Madhumita Mishra

Children Stories Tragedy Children

3.5  

Madhumita Mishra

Children Stories Tragedy Children

ମୁଁ ଋଷିଛି

ମୁଁ ଋଷିଛି

6 mins
49



        ମୁଁ ..ମୁଁ ..ମୋ ଭାଇର ଭଉଣୀ । ହଁ..ଆଜି ମୁଁ କେବଳ ମୋ ଭାଇର ଭଉଣୀ ହିଁ କହୁଛି । ମୁଁ ସମସ୍ତଙ୍କୁ କହୁଛି ମୋ କଥା..ମୋ ଭାଇର କଥା..!!ମୋ କାହାଣୀ..ଆଉ..ମୋ ଭାଇର କାହାଣୀ ..!!


        ସବୁଦିନ ପରି ଆଜି ମଧ୍ୟ ମୁଁ ଜଲଦି ହୋମୱାର୍କ ସାରି ଦେଇଥିଲି । ହୋମୱାର୍କ କରିବାକୁ ମୋର ଏଥର ଆଉ ଡେରି ହେଉନି ନା..!! ଆଗରୁ ମୁଁ ପାଠ ପଢି ବସିଲେ ମୋ ଭାଇ ମୋତେ ବହୁତ୍ ହଇରାଣ କରୁଥିଲା । ମୋ ବହି ଖାତା ଟାଣି ଦେଉଥିଲା । ମୋତେ କେତେ ଚିଡ଼େଇ ଦେଉଥିଲା । ହେଲେ ଆଜି ..


         ଆଗରୁ ମୋତେ ଜମା ଏତିକି ଟିକେ ସମୟ ବି ଫୁରୁସତ ମିଳୁ ନ ଥିଲା । ନିଜ ପାଠ ପଢା ସହିତ ଭାଇ ସଙ୍ଗେ ଖେଳିବା ଆଉ ଝଗଡ଼ା କରିବା ଛଡ଼ା ମୋତେ ସତରେ ଆଉ କିଛି ବି ମନେ ପଡୁନି । ମା ପାଟି କରୁଥିଲେ ମଧ୍ୟ ଆମେ ସେ ଦିଗକୁ କେବେ ବି ଦେଖୁ ନ ଥିଲୁ । ଭାଇ ମୋ ଠୁ ବଡ଼ । ଶୁଣିଛି ମୁଁ ଛୁଆ ଥିଲା ବେଳେ ତ ସେ ମୋତେ ସବୁବେଳେ କାଖେଇକି ରଖିଥାଏ । ତଳେ ଛାଡ଼ିବାକୁ କହିଲେ କୁହେ "ନା.. ତା ଦେହରେ ଧୂଳି ଲାଗିଯିବ ..!!??"ମୋତେ ପୁରା ମନ ଅଛି ଭାଇ ମୋତେ ହସେଇବାକୁ ବହୁତ ପ୍ରକାର ମୁହଁଭଙ୍ଗୀ କରେ ଆଉ ମୁଁ ତାକୁ ଦେଖି ହସି ହସି ଗଡ଼ିଯାଏ । ଭାଇ ଥିଲେ ମୋର ଆଉ କେବେ କିଛି ମନୋରଞ୍ଜନ ହିଁ ଦରକାର୍ ନ ଥିଲା । ହେଲେ ଆଜି…


        ମୁଁ ବଡ଼ ହୋଇ ତାରି ସ୍କୁଲରେ ହିଁ ପାଠ ପଢିଲି । ସେ ଥିଲା ନା..ମୋର ସେଥିପାଇଁ ଆଉ କାହାରିକୁ ବି ଡର ନ ଥିଲା । ମୋ ସାଙ୍ଗମାନେ ସ୍କୁଲରେ ଘରକୁ ମନେ ପକାଇ କାନ୍ଦୁଥିବା ଦେଖି ଯଦି ମୋତେ କାନ୍ଦ ଆସୁଥିଲା;ଭାଇ ତା ପଢା ଛାଡ଼ି ମୋ ପାଖକୁ ଦୋୖଡି ଆସି ଯାଉଥିଲା । ଆଉ ମୁଁ ତାକୁ ଦେଖି ହସି ଦେଉଥିଲି । ଯେତେ ଡରି ଯାଇଥିଲେ ବି ତାକୁ କୁଂଢ଼େଇ ଧରି ଦେଲା ପରେ ମୋ ଡର କୁଆଡେ ଉଡି ଚାଲି ଯାଉଥିଲା । ମା ବାବାଙ୍କୁ କିଛି ବି ପଚାରିବା ଦରକାର ହିଁ ପଡୁ ନ ଥିଲା । ଭାଇ ମୋର ସବୁ ସମସ୍ୟା ସମାଧାନ କରି ଦେଉଥିଲା । ପାଠ ହେଉ କି ଆଉ କିଛି ବି ଅସୁବିଧା ହେଉ । ଭାଇ ସବୁ ସମ୍ଭାଳି ଦେଉଥିଲା । ଚିଡାଏ.. ପାଟିଟେ କରେ । କିନ୍ତୁ ମୋ ଅସୁବିଧା ବୁଝି ତାକୁ ସଜାଡି ଦିଏ । ପ୍ରୋଜେକ୍ଟ ହେଉ କି ଲେଖା,ଚିତ୍ର କି ଆଉ ଯାହା ବି..ଭାଇ ସବୁ ସମୟ ଆଗରୁ ସାରିଦିଏ । । ହେଲେ ଆଜି...


        ଭାଇମାନେ କାଳେ ଛୋଟ ଭଉଣୀ ଜନ୍ମ ହେଲେ ମନ ଦୁଃଖ କରନ୍ତି..ଭଉଣୀକୁ ମା ବାପା ବେଶୀ ଭଲ ପାଆନ୍ତି ବୋଲି ରାଗନ୍ତି ..ଋଷନ୍ତି..!!କିନ୍ତୁ ମୋ ଭାଇ କେବେ ବି ସେମିତି କରିନି । ସେ ତ ତା ପାଇଁ ଆସିଥିବା ସବୁ ନୂଆ ଜିନିଷ ମୋତେ ଦେଇଦିଏ । ସତ କହିଲେ ଭାଇ ଛଡା ମୋର ଆଉ କିଏ ସାଙ୍ଗ ବି ନାହାନ୍ତି । ଦରକାର ବି ନାହିଁ ଆଉ କିଏ ମୋର..!!ହଁ .. ମୋ ଥାଳିରୁ ନେଇ ଟିକେ କିଛି ଖାଇବା ତାର ପୁରୁଣା ଅଭ୍ୟାସ । ଆଉ ସେତେବେଳେ ମୁଁ ମଧ୍ୟ ଜାଣି ଶୁଣି ବଡ଼ ପାଟିରେ ଚିଲ୍ଲାଏ । ମା ଭାଇକୁ ପାଟି କରନ୍ତି । ଆଉ ମୁଁ ଖୁସିରେ ତାଳି ମାରି ହସେ..ଭାଇ ବି ହସିଦିଏ..ଭାରି ମଜା ଲାଗେ । ଆମ ଝଗଡା ଆଉ ଏକା ସଙ୍ଗେ ଖେଳି ହସିବା ଦେଖି ମା କହନ୍ତି " ମଇଁଷି ଶିଙ୍ଘ ଭିତର ଫଟା କିନ୍ତୁ ଯୁଝିଲା ବେଳେ ଗୋଟା.."!!କାହିଁକି ନା ମୋତେ ଯଦି କେହି କେବେ କିଛି କୁହେ ହେଲେ ଭାଇ ରାଗିଯାଏ.. । ଖାଲି ସିଏ ମୋତେ ଯାହା ଇଚ୍ଛା କହିବ । ଆଉ କିଏ ନାହିଁ...ହେଲେ ଆଜି...


        ମୁଁ କିଛି ମାଗିନେଲେ ଭାଇ ସଙ୍ଗେ ସଙ୍ଗେ କେବେ ବି ଦିଏନି । ମୁଁ ଝଗଡ଼ା କରିଲେ ହସି ଦେଇ ଧରେଇ ଦିଏ । ତାର ଏତେ ପେନ୍ ପେନସିଲ୍ ଥିଲେ ମଧ୍ୟ ମୋ ଛୋଟ ପେନସିଲଟିଏ ପାଇଁ ସେ ମୋ ଚୁଟି ଟାଣିଦିଏ । ମୁଁ ମଧ୍ୟ ତାକୁ ଯଥା ସମ୍ଭବ ଦୋୖଡି ଦୋୖଡି ପିଟେ । ହେଲେ ମା କି ବାବା ଆସିଗଲେ ଆମେ ଦୁହେଁ ପୁରା ଚୁପ୍ ହୋଇଯାଉ । ଯେମିତିକି କିଛି ବି ହୋଇନି । ସେଥିରେ ବି ମଜା ଆସେ ବହୁତ୍..ହେଲେ ଆଜି..


        ଭାଇର ହଠାତ୍ କେଜାଣି କଣ ହେଲା..ମୁଁ ଲୁଚି ଲୁଚି ଶୁଣିଛି ଭାଇ ଦିନେ ତା ମୋବାଇଲକୁ ବହୁତ ଭଲ ପାଇଲା । ସମସ୍ତଙ୍କଠାରୁ ବେଶୀ ଭଲ ପାଇଲା । ଦିନରାତି ଭଲ ପାଇଲା । ଆଉ ସେ ଭଲ ପାଇବା କଥା ନେଇ ମା ସବୁବେଳେ ସୁଁ ଶୁଁ ହୋଇ ମନ ଦୁଃଖରେ କାନ୍ଦେ । ବାବା ଅଫିସ୍ ରୁ ଘରକୁ ଆସିଲେ ଖାଲି ଚିଡ୍ ଚିଡ ହୁଅନ୍ତି..ମୁଁ କିଛି ବୁଝି ନ ପାରି ଖାଲି ସମସ୍ତଙ୍କୁ ବିକଳ ହୋଇ ଦେଖୁଥାଏ । ଆଉ ଭାଇ..!!??


        ଭାଇ ଆଉ ଆଗ ପରି ମୋ ସହିତ ଝଗଡ଼ା କରୁନି । କଥା ହେବା ଦୁରେ ଥାଉ ମୁଁ ଯଦି ତାକୁ ରଗେଇଲା ପରି କିଛି କହୁଛି..ହେଲେ ସିଏ ସେ ଜାଗା ଛାଡ଼ି ଚାଲି ଯାଉଛି । ଯେତେ ମନା କଲେ ବି ଆଗରୁ ମୋ ପାଖରେ ଲାଗିକରି ବସି ଯେମିତି ଚିଡାଉଥିଲା ଆଉ ସେମିତି ନ କରି ଅଲଗା ରୁମରେ ବସୁଛି । ଆଉ ଯେତେବେଳେ ବାହାରକୁ ଆସୁଛି ଅଳ୍ପ ସମୟ ପାଇଁ.. । ସେ ସମୟଟା ମଧ୍ୟ ଫୋନ୍ ରେ ହିଁ କଥା ହେଉଛି ନ ହେଲେ କଣ ସବୁ ସେ ଫୋନ୍ ରେ ହିଁ ଟାଇପ୍ କରୁଛି । ତାକୁ କିଛି ମାଗିଲେ ଅନ୍ୟମନସ୍କ ହୋଇ ଆଗପଛ ନ ପଚାରି ସଙ୍ଗେ ସଙ୍ଗେ ଦେଇ ଦେଉଛି । ମୋତେ ଏସବୁ ସତରେ ଜମାରୁ ଭଲ ଲାଗୁନି । ଆଗରୁ ତାକୁ ଖୋଷାମତ କରି କାମ କରେଇଲେ ଯେମିତି ଖୁସି ଲାଗୁଥିଲା ଆଜିକାଲି ଆଉ ସେମିତି ଲାଗୁନି । ଖାଲି କାନ୍ଦ ଲାଗୁଛି । ଏଥର ତ ରାକ୍ଷୀ ପୂର୍ଣ୍ଣମୀ ଦିନ ମଧ୍ୟ ମୁଁ ନ ମାଗିବା ଆଗରୁ ସେ ମୋ ଗିଫ୍ଟ ଦେଇଦେଲା । ଆଉ ମୋବାଇଲ ନେଇ ନିଜ ରୁମକୁ ଚାଲିଗଲା । ମୋତେ କିଛି ବି ଭଲ ଲାଗିଲା ନାହିଁ । ଆଗରୁ ତାକୁ ରାକ୍ଷୀ ବାନ୍ଧିବା ଢେର୍ ସମୟ ପରେ ମଧ୍ୟ ମୋ ଗିଫ୍ଟ ମାଗି ମାଗି ତାକୁ ବିରକ୍ତ କରିଲେ ଯାଇ ସେ ଦେଉଥିଲା । କିନ୍ତୁ କାହିଁକି କେଜାଣି ସେମିତି ସବୁ ଭଲ ଲାଗୁଥିଲା.. । ସାରା ଦିନ ଆମ ଭିତରେ ଏ ଗିଫ୍ଟ ଦିଆ ନିଆ ଲାଗି ରହୁଥିଲା । ରାକ୍ଷୀ ବନ୍ଧା ସରିଗଲେ ବି ଆମର ଝଗଡା ଆଉ ଜଣକ ପଛରେ ଆଉ ଜଣେ ଗୋଡାଇବା ଯୋଗୁଁ ଏ ଦିନଟି ବଢ଼ିଆ ଲାଗୁଥିଲା । ହେଲେ ଏଥର କିନ୍ତୁ କିଛି ଭଲ ଲାଗିଲାନାହିଁ..!!


         ଭାଇ ଏମିତି ବଦଳି ଯିବା ଦିନରୁ ମୋତେ ଆଉ କିଛି ବି ଭଲ ଲାଗୁନି । ତାର ସ୍କୁଲ୍ ପଢା ମଧ୍ୟ ସରି ଗଲାଣି । କିନ୍ତୁ ସେ ମୋତେ ଆଉ ଆଗ ପରି ଗେଲରେ ପାଠ ପଢ଼ଉନି । ପାଠ ପଢ଼ାଇ ସେ ଟିକେ ଗାଳି ଦେଲେ ପଢିବାରେ ଆହୁରି ମଜା ଆସୁଥିଲା । ଏବେ ଏମିତି ଏକା ଏକା ବହି ଧରି ବସିଲେ ଭଲ ଲାଗୁନି । ଆଗ ଟିଭି ପ୍ରୋଗ୍ରାମ ଦେଖିବା ପାଇଁ ଆମେ କେତେ ଝଗଡ଼ା କରୁଥିଲୁ.. । ଆଉ ସେ ଝଗଡ଼ାରେ ଭାଇଠୁ ଜିତିଗଲା ପରେ କାର୍ଟୁନ୍ ଦେଖିଲେ ଭାରି ଖୁସି ଲାଗୁଥିଲା । ହେଲେ ଆଜିକାଲି ଭାଇ ତ ତା ମୋବାଇଲ୍ ରେ ତା ପସନ୍ଦର ପ୍ରୋଗ୍ରାମ ଦେଖୁଛି.. । ମୋତେ ବି ଆଉ କାର୍ଟୁନ୍ ଭଲ ଲାଗୁନି । ବାବା କହୁଥିଲେ ଭାଇର ପଢା ଏଥର ବଡ଼ କଲେଜରେ ହୋଇଯିବ.. । ମୁଁ ଭାବିଲି ଭାଇର ମନ ଦୁଃଖ ହେବ. । ମୋତେ ଏଥର ଏକା ସ୍କୁଲ୍ ଯିବାକୁ ପଡ଼ିବ..ଏକା ନିଜ ଯତ୍ନ ନେବାକୁ ପଡିବ କହି ସେ ଅନେକ କଥା ବୁଝେ଼ଇବ..ହେଲେ…


ଭାଇ ମୋତେ କିଛି ବି କହିଲାନି..!!


         ଭାଇ ନୂଆ ଗାଡ଼ି ଚଲଉଥିଲା ଆଉ କହୁଥିଲା ତୋତେ ଗାଡିରୁ ତଳେ ପକାଇଦେବି । କିନ୍ତୁ ମୁଁ ତା ପଛରେ ବସି ତାକୁ ହିଁ ଚିମୁଟି ଦେଉଥିଲି ଆଉ ଜୋରରେ ଧରି ବସି ପଡୁଥିଲି । ଜାଣିଥିଲି ଭାଇ କେବେ ବି ମୋତେ ତଳେ ପକେଇ ଦେବନି..କିନ୍ତୁ ତା ଗାଡିରେ ତା ପଛରେ କେବଳ ମୁଁ ହିଁ ବସିବି । ହେଲେ..ଏବେ ଭାଇ ଗାଡ଼ିରେ ଅନ୍ୟ ସାଙ୍ଗ ସବୁ ବସୁଛନ୍ତି । ଭାଇ ମୋତେ ଆଉ ଡ଼ାକୁନି ପଛରେ ବସିବା ପାଇଁ ।


ହେଲେ..ଏସବୁ କଣ ପାଇଁ..!!??ଜାଣିନି..କିନ୍ତୁ ଭାରି ଖାଲି ଖାଲି ଲାଗୁଛି । କାନ୍ଦିବାକୁ ଇଛା ହେଉଛି..!!


         ଦୁଇ ଦିନ ତଳେ ମୋ ବେଣୀ ପଛରୁ ଟାଣି ହୋଇଗଲା । ମୁଁ ରାଗିଗଲି ଆଉ ଖୁସି ହୋଇଗଲି ଭାଇ ଏତେଦିନ ପରେ ମୋ ଚୁଟି ଟାଣି ଦେଇଛି ଭାବି । ହେଲେ..ଭାଇ ତ ତା ରୁମ୍ ରେ ଥିଲା..ଆଉ ମୋ ଚୁଟି କବାଟ ହାଣ୍ଡେଲରେ ଲାଗି ଯାଇଥିଲା..


         ଭାଇ କଣ ଆଉ କାହାକୁ ସତରେ ଭଲ ପାଉନି..!!??ମୋତେ..ମାଙ୍କୁ..କି...ବାବାଙ୍କୁ..!!??ବଡ଼ ହେଇଗଲେ, ମୋବାଇଲ୍ ଧରିଲେ କଣ ଏମିତି ସବୁ ପିଲା ବଦଳି ଯାଆନ୍ତି??ସେମାନଙ୍କର ହସ ଖେଳ ଭଲ ପାଇବା ମଜା କରିବା ଆଗପରି ଆଉ ରୁହେନି??ମୋତେ ଏମିତି ମୋବାଇଲ୍ କେବେ ବି ଦରକାର୍ ନାଇଁ..ମୁଁ ଏମିତି କେବେ ବି ବଡ଼ ହେବାକୁ ଚାହୁଁନି..!!


         ଆଗରୁ ମୁଁ ଟିକେ ଋଷିଗଲେ ଭାଇ ମୋତେ ଆହୁରି ଚିଡ଼େଇ ଦିଏ..ସବୁବେଳେ ସେ କହେ.."ତୁ ଋଷିଲେ ମୁଁ ସହି ପାରିବିନି । ଋଷିିଲେ ତୋ ମୁହଁଟା ହାଣ୍ଡି ପରି ଦିଶୁଛି"..


         ମୁଁ ବି ମୁହଁ ଫୁଲେଇ କୁହେ.."ତା ହେଲେ ମୁଁ ଋଷିଗଲେ ତୁ ମୋତେ ମନେଇ ଦେଉନୁ..??"


         କିନ୍ତୁ ସେ କୁହେ.."ଧେତ୍..ମୋତେ ସେସବୁ ମନେଇବା ଫନେଇବା କିଛି ଆସେନି । ମୋତେ ଖାଲି ଗୋଟିଏ ଜିନିଷ ଆସେ..ତା ହେଲା ତୋତେ ଚିଡ଼େଇବା.."ଆଉ ତା ପରେ ସେ ତା ମୁହଁକୁ ବିଭିନ୍ନ ଭଙ୍ଗୀ କରି ମୋତେ ଏମିତି ଚିଡ଼ାଏ ଯେ ମୁଁ ରାଗ ରୁଷା ସବୁ ସତରେ ଭୁଲିଯାଏ ଆଉ ଫେଁ କିନା ହସି ହସି ଲୋଟିଯାଏ...


           "ଭାଇ.. ଭାଇରେ.."


          " ଆଜି ବି ମୁଁ ଋଷିିଛି ଭାଇ.."


          "ଭାଇ..ମୋତେ ଆଜି ଟିକେ ଚିଡ଼େଇ ଦେବୁନି".!!??


         ଲୁହଭରା ଆଖିରେ ଭାଇକୁ ମୁଁ ମୋ ଭାଇର ରାସ୍ତାକୁ ଚାହିଁ ବସିଛି । ମୋ ଭାଇକୁ ମୋ ମନ କଥା ଟିକେ କହୁଛି । ମୋତେ ମୋ ଭାଇର ସ୍ନେହ ଦରକାର୍..ମୋ ଭାଇର ସେ ହସ ହସ ମୁହଁ ଦରକାର୍..ମୋର ସେ ସବୁଠୁ ଭଲ ସାଙ୍ଗଟା ଦରକାର୍ ଯିଏ ମୁଁ ଋଷିଲେ ମୋତେ ଚିଡେଇକି ମନେଇ ଦିଏ..ମୁଁ ତ କହୁଛି..!!ହେଲେ..ସେ ମୋବାଇଲ୍ ଛାଡ଼ି ମୋ ଭାଇ ମୋ କଥା ଶୁଣିବ ତ..!!??



Rate this content
Log in