Prabhati Mahapatra

Children Stories Inspirational Others

3.7  

Prabhati Mahapatra

Children Stories Inspirational Others

ଫେରାଇ ଦିଅ ମୋ ପିଲା ବେଳ

ଫେରାଇ ଦିଅ ମୋ ପିଲା ବେଳ

1 min
224


ମନ କୁରୁବିନ୍ଦରେ ପ୍ରତିଫଳିତ ହେଉ ଥାଏ

ଛୋଟ ବେଳର ଦୁଷ୍ଟାମୀ କଥା । ବାଲ୍ୟ ଚପଳତା

 ନାଚିିି ନାଚି ଆଖି ଆଗରେ ଯେତେବେଳେ ଭାସି 

 ଉଠେ , କୌତୂୂୂହଳରେ ମନ ପ୍ରଫୁୁଲ୍ଲିତ ହୋଇ ଖୋଜୁଥାଏ , ପୁଣି ଥରେ ସେହି ବେଳ ଫେରି ଆସନ୍ତା କି ?

ମୁଁ ଆଉ ଦୁଷ୍ଟାମୀ କରିବିିିନିିି , ସମସ୍ତଙ୍କର ପ୍ରିୟ ପାତ୍ର ହୁଅନ୍ତି । କେତେ ଯେ ଓଲଟା ପାଲଟା ପ୍ରଶ୍ନ ଅଙ୍କୁରିତ ହୋଇ କେବେ ସୁଖକର ତ କେବେ ଅଶାନ୍ତ ବାତାବରଣ ।

    ହେ ! ଈଶ୍ୱର , ବିିିଚିତ୍ର ତୁମର ସୃଷ୍ଟି । ଶକ୍ତିହୀନ

ଅଜ୍ଞାନୀ ଜନ୍ମ , ବଡ଼ ହେଲା ପରେ କେତେ ପ୍ରକାର 

ଭାବନାରେ ଖେଳି ଛନ୍ଦି ହୋଇ ଯାଏ ଜୀବନର ଡୋର,କେବେ ପ୍ରୀତିଦାୟକ ତ କେବେ ଅପ୍ରୀତିକର ହୁଏ ।

ମାୟା ଫାଶରେ ବଶୀଭୂତ ପ୍ରାଣ ପାପ କୁବେଣୀରେ ପଡ଼ି ଜଳ ବିିିନା ଛଟ ପଟ ହେଉ ଥାଏ ।କାହିଁକି  ଶୈଶବ ରୂପକୁ କାଢି ନେଇ ବଡ଼ କର ?ତୁମେ ତ ସଂସାରର କୁୁମ୍ଭକାର , ଚାହିଁ ଥିଲେ ମାଟି ପିଣ୍ଡଟାରୁ ଅଧର୍ମ ଅନୀତି କାଢି ସତ୍ୟ ନ୍ୟାୟ ଭିରି ଦେଇଥାନ୍ତ ?ଆଜି ଏତିକି ଆଶା କରୁଛି ,ମୋର ଏଇ ଛୋଟ କୁଲାୟକୁ ଆସି ଅଭିତପ୍ତ ପ୍ରାଣକୁ କୃୃୃପା ବାରି ବର୍ଷଣରେ ସନ୍ତୋଷ କରି ଦିଅ ।ଯିଏ ସର୍ବବ୍ୟାପୀ , ଯାହାଙ୍କ ଚନ୍ଦନ ତୁଳସୀ ବାସର ମୁହୁର୍ମୁହୁୁୁୁ‍ଃ ସୁଗନ୍ଧ ଆଘ୍ରାଣେ ଚିର ଦିନ ପାଇଁ ପାତକ ନାଶ ହୁଏ ,ଯାହାଙ୍କ ଶ୍ରୀଚରଣ ତଳେ ଆଶ୍ରୟ ନେଲେ ମୃତ୍ୟୁରାଜ ଅପସରି ଯାଏ । ଏଇ ସାମାନ୍ୟ କଥା କ'ଣ ତୁମ ପାଇଁ ଗରୁ ଗିରି ହେବ କି ?ନିଷ୍ପାପ ଜୀବନ ଗଢି ଦେଇ ତୁମର ମହାବାହୁ ତଳେ ଆଶ୍ରୟ ଦିିଅ ପ୍ରଭୁ । ଏତିକି ମୋର ସକାଳର ପ୍ରାର୍ଥନା । 



Rate this content
Log in