Himalini Hota

Children Stories

4.0  

Himalini Hota

Children Stories

ପାଲଟା ବାଘ

ପାଲଟା ବାଘ

4 mins
378


ଜେଜେ ଙ୍କ ଠାରୁ ଶୁଣିଥିଲି ଛୋଟବେଳେ ପାଲଟା ବାଘ କଥା।ଦେଖିବାକୁ ଅସଲି ବାଘ ପରି କିନ୍ତୁ ଦିନରେ ମଣିଷ ରାତିରେ ବାଘ।ଶୁଣିବାକୁ ତ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ପ୍ରକୃତରେ କଥା ଟି ସତ ଏମିତି ବି କାଳେ ହୁଏ ।ଜେଜେ ଙ୍କ ଠାରୁ ପାଲଟା ବାଘ କଥା ଶୁଣି ମୋର ଅଭିନେତା ରାହୁଲ ରାୟ ଓ ଅଭିନେତ୍ରୀ ପୂଜା ଭଟ୍ଟଙ୍କର ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ଜୁନୁନ ର ଅଧା ବାଘ ଅଧା ମଣିଷ ର ଚିତ୍ର ମନ କୁ ଆସିଗଲା ।ବହୁତ ସୁନ୍ଦର ଅଭିନୟ ଥିଲା ସେହି ଅଭିନେତା ଙ୍କର।କି ଭୟଙ୍କର ସେ ରୂପ।ମୁଁ ପାଖାପାଖି ପାଞ୍ଚ ଥର ଦେଖିଥିବି ଚଳଚିତ୍ର ଟି କୁ।

ମୋ ଜେଜେ ଙ୍କର କୃଷି କାର୍ଯ୍ୟ ସହ ମାଳ ବ୍ୟବସାୟ ବି ଥିଲା।ସେଥି ଯୋଗୁଁ କେତେକ ଆଦିବାସୀ ଶବର ଲୋକ ଙ୍କ ସହ ତାଙ୍କର ମୈତ୍ର ତା ଥିଲା।ଆମେ ମାନେ ଯେପରି ଯାହାକୁ ଅତି ପ୍ରିୟ ଭାବୁ ତା ସହ ସଙ୍ଗାତ ବସିଥାଉ ।ଠିକ ସେହିପରି ଶବର ମାନେ କାହା ସହ ଯଦି ବିଶ୍ୱସ୍ତ ହେଉଥିଲେ ତା ସହ ମିତ ବସୁଥିଲେ ।ଶବର ମାନେ ଥିଲେ ଭାରି ବିଶ୍ୱାସୀ ଛନ୍ଦ କପଟ ତାଙ୍କୁ ବିଲକୁଲ ଜଣା ହିଁ ନାହିଁ ।ଥରେ ଜେଜେ ସେମାନଙ୍କ ପାଇଁ ମଣ୍ଡା ପିଠା ନେଇ ଯାଇଥିଲେ ସେମାନେ ଏତେ ସରଳ ଯେ ସେମାନେ ମଣ୍ଡା ପିଠା ଭିତରେ ଛେନା ,ନଡ଼ିଆ ପୁରକୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ ଏ ଗୋଲ ପିଠା ର ପେଟ ଭିତରକୁ ପୁର କେମିତି ଆସିଲା?

ଛାଡ଼ନ୍ତୁ ଟପିକ କୁ ଯିବା ଜେଜେ ସେହି ଶବର ମାନଙ୍କ ଠାରୁ ହିଁ ଏ ପାଲଟା ବାଘ କଥା ଶୁଣିଥିଲେ ଏବଂ ସ୍ୱଚକ୍ଷୁରେ ଦେଖିଥିଲେ ବି ପାଲଟା ବାଘ କୁ।ଆଦିବାସୀ ଶବର ମାନେ ସୁବିଧାରେ ଶିକାର ଉଦ୍ଧେଶ୍ୟରେ ଏହି ପାଲଟା ବାଘ ବିଦ୍ୟା ଶିକ୍ଷା କରୁଥିଲେ।

ସେହି ଆଦିବାସୀ ଶବର ଙ୍କର ପାଲଟା ବିଦ୍ୟା ଶିକ୍ଷା ର ଗୋଟେ କୁ ପରିଣାମ ବିଷୟ ରେ ଜେଜେ ଙ୍କ ଠାରୁ ଶୁଣି ସେଦିନ ମୋ ଛୋଟ ପିଲା ହୃଦୟ ବି କାନ୍ଦି ଉଠିଥିଲା ।ଜଣେ ଆଦିବାସୀ ଶବର ଯୁବକ ର ନୂଆ ନୂଆ ବାହାଘର ହୋଇଥାଏ।ଦିନେ ତା ନବ ପରିଣୀତl ପ୍ରିୟତମା ଜଙ୍ଗଲୀ ଜନ୍ତୁ ମାଉଁସ ଖାଇବାକୁ ଇଛା କଲା ।ପ୍ରିୟ ତମା ର ମନ ରଖିବା ପାଇଁ ସେ ଶିଖିଥିବା ବିଦ୍ୟା ର ପ୍ରୟୋଗ କରିବାକୁ ଚାହିଁଲା ।ପ୍ରିୟତମା ର ବାରଣ କୁ ନ ମାନି ।ନୂଆ ନୂଆ ବିଦ୍ୟା ଶିକ୍ଷା କରିଥାଏ।ଯଦି କାମରେ ପରିଣତ ନ କରି ପାରିଲା ତାହେଲେ ସେ ବିଦ୍ୟା ଶିକ୍ଷା ର ମୁଲ୍ୟ କଣ?ପ୍ରିୟତମା କୁ କେବଳ ଗୋଟିଏ କଷ୍ଟ କରିବାକୁ ପଡିବ ସେ ଜଙ୍ଗଲ ରୁ ଆସିବା ପରେ ସେ ବତେଇଥିବା ଉପାୟ ମୁତାବକ ତା ଦେହରେ, ଭୟ ନ କରି ସେ ରଖିଥିବା ମନ୍ତୁରl ଜଳ କୁ ପକେଇବାକୁ ପଡିବ।ବାସ ସେତିକି ହିଁ ତା ଠାରୁ ସାହାଯ୍ୟ ଆବଶ୍ୟକ। ହଁ ଆଉ ଗୋଟିଏ କଥା ବି କହି ରଖିଥିଲ ସେ - ବାଘ ର ଶରୀର ଧାରଣ କରିଥିବା ସମୟରେ ସେ ବାଘ ପରି ହିଁ ଆଚରଣ କରିବ ,ଭୟଙ୍କର ଦିଶିବ କିନ୍ତୁ ତାର କିଛି କ୍ଷତି କରିବ ନାହିଁ। ଆଉ ମନ୍ତୁରl ଜଳ ଯଦି ତା ଉପରେ ନ ପଡି ଭୂଇଁ ରେ ପଡ଼ିଯାଏ ସେ ଆଉ କେବେ ବି ମଣିଷ ହୋଇ ପାରିବ ନାହିଁ ଏ କଥା ପାଇଁ ବି ସାବଧାନ କରିଥିଲା ସେ ।ସବରୀ ନବ ବଧୂ ଟି ର ଇଛା ନଥିଲେ ବି କାଳେ ଶବର ର ମନ ଦୁଃଖ ହେବ ଭାବି ତା କଥା ରେ ସହମତି ପ୍ରକାଶ କଲା। ତା ପରେ ରାତିର ଘନ ଅନ୍ଧକାର ରେ ଜଙ୍ଗଲ ଭିତରେ ଶବର ଯୁବକଟି ଅଦୃଶ୍ୟ ହୋଇଗଲା।

ଠିକ ପାହାନ୍ତା ପହର ଆମ ସମୟରେ ତିନି ଟା କି ସାଢେ ତିନି ଟା ,ବେଳକୁ ବାଘ ରୂପୀ ଶବର କୁଟୁରl ଟିଏ ମାରି ଦୁଆର ମୁହଁ ରେ ପହଞ୍ଚିଲା।ହେଲେ ଡାକିବ କେମିତି ମଣିଷ ରୂପ ତ ତାହାର ନାହିଁ ,ପ୍ରିୟତମା କୁ ଉଠେଇବା ପାଇଁ ଜୋର ରେ ହେଣ୍ଟlଳ ଟିଏ ଛାଡିଲା ।ଶବର ନବ ବଧୂ ଟି ବାଘ ର ଗର୍ଜନ ଶୁଣି ଭୟ ରେ ଜଡସଡ଼ ହୋଇ ଉଠିଲା।ଜଙ୍ଗଲୀ କନ୍ୟା ହେଇ ମଧ୍ୟ ଏତେ ପାଖରୁ କେବେ ବାଘ ର ରଡି ଶୁଣି ନଥିଲା।ଝରକା ଫାଙ୍କରେ ଦେଖିଲା ଦୁଆରେ ମୁହଁରେ ମସ୍ତ ବଡ଼ ମହାବଳ ବାଘ ।ସଦ୍ୟ ସ୍ନାତ କୁଟୁରା କୁ ମାରିବା ଯୋଗୁଁ ମୁହଁରେ ତାଜା ତାଜା ରକ୍ତ।ରକ୍ତ ଥପ ଥପ ଖସି ଭୂମି ଓଦା ହୋଇ ଯାଉଛି କୁଟୁରା ର ରକ୍ତ ରେ । ସେ ଯେ ତାର ନିଜର ସ୍ୱାମୀ କି ଆଉ କୋଉ ବାଘ ନିର୍ଣ୍ଣୟ ନେଇପାରିଲା ନାହିଁ।ବାଘ ଟି ବିକଳ ରେ ଗର୍ଜନ କରୁଥାଏ।ଜଲଦି କବାଟ ଖୋଲିବା ପାଇଁ ବିକଳ ହଉଥାଏ ସେ ସୂର୍ଯ୍ୟ ଉଦୟ ହେଇଯିବ ଉଦୟ ହୋଇଗଲେ ଆଉ ସେ ମଣିଷ ରୂପ ପାଇ ପାରିବ ନାହିଁ।ଝରକା ଦେହରେ ଘଷି ହେଉଛି କବାଟ ଦେହରେ ଘଷି ହେଉଛି ବିନୟ ହେଉଛି କବାଟ ଖୋଲିବା ପାଇଁ ।ମଣିଷ ରୂପ ହେଇଥିଲେ କେତେ ସ୍ନେହ ରେ ଡାକିଥାନ୍ତା ବାଘ ରୂପ ତ ଯେତେ ସ୍ନେହ ରେ ଡାକିଲେ ବି ବିରାଟ ରଡି ହିଁ ବାହାରୁଛି ମୁହଁରୁ ।ଯୁବତୀ ଟି ଭୟ ରେ କବାଟ ଖୋଲି ପାରୁ ନ ଥାଏ ସାହସ କରି।ଶେଷରେ ବାଘ ରୂପୀ ଶବର ଭୀଷଣ ରାଗିଗଲା ଭୟଙ୍କର ରୁ ଭୟଙ୍କର ଭାବରେ ଗର୍ଜନ କରିବାକୁ ଲାଗିଲା ସ୍ତ୍ରୀ ଉପରେ। ଜୋର ରେ କବାଟ କୁ ଆଘାତ କଲା ପଞ୍ଝା ରେ ।ରାମ୍ପିଲା ବିଦାରିଲା ହେଁଣ୍ଟlଳ ଛାଡିଲା ହୁଙ୍କାର ଦେଲା କାଳେ ରାତି ପାହିଯିବ ଭାବି ରାତି ପହିବା ପୂର୍ବରୁ ଯଦି ମନ୍ତୁରl ଜଳ ତା ଉପରେ ନ ପଡେ ସେ ଆଉ ତା ପୂର୍ବ ରୂପ ଫେରି ପାଇବ ନାହିଁ। ଭାବିଲା ଏ ମାଇପି ଜାତି କୁ ଆଉ ବିଶ୍ୱାସ ନାହିଁ ।ନିଶ୍ଚୟ କିଛି ଉଦ୍ଦେଶ୍ୟ ଭାବରେ ଏପରି କରୁଛି କେଡେ କଥା ଟେ ନ କଲି ତା ଉପରେ ବିଶ୍ୱାସ କରି ।ଶବର ବଧୂ ଟି ଆଉ ସମ୍ଭାଳି ପାରିଲା ନାହିଁ ।ଭୟ ରେ ତ କବାଟ ଖୋଲି ପାରିଲା ନାହିଁ ଝରକା ପଟୁ ଛାଟି ଦେଲା ସ୍ୱାମୀ  ଉପରେ ଘରେ ରଖିଥିବା ମନ୍ତୁରl ଜଳ କୁ ।କିନ୍ତୁ ହାୟ ରେ ଦୁର୍ଭାଗ୍ୟ ମନ୍ତୁରl ପାଣି ଟି ବାଘ ରୂପୀ ସ୍ୱାମୀ ଉପରେ ନ ପଡି ଭୂମି ଉପରେ ପଡିଗଲା।ବାଘଟି ବିକଳରେ ଭୂମି ରେ ପଡିଥିବା ମନ୍ତୁରl ଜଳ ଉପରେ ଲୋଟି ପଡିଲା ବିକଳରେ ଗଡ଼ ତଡ ହେଲା କିନ୍ତୁ ହାୟ ରେ ବିଧାତା କିଛି ହୋଇପାରିଲା ନାହିଁ।ଜଳ ଭୂମି ରେ ପଡିବା କ୍ଷଣି ଚିଇଁ ଗଲା।ବାଘ ଟି ର ଆଖିରୁ ଲୁହ ଗଡିଯାଉଥାଏ।ସ୍ତ୍ରୀ ର ଏପରି ମୂର୍ଖାମୀ ରେ।ବିକଳରେ ଗର୍ଜନ କଲା ସ୍ତ୍ରୀ ମୁହଁକୁ ଚାହିଁ ।ସ୍ତ୍ରୀ ଟି ବି ଅନୋନପାୟ ହୋଇ ବିକଳ ରେ କ୍ରନ୍ଦନ କରୁଥାଏ ଝରକା କୁ ଆଉଜି ।ଆଉ ତାର ପ୍ରାଣ ପ୍ରିୟ କୁ ସେ ଆଉ ପାଇ ପାରିବନି ସାରା ଜୀବନ ପାଇଁ ।କେଡେ କଥା ଟେ ସେ ନ କଲା।ପ୍ରଭାତ ଆଗତ ପ୍ରାୟ ଆଉ ଉପାୟ ନାହିଁ କିଛି ।ସର୍ବ ହରା ହୋଇ ଭୂମି ଉପରେ କଚାଡି ହୋଇ ପଡିଗଲା।ବାଘ ରୂପୀ ଶବର ମଧ୍ୟ ଆଖିରୁ ଲୁହ ଝରାଇ ବିକଳ ରେ ଜଙ୍ଗଲ ଆଡ଼କୁ ଚାଲିଗଲା।ସବୁ ଦିନ ରାତିରେ ଆସେ ଝରକା ସେପାଖ ରୁ ନିଜ ପ୍ରାଣ ପ୍ରିୟା ଙ୍କୁ ଦେଖିବା ପାଇଁ।

ଏ ହେଉଛି ପାଲଟା ବାଘ ଉପାଖ୍ୟାନ।ଟିକେ ମଜା ଟିକେ ବୀରତ୍ବ ଦେଖେଇବା ପାଇଁ ଶବର ପୁଅ ଟି ତାର ଦୁର୍ଲଭ ମଣିଷ ଶରୀର ଟିକୁ ହରେଇ ସାରିଥିଲା ସାରା ଜୀବନ ପାଇଁ।



Rate this content
Log in