ଓଡ଼ିଶାର ପତ୍ର ପତ୍ରିକା
ଓଡ଼ିଶାର ପତ୍ର ପତ୍ରିକା


ଦଶମ ଶ୍ରେଣୀରେ ପଡେ ମୋନାଲିସା। ଶ୍ରେଣୀରେ ପଶୁପଶୁ କହିଲା ସାର ରଚନା ପତ୍ରଲିଖନ ଅଛି। ଶିକ୍ଷକ ପ୍ରମୋଦ ସାର କହିଲେ ତେବେ ଆଜିର ରଚନା ଓଡ଼ିଶାର ପତ୍ର ପତ୍ରିକା ବିଷୟରେ କହିବାକୁ ଯାଉଛି ଶୁଣ, ଘରେ ଲେଖିକରି ଆଣିବ।
ମୋନାଲିସକୁ ପ୍ରଶ୍ନ କଲେ ।
ତୁମେ କୁହ କେତୋଟି ପତ୍ର ପତ୍ରିକା ପଢିଛ?
ମୋନାଲିସା କହିଲା ସାର ସମାଜ, ଧରିତ୍ରୀ, ସମ୍ବାଦ, ପ୍ରଜାତନ୍ତ୍ର, ପ୍ରମେୟ, ସୂର୍ଯ୍ୟପ୍ରଭା, ଆଜିର ଆହ୍ୱାନ, ଦିନଲିପି, ଏସବୁ ଦୟାନିକ କାଗଜ ମାସିକ ପତ୍ର ପତ୍ରିକା ଓ ସାପ୍ତାହିକ କେତୋଟି ପଢ଼ିଛି କିନ୍ତୁ ନାଆଁ ଭୁଲିଯାଇଛି । ବାସ୍, ଶୁଣ ପିଲାମାନେ ଓଡ଼ିଶାର ସାହିତ୍ୟ ବିକାଶ ରେ ପତ୍ରପତ୍ରିକା ମହତପୂର୍ଣ୍ଣ ।ମାଦଳା ପାଞ୍ଜି, ରୁଦ୍ରସୁଧାନିଧି,ଚତୁର ବିନୋଦ, ବତୀଶ ସିଂହାସନ, ଆଦି ଓଡ଼ିଶାର ପ୍ରାଚୀନ ଗଦ୍ୟ ରଚନା ।ଏହାଛଡା ପାଞ୍ଜି, ଓଷାବ୍ରତ କଥା, ଖୁଲନା ସୁନ୍ଦରୀ, ମଧ୍ୟ ।ଆମ ଇତିହାସ କୁହେ ପ୍ରକୃତରେ ୧୯ ଶତାବ୍ଦୀରେ ଆମ ପତ୍ର ପତ୍ରିକାର ବିକାଶ ହୋଇଛି । 1836 ମସିହାରେ ଓଡ଼ିଶାରେ ପ୍ରଥମ ଛପା କଳ ବା ମୁଦ୍ରା ଯନ୍ତ୍ର ସ୍ଥାପନ ହେଲା କଟକରେ ।ଉତ୍କଳ ଦୀପିକା ନାମକ ପ୍ରଥମ ପତ୍ରିକା 1866ମସିହାରେ ଛପାଗଲା ଏହି କାରଖାନାରେ ।କର୍ମବୀର ଗୌରି ଶଙ୍କର ଥିଲେ ଉତ୍କଳ ଦୀପକାର ସମ୍ପାଦକ ।ଏହାପରେ ବାଲେଶ୍ୱର ସମ୍ବାଦ ବାହିନୀ, ବାଲେଶ୍ୱର୍ ରୁ ଉତ୍କଳ ଦର୍ପଣ ମୟୁର ଭଞ୍ଜରେ, ପୁରୁସତମ ଦୀପିକା ପୁରୀରୁ ସମ୍ବଲପୁର ହିତଶ୍ୱିନୀ ଉତ୍କଳ ସାହିତ୍ୟ ,ପ୍ରବୋଧ ଚନ୍ଦ୍ରିକା, ଆଦି ଓଡ଼ିଶାର ଛପା ପତ୍ର ପତ୍ରିକା ।ଏସବୁ 1897 ମସିହା ଭିତର ର କଥା ।1916 ବେଳକୁ ସତ୍ୟବାଦୀ, ନବଭ।ରତ,ଆଶା, ପ୍ରାଚୀ ,ମୁକୁର, ସହକ।ର ,ନବଭରତ, ଝଙ୍କାର, ନିଆଁଖୁଣ୍ଟା,ସବୁଜବାଣୀ, ଅବକାଶ, ଆଦି ପ୍ରକାଶ ଲାଭ କରିଥିଲା । ଏବେ ପ୍ରକାଶିତ ପତ୍ର ପତିକ ହେଲା ଗୋକର୍ନିକା, ଆସନ୍ତା କାଲି, ସମାବେଶ, ଉତ୍କଳ ପ୍ରସଙ୍ଗ,କାଦମ୍ବିନୀ, ସୁଚରିତ।,ଶିଶୁ ପତ୍ରିକା ହେଲା ମନପବନ,ଗୁଣ୍ଡିଚି ମୂଷା, ଜହ୍ନ ମାମୁଁ, ବିଜ୍ଞାନପ୍ରଭା, ନବ ଦିଗନ୍ତ। ଘଣ୍ଟା ବାଜିଗଲା ଶିକ୍ଷକ ଶ୍ରେଣୀରୁ ବିଦାୟ ନେଲେ ।