The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

shibaram dalai

Others

2  

shibaram dalai

Others

ନ୍ୟାୟ

ନ୍ୟାୟ

2 mins
188



ନଖି କେଉଟୁଣୀ ଆଜି ନ୍ୟାୟ ଚାଁହୁଛି ।ଗାଁର ମୁଖିଆ ଆଜି ନଖି କେଉଟୁନି କୁ ନ୍ୟାୟ ଦେବେ ।ଆଗରୁ ନଖି କେଉଟୁନି ପାଇଁ ଦୁଇ ଦୁଇଥର ଗାଁ ସଭା ବସିଥିଲା ।ସେଥିରେ ନଖି ଉଚିତ ନ୍ୟାୟ ବି ପାଇଥିଲା ।


  ଗେରସ୍ତ ମଧୁଆ କେଉଟ ମରିବାର ଦୁଇ ବର୍ଷ ବିତି ଗଲାଣି ।ଏବେ ନଖି ଘରକୁ ଏକା । ତେଣେ ବାପଘର ଚଳଣି ବି ଏତେ ଭଲ ନୁହେଁ ।ତେଣୁ ସେ ଭାଗ୍ୟକୁ ଆଦରି ନିଜ ଦୁଇ ବର୍ଷର ପୁଅ ପାଇଁ ଶାଶୂଘରେ ପଡ଼ି ରହିଛି ।ନଖି ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା ।ମୁଁହ ସତେକି ପୂର୍ଣ୍ଣିମାର ଚାନ୍ଦ ।ଗୋଟିଏ ଛୁଆର ମାଆ ହେଲେ ବି କେହି କହି ପାରିବେନି ସେ ବିବାହ କରିଛି ବୋଲି । ୮୦ ବର୍ଷୀୟ ବୁଢ଼ା ତାକୁ ଥରେ ଦେଖିଦେଲେ ବୁଢ଼ା ଦେହରେ ଯବାନୀ ଭରିଯାଏ ।ରାସ୍ତାରେ ଯାଉଥିବା ଗାଡ଼ି ଚାଳକ ବି ନଖିକୁ ଦେଖି ଅନ୍ୟମନସ୍କରେ ଗାଡ଼ିର ଭାରସାମ୍ୟ ହରାଏ ।ତେଣୁ ସମସ୍ତଙ୍କ ଲକ୍ଷ୍ୟ ସେହି ନଖି କେଉଟୁନି ଉପରେ । ତାର ଏ ରୁପ ଯଉବନ ପାଇଁ ତ ଏତେ ସବୁ ନାଟ ।


   ଗୋଟାଏ ପଟେ ମୁଣ୍ଡରେ ଓଢଣା ଟାଣି ଠିଆ ହେଇଛି ନଖି କେଉଟୁନି ।ଅନ୍ୟ ପଟେ ଆଜି ଠିଆ ହେଇଛି ନ୍ୟାୟ ଦେବାକୁ ଯାଉଥିବା ଗାଁ ମୁଖିଆ ଙ୍କ ପୁଅ । ଗାଁ ମୁଖିଆ ଙ୍କ ମୁଣ୍ଡ କିଛି କାମ କରୁନଥାଏ କି କଣ ରାୟ ଦେବେ । କାହାକୁ ବଞ୍ଚାଇବେ ଆଉ କାହାକୁ ଦଣ୍ଡ ଦେବେ । ସଭାରେ ସମସ୍ତେ ଆବାକ ହେଇ ମୁଖିଆକୁ ଚାହିଁଥାନ୍ତି, କଣ ରାୟ ଦେବେ ? ସମସ୍ତେ କହୁଥାନ୍ତି ନଖି କେଉଟୁଣୀ ଏଥର ବି ନ୍ୟାୟ ପାଇବ । ମୁଖିଆ ଏବେ କହିବାକୁ ଲାଗିଲା "ନଖି ଆଜିର ଘଟଣାରେ ସମ୍ପୂର୍ଣ୍ଣ ଦୋଷୀ,କାରଣ ଆଗରୁ ସେ ଦୁଇ ଦୁଇଟା ଦୋଷ କରି ଆମ ଗାଁ ର ସାଧାରଣ ପିଲା ଦଣ୍ଡ ପାଇଛନ୍ତି "।ଆଜି ପୁଣି ଗୋଟେ ଦୋଷ କରି ମୋ ପୁଅ ମୁଣ୍ଡରେ ଅଠା ବୋଳୁଛି । ଗାଆଁ ରେ ଏତେ ସ୍ତ୍ରୀ ଲୋକ, ଆଉ କାହା ପାଇଁ ତ ସଭା ବସୁନାହିଁ ।ତେଣୁ ନଖି କେଉଟୁଣୀ ହିଁ ଦୋଷୀ । ତାକୁ କାଲି ସକାଳ ସୁଦ୍ଧା ଏ ଗାଁ ଛାଡି ଚାଲିଯିବାକୁ ଆଜିର ସଭା ନିର୍ଦ୍ଦେଶ ଦେଲା । ପରଦିନ ସକାଳ ପାହିବା ପୂର୍ବରୁ ନଖି କେଉଟୁଣୀ ଘର କବାଟରେ ତାଲା ଝୁଲୁଥିଲା ।



Rate this content
Log in