanda Mohanty

Children Stories

3  

Sunanda Mohanty

Children Stories

ପିଙ୍କୁ

ପିଙ୍କୁ

1 min
241

  ଗୋପାଳ ଘରକୁ ଆସିଥାଏ ପିଙ୍କୁ, ଗୋପାଳ ଜେଜେ ମାଆ ପାନ ବଟୁଆ ଧରି ପାନ ଭାଙ୍ଗି ଖାଉଥାନ୍ତି, ଜେଜେ ବାପା ସମାଜ ପଢି ଗୋପାଳକୁ ଦେଶ ବିଦେଶର ଖବର ବୁଝେଇ କହୁଥିଲେ, ଗୋପାଳର ଖୁଡ଼ୀ ପିଠା କରି ସମସ୍ତଙ୍କୁ ଖାଇବାକୁ ଦେଉଥିଲେ ଆଉ ବାପା ଦାଦା ଦୁହେଁ ବସି ଧାନ ଇତ୍ୟାଦିର ହିସାବ ରଖୁଥିଲେ ଆଉ ତା ମାଆ ଜେଜେ ମାଆ ପାନ ବଟୁଆରୁ ପାନ ଖାଇବା ସମୟରେ ତାଙ୍କ ଗୋଡ଼ ଘଷି ଦେଉଥାନ୍ତି 

  ଗୋପାଳ ଘରର ପରିବେଶ ପିଙ୍କୁକୁ ଏତେ ଭଲ ଲାଗୁଥାଏ ଯେ ସେ ଅଧିକାଂଶ ଗୋପାଳ ଘରେ ରୁହେ, ଗୋପାଳ ଘରର ପ୍ରତ୍ୟକଟି ସଦସ୍ୟଙ୍କର ବ୍ୟବହାର ତାକୁ ଭଲ ଲାଗେ, ତା ଘରେ ବାପା ମାଆକୁ ଛାଡି କେହି ନଥାନ୍ତି, ଜେଜେମା ଜେଜେ ଗାଁରେ ଦାଦା ଖୁଡିଙ୍କ ପାଖରେ ରୁହନ୍ତି l

  ସେଦିନ ପିଙ୍କୁ ଘରେ ଜିଦି କରିଥିଲା ଜେଜେମାଆ ଓ ଜେଜେବାପାଙ୍କୁ ତାଙ୍କ ଘରକୁ ଆଣିବାକୁ, ଦାଦାଙ୍କୁ ଖବର ଦେବା ପରେ ସେ ଆଣି ଛାଡି ଦେଇ ଗଲେ, ପିଙ୍କୁ ମନ ଭାରି ଖୁସି, ଜେଜେମା ଯେବେ ବଟୁଆ ଖୋଲନ୍ତି ସେ ଖୁସିରେ ପାନ ଖଣ୍ଡେ ଖାଇଦିଏ, ତ ସେଦିନ ଜେଜେମା ଗାଳି ଶୁଣିଲା, ପିଙ୍କୁ ମନ ଦୁଃଖ ହେଲା, ଜେଜେମା ରଙ୍ଗ ଦିଆ କାନ୍ଥରେ କାହିଁକି ଚୂନ ବୋଲିଲେ କହି ମାଆ ଯେବେ ଜେଜେମାଙ୍କୁ ବିରକ୍ତ ହେଲେ ତ ପିଙ୍କୁକୁ ଭଲ ଲାଗିଲା ନାହିଁ, ତାପରେ ସେ ଗୋପାଳ ଘରକୁ ଚାଲିଗଲା, ବାପା ମାଆ ଯେବେ ତାକୁ ଆଣିବାକୁ ଗଲେ ତାର ସର୍ତ୍ତ ଥିଲା ଜେଜେମା ଯାହା କଲେ ବି ତାଙ୍କୁ ବାରଣ କରାନଗଲେ ସେ ଘରକୁ ଯିବ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍