Akshayakumar Dash

Others

3  

Akshayakumar Dash

Others

ନିର୍ବାଚନ

ନିର୍ବାଚନ

2 mins
432


ଜନପ୍ରତିନିଧି ନିର୍ବାଚନ ।ଲୋକମାନେ ଭୋଟଦେବେ।ଅନୁରାଧା କୁ ଅଠରବର୍ଷ।ପ୍ରଥମ କରି ଭୋଟ ଦେବ । ତାର ନାମ ଭୋଟର ଚିଠାରେ ଚଢ଼ିଛି।ଟିଭି ଦେଖି ଓ ସମ୍ବାଦପତ୍ର ପଡି ଅନୁଧ୍ୟାନ କରୁଛି ।ଜନପ୍ରତିନିଧି ପାଇଁ ପାର୍ଥିମନେ କେମିତି ଟିକଟପାଇଁ ଆସାଇ।କୌଣସି ପାଟିର ଟିକଟ ପାଇଲେ ଲଡିବେ ।ଲୋକଙ୍କପାଖରେ ପହଁଚିବେ ।ତାଙ୍କ ନିଵାଚନ ଇସ୍ତାହାର ଦେବେ ।କହିବେ -" ମତେ ଭୋଟ ଦିଅ ମୁଁ ତୁମର ସେବାରେ କାମ କରିବି।ତୁମ ସାଥିରେ ଅଛି।ଗା କୁ ପାନୀୟଜଳ ,ବିଜୁଲି ବତୀ,ଡାକ୍ତରଖାନା,ବିଦ୍ୟାଳୟ ସମ୍ପର୍କରେ ଧ୍ୟାନ ଦେବି। ସମସ୍ତ ସରକାରୀ ସୁବିଧାସୁଯୋଗ କରାଇବି"।ଭୋଟ ପାଇଲା ପରେ ଆଉ ଏ ଗାଁ ମାଟି ମାଡିବେନି। ଗାଁ ଲୋକ ଭୁବନଶ୍ୱର ଜାଇ ଦେଖାକଲେ ମୁହଁ ମୋଡ଼ିଦେବେ ।ଅନୁରାଧା ର ବାପା ଜଣେ କୃଷକ।ମୁଣ୍ଡର ଝାଳ ତୁଣ୍ଡରେ ମାରି ବିଲରେ ଖଟେ ।ଏ ବର୍ଷ ଭଲପାଗ ଯୋଗୁ ବିଲାତି ବାଇଗଣ ବହୁତ ଅମଳ ହେଲା।କିନ୍ତୁ ହାଟରେ ବିକ୍ରୀ କରିବାକୁ ଗଲେ କିଲୋ ଦୁଇଟଙ୍କା କୁ ବି କେହିଜଣେ ନେଲେନାହିଁ । ବିଲରେ ପଚି ଶଢ଼ିଲା ।

ଶୀତଳଭଣ୍ଡାର ଟେ ନାହିଁ ।ଆଳୁ ,ପନିପରିବା,ଫଳମୂଳ ଆଦି ଚାଷୀ ଅଧିକ ଅମଳ କରି କମ ଦାମରେ ବିକେ।ଅମଳ ଋତୁରେ ଦାମ କମିଯାଏ।ସେଥିପାଇଁ ଶୀତଳଭଣ୍ଡାର ର ଆବଶ୍ୟକତା ଅଛି ।ସରକାର ତେବେ କଣ ଚାଷୀ କଂ ହିତରେ ଅଛନ୍ତି?ବିଲକୁ ପାଣି,ସାର,ବିହନ ସହିତ ଆଧୁନିକ ଯନ୍ତ୍ରପାତିଯୋଗାଇବା ଉଛିତ୍ ନୁହେଁ?ଅନୁରାଧା ଅନୁଧ୍ୟାନ କରେ। ସରକାର କଂ ଯୋଜନାକୁ,ଅସଂଖ୍ୟ ହେଲେ ଲୋକଙ୍କ ହିତରେ ନାହିଁ । ଗାଁ ର ପିଲା ମାନେ ପାଠପଢି ଉଛଶିକ୍ଷାଲାଭକରି ବେକାରୀ ।ତାଙ୍କପାଇଁ ନିଯୁକ୍ତି କାହିଁ? ଡାକ୍ତର ଖାନା ରେ ଡାକ୍ତର ନାହାଁନ୍ତି। ବିଧ୍ୟ।ଳୟରେ ଶିକ୍ଷକନିଯୁକ୍ତି ନାହିଁ।ପରିବେଶ ପାଇଁ ଗଛ ଲଗାଯ।ଉନାହିଁ।ଖଣି ଖାଦାନ ରୁ ବିପୁଳ ଅର୍ଥ ସରକାରକଂ ବାଟମାରଣ ହେଉଛି । କେତେକ ଠିକାଦାର ନିମ୍ନମାନର କାମ କରି ବା ଫ୍ଲସ ବିଲ କରି ଟଙ୍କା ବୋହି ଚାଲିଛନ୍ତି। ସେଇଥିରୁ ବିଧ୍ୟାୟକକୁଁ ଭାଗ ମିଳୁଛି। ନଇ ବାଲି, ମହରମ , ଗ୍ରାନାଇଟ ,ବାବଦକୁ ମିଳୁଥିବା ଅର୍ଥ ଅସାଧୁ ଗୋଷ୍ଟିକ କବଳରେ ବାଟମାରଣ ହେଉଛି ।ମୁଖ୍ୟମନ୍ତ୍ରୀ ଆଖି ବନ୍ଦ କରିଛନ୍ତି ଅର୍ଥ ଦୁର୍ନୀତିକୁ ଅଣଦେଖା କରୁଛନ୍ତି ।ସରକାରୀ ଜମି ହଡପ ହେଉଛି ।ଦୁର୍ନୀତିଗ୍ରସ୍ତକର୍ମଚାରୀ କଂ ସାହାଯ୍ୟରେ ପ୍ରଭାବଶାଳୀ ବ୍ୟକ୍ତି ମାନକଂର ହାତଅଛି। ଅନୁରାଧା ଏହି ମୁଖାପିନ୍ଧା ଲୋକଙ୍କୁ କାହିଁକି ଭୋଟ ଦେବ?

ମତଦାନ କରିବାକୁ ପଡିବ।ଜଣେ ନାଗରିକ ହିିିସାବରେ ।


Rate this content
Log in