Anita Jena

Children Stories Inspirational

4.0  

Anita Jena

Children Stories Inspirational

ନିଷ୍ପାପ ହୃଦୟର କୋହ

ନିଷ୍ପାପ ହୃଦୟର କୋହ

4 mins
205



ସେଦିନ ଥାଏ ରବିବାର । ମୁକେଶ ସକାଳୁ ସକାଳୁ ଉଠି ପଡି ଖବରକାଗଜ ଧରି ବସି ପଡ଼ିଲେ ପୋଟିକ ରେ ପଡ଼ିଥିବା ଚେୟାର ଉପରେ । ଧର୍ମପତ୍ନୀ ଗୀତା ବୃନ୍ଦାବତୀଙ୍କ ସମ୍ମୁଖରେ ନତ ମସ୍ତକ କରି ପ୍ରଣାମ ଜଣେଇ ରୋଷେଇ ଘରକୁ ଗଲେ ଆଉ ଫେରିଲେ ହାତ ରେ ଦି କପ୍ ଚାହା ଧରି । ସାମ୍ନା ରେ ପଡ଼ିଥିବା ଚେୟାର ଉପରେ ବସିପଡ଼ି ବଢେଇ ଦେଲେ ମୁକେଶ ଙ୍କ ଆଡକୁ ଚାହା କପ୍ ଟି କୁ । 


ମୁକେଶ - ରୋହନ ଉଠିଲାଣି ନା ନାହିଁ ? 


ଗୀତା - ତମେ କଣ ଜାଣିନ? ଆଜି ରବିବାର ମାନେ ଉଠିବେ ବାବୁ ଦିନ ନଅ ଟା ରେ । 


ମୁକେଶ - ଆସି କି ଏତେ ବଡ଼ ହେଲାଣି ରବିବାର ବୋଲି ଶୋଉଛି ନଅ ଟା ଯାଏ । ତା ସାଙ୍ଗ ର ପିଲା ମାନେ ଉଠି କିଏ କଣ ସବୁ ନିଜ ନିଜ କାମ ରେ ଗଲେଣି ।


ଗୀତା - ସେ କଣ ଏବେ ନୂଆ ଛୁଆ ବେଳୁ ତ ଏମିତି ହେଇ ଯାଇଛି ଯେ ଶୋଇବ ଦିନ ଦ୍ୱିପହର ଯାଏଁ । 


ମୁକେଶ - ହଉ ତମେ ଯାଇ ତାକୁ ଡାକି ଦିଅ ଉଠି କି ପାଠ ପଢୁ ଆର ମାସ ରେ ପରୀକ୍ଷା । କିଛି ଚିନ୍ତା ନାହିଁ । କିଛି ପରିଶ୍ରମ କରିବାକୁ ପଡୁନି ତ ପୁଅ କୁ ଜଣା ପଡୁନି କିଛି । 


ଗୀତା - ହଉ ହଉ ତମେ ଏମିତି ସକାଳୁ ଚିଡି ଚିଡି ହବା ଦରକାର ନାହିଁ । ଛୋଟ ବେଳେ ତ ନିଜେ କହୁ ଥିଲା ଛୁଆ ଟା ଶୋଉ ଆଉ ଏବେ ପୁଣି କଣ ହେଲା ? 


ମୁକେଶ - ଦେଖ ଗୀତା, ମଣିଷ କୁ ସମୟ ସହିତ ତାଳ ଦେଇ ଚାଲିବାକୁ ପଡେ ଜୀବନ ରାସ୍ତା ରେ । ପରିସ୍ଥିତି ହିଁ ସବୁବେଳେ ମଣିଷ ର ଚିନ୍ତା ଧାରା ପସନ୍ଦ ନାପସନ୍ଦ ମୁଁ ବଦଳେଇ ଦିଏ ।


  ମା ,ମା ବାବୁ ଅଳିଆ ଥଳି ଆଣ ବାବୁ, ଶୀଘ୍ର ଆଣ ( ଏମିତି ଡାକ ଛାଡ଼ି ଛାଡ଼ି ଚଉଦ ବର୍ଷର ପିଲା ଟିଏ ଗେଟ୍ ଭିତରକୁ ପଶି ଆସିଲା । କାନ୍ଧ ରେ ଏକ ବଡ଼ ମୁଣି । ହାତ ରେ ଗୋଟିଏ ବାଡ଼ି । ) 


ଗୀତା - ହଁ ତୁ ସେଇଠି ରହ ମୁଁ ଆଣୁଛି ।

  ପିଲା ଟି ମୁକେଶ ଙ୍କ ମୁହଁ କୁ ଚାହିଁ ଦେଇ ହସ ଟିଏ ଖେଳେଇ ଦେଲା ଓଠ ରେ । ପ୍ରତି ରବିବାର ଦିନ ପିଲା ଟି ଘର ଘର ବୁଲି ଅଳିଆ ଥଳି ସବୁ ସଂଗ୍ରହ କରି ନେଇ ଯାଏ । କିଏ କଥା କୁହନ୍ତି ହେଲେ କାହାକୁ କିଛି କୁହେ ନାହିଁ ଖାଲି ହସି ଦେଇ ଚାଲି ଯାଏ । ମୁକେଶ ଙ୍କୁ ପିଲା ଟି ଭାରି ଭଲ ଲାଗେ ଖାସ୍ କରି ପିଲା ଟି ର ହସ ।ମୁକେଶ ପିଲା ଟି କୁ ପ୍ରତି ରବିବାର ପଚାଶ ଟଙ୍କା ଦିଅନ୍ତି ଆଉ କୁହନ୍ତି ନେ ପୁଅ କଣ ଖାଇ ନବୁ । ପିଲା ଟି ବି ମୁକେଶ ଙ୍କ ର ଭଲ ପାଇବା ସଦୃଶ ଟଙ୍କା ଟି କୁ ଗ୍ରହଣ କରି ହସି ଦେଇ ଚାଲି ଯାଏ ପାଖ ଘରକୁ ତା କାମ ରେ । ମୁକେଶ ପୁଅ ରୋହନ କୁ ସବୁବେଳେ ଏଇ ପିଲାଟିର ଉଦାହରଣ ଦେଇ କାମ ରେ ତତ୍ପର ହେବାକୁ ଉପଦେଶ ଦିଅନ୍ତି । 

    ସେଦିନ ମୁକେଶ ଚାହା ପିଇ ସାରି ପିଲା ଟି ସେଠୁ ଗଲା ପରେ ଗାର୍ଡେନ କୁ ଯାଇ ପାଣି ଦେଉଥାନ୍ତି ଗଛ ରେ । ଏତିକି ବେଳେ ପାଖ ପଡିଶା ଘରୁ ଜୋର୍ ପାଟି ତୁଣ୍ଡ ଶୁଭା ଗଲା । ମୁକେଶ ଆଉ ଗୀତା ଦି ଜଣ ଯାକ ଧାଇଁ ଗଲେ ପଡିଶା ଘର ପ୍ରକାଶ ବାବୁ ଙ୍କ ଘରକୁ । ଦେଖିଲେ ଅଳିଆ ଥଳୀ ନେବାକୁ ଆସୁଥିବା ପିଲା ଟି ଛିଡ଼ା ହେଇଛି ଆଉ ପ୍ରକାଶ ବାବୁ ତାକୁ ଗାଳି କରି ଚାଲିଛନ୍ତି । 

ମୁକେଶ - ଆରେ ପ୍ରକାଶ କଣ ହେଲା? ତୁ ଏମିତି ଏ ପିଲାଟିକୁ କଣ ପାଇଁ ଗାଳି ଦଉଚୁ ? କଣ କଲା ସେ ? 


ପ୍ରକାଶ - ତୁ ବା କହୁ ଭାରି ଭଲ ପିଲା ଟିଏ ବୋଲି ହେଲେ ଜାଣିଛୁ ସେ ଚୋରି କରିଛି । 


ମୁକେଶ - ଚୋରି ? ପିଲା ଟି କାହିଁ କେତେ ଦିନରୁ ଆସୁଛି କେବେ ହେଲେ ତ କେହି ଅଭିଯୋଗ କରି ନାହାଁନ୍ତି ।


ପ୍ରକାଶ - ଦେଖୁନୁ ଏଇ ମୋ ଝିଅ ତାର ସୁନା ଚେନ୍ କୁ ରଖି ଦେଇ ଚେୟାର ଉପରେ ଯାଇ ଥିଲା ବାରି ପଟ କୁ । ଆସିଲା ବେଳକୁ ଦେଖେ ତ ନାହିଁ ଆଉ ଏଇ ପିଲା ଟି ଚେୟାର ପାଖରୁ ଅଳିଆ ଥଳୀ କୁ ନେଇଛି ତା ମାନେ ସେ ହିଁ ନେଇ ଥିବ । 


ମୁକେଶ - ଆଉ କଣ ଏଠିକି କେହି ଆସି ନାହାଁନ୍ତି । 

  ପ୍ରକାଶ କହିଲା ନାଇଁ ଆଉ କେହି ଆସି ନାହାନ୍ତି । ମୁଁ ଯାଇ ପୋଲିସ୍ କୁ ଡାକେ ନହେଲେ ଏ ପିଲା ଏମିତି ଜମା ବି ମାନିବ ନାହିଁ । ମୁକେଶ କହିଲା ଆରେ ଆରେ ମୁଁ ଭାବୁ ଥିଲି ପିଲା ଟି ଶାନ୍ତ ସ୍ଵଭାବ ର ହେଲେ ଏ ତ ଗୋଟିଏ ଠକ ଚୋର । ପିଲାଟି ଅନେକ କରି କହୁଥାଏ ହେଲେ ତା କଥା କୁ କେହି ହେଲେ ଶୁଣୁ ନ ଥାନ୍ତି, ମୁକେଶ ଙ୍କ ମୁହଁ ରୁ ଚୋର ଶୁଣିଲା ପରେ ପିଲା ଟି ଅତି ଦରଦ ଭରା ମୁହଁ ରେ ଚାହିଁଲା ମୁକେଶ ଆଡକୁ ଆଉ କିଛି ନ କହି ଚୁପ୍ ହେଇ ଠିଆ ହେଲା । କିଛି ସମୟ ଭିତରେ ପୋଲିସ୍ ଆସି ସବୁ କିଛି ପଚରା ଉଚୁରା କଲେ,ଅନୁସନ୍ଧାନ ଆଉ ଖୋଜା ଖୋଜି କରିବାରୁ ଜଣା ପଡ଼ିଲା ଚେନ୍ ଟି କୁ ପ୍ରକାଶ ବାବୁ ଙ୍କ ଝିଅ ଚେୟାର ଉପରୁ ଆଣି ପୁଣି ଥରେ ନେଇ ରୋଷେଇ ଘର ଥାକ ଉପରେ ରଖି ଦେଇଛି । 

   ପୋଲିସ୍ କହିଲେ ଏମିତି କିଛି ନ ଜାଣି ଛୋଟ ପିଲା ଟି ଉପରେ ଏମିତି ଅଭିଯୋଗ କରିବା ଟା ତମର ଠିକ୍ ହେଲା ନାହିଁ । ଆମେ ଏବେ ଆସୁଛୁ ଏ ପିଲା ତୁ ତୋ କାମ ରେ ଯାଆ । ପ୍ରକାଶ ବାବୁ ସବୁ ସତ ଜାଣି ସାରିଲା ପରେ କିଛି ନ କହି ଘର ଭିତରକୁ ଚାଲି ଯାଉଥାନ୍ତି ହେଲେ ପିଲା ଟି କହିଲା ବାବୁ ଟିକେ ରୁହନ୍ତୁ ଆପଣ ମତେ ଚୋର ଠକ ସବୁ କିଛି କହିଲେ ହେଲେ ମତେ ଜମା ବି ଖରାପ୍ ଲାଗିଲା ନାହିଁ କାହିଁକି ଜାଣିଛନ୍ତି ମୁଁ ଛୋଟ ପିଲା ହେଲେ ବି ବେଶ୍ ଦେଖିଲିଣି ଦୁନିଆ , ଛୋଟ କାମ କରୁଛି ସିନା ହେଲେ ପାପ କାମ କରିବା ମୁଁ ଶିଖି ନାହିଁ । ପରିସ୍ଥିତି ମତେ ବାଧ୍ୟ କରିଛି ଏ କାମ କରିବାକୁ ହେଲେ ମୋ ବିବେକ କେବେ ହେଲେ ସୁଦ୍ଧା ମତେ ବାଧ୍ୟ କରିବ ନାହିଁ ଚୋରି ଭଳି ଗୋଟିଏ ଖରାପ୍ କାମ କରିବା ପାଇଁ । ଆଗକୁ ଟିକେ ଦେଖି ଚାହିଁ ଆରୋପ ଲଗେଇବେ ମୋ ଭଳି ପିଲା ଉପରେ । ପିଲାଟିର କଥା ଗୁଡା କଣ୍ଟା ଭଳି ଫୋଡି ହେଇ ଯାଉଥିଲା ପ୍ରକାଶ ଛାତି ରେ । ମୁକେଶ ମଧ୍ୟ ନିଜକୁ ଲଜ୍ଜିତ ମନେ କରିଥିଲେ ପିଲା ଟି ଆଗରେ । ପିଲା ଟି ଗେଟ୍ ବାହାରକୁ ଆସି ପୁଣି ଥରେ ମୁକେଶ ପାଖକୁ ଘୁଞ୍ଚି ଆସି ମୁକେଶ ଦେଇଥିବା ପଚାଶ ଟଙ୍କା ନୋଟ୍ କୁ ଫେରେଇ ଦେଇ କହିଲା ବାବୁ , ଏଇ ନିଅନ୍ତୁ ଏ ଚୋର କୁ ଦେଇଥିବା ଆପଣଙ୍କର ଏ ଟଙ୍କା । 

   ପିଲା ଟି ଏତକ କହିଦେଇ ଚାଲି ଗଲା , ମୁକେଶ ଚାହିଁ ରହିଥାନ୍ତି ପିଲା ଟି କୁ, ଭାବୁ ଥାନ୍ତି ସତରେ କେତେ ସ୍ଵାଭିମାନୀ ପିଲା ଟି ଏ । ମୁକେଶ ଠିକ୍ ଠଉରେଇ ପାରିଥିଲେ ପିଲା ଟି ର ତାଙ୍କ ପ୍ରତି ଅଭିମାନ ଆଉ ବୁଝି ପାରୁଥିଲେ ସେଇ ନିଷ୍ପାପ ହୃଦୟର କୋହ କୁ । ।  


Rate this content
Log in