STORYMIRROR

Sunanda Mohanty

Children Stories Inspirational

2  

Sunanda Mohanty

Children Stories Inspirational

ଫୋଟୋ

ଫୋଟୋ

1 min
130

  ରୋଜି କେବେ ବି ଭାବିନଥିଲା ତା ଜୀବନର ପ୍ରଥମ ମୋଡରେ ଅପ୍ରତ୍ୟାଶିତ ଭାବେ ଏଡ଼େ ବଡ଼ ଦୁର୍ଘଟଣା ଘଟିଯିବ ବୋଲି, ମୁଣ୍ଡ ଉପରେ ମାଟ୍ରିକ ପରୀକ୍ଷା ନନା ତାର ସଡ଼କ ଦୁର୍ଘଟଣାରେ ଚାଲିଗଲେ, ହଠାତ ପାହାଡ଼ଟା ଭାଙ୍ଗିପଡିଲା ଯେମିତି ତାଙ୍କ ପରିବାର ଉପରେ l

    ରୋଜି ନନାଙ୍କର ଅତି ପ୍ରିୟ ଥିଲା, ସେ ଚାଲିଯିବା ପରେ ରୋଜିକୁ ଚାରିଆଡ ଅନ୍ଧାର ଦିଶିଲା, ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେତେ ବୁଝେଇଲେ ବି ସେ ସ୍କୁଲ ଆସୁନଥିଲା ପରୀକ୍ଷା ପାଖେଇ ଆସୁଥିଲା, ଏମିତିକି ଆଡମିଟ କାର୍ଡ ସବୁ ପିଲାମାନେ ନେଇସାରିଥିଲେ, ସେ ବର୍ଷ ନିଜ ସ୍କୁଲରେ ପରୀକ୍ଷା ଦେବାକୁ ଥିଲା ତ ଆଡମିଟ କାର୍ଡ ସହ ପ୍ରଧାନ ଶିକ୍ଷୟିତ୍ରୀ ରୋଜି କୁ ଅପେକ୍ଷା କରିଥିଲେ, ଠିକ ସମୟରେ ଗେଟ ଚେକ ସମୟରେ ରୋଜି ଆସିଲା, ଚେକିଂରେ ତା ପାଖରେ କେବଳ ପେନ ଓ ତା ନନାଙ୍କ ଫୋଟୋଟିଏ ଥିଲା, ରୋଜି ନିଜ ଟେବୁଲରେ ନନାଙ୍କ ଫୋଟୋ ରଖି ଲେଖି ଚଳୁଥିଲା, ସମେସ୍ତେ ଜାଣିଥିବାରୁ ପ୍ରତିବାଦ କରୁନଥିଲେ l

    ସେ ବର୍ଷ ରୋଜି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସାଟିଫିକେଟ ନେଲା ବେଳେ କହିଥିଲା ସ୍ୱପ୍ନରେ ତା ନନା ତାକୁ ପରୀକ୍ଷା ଦେବା ପାଇଁ କହିଥିଲେ ଆଉ ଆର୍ଶୀବାଦ ଦେଇଥିଲେ, ତ ନନାଙ୍କ ଆର୍ଶୀବାଦ ପାଇଁ ତାଙ୍କ ଫଟୋ ରଖି ସେ ଲେଖି ଚଳୁଥିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍