Satyabati Swain

Others

3  

Satyabati Swain

Others

ଫିଭର୍

ଫିଭର୍

4 mins
391



ସମାଜ ଖବର କାଗଜ ଧରି କ୍ରିସ୍ ନାଚୁଥିଲା। ବେଡ଼ ଭାଙ୍ଗି ଦେବକି ନାଚରେ! ବାବା ଅନିରୁଦ୍ଧ ବାବୁ ଚଢା ଗଳାରେ ଡ୍ରଇଂ ରୁମରୁ ଡାକ ଛାଡିଲେ କ୍ରିସ୍,କ୍ରି ଇ ଇ ସ୍। କଣ ହେଉଛି ତୋର। ହେ ହେ ଦେଖିବ ଆସ ବାବା।ହେ ହେ ଓହୋ ଆ ଆ..ବୋଉ ଡାକଛାଡୁଥିଲା ଖଟ ଭାଙ୍ଗିଲାରେ ଅନୁ।

     ରାଗିକି ଅନିରୁଦ୍ଧ ବାବୁ କହିଲେ ଶୁଭିଲାନି! କାହିଁକି ଏମିତି ଉଦଣ୍ଡ ନାଚ ନାଚୁଛୁ,ପୁଣି ଗଳା ଫଟାଇ ରଡି ଛାଡୁଛୁ! ବାବା ଦେଖ ଦେଖ ଗୁଗ୍ ଲର ଭାରତୀୟ ଆମେରିକୀୟ ମୁଖ୍ୟ ସୁନ୍ଦର ପିଚାଇ କଣ କହିଛନ୍ତି।ଏ ବର୍ଷ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ମୁକା ବିଲା ହେବ। ପିଚାଇ କୋହଲିଙ୍କ ଦଳ ଚମ୍ପିୟାନ ହେଉ ବୋଲି କହିଛନ୍ତି।ବାବା ପିଚାଇ ଆମ ଭାରତୀୟ କ୍ରିକେଟର ଜଣେ ମସ୍ତବଡ ସମର୍ଥକ।ହେ ହେ ଇଣ୍ଡିଆ ଜିତିବ। ଆମ ଦେଶ ଜିତିବ।ଜିତିବରେ ଜିତିବ ଇଣ୍ଡିଆ ଜିତିବ।


    ବାବା! ରବିବାର ସବୁ କାମ ବାତିଲ କରିଦେବା।ଖାଇ ପିଇ ଟିଭି ଆଗରେ ବସିବା।ଜାଣିଛ ବାବା,ରବିବାର ଯୁଦ୍ଧ ହେବ ଭାରତ ଓ ପାକିସ୍ତାନ କ୍ରିକେଟ ଦଳ ମଧ୍ୟରେ। ମାମା ମୋତେ କିଛି ବି କାମ ବରାଦ କରିବନି।ବାବା ମୋ ଟୁଇସନ ସାର୍ ଙ୍କୁ କହି ରବିବାର ଚାରିଟା ବେଳ ଟିଉସନ୍ କ୍ୟାନ୍ସେଲ୍ କରିଦେବ।ପ୍ଲିଜ୍ ବାବା ପ୍ଲିଜ୍।ଏତକ କହି କାନ୍ଧରେ ଓହଳି ପଡିଲା କ୍ରିସ୍।


      ଏବେ ବିଶ୍ୱକପ କ୍ରିକେଟ ମାନିଆଁ ଧରିଛି ବୁଢ଼ାଠୁ ଟୋକା ଯାଏ। କି ପାଗଲାମୀ!! ଏହା କ୍ରିକେଟ ଫିଭର୍।ଭାରି ମାରାତ୍ମକ ଏ ଫିଭର୍ । ଖିଆ ପିଆ ଭୁଲି କ୍ରିକେଟ କ୍ରିକେଟ। ଜୁନ ଷୋହଳ ତାରିଖ ରବିବାର କଥା ପୁଣି ନିଆରା। ଏଇ ଏଇ ଚାଳିଶ ଯବାନଙ୍କ କରୁଣ ବଳିଦାନକୁ ଭୁଲି ନାହାନ୍ତି ଲୋକେ। ତାତିକି ଅଛନ୍ତି।ରବିବାର ପାକିସ୍ତାନ ସହ ଭାରତର ମ୍ୟାଚ। ଦୁହେଁ ପାରମ୍ପରିକ ପ୍ରତିଦ୍ବନ୍ଦୀ। ଏଣୁ ଛକ,ବଜାର,ଚା,ପାନ ଦୋକାନ,ସପିଂ ମଲ୍ , ଅଫିସ୍ ସବୁଠି ସମସ୍ତେ ଚାତକ ପରି ଅନେଇଛନ୍ତି କିଏ ଟସ୍ ଜିତିବ।କିଏ ଫିଲିଡିଂ କରିବ।କିଏ ବ୍ୟାଟିଂ କରିବ।ଏଇଠି ହାରାମ୍ଜାଦାଙ୍କୁ ପାନେ ଦେବାର ଅଛି।ଲଢେଇ ହେବ କ୍ରିକେଟ ପଡିଆ କିନ୍ତୁ ମାନସିକ ସ୍ତରରେ ହେବ ଗୋଟିଏ ବିଶ୍ୱ ଯୁଦ୍ଧ। ଆଠ ବର୍ଷ ପୁଅ କ୍ରିସ୍ ର ଆକ୍ରୋଶ ପାକିସ୍ତାନ ଉପରେ।ପାକିସ୍ତାନ ଦୁଃଷ୍ଟ।ତାକୁ ରନ୍ ମେସିନ୍ କୋହଲି ହରାଇବ।ପାକିସ୍ତାନ ଡାଉନ୍ ଡାଉନ୍ ଚିଲେଉଥିଲା କ୍ରିସ୍। ବୋଉ ବି ତା କଥାରେ ସମ୍ମତି ଜଣାଉଁ ଥିଲା।ହଁ ଏଇଟା ଭଲ ମଉକା ପାକିସ୍ତାନ କୁ ଧୂଳି ଚଟାଇବେ ଭାରତୀୟ ଦଳ।ବୋଉ ପୁଣି ଏମିତି କଥା।ଆଶ୍ଚର୍ଯ୍ୟ ହେଲେ ଅନିରୁଦ୍ଧ ବାବୁ।ତୁ ଚାହିଁଛୁ କଣ?ଚାଳିଶିଟାପୁଅଙ୍କୁ ମୋର ମାରିଦେଲେ କଂସେଇ ଗୁଡା କହିଲା ବୋଉ।ଓଃ କଥା ଏଠି।ଖେଳକୁ ଖେଳ ପରି ନ ନେଇ ଯୁଦ୍ଧ!!!


     କ୍ରିକେଟ ଭାରତୀୟ ଙ୍କ ଆତ୍ମାରେ। ଅନ୍ୟ ଖେଳ ତୁଳନାରେ ଭାରତ ତଥା ସମଗ୍ର ବିଶ୍ୱରେ କ୍ରିକେଟ ସମର୍ଥକଙ୍କ ସଂଖ୍ୟା ଯଥେଷ୍ଟ ବେଶୀ। ଏତେ ପାଗଲାମୀ ଯେ ଆତ୍ମାହୁତି ଯାଏ କଥା ଯାଏ ଭାରତ ହାରିଗଲେ। ଏତ ଏମିତି ଗୋଟେ ଦେଶ ଯେଉଁଠି କ୍ରିକେଟ ତାରକାଙ୍କୁ ଈଶ୍ୱର କରିଦିଆଯାଉଛି। ଅନିରୁଦ୍ଧ ବାବୁ ପୁଅ କ୍ରିସ୍ କୁ କହିଲେ ହେଉ ମୁଁ ଟିକେ ବଜାରରୁ ସଉଦା ନେଇ ଆସେ।ଖାଇ ପିଇ ସମସ୍ତେ ଏକା ସଙ୍ଗେ ବସି ଦେଖିବା।


       ଅନିରୁଦ୍ଧ ବାବୁ ପ୍ରତିଦିନ ତାଙ୍କ କଲୋନୀ ଛକ ଦୋକାନରେ ଚା ପିଅନ୍ତି।ଭଲ ଚା ବନାଏ ପିଲାଟିଏ।ବିଏ ପାସ୍ ପରେ ଏଇ ବୃତ୍ତି ଆପେଣେଇଁଛି।ସେଦିନ ସେ ଭାରି ତର ବର ଥିଲା।ଅନିରୁଦ୍ଧ ବାବୁ ତାର ଡେଲି ଗରାଖ।ଅନିରୁଦ୍ଧ ବାବୁ ଙ୍କୁ ଦେଖୁ ଦେଖୁ ପିଲାଟି କହିଲା ଆଜି ସାର୍ ଆପଣଙ୍କର ଏତେ ଡେରି!ଆଉ ଟିକେ ଡେରି କରିଥିଲେ ମୋତେ ପାଇଁ ନଥାନ୍ତେ।


       କାହିଁକି??ପଚାରିଲେ ଅନିରୁଦ୍ଧ ବାବୁ।

କଣ ସାର୍ ଆଜି ଭାରତ ପାକିସ୍ତାନ ବିଶ୍ୱକପ କ୍ରିକେଟ ମୁକାବିଲା ଟି!! ଆମ ସାଇମୁଣ୍ଡ କ୍ଳବ ଘରେ ସମସ୍ତେ ମିଶି ମ୍ୟାଚ୍ ଦେଖିବୁ।ଏଣୁ ଆଜି ନଅଟାରୁ ଦୋକାନ ବନ୍ଧ।ଆଁ ଏମିତିକି?କହିଲେ ଅନିରୁଦ୍ଧ ବାବୁ।


       ସେଠୁ ଗଲେ ଗ୍ରସରି ଦୋକାନ।ସେ ମଉସା ଡାଲି ବସ୍ତାରେ ହାତ ଟିଭି ଉପରେ ଆଖି।ଡାଲି ବଦଳରେ ଚାଉଳ ଓଜନ କଲେଣି।ଏ ଏ ମଉସା ଏ କଣ??ଡାଲି ବଦଳରେ ଚାଉଳ!!


        ଓ ହୋ ନିୟୁଜ ଟା ଦେଖୁଥିଲି ଇଂଲଣ୍ଡ ମାଞ୍ଚେଷ୍ଟର ଠାରେ ଭାରତ ପାକିସ୍ତାନ ମ୍ୟାଚ୍ କେତେ ବେଳକୁ ଦେବ।ଆଜି ଆର ବେଳାକୁ ଦୋକାନ ବନ୍ଦ ସାର୍। ଆଛା.. କହିଲେ ଅନିରୁଦ୍ଧ ବାବୁ।


     କପଡା ଦୋକାନକୁ ଗଲେ ସେଠି ବି ଏକା ଅବସ୍ଥା।ଆଜି ଥାକ ଥାକଲୁଗା ପଟା ଦେଖାଇବାକୁ କାହାର ଇଚ୍ଛା ନାହିଁ।କାନ୍ଥରେ ଟଙ୍ଗା ଟିଭି ପରଦା ଉପରେ ସଭିଙ୍କ ନଜର।


     ଔଷଧ ଦୋକାନୀ ଟିଭି କୁ ଅନେଇ ଟାଵ୍ଲେଟ ଦରାଣ୍ଡୁଛନ୍ତି।ଚାଟ୍ ଦୋକାନୀ ତା ଠେଲା ଗାଡି ଉପରେ ଫୋନ୍ ରେ ଦେଖୁଛି କେତେବେଳେ ମ୍ୟାଚ୍ ଆରମ୍ଭ ହେବ।ସାଇକେଲ ରେ କଦଳୀ ଆଗ ପଛ ପାଞ୍ଚ କାନ୍ଦି ଟାଙ୍ଗି ଫୋନ୍ ଖେଞ୍ଚୁଛି ମ୍ୟାଚ୍ ପାଇଁକଦଳୀ ବିକାଳୀ।ପରିବା ଦୋକାନୀ କଣକୁ ଥୋଇଛି ଛୋଟ ଟିଭି ଟିଏ।ପରିବା ଖେଳାଉ ଖେଳାଉ ବାରମ୍ବାର ନଜର ଝାଙ୍କୁଛି ଟିଭିକୁ।


       ଆଉ ଇଲୋକଟ୍ରୋନିକ୍ସ ଦୋକାନ କଥା କଣ।!ସବୁଠୁ ବଡ଼ ପରଦା ଟିଭି ଚାଲିଛି।ଜୋତା ପାଲିସ୍ ଵାଲା ବି ଜିଓ ଫୋନ୍ ଅନ୍ କରିଛି।ବୁଟ୍ ପାଲିସ୍ କରୁ କରୁ ବାବୁଙ୍କ ଫ୍ୟାଣ୍ଟ୍ ରେ ଲାଗିଗଲାଣି ବ୍ଲାକ ଚେରି।ଆଉ ଧୁମ୍ ଗାଳି ହଜମ କରୁଛି ବାବୁଙ୍କ ଠାରୁ।


      ଘରେ ବାହାର ଏଇ କ୍ରିକେଟ ଫିଭର୍ ଇଂଫେକ୍ସନ୍ ହୋଇ ଯାଇଛି ସଭିଙ୍କୁ।ବଜାରୁ ଆସି ଗାଧୁଆ ଖିଆ ସାରି ସେ ବି ବସି ଗଲେ କ୍ରିସ୍ ପାଖେ।ଆଜି କ୍ରିସ୍ କୁ ଗାଧା ଗାଧା କି ଖା ଖା କହିବାକୁ ପଡିନି।ସେ ନିଜେ ସବୁ ଚଟ୍ ପଟ୍ କରି ଦେଇଛି।

     ମ୍ୟାଚ୍ ଆରମ୍ଭ ହୋଇଗଲା । ଟସ୍ ପାକିସ୍ତାନ ଜିତି ଫିଲିଡିଂ କରିବା ନିଷ୍ପତ୍ତି ନେଲା । ଭାରତ ବ୍ୟାଟିଂ କରିବ।ଓହୋ ଯେତେବେଳେ ଚୌକା ଛକା ପିଟୁଥାଏ ରୋହିତ ଶର୍ମା କ୍ରିସ୍ ଉଠି ପଡି ନାଚୁଥାଏ। ଏ କେ ରାହୁଲ ବି କମ୍ ନଥାଏ।ଦୁହିଁଙ୍କ ଓପନିଙ୍ଗ୍ ଯୋଡିରେ ଶହେ ଛତିଶ ରନ୍ ହୋଇଗଲା। ରୋହିତ ଶତକ ମାରିଲା ବେଳକୁ କ୍ରିସ୍ ରୋହିତ.. ରୋହିତ ହୋଇ ଟିଭି ପାଖରେ ହାଜର୍।କି ଡ୍ୟାନ୍ସ୍ ତାର।ହଗିବ ଆଜି ବାବା ପାକିସ୍ତାନ,ଦେଖିବ ରୁହ ଧୂଳି ଚାଟିବ କହି ନାଚୁଥାଏ ।ଓଃ କି ଖୁସି କ୍ରିସ୍ ମୁହଁରେ।ଖେଳ ଶେଷକୁ ଭାରତ ତିନିଶହ ଛତିଶ ରନ୍ କରିଥିଲା।


    ଖେଳାଳିଙ୍କ ଖେଳ ବିରତି ସମୟରେ କ୍ରିସ୍ ଗାଉଁ ଗାଉଁ କରି କଣ ଦି ଟା ଖାଇ ପୁଣି ଆସି ଟିଭି ରିମୋଟ୍ ଚିପିଲା।ଖେଳ ପୁଣି ଆରମ୍ଭ ହେଲା।ଯେତେବେଳେ ସ୍ୱିଙ୍ଗ୍ ବୋଲିଂ କରି ଭୁବନେଶ୍ବର କୁମାର ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ରନ୍ କରିବାକୁ ଦେଲାନି ସେତେବେଳେ କ୍ରିସ୍ ରଡ଼ି ଛାଡୁଥିଲା ବି କେ ଭେରୀ ଗୂଡ଼, ୱିକେଟ ନେ।ବର୍ଷା ଯୋଗୁଁ ଖେଳ କିଛି ସମୟ ବନ୍ଦ ହେଲା।କ୍ରିସ୍ ଘର ସାରା ଫୋପାଡା କଚଡ଼ା କଲା।ଉସ୍ ସବୁ ସାରିଦେଵ ଏ ବର୍ଷା ଟା।ଏତିକି ବେଳେ ଥିଲା ହେବାକୁ।


     କ୍ରିସ୍ ଯେପରି ହେଉଥିଲା ତାହା ଦେଖିବାର ଥିଲା ବୋଉ ଓ କ୍ରିସ୍ ମାମା ଲୋରୀ କ୍ରିସ୍ ଏପରି ହେବାର ଦେଖି ହସି ହସି ଗଡି ଯାଉଥିଲେ।ପକୁଡି ଶସ୍ ଆଣି ଥୋଇଲେ ତା ଆଗେ।ତୁ ଏମିତୁ କଣ ବ୍ୟସ୍ତ ହେଉଛୁ।ବର୍ଷା ଛାଡି ଯିବନି କହିଲେ ଲୋରୀ।ଉଁ ଉଁ ବର୍ଷା କାଇଁ ହେଲା।ବନ୍ଦ ହୋଇଯିବ ତୁ ଖାଇ ଦେ।ପକୁଡ଼ି ଖାଉ ଖାଉ ଆଖି ପତା ଲାଗି ଗଲା କ୍ରିସ୍ ର। ସେ ଶୋଇ ପଡ଼ିଲା।ହଠାତ୍ ରାତି ଦୁଇଟାକୁ ଧଡ଼ ପଡ଼ ହୋଇ ଉଠି ଘଣ୍ଟାକୁ ଦେଖି ଭେଁ କିନା କାନ୍ଦି ଉଠିଲା।କି କାନ୍ଦ ରେ ବାବା।ତାକୁ କାହିଁକି ଉଠା ଗଲା ନାହିଁ ବୋଲି ଅଡ଼ି ବସିଲା।


     ବାବା କିଏ ଜିତିଲା?ଭାରତ ନା!କାନ୍ଦି କାନ୍ଦି ପଚାରିଲା।

     କି କଥା!ତୋତେ ଡାକିଲି ତୁ ଉଠିଲୁ ନାହିଁ।ଭାରତ ଜିତିଛି।ତୁ କାଲି ଆଉ ଥରେ ହାଇ ଲାଇଟରେ ଦେଖି ନେବୁ ଅନିରୁଦ୍ଧ ବାବୁ କହିଲେ।କାଲି ଆଉ ଥରେ ଦେଖି ନଥାନ୍ତି କି?ୱିକେଟ ପଡିବା ଦେଖିଥାନ୍ତି ନା।ମୁଁ ତୁମ ସାଙ୍ଗେ କଥା ହେବିନି ଯା।କାଇଁକି ମୋତେ ଉଠାଇଲ ନାହଁ ଅଭିମାନରେ କହିଲା କ୍ରିସ୍।ଲୋରୀ କ୍ରିସ୍ କୁ କୋଳରେ ପୁରାଇ ବୁଝାଉଥିଲେ ଜିତିଛି ନା ଭାରତ ଧନ।ଶୋଇପଡ଼େ ସୁନା।ମା କୋଳରେ ଉଁ ଉଁ ହୋଇଶୋଇ ପଡ଼ିଲା କ୍ରିସ୍।


   ଅନିରୁଦ୍ଧ ବାବୁ ଭାବିଲେ କି ଫିଭର୍ ରେ ବାବା!!କ୍ରିକେଟ ଫିଭର୍ ରେ ଆକ୍ତାମାକ୍ତା ଛୁଆଠୁ ବୁଢା!ଏ ଏମିତିକା ଫିଭର୍ ଯାହା ପାଇଁ ଔଷଧ ନାହିଁ।ସଂକ୍ରାମକ ରୋଗ ପରି ସାରା ଦେଶଟାକୁ ବ୍ୟାପିଛି।ବିଶ୍ୱକପ ଋତୁରେ ଏ ଫିଭର୍ ପାରଦ ଗାର ଶହେ ପାଞ୍ଚ ଉପରେ।


     


Rate this content
Log in