Kamal Kumar Dash

3  

Kamal Kumar Dash

ଫେସବୁକର ପ୍ରେମ

ଫେସବୁକର ପ୍ରେମ

2 mins
7.7K


ରବିବାର ଥାଏ ,ନିମିର ସାନ ଭଉଣୀ ଫୋନ କରି କହିଲା ଭାଈ ସମୟ ହେଲେ ଆପୋଲ ହସ୍ପିଟାଲ ଆସିବେ | ନିମି ଶ୍ରୀମତୀଙ୍କର ସାଙ୍ଗ | ମୁଁ ପଚାରିଲି ଆରେ କଣ ହେଲା କାହାର ?ଆପୋଲ ହସ୍ପିଟାଲରେ କିଏ ଆଡମିଟ ହୋଇଛି ? ସେ କହିଲା ଅପା , ମୁଁ ପଚାରିଲି ଆରେ କଣ ହେଲା ? ତାର ବ୍ରେନ ଷ୍ଟ୍ରୋକ ହୋଇଛି | ମୋର ବିଶ୍ୱାସ ହେଲାଣି | ମୁଁ ଓ ଶ୍ରୀମତୀ ଆପୋଲୋ ହସ୍ପିଟାଲ ବାହାରିଲୁ | ନିମିକୁ ଦେଖିଲି ଆଇ .ସି.ୟୁ ରେ ଥିଲା ସେ ରେସପଣ୍ଡ କରୁଥିଲା ହେଲେ କଥା କହୁ ନଥିଲା |

ଡାକ୍ତରଙ୍କ ସାଙ୍ଗରେ କଥା ହେଲି ସେ କହିଲେ ନିମି ଠିକ୍ ହେବାକୁ ସମୟ ଲାଗିବ ,ତେବେ ଆଇ .ସି.ୟୁ ରୁ ନର୍ମାଲ ୱାର୍ଡ଼କୁ କାଲି ଛାଡି ଦେବୁ | ହସ୍ପିଟାଲ ବାହାରେ ତା ସାନ ଭଉଣୀ କହିଲା ଅପାର କିଏ ଫେସବୁକ ସାଙ୍ଗ ଥିଲା ତା ସହିତ ଝଗଡା ହେବାରୁ ତାର ବ୍ରେନ ଷ୍ଟ୍ରୋକ ହୋଇଛି | ଶ୍ରୀମତୀ ବି ନିମି ଘରର କିଛି ଲୋକଙ୍କ ସାଥିରେ କଥା ହେଲେ , ତା ପରେ ଆମେ ଘରକୁ ଫେରିଲୁ | ବାଟରେ ପଚାରିବାରୁ ସେ କହିଲେ ଘେରେ କହିବି |

ନିମି ର ଡାଇଭର୍ସ ପରେ ସେ ତା ବାବା ମାଙ୍କ ସହ ରହୁଥିଲା ଓ ଶ୍ରୀମତିଙ୍କ ସ୍କୁଲରେ ଟିଚର ଥିଲା | ତା ବାପାଙ୍କ ଦେହ ଖରାପ ହେଲା, ବାପା ବେଡ଼ରୁ ଉଠି ପାରିଲେନି , ତେଣୁ ସେ ଟିଚର ସିପ ଛାଡ଼ି ବାପାଙ୍କ ସେବା କଲା | ଟିଚର ଥିବା ବେଳେ ଫେସ୍ବୁକ ରେ ତାର ଦେଖା ହେଲା ପିଲାଦିନର ସାଙ୍ଗ ରାମୁ ସାଙ୍ଗରେ |ରାମୁ ସେନାରେ କାମ କରୁଛି ଓ ବାହା ହୋଇନି କହି ନିମି ସାଙ୍ଗରେ ସବୁଦିନ କଥା ହେଉଥିଲା | ତା ପରେ ଦିନେ ରାମୁ ତା ଆଡୁ ନିମିକୁ ବିବାହ ପ୍ରସ୍ତାବ ଦେଲା |ନିମି ଟିକେ ଅମଙ୍ଗ ହେଲା ଓ କହିଲା ବାପା ମାଙ୍କୁ ଛାଡି ସେ ଯାଇପାରିବନି କାରଣ ଭାଈମାନେ ବାହାରେ ଅଛନ୍ତି ଓ ତାଙ୍କ ଯତ୍ନ ନେଉନାହାନ୍ତି | ରାମୁ କହିଲା ତମ ବାପା ମୋର ବି ବାପା ମା ସେ ଆମ ପାଖରେ ରହିବେ | ଏ ସବୁ ଶୁଣି ନିମି ଖୁସି ହୋଇଗଲା ଓ ରାମୁ ସଂଗେ ବାହା ହେବ ପାଇଁ ରାଜି ହୋଇଗଲା , ହେଲେ ଘରେ କିଛି କହି ନଥିଲା |

କିଛି ଦିନରେ ତାଙ୍କ ବନ୍ଧୁତା ବହୁତ ବଢି ଗଲା , ରାମୁ ଆସିଲେ ସେମାନେ ଏକାଠି ବୁଲୁଥିଲେ ଓ କିଛି ସମୟ ସାଙ୍ଗରେ ବିତାଉଥିଲେ | ଦିନେ ହଠାତ ମାର୍କେଟ ବିଲଡିଂ ରେ ତାଙ୍କର ଆଉ ଜଣେ ସାଙ୍ଗ ରାକେଶ ଶହ ଦେଖା ହୋଇଗଲା | ଦି ଜଣଙ୍କ ସହ କିଛି ସମୟ କଥା ହେଲା ପରେ ରାକେଶ ଚାଲିଗଲା , ଯିବା ଆଗରୁ ସେ ଏ ଦୁହିଙ୍କନ ଫୋନ ନମ୍ବର ମାଗି ନେଲା |ତା ପର ଦିନ ରାମୁ ବିଷୟରେ ସବୁ କଥା ନିମିକୁ କହିଲା , କାରଣ ସେ ଜାଣିଥିଲା ରାମୁ ବାହା ହୋଇଛି ଓ ମିଛ କହି ନିମି ସାଙ୍ଗରେ ବୁଲୁଛି |ରାକେଶ ,ରାମୁ ସ୍ତ୍ରୀର ଫେସ୍ବୁକ ଆକାଉଣ୍ଟକୁ ଯାଇ ଦେଖିବାକୁ ନିମିକୁ କହିଲା କାରଣ ରାମୁ ନିଜ ଆକାଉଣ୍ଟରୁ ତା ସ୍ତ୍ରୀର ଡିଟେଲ ହଟେଇ ଦେଇଥିଲା | ନିମି ଦେଖିଲା ରାମୁର ଅସଲି ଚେହେରା ଓ ତା ସାଥିରେ ତା ପୁଅ ଝିଅ ଓ ସ୍ତ୍ରୀର ଫଟ |

ତା ପରେ ନିମିର ହୋସ ଉଡ଼ିଗଲା | ତା ମୁଣ୍ଡ ବୁଲାଇଲା ଥରେ ଡାଇଭର୍ସର ଦୁଃଖ ସମ୍ଭାଳିଥିବା ନିମିର ହୃଦୟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା ସେ ମୁଣ୍ଡକୁ ଧରି ତଳେ ପଡିଗଲା ଓ ତା ପାଟିରୁ ଆଉ କିଛିବି ଶବ୍ଦ ବାହାରିଲାନି |


Rate this content
Log in